Weight Loss Tips: ମାତ୍ର 1 ମାସରେ 10 କିଲୋ ପର୍ଯ୍ୟନ୍ତ ଓଜନ କମିଯିବ, ପ୍ରୟୋଗ କରି ଦେଖନ୍ତୁ ଏହି ଚମତ୍କାରୀ ଆୟୁର୍ବେଦିକ ଘରୋଇ ଉପଚାର

ଅସ୍ଵାସ୍ଥ୍ୟକର ଜୀବନଶୈଳୀ କାରଣରୁ ମୋଟାପଣ ବା ମେଦ ବହୁଳତା ସାରା ବିଶ୍ବରେ ଏକ ସମସ୍ୟାରେ ପରିଣତ ହୋଇଗଲାଣି । ଆମ ଦେଶ ଭାରତରେ ମଧ୍ୟ ଅଧିକାଂଶ ଲୋକଙ୍କ ଥରେ ମୋଟାପଣ ଦେଖିବାକୁ ମିଳୁଛି । ସମୟ ଥାଉ ଥାଉ ଏଥିପ୍ରତି ଧ୍ୟାନ ନଦେଲେ ଏହା ଅନେକ ଭୟଙ୍କର ରୋଗର କାରଣ ହେଉଛି । ତେବେ ମୋଟାପଣ ଜନିତ ସମସ୍ଯା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାର ଘରୋଇ ଉପାୟ ନେଇ ଆସିଛୁ, ଯାହାଦ୍ଵାରା ଆପଣଙ୍କର ଗୋଟିଏ ମାସରେ ୧୦କିଲୋ ପର୍ଯ୍ୟନ୍ତ ଓଜନ କମିଯିବ ।

ଯେତେବେଳେ ଜଣେ ବ୍ୟକ୍ତିଙ୍କର ଶାରୀରିକ ଓଜନ ସମସ୍ଯା ଠାରୁ ଅଧିକ ହୋଇଯାଏ ସେତେବେଳେ ତାକୁ ମେଦ ବହୁଳତା କୁହାଯାଏ । ଆମେ ଖାଦ୍ଯରେ ଯେତିକି କ୍ୟାଲୋରି ଗ୍ରହଣ କରୁ ଆମ ଶରୀର ଯଦି ପ୍ରତିଦିନ ସେତିକି କ୍ୟାଲୋରି ଖର୍ଚ୍ଚ କରିବାକୁ ସକ୍ଷମ ହୁଏନାହିଁ, ସେତେବେଳେ ତାହ ଚର୍ବି ଆକାରରେ ଆମ ଶରୀରର ବିଭିନ୍ନ ଅଂଶରେ ଜମା ହୋଇଯାଏ । ସେହି ଅତିରିକ୍ତ ଚର୍ବି ହିଁ ମେଦ ବହୁଳତାର କାରଣ ହୋଇଥାଏ ।

ତେବେ ଆପଣଙ୍କ ଶରୀରର ଅତିରିକ୍ତ ଚର୍ବିକୁ ତରଳାଇବା ପାଇଁ କେମିତି ଉପଚାର ପ୍ରସ୍ତୁତ କରିବେ ଚାଲନ୍ତୁ ଦେଖିବା । ଏଥିପାଇଁ ଆବଶ୍ୟକ ହେବ ୫୦ ଗ୍ରାମ, ପାନମଧୁରୀ, ୫୦ ଗ୍ରାମ ଜୁଆଣୀ, ୫୦ ଗ୍ରାମ ଫ୍ଲାକ୍ସ ସିଡ୍ସ ଓ ୫୦ ଗ୍ରାମ ଜୀରା । ଏହିସବୁ ସାମଗ୍ରୀ ଆପଣଙ୍କୁ ଯେକୌଣସି ଗ୍ରୋସରି ଷ୍ଟୋରରୁ ଅତି ସହଜରେ ମିଳିଯିବ ।

ଏହିସବୁ ସାମଗ୍ରୀକୁ ଏକାଠି କରି ଅଳ୍ପ ଭାଜି ଦିଅନ୍ତୁ ଯେପରି ଗୁଣ୍ଡ ପ୍ରସ୍ତୁତ କରିବାକୁ ସହଜ ହେବ । ଆପଣ ଚାହିଁଲେ ଏସବୁକୁ ଅଲଗା ଅଲଗା ଭାଜି ପାରିବେ । ଭାବିବା ପରେ ଏହାକୁ ଉଷୁମ ଉଷୁମ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ଏହାପରେ ଏଥିରେ ମିଶାନ୍ତୁ ଅଳ୍ପ ବିଟୋ ଲୁଣ । ଏବେ ଆପଣଙ୍କ ଓଜନ କମ୍ କରିବା ପାଇଁ ଚୂର୍ଣ୍ଣ ପ୍ରସ୍ତୁତ ହୋଇଗଲା ।

ଏହାକୁ ଆପଣ ଡବାରେ ଷ୍ଟୋର କରି ତିନି ମାସ ପର୍ଯ୍ୟନ୍ତ ରଖିପାରିବେ । ଆପଣ ଦିନକୁ ଦୁଇ ଥର ଏକ ଗ୍ଳାସ ଉଷୁମ ପାଣି ସହ ଏକ ଚାମୁଚ ପ୍ରସ୍ତୁତ ଗୁଣ୍ଡ ମିଶାଇ ସେବନ କରନ୍ତୁ । ଥରେ ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ଔ ଥରେ ସେବନ କରନ୍ତୁ ।

କେବଳ ଏକ ମାସ ପର୍ଯ୍ୟନ୍ତ ଏହା ସେବନ କରନ୍ତୁ ଦେଖିବେ ୧୦ କେଜି ପର୍ଯ୍ୟନ୍ତ ଓଜନ କମ୍ ହୋଇଯିବ । ଏହାର ବ୍ୟବହାର କରିବା ସହ ଆପଣଙ୍କୁ ନିଜ ଜୀବନଶୈଳୀ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ସକାଳୁ ଶୀଘ୍ର ଉଠି ଚାଲନ୍ତୁ ବା ବ୍ୟାୟାମ କରନ୍ତୁ । ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ ଓ ରାତ୍ରିଭୋଜନ ହାଲୁକା ଖାଆନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।