ମୋର ଜୀବନ ନାହିଁ କିନ୍ତୁ ମୋ ସାମ୍ନାକୁ ଯିଏ ଆସେ ସେ  ଟିକିଏ ମୁରୁକି ହସିଦିଏ, ମୁଁ କିଏ ? ଏହା ସହିତ 18ଟି ମଜାଳିଆ ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧ – ମୋର ଜୀବନ ନାହିଁ କିନ୍ତୁ ମୋ ସାମ୍ନାକୁ ଯିଏ ଆସେ ସେ  ଟିକିଏ ମୁରୁକି ହସିଦିଏ । ମୁଁ କିଏ ?

ଉତ୍ତର – କ୍ୟାମେରା

୨ – ଯେତେ ଗୋଇଠା ମାରିଲେ ବି କିଛି କହେ ନାହିଁ । ସେ କିଏ ?

ଉତ୍ତର – ଫୂଟବଲ

୩ – ପୁଅ ମାନଙ୍କର ନାମ  , ଝିଅ ମାନଙ୍କର କାମ କିଏ କହିପାରିବ ସେ କେଉଁ ମେଳାର ନାମ ?

ଉତ୍ତର – କୁଆଁର ପୂର୍ଣ୍ଣିମା

୪ – ଓଡ଼ିଶାର କେଉଁ ସ୍ଥାନରେ ମା ତାରିଣୀ ଶକ୍ତି ପୀଠ ଅଛି ?

ଉତ୍ତର – ଘଟଗାଁ , କେଉଁଝର

୫ – ଓଡ଼ିଶାର କେଉଁ ସ୍ଥାନରେ ମା ମଙ୍ଗଳା ଶକ୍ତି ପିଠ ରହି ଅଛି ?

ଉତ୍ତର – କାକଟପୁର , ପୁରୀ

୬ – ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ ?

ଉତ୍ତର – ଚୋଡ଼ଗଙ୍ଗ ଦେବ , ଅନଙ୍ଗଭୀମ ଦେବ

୭ – କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ ?

ଉତ୍ତର – ଲାଙ୍ଗୁଳା ନରସିଂହ ଦେବ

୮ – ଭାରତର ପ୍ରଥମ ମହିଳା ଶାସକଙ୍କ ନାମ କଣ ?

ଉତ୍ତର – ରଜିଆ ସୁଲତାନ

୯ – ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ନାମ କଣ ?

ଉତ୍ତର – ଇନ୍ଦିରାଗନ୍ଧି

୧୦ – ଜଣେ ବ୍ୟକ୍ତି ୧୦୦ ଟଙ୍କା ନେଇ ଦୋକାନକୁ ଯାଇଥିଲେ । ସେ ୭୫ ଟଙ୍କାର ସଉଦା କିଣିଲେ ଏବଂ ଦୋକାନୀ ତାଙ୍କୁ ୫ ଟଙ୍କା ଫେରାଇଲେ । ବ୍ୟକ୍ତି ଜଣକ କିଛି ନକହି ଚୁପ ଚାପ ଘରକୁ ଚାଲି ଆସିଲେ । କାହିଁକି ?

ଉତ୍ତର – ପୂର୍ବରୁ ୨୦ ଟଙ୍କା ବାକି ଥିଲା

୧୧ – ସେ କଣ ଅଟେ ଯାହାର ୪ ଟି ଆଙ୍ଗୁଳି ଅଛି ଓ ଗୋଟିଏ ବୁଢା ଅଙ୍ଗୁଳି ବି ଅଛି , କିନ୍ତୁ ଜୀବନ ବିଲକୁଲ ନାହିଁ ?

ଉତ୍ତର – ଗ୍ଲୋବ୍ସ

୧୨ – ଏପରି କେଉଁ ଜିନିଷ ଅଛି ଯାହାକି ଥଣ୍ଡା ରେ ବି ତରଳି ଯାଏ ?

ଉତ୍ତର – ମହମବତୀ

୧୩ – ଏପରି କେଉଁ ବ୍ୟାଗ ଅଛି ଯାହାକି ଭିଜିଲା ପରେ କାମ ରେ ଆସେ ?

ଉତ୍ତର – ଟି ବ୍ୟାଗ

୧୪ – ଏପରି କେଉଁ ଜିନିଷ ଅଛି ଯାହାକୁ କି ଯେତେ ସଫା କରିବେ ସେତେ ଅଧିକ କଳା ଦେଖା ଯିବ ?

ଉତ୍ତର – ବ୍ଲାକ ବୋର୍ଡ

୧୫ – ଏପରି କେଉଁ ଶବ୍ଦ ଅଛି ଯାହା କି ଗୋଟିଏ ଶବ୍ଦ କହିଲା ପରେ ଅଲଗା ହୋଇଯାଏ ?

ଉତ୍ତର – ଆପଣଙ୍କ ଓଠ

୧୬ – ଆପଣ ଜାଣନ୍ତି କି ଏପରି ଗୋଟିଏ ଚଢେଇ ଅଛି ଯାହାର ମୁଣ୍ଡରେ ଗୋଡ ଥାଏ ?

ଉତ୍ତର – ତିଟୋନୀ ଚଢେଇ

୧୭ – ଦୁଇଟି ସୁନ୍ଦର ପୁଅ ଅଛନ୍ତି , ଦୁଇଜଣ ଏକା ରଙ୍ଗର ଅଟନ୍ତି , ଜଣେ ହଜିଗଲେ ଆଉ ଜଣେ କାମରେ ଆସେନି ?

ଉତ୍ତର – ଜୋତା କିମ୍ବା ଚପଲ

୧୮ – କେଉଁ ଚଢେଇ ଉଡି ପାରେ କିନ୍ତୁ ଚାଲି ପରେ ନାହିଁ ?

ଉତ୍ତର – ହମିଙ୍ଗ ବାର୍ଡ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।