ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀକୁ ମା-ରି-ବା ପାଇଁ ପ୍ରେମିକକୁ ଦେଲା ସୁପାରୀ ! ଖବର ମୁତାବିକ ବାହାଘରର ମାତ୍ର ୧୩ ଦିନ ପରେ ସ୍ଵାମୀକୁ ମା-ରି-ବାରେ ସଫଳ ହେଲା ସ୍ତ୍ରୀ ! ଦିକ୍ଷା ଓ ତା’ ର ପ୍ରେମିକ ନିଖିଲ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ହେଲେ ଘରେ ଯେତେବେଳେ ଦିକ୍ଷା ନିଜର ପ୍ରେମିକ ସହିତ ବାହାଘର ପାଇଁ ପ୍ରସ୍ତାବ ପକାଇଥିଲେ । ସେତେବେଳେ ଦିକ୍ଷା ଘର ଲୋକେ ଏହି ବାହାଘର ନକରିବା ପାଇଁ କହିଥିଲେ । ଏହାପରେ ବୁଝାସୁଝା କରି ଝିଅ ଦିକ୍ଷାକୁ ଅନ୍ୟତ୍ର ବୁଝି ବାହାଘର କରାଇଦେଇଥିଲେ ।
ହେଲେ ବାହାଘର ଦିକ୍ଷାଙ୍କର ଅନ୍ୟତ୍ର ହୋଇଥିଲା ସତ । ହେଲେ ମନଟା ନିଜର ପୁରୁଣା ପ୍ରେମିକ ପାଖରେ ହିଁ ରହିଯାଇଥିଲା । ଯେଉଁ କାରଣରୁ ବାହାଘର ବେଳେ ବହୁତ ଖୁସି ମନରେ ଦିକ୍ଷା ନିଜ ପରିବାର ଖୁସିରେ ଅନ୍ୟ ଆଡେ ବାହା ହୋଇଯାଇଥିଲା । ହେଲେ ବାହାଘର ପରେ ପରେ ନିଜ ସ୍ଵାମୀ ଆନନ୍ଦକୁ ମା-ରି-ବା ପାଇଁ ଦୀକ୍ଷା ନିଜର ପୁରୁଣା ପ୍ରେମିକକୁ ସୁପାରୀ ଦେଇଥିଲା । ଆଉ ମାତ୍ର ବାହାଘରର ୧୩ ଦିନ ନିଜ ସ୍ଵାମୀକୁ ଯମପୁର ପଠାଇବାରେ ଦୀକ୍ଷା ସଫଳ ହୋଇଯାଇଥିଲା ।
ଯେତେବେଳେ ନୂଆ ନୂଆ ବାହା ହୋଇ ଦିକ୍ଷା ତା’ ସ୍ଵାମୀ ସହ ହନୀମୁଁରେ ଯିବାକୁ ବାହାରିଥିଲା । ସେତେବେଳେ ସ୍ଵାମୀ ଓ ସ୍ତ୍ରୀ ଉଭୟ ହନିମୁନ ଯାଉଥିବା ବାଟରେ ସବୁ ଲୋକେସନ ଦିକ୍ଷା ନିଜ ପ୍ରେମିକ ସହିତ ଶେୟାର କରୁଥିଲା । ଆଉ ସମୟ ଓ ସୁବିଧା ଦେଖି ରାସ୍ତାରେ ଗାଡି ଅଟକାଇ ନିଖିଲ ଦିକ୍ଷାର ସ୍ଵାମୀ ଆନନ୍ଦକୁ ମା-ରି-ବାକୁ ଆସିଥିଲା । ନିଖିଲ ନିଜ ସହଯୋଗୀ ମାନଙ୍କ ସହ ମିଶି ଆନନ୍ଦକୁ ମରଣାତ୍ମକ ଅସ୍ତ୍ରରେ ମାରିଦେଲା ।
ଏହା ସବୁ ଦେଖି ଦିକ୍ଷା ଖାଲି ମିଛ ମିଛରେ କାନ୍ଦିବାର ଅଭିନୟ କରୁଥିଲା । ହେଲେ ମନରେ ନିଜ ସ୍ଵାମୀଙ୍କ ପାଇଁ ଦିକ୍ଷା ମନରେ ଟିକେ ମଧ୍ୟ ପ୍ରେମ ନଥିଲା । ତେବେ ଏଭଳି ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ତେବେ ଏହି ଘଟଣାର ତଦନ୍ତ ହେବ ପରେ ପୋଲିସ ଏହି ମୃତ୍ୟୁ ମାମଲାରେ ଦୀକ୍ଷାର ହାତ ରହିଥିଲା ବୋଲି ଜାଣିବାକୁ ପାଇଥିଲା ।