୧୨ ବର୍ଷର ଝିଅ ଚଞ୍ଚଲ କେଦାରନାଥ ପ୍ରଳୟରେ ଅଲଗା ହୋଇ ଯାଇଥିଲା ନିଜର ପରିବାର ଠାରୁ, 5 ବର୍ଷ ପରେ ମିଳିଲା ତ ଏମିତି ଅବସ୍ଥାରେ !

ବ୍ୟକ୍ତିର ଭାଗ୍ୟ ତାହାକୁ କେଉଁଠାରୁ କେଉଁଠାକୁ ନେଇ ଯାଇ ପାରେ ଏହା ବିଷୟରେ କହିବା ବହୁତ କଷ୍ଟ ଅଟେ । ବ୍ୟକ୍ତି ଜୀବନରେ କେତେଥର ଏହିଭଳି ଘଟଣା ଘଟିଥାଏ ଯାହାକୁ ବିଶ୍ଵାସ କରିବା ଅସମ୍ଭବ ଅଟେ । କିନ୍ତୁ ଏହି ସବୁ ଘଟଣା କୌଣସି ଚମତ୍କାର ଠାରୁ କମ ନୁହେଁ । ଲୋକମାନେ କହନ୍ତି କି ମଣିଷ ଭାଗ୍ୟରେ ଯାହା ଲେଖା ହୋଇଥାଏ ତାହା ହିଁ ହୋଇଥାଏ ।

ଆଜି ଆମେ ଏକ ଛୋଟ ଝିଅର ଜୀବନ ବିଷୟରେ କହିବାକୁ ଯାଉଛୁ ଯିଏକି କେଦାରନାଥରେ ଆସିଥିବା ପ୍ରଳୟରେ ନିଜର ପରିବାର ଠାରୁ ଅଲଗା ହୋଇଯାଇଥିଲା କିନ୍ତୁ ଭାଗ୍ୟ ତାହାକୁ ପୁଣି ଥରେ ତାହାର ପରିବାର ସହିତ ମିଶାଇ ଦେଇଛି ।

ଆମେ ଯେଉଁ ଝିଅର କଥା କହୁଛୁ ତାହାର ନାମ “ଚଞ୍ଚଲ” ଅଟେ । ତାହର ବୟସ ୧୭ ବର୍ଷ ଅଟେ । କେଦାରନାଥରେ ୨୦୧୩ରେ ଆସିଥିବା ପ୍ରଳୟରେ ନିଜର ପରିବାର ଠାରୁ ଅଲଗା ହୋଇଯାଇଥିଲା । ଚଞ୍ଚଲ ନିଜର ମାତା ପିତାଙ୍କ ସହିତ କେଦାରନାଥର ଦର୍ଶନ ପାଇଁ ଆସିଥିଲା ।

ଯେତେବେଳେ ଚଞ୍ଚଲ କେଦାରନାଥର ପ୍ରଳୟରେ ନିଜର ପରିବାର ଠାରୁଅ ଲଗା ହୋଇଗଲା ସେହି ସମୟରେ କେହିଜଣେ ବ୍ୟକ୍ତି ତାଙ୍କୁ ଅନାଥାଲୟରେ ପହଞ୍ଚାଇ ଦେଇଥିଲା । ବର୍ତ୍ତମାନ ଚଞ୍ଚଲ ୧୭ ବର୍ଷର ହୋଇଯାଇଛନ୍ତି ଏବଂ ୫ ବର୍ଷ ପରେ ସେ ନିଜର ପରିବାରଙ୍କ ସହ ପୁଣି ଥରେ ମିଶି ପାରିଛନ୍ତି । ବନ୍ନାଦେବୀ ଅଞ୍ଚଳରେ ରହୁଥିବା ଜେଜେବାପା, ଜେଜେମା କହିଲେ କି ଚଞ୍ଚଲ ମାନସିକ ରୂପରେ ଅଳ୍ପ କମଜୋର ଅଟନ୍ତି ।

ତାଙ୍କ କହିବା ଅନୁସାରେ ନିଜର ମାତା ପିତାଙ୍କ ସହିତ କେଦାରନାଥକୁ ଦର୍ଶନ କରିବା ପାଇଁ ଯାଇଥିଲେ । କିନ୍ତୁ ପ୍ରଳୟରେ ଚଞ୍ଚଲ, ତାଙ୍କ ପିତା ଏବଂ ମାତା ଭାସି ଯାଇଥିଲେ ଏବଂ ମା କିନ୍ତୁ କିଛି ସମୟ ପରେ ଫେରି ଆସିଥିଲେ । ଆଜି ପର୍ଯ୍ଯନ୍ତ ତାଙ୍କ ବାପାଙ୍କର କୌଣସି ଖବର ନାହିଁ । ସେହି ସମୟରେ ଚଞ୍ଚଲର ବୟସ ୧୨ ବର୍ଷ ଥିଲା । ଚାଇଲ୍ଡ ଲାଇନ ଅଲୀଗଢର ନିର୍ଦେଶକ ଜ୍ଞାନେଂଦ୍ର ମିଶ୍ର ଚଞ୍ଚଲଙ୍କୁ ତାଙ୍କ ପରିବାର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସାହାର୍ଯ୍ୟ କରିଛନ୍ତି ।

ତାଙ୍କ କହିବା ଅନୁସାରେ ଆଶ୍ରମର ଲୋକମାନେ କହିଲେ କି କିଛି ମାସରୁ ହିଁ ଦେଖୁଛନ୍ତି କି ଚଞ୍ଚଲ କିଛି କହି ପାରୁନଥିଲେ କିନ୍ତୁ ସେ ବର୍ତ୍ତମାନ ଅଲିଗଢ ବିଷୟରେ କିଛି କହିବାକୁ ଚେଷ୍ଟା କରୁଛି । ଏହା ପରେ ସେ ଏକ ପୁଲିସଙ୍କ ସହାୟତାରେ କେଦାରନାଥ ପ୍ରଳୟରେ ନିଖୋଜ ହୋଇଥିବା ବ୍ୟକ୍ତି ମାନଙ୍କ ସୂଚନାରୁ ଚଞ୍ଚଲର ପରିବାରଙ୍କ ବିଷୟରେ ଜାଣି ପାରିଲେ ।

ଏହା ପରେ ଚଞ୍ଚଲକୁ ତାଙ୍କ ପରିବାର ପାଖକୁ ପହଞ୍ଚାଇ ଦେଲେ । ଚଞ୍ଚଳର ଘରଲୋକମାନେ କହିଲେ କି ବର୍ତ୍ତମାନ ବି ଚଞ୍ଚଲ ନିଜର ବାପାଙ୍କୁ କଥା ମାନେ ପକାଇ ଚିତ୍କାର କରି ଅଚାନକ ଡରିକରି ଉଠିଯାଏ ।