11 ବର୍ଷରେ 11 ଛୁଆ, ତଥାପି ବୁଝୁନି ସ୍ଵାମୀର ମନ, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପରେ ସ୍ତ୍ରୀ ସହ ସ୍ଵାମୀ ଯାହା କଲା ନା… ଦେଖନ୍ତୁ ପୁରା ଘଟଣା

ବାହାଘର ବେଳେ ଝିଅର ବାପା ଜ୍ଵାଇଁକୁ କହିଥିଲେ ଝିଅର ପେଟ କେବେ ଖାଲି ରଖିବନି । ଆଉ ଶ୍ଵଶୁର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛି । ବାହାଘରକୁ 11 ବର୍ଷ ବିତି ସାରିଥିବା ବେଳେ ଇତିମଧ୍ୟରେ କୋଳକୁ 11ଟି ଛୁଆ ଆସିଗଲେଣି । ସେଥିରୁ ଗୋଟିଏ ସନ୍ତାନର ମୃତ୍ୟୁ ହୋଇଥିବା ବେଳେ କୋଳରେ 10ଜଣ ଛୁଆ ଅଛନ୍ତି । ତଥାପି ସ୍ବାମୀର ମନ ବୁଝୁନି । ସେପଟେ ପ୍ରତିବର୍ଷ ଛୁଆ ଜନ୍ମ କରି କରି ମହିଳାଜଣକ ଦୁର୍ବଳ ହୋଇ ପଡିଲେଣି ।

ପ୍ରସବ ଯନ୍ତ୍ରଣା ସହି ନ ପାରିବାରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ପରିବାର ନିୟୋଜନ ଅର୍ଥାତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଇଦେଲେ ମହିଳା । ବାସ୍ ତା’ପରେ ରାଗିକି ନିଆଁବାଣ ହୋଇ ଯାଇଛନ୍ତି ସ୍ଵାମୀ । ଯେଉଁଥି ପାଇଁ ସ୍ତ୍ରୀ କୁ ଆଉ ଘରେ ପୁରେଇ ଦେଉନାହିଁ ସ୍ଵାମୀ । ଘରକୁ ପଶିବାକୁ ଚେଷ୍ଟା କଲେ ଜୀବନରେ ମା-ରି-ଦେ-ବା-କୁ ଧମକ ମଧ୍ୟ ଦେଉଛି । ଉପାୟଶୂନ୍ୟ ହୋଇ ମହିଳାଜଣକ ଘର ବାହାରେ ଥିବା ଏକ ଆମ୍ବ ଗଛମୂଳେ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଛନ୍ତି ।

ଏନେଇ ମହିଳାଙ୍କ ସ୍ଵାମୀଙ୍କୁ ପଚରା ଯିବାରୁ ସେ କହିଛନ୍ତି କି, ଅପରେସନ ହୋଇ ମାରା ହେଇଗଲା । ଆମ ପୂର୍ବପୁରୁଷ ଆଉ ତା’ ହାତରୁ ପାଣି ପାଇ ସନ୍ତୁଷ୍ଟ ହେବେନାହିଁ । ସ୍ଵାମୀଙ୍କୁ କେହି ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ଧନୁତୀର ମା-ରି-ବେ ବୋଲି ଡରେଇ ଦେଉଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଘଟି ଯାଇଛି ଏଭଳି ଏକ ଘଟଣା । ସ୍ଥାନୀୟ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଡିମିରିଆ ଗାଁର ରବି ଦେହୁରିଙ୍କ ସ୍ତ୍ରୀ ଜାନକୀ ଦେହୁରିଙ୍କର 11ଟି ପିଲା ।

ଏତେ ସଂଖ୍ଯାରେ ପିଲା ଜନ୍ମ ହେବାପରେ ଜାନକୀ ଅସୁସ୍ଥ ହୋଇପଡିବା ସହ ଦୁର୍ବଳ ଅନୁଭବ କରୁଥିଲେ । ତେଣୁ ଆଶା ଦିଦିଙ୍କ ସହାୟତାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଲେ । ଏହା ଜାଣି ରାଗରେ ଜରଜର ହେଉଥିବା ସ୍ଵାମୀ ଜାନକୀଙ୍କୁ ଘରେ ପୁରାଉ ନଥିଲେ । ସେଥିପାଇଁ ଆଶାକର୍ମୀ ଓ ପ୍ରଶାସନ ମିଶି ମା’ ଓ ଛୁଆ ସମସ୍ତଙ୍କର ଖାଇବା ପିଇବା କଥା ବୁଝୁଥିବାର ସୂଚନା ମିଳିଛି ।

ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ମା’ ଓ ଛୁଆଙ୍କୁ ଡାକ୍ତରଖାନାରେ ନେଇ ରଖିଥିଲେ । ଯଥାଶୀଘ୍ର ଏହି ଘଟଣାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ରବି ଦେହୁରିଙ୍କୁ ହସ୍ପିଟାଲକୁ ଡକାଇ ସେଠାରେ ତାଙ୍କୁ ସମସ୍ତେ ମିଶି ବୁଝାସୁଝା କରିଥିଲେ । ଫଳରେ ସେ ସ୍ତ୍ରୀ ଛୁଆଙ୍କୁ ନେଇ ଘରକୁ ଫେରିଥିଲେ ।

ଡାକ୍ତରଖାନାରେ ଛୁଇଁଦେଲେ ଜାତି ଚାଲିଯିବ ବୋଲି ସେଠାକାର ଅନେକ ଲୋକ ବିଶ୍ବାସ କରନ୍ତି । ତେଣୁ ସେଠାରେ କୁସଂସ୍କାର ଦୂର କରିବାକୁ ଆଶକର୍ମୀ ଓ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ମାନେ ଆଗେଇ ଆସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।