1 August ରୁ ଲାଗୁ ହେଲା ନୂଆ ନିୟମ, ଦେଖନ୍ତୁ କେଉଁ କେଉଁ କ୍ଷେତ୍ରରେ ନୂଆ ନିୟମ ପରିବର୍ତ୍ତନ କରାଯାଇଛି ?

ନମସ୍କାର ବନ୍ଧୁଗଣ । ପ୍ରତିମାସ ଭଳି ଆଜି ଠାରୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଆଜି ଠାରୁ ଅନେକ କ୍ଷେତ୍ରରେ କିଛି ନିୟମ ପରିବର୍ତ୍ତନ କରାଯିବାର ଦେଖିବାକୁ ମିଳିବ । ଯାହା ସାଧାରଣ ଲୋକଙ୍କ ଉପରେ ବଡ ପ୍ରଭାବ ପକାଇବ । ଏହି ପରିବର୍ତ୍ତନରେ ଗ୍ଯାସ ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ, ଇନକମ ଟ୍ୟାକ୍ସ ସହ ଜଡିତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ଗ୍ଯାସ ଠାରୁ ବ୍ଯାଙ୍କ ଯାଏଁ କଣ କଣ ପରିବର୍ତ୍ତନ ଘଟିବ ଆଜି ଠାରୁ । 

1- LPG ଗ୍ଯାସ ମୂଲ୍ଯରେ ପରିବର୍ତ୍ତନ : ପ୍ରତିମାସ 1 ଓ 16 ତାରିଖରେ ଏଲପିଜି ଦରରେ ସଂଶୋଧନ କରାଯାଇଥାଏ । ତେଣୁ ଆଜି ବି ଏଲପିଜି ଗ୍ଯାସ ଦରରେ ସଂଶୋଧନ ହୋଇପାରେ । ଗତ ମାସରେ ଏ ନେଇ କୌଣସି ପରିବର୍ତ୍ତନ ହୋଇନ ଥିଲା । କିନ୍ତୁ ଜୁଲାଇ 4 ତାରିଖରେ ଅଏଲ ମାର୍କେଟିଙ୍ଗ କମ୍ପାନୀ ଗୁଡିକ ଏଲିଜି ଗ୍ଯାସ ସିଲିଣ୍ଡର ର ଦର କୁ ଅଚାନକ ବୃଦ୍ଧି କରି ଦେଇଥିଲେ । ଯାହା ସାଧାରଣ ଲୋକଙ୍କୁ ବଡ ଝଟକା ଦେଇଥିଲା । 19 କିଲୋ ର କମର୍ଷୀଆଲ ସିଲିଣ୍ଡର ପିଛା 7 ଟଙ୍କା ବୃଦ୍ଧି କରା ଯାଇଥିଲା । 

2- ITR ଦାଖଲ ନ କରିବା ପାଇଁ ପଡିବ ଜୋରିମାନା : ITR ଋଟର୍ନ ଦାଖଲ କରିବାର ଶେଷ ତାରିଖ ଗତ କାଲି ଅର୍ଥାତ ଜୁଲାଇ 31 ତାରିଖ ଥିଲା । ଅବଶ୍ୟ ଏହି ସମୟ ସୀମା ଟିକସଦାତା ମାନଙ୍କ ପାଇଁ ଯେଉଁ ମାନଙ୍କ ଆକାଉଣ୍ଟ କୁ ଅଡିଟ କରିବାକୁ ପଡିବ ନାହିଁ । ଏହି ସୁଯୋଗ ଆଜି ଠାରୁ ଶେଷ ହେବ । ITR ଦାଖଲ ପାଇଁ ଆପଣଙ୍କୁ ଜୋରିମାନା ଦେବାକୁ ହେବ । ତେବେ ବାର୍ଷିକ 5 ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ବିଳମ୍ବରେ ଟିକସ ଦେବା ପାଇଁ 1000 ଟଙ୍କା ଜୋରିମାନା ଦେବାକୁ ପଡିବ । ସେହିଭଳି 5 ଲକ୍ଷ ରୁ ଅଧିକ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ 5000 ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିପାରେ । ଯଦି ବର୍ଷ ଶେଷରେ କୌଣସି ବ୍ୟକ୍ତି ଟିକସ ହାରୁଛନ୍ତି ତେବେ ତାଙ୍କୁ ଏବେ 10 ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିପାରେ । 

3- ଆକ୍ସିସ ବ୍ଯାଙ୍କ କ୍ରେଡିଟ କାର୍ଡ ୟୁଜର୍ସଙ୍କୁ ଝଟକା : ଯଦି କୌଣସି ବ୍ୟକ୍ତି ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଝଟକା ଲାଗିପାରେ । ସୂଚନା ଅନୁଯାୟୀ ପ୍ୟାନ, କ୍ରେଡିଟ, କ୍ୟାସବ୍ୟାକ ଆଧାରରେ ପ୍ରୋଶ୍ଚାହନ ପଏଣ୍ଟ ହ୍ରାସ କରିବାକୁ ଯାଉଛି । ବର୍ତ୍ତମାନ ଏଥିରେ 1.5% କ୍ୟାସବ୍ୟାକ ଉପଲବ୍ଧ ରହିବ ।

ଆକ୍ସିସ ବ୍ଯାଙ୍କ ଫ୍ଲିପକାର୍ଡ ଆକ୍ସିସ ବ୍ଯାଙ୍କ କ୍ରେଡିଟ କାରୀ ଙ୍କ ପାଇଁ ଏହି ପରିବର୍ତ୍ତନ କରିବାକୁ ଯାଉଛି । ଯାହା ଅଗଷ୍ଟ 12 ତାରିଖରୁ କାର୍ଯ୍ୟକାରୀ ହେବ । ଆକ୍ସିସ ବ୍ଯାଙ୍କ କ୍ରେଡିଟ କାର୍ଡରେ ଫ୍ଲିପକାର୍ଡ ରୁ ସପିଙ୍ଗ କରିବା ପାଇଁ କମ କ୍ୟାସବ୍ୟାକ ମିଳିବ । ଏହା ସହ ଏପରି ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ପାଇଁ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିପାରେ ।