ଆଜିର ରାଶିଫଳ, 3 ସେପ୍ଟେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହି ଏହି ୫ଟି ରାଶି ଉପରେ, ହେବ ଧନପ୍ରାପ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନଟି ବହୁତ ଭଲ ରହିବ । ଯାତ୍ରା ସଫଳ ହେବ । କାର୍ଯ୍ୟ ସ୍ଥଳରେ ଖୁସି ଅନୁଭବ କରିବେ । ଆପଣ କିଛି ନୂତନ କାର୍ଯ୍ୟ କରିବାରେ ସଫଳ ହେବେ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖରେ କଟିବ । ଜୀବନ ସାଥୀଙ୍କ ପୂର୍ଣ ସହଯୋଗ ମିଳିବ । ଆପଣଙ୍କ ପାରିବାରିକ ସମ୍ପର୍କ ମଜବୁତ ହେବ । ଆପଣ ଆପଣଙ୍କ ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ । ଏଥିରେ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ ଏବଂ ସହଯୋଗୀଙ୍କର ମଧ୍ୟ ସହଯୋଗ ମିଳିବ । ନିଜ ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆଜି ଦିନଟି ଆପଣଙ୍କ ସପକ୍ଷରେ ଯିବ । ଅଫିସରେ ସମସ୍ତଙ୍କ ସହ ମିଳିମିଶି କାମ କରନ୍ତୁ ଆଗକୁ ବଢ଼ିବେ । ଆର୍ଥିକ ସ୍ଥିତି ଭଲ ରହିବ , କୌଣସି କାର୍ଯ୍ୟକୁ ସ୍ଥିରତା ସହ କଲେ ଆପଣଙ୍କୁ ଭଲ ଲାଭ ମିଳିବ । ଆପଣ ବୁଦ୍ଧିମାନ ଅଟନ୍ତି । ଯେଉଁ କାମକୁ ବୁଦ୍ଧିମାନରେ କରିବେ ସେଥିରେ ସଫଳ ହେବେ , ଯଦି ଚାକିରୀ କରିଛନ୍ତି ତା ଆପଣଙ୍କୁ ଉଚ୍ଚ ପଦ ପଦବୀ ମିଳିପାରେ ଯଦି ଆପଣ ବାହାନ , ଘର ଆଦି ନବାକୁ ଚାହୁଁ ଛନ୍ତି ତେବେ ଏଥିରେ ସଫଳ ହେବେ । ଶକାଳୁ ଉଠି ଇସ୍ତାଦେବଙ୍କୁ ପ୍ରଣାମ କରନ୍ତୁ ଦାମ୍ପତ୍ୟ ଜୀବନ ଖୁସିରେ ବିତିବ ।

ମିଥୁନ

ଆଜି ଦିନଟି ଆପଣଙ୍କର ଭଲରେ ବିତିବ । ଘରକୁ କେହିଆସିପାରନ୍ତି ତାଙ୍କ ପାଇଁ ଘରେ ଖୁସିର ବାତାବରଣ ରହିବ । ଆପଣଙ୍କର କୌଣସି ବଡ଼ ବ୍ୟକ୍ତିଙ୍କ ସହ ଦେଖା ହୋଇପାରେ ଯଦି ଧନ ନିବେଶ କରିବା ପାଇଁ ଚାହୁଁଛନ୍ତି ତେବେ ନିବେଶ ଭଲ ରହିବ ଯାହାଦ୍ୱାରା ଆର୍ଥିକ ଲାଭ ମିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଆପଣ ପ୍ରିଣ୍ଟିଂଗ ପ୍ରେସ, ଷ୍ଟେସନାରୀ, ଏଜୁକେସନ, ଫାଇନାନ୍ସ ଇତ୍ୟାଦି କ୍ଷେତ୍ରରେ ନିବେଶ ଭଲ ରହିବ । ହନୁମାନଙ୍କୁ ବେସନର ଲଡୁର ଭୋଗ ଲଗାନ୍ତୁ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ ।

କର୍କଟ

ଆଜି ଦିନ ଆପଣଙ୍କ ର ସାମାନ୍ୟ ରହିବ । ଛାତ୍ରଙ୍କ ପାଇଁ ମହତ୍ୱପୂର୍ଣ ଦିନ ରହିବ । ପରିବାରରେ ବିବାଦ ସୃଷ୍ଟି ହୋଇପାରେ । ଶାରୀରିକ ପରିଶ୍ରମ ତଥା ମାନସିକ ଭାବେ କରିଥିବା ପ୍ରୟାସରେ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ସବୁ ପ୍ରକାର ପ୍ରୟାସ କରନ୍ତୁ କିନ୍ତୁ ସମୟ ସୁବିଧା ଦେଖି କି ଏହା କରନ୍ତୁ ଲାଭରେ ରହିବେ । ଏହି ଦିନରେ କୌଣସି ନୂଆ କାର୍ଯ୍ୟ ବା ସାକ୍ଷାତ କାର ରଖନ୍ତୁ ନାହିଁ । ମାତା ପିତାଙ୍କ ସହଯୋଗ ମିଳିବ ନାହିଁ । ମୁଣ୍ଡରେ ଚନ୍ଦନ ଟୀକା ଲଗାନ୍ତୁ ସବୁ ବିପଦରୁ ମୁକ୍ତିପାଇବେ ।

ସିଂହ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଅଫିସରେ କାର୍ଯ୍ୟ କୁଶଳତା ଦେଖେଇବେ । ଯଦି କୌଣସି ବ୍ୟକ୍ତି ଆପଣଙ୍କର ଅଧିକ ପ୍ରଶଂସା କରନ୍ତି ତେବେ ସାବଧାନ ରହିବେ । ମାନସମାନ ପ୍ରତିଷ୍ଠା ମିଳିପାରେ । ପାରିବାରିକ ବିବାଦ ବା ଅନ୍ୟ କୌଣସି ବିବାଦ ସାମାନ୍ୟ ହୋଇପାରେ । ଆର୍ଥିକ ଚିନ୍ତା ରହିପାରେ ସଞ୍ଚୟ ରେ ବିଫଳ ହେବେ । କୌଣସି କାର୍ଯ୍ୟରେ ବାଧା ଉପୁଜିପାରେ । ସନ୍ତାନଙ୍କ ଚିନ୍ତା ବଢ଼ିପାରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ନଚେତ ଅସୁବିଧାରେ ପଡିବେ । ହନୁମାନ ଚାଳିସା ପାଠ କରନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା

ଆଜି ଆପଣଙ୍କ ଦିନଟି ବହୁତ ଭଲ ରହିବ । ପିଲା ମାନଙ୍କ ସହ ଅଧିକ ସମୟ ବିତାଇବେ ଏହାଫଳରେ ତାଙ୍କ ସହ ସମ୍ପର୍କ ଭଲ ରହିବ । ଛାତ୍ରମାନେ ପରିଶ୍ରମ କଲେ ଭଲ ଫଳ ପାଇବେ । କୌଣସି ପ୍ରତିଯୋଗିତାରେ ସଫଳ ହେବେ । ଶିକ୍ଷାକ୍ଷେତ୍ରରେ ଲାଭ ମିଳିବ । କୌଣସି ନୂତନ କାର୍ଯ୍ୟ କରନ୍ତୁ ନାହିଁ କ୍ଷତି ହୋଇପାରେ । ଆପଣ ଯଦି ରାଜନୀତି ରେ ଅଛନ୍ତି ତ ସେଥିରେ ଲାଭ ମିଳିବ । ହନୁମାନ ମନ୍ଦିରରେ ସିନ୍ଦୁର ଚଢାନ୍ତୁ ଜୀବଷଠୀଙ୍କ ସହ ସମ୍ପର୍କ ଭଲ ରହିବ ।

ତୁଳା

ଆଜି ଦିନଟି ଆପଣଙ୍କର ଠିକ ଠାକ ରହିବ । ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ ଦିନଟି ଭଲରେ କଟିବ । ପରିବାରରେ ସ୍ଥିତି ଭଲ ରହିବ । ପରିବାରର ସହଯୋଗ ମିଳିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳ ହେବେ । କୌଣସି ନୂଆ କାମ ତଥା କାମକୁ ବଢ଼େଇବାକୁ ଚାହୁଁଛନ୍ତି ତ ଏଥିରେ ଲାଭ ମିଳିବ । ବ୍ୟବସାୟ ରେ ଉର୍ଣ୍ଣତି ହେବ । ଆର୍ଥିକ ସ୍ଥିତି ଭଲ ରହିବ । ମାଙ୍କଡକୁ କଦଳୀ ଖାଆଇବାକୁ ଦିଅନ୍ତୁ ସବୁ ସମସ୍ୟା ଦୂର ହେବ ।

ବିଚ୍ଛା

ଆପଣଙ୍କୁ ଆଜି ପରିଶ୍ରମର ଭଲ ଫଳ ମିଳିବ । ଏହି ରାଶିର ବିଲଡର ଙ୍କୁ ଭଲ ଫାଇଦା ମିଳିବ । ଘର ପରିବାରରେ ନିଜ ଭିତରେ ସାମଞ୍ଜସ୍ୟ ରଖିବାଦ୍ୱାରା ପିଲମାନଙ୍କର ବିକାଶ ଘଟିବା ସହ ଘର ଗୃହସ୍ଥୀରେ ଉର୍ଣ୍ଣତି ହେବାର ଭଲ ଅବସର ମିଳିବ । ଆପଣ ବହୁତ ସାହାସି ଓ ପରାକ୍ରମୀ ବ୍ୟକ୍ତି ଅଟନ୍ତି । ରାଗ କିମ୍ବା ଅବିଚାରରେ କୌଣସି କାର୍ଯ୍ୟ କଲେ ଏଥିରେ ବିଫଳ ହେବେ । ସୁର୍ଯ୍ୟ ଦେବଙ୍କୁ ଜଳ ଅରପଣ କରନ୍ତୁ ସବୁ ସମସ୍ୟା ଦୂର ହେବ ।

ଧନୁ

ଆଜି ଆପଣଙ୍କ ଦିନ ଭଲରେ ଯିବ । ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ । ବ୍ୟବସାୟରେ ବହୁତ ଲୋକଙ୍କ ସହ ପରିଚିତ ହେବେ , ମାତା ପିତାଙ୍କ ଆଶୀର୍ବାଦ ମିଳିବ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତିକୂଳ ରହିପାରେ । ପିତାଙ୍କ ସହ ସମ୍ପର୍କ ଭଲ ରହିବ ତଥା ତାଙ୍କର ଶହଯୋଗ ମିଳିବ । କାର୍ଯ୍ୟ ବ୍ୟବସାୟରେ ନୂଆ ଯୋଜନା କରିବେ ଓ ସେଥିରେ ସମୟ ଅନୁସାରେ ସଫଳତା ପାଇବେ । ଆପଣଙ୍କର ଘର ବାହାରେ ଗୋଟିଏ ମାଟିପାତ୍ରରେ ପକ୍ଷୀମାନଙ୍କ ପାଇଁ ପାଣି ରଖନ୍ତୁ ସବୁ ସମସ୍ୟାରୁ ରକ୍ଷା ପାଇବେ ।

ମକର

ଆଜି ଆପଣ ମିତ୍ରଙ୍କ ସହ ବୁଲିବାକୁ ଯାଇପରନ୍ତି । ଆପଣଙ୍କ ଜୀବନ ସାଥୀଙ୍କ ଠାରୁ କିଛି ଶୁଖଦ ଖବର ପାଇବେ । ଘର ପରିବାର ଭାଇ ବନ୍ଧୁ କୁଟୁମ୍ବଙ୍କ ସହଯୋଗ ମିଳିବ ଆପଣ ସମୟ ଓ ପରିସ୍ଥିତି କୁ ନେଇ ନିଜ ନିଜ ଭିତରେ ସମ୍ପର୍କ ଭଲ ରଖନ୍ତୁ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବ । ଯଦି କୌଣସି କାର୍ଯ୍ୟକୁ ନେଇ ବିଦେଶ ଯିବେ ତେବେ ସେଥିରେ ଲାଭ ପାଇବେ । ମନ୍ଦିରରେ କିଛି ସମୟ ବିତାନ୍ତୁ ନକରାତ୍ମକ ମାନଭାଵ ଦୂର ହେବ ।

କୁମ୍ଭ

ଆଜି ଦିନଟି ଭଲରେ ଯିବ । ଆପଣଙ୍କର ଅୟକିଥିବା କାର୍ଯ୍ୟ ପୁରା ହୋଇଯିବ । ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ ।ଆପଣ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଆପଣ ସବୁ କାର୍ଯ୍ୟ ବୁଝିବିଚାରି କରନ୍ତି । ଏଥିପାଇଁ ସବୁ କାର୍ଯ୍ୟରେ ସଫଳତା ପାଆନ୍ତି । ଆପଣ କୌଣସି ଯୋଜନାକୁ କରିବା ପାଇଁ ପରିବାରର ସହଯୋଗ ପାଇବେ । ଧନ ସମ୍ପତି ପାଇଁ କ୍ଷରିଥିବା ପ୍ରୟାସରେ ବିଫଳ ହେବେ । ମନ୍ଦିରରେ ଅତର ଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ ।

ମୀନ

ଆଜି ଆପଣ କିଛି ନୂଆ ଜିନିସ ଶିଖିବେ । ଏହି ରାଶିର ଓକିଲଙ୍କ ପାଇଁ ଦିନଟି ଭଲ ରହିବ । ସନ୍ତାନଙ୍କ ପାଠ ପଢାକୁ ନେଇ ମନ ଖୁସି ରହିବ । ଆପଣଙ୍କୁ ଭୌତିକ ଶୁଖ ଶୁବିଧା ମିଳିବ । କିଛି ନୂଆ କାର୍ଯ୍ୟ କରିବାକୁ ଅବସର ମିଳିବ ତଥା କୌଣସି ପ୍ରତିଷ୍ଠିତ ଲୋକମାନଙ୍କ ସହ ଦେଖା ହୋଇପାରେ । କୌଣସି କାର୍ଯ୍ୟକୁ ନେଇ ମାନସିକ ଚିନ୍ତା ବଢ଼ିପାରେ ଯଦି ବୁଝି ବିଚାରି କାମ କରନ୍ତି ତେବେ କାର୍ଯ୍ୟରେ ସଫଳତା ପାଇବେ । କେଶରୀ ରଙ୍ଗର ବସ୍ତ୍ର ଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।