ଭାରତୀୟ ସେନା ଚୀନ ଅଧୀନରେ ଥିବା ସ୍ଥାନକୁ କରିଲା ନିଜର, ତାପରେ ଚୀନ…

ବର୍ତ୍ତମାନ ସମୟରେ ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଭାରତୀୟ ସେନା ଚୀନର ସେନାକୁ ପଛକୁ ଘୌଡାଇ ଚୀନ କବଜା କରି ବସି ଥିବା ଅଞ୍ଚଳକୁ ନିଜ ଅଧୀନରେ କରି ନେଇଛି । ଏହି ସ୍ଥାନଟି ବହୁତ ମହତ୍ଵପୂର୍ଣ ସ୍ଥାନ ଥିଲା । କାରଣ ଯଦି କାଲି ଚୀନ ଓ ଭାରତ ମଧ୍ୟରେ ଯୁଧ୍ୟର ପରିସ୍ଥିତି ଦେଖା ଦେଉଛି ତେବେ ଭାରତୀୟ ସେନାକୁ ଏହା ଦ୍ଵାରା ବହୁତ ସୁବିଧା ମିଳିବ ।

ଏହା ସହିତ ଭାରତ ଚୀନ ଉପରେ ବହୁତ ଭାରି ବି ପଡିବ । ଏହାକୁ ଦେଖି ଚୀନ ବହୁତ ଭୟଭୀତ ହୋଇ ଯାଇଛି ଓ ଏହା ପରେ ଚୀନ ଭାରତ ବିରୁଦ୍ଧରେ ନିଜର ଲାଇଟ ଟ୍ୟାଙ୍କ ସେହି ସ୍ଥାନରେ ରଖି ଦେଇଛି । ଏମିତିରେ ଭାରତୀୟ ସେନା ବି ଚୀନକୁ ଜବାବ ଦେଇ ଚୀନର ଟ୍ୟାଙ୍କ ଠାରୁ ଦୁଇ ଗୁଣା ଶକ୍ତିଶାଳୀ ଟି – ୯୦ ଭୀଷ୍ମ ଟ୍ୟାଙ୍କ ଗୁଡିକୁ ଚୀନ ବିରୁଦ୍ଧରେ ସୀମା ପାଖରେ ରଖି ଦେଇଛି । ଯଦି ଚୀନ କୌଣସି ବି ପ୍ରକାରର ପଦକ୍ଷେପ ନେଉଛି ତେବେ ଭାରତ ବି ଚୀନକୁ ଉଚିତ ଶିକ୍ଷା ଦେଇ ପାରିବ ।

କହିବାକୁ ଗଲେ ପାଂଗୋଂଗ ତ୍ସୋ ଅଞ୍ଚଲରେ ଭାରତ ଓ ଚୀନର ସେନା ଲଗାତର ମୁହାଁମୁହିଁ ହୁଅନ୍ତି । ସେଠି ଏକ ବହୁତ ଭଲ ଅଞ୍ଚଳ ଅଛି । ଯାହାକୁ Blacktop କୁହାଯାଏ । ଏହା ଏକ ଖୋଲା ପଡିଆ ଅଟେ । ଦୂର ଦୂର ପର୍ଯ୍ୟନ୍ତ କିଛି ବି ନାହିଁ । ଜନଶୂନ୍ୟ ଅଞ୍ଚଳ ଅଟେ ଓ ସେଠି ଏକ ବହୁତ ବଡ ଟାୱାର ଛିଡା ହୋଇଛି । ପ୍ରଥମେ ଏହି ଟାୱାର ଉପରେ ଚିନୀ ସେନାଙ୍କ କବଜା ଥିଲା । ଏହି ସ୍ଥାନରୁ ଚୀନ ସେନା ଭାରତର ସମସ୍ତ ଗତିବିଧି ଉପରେ ନଜର ରଖି ପାରୁ ଥିଲେ ।

ଏହା ସହିତ ଭବିଷ୍ୟତରରେ ଭାରତ ସମସ୍ତ ଗତିବିଧି ଉପରେ ଅଧିକ ଭଲ ଭାବରେ ନଜର ରଖିବା ପାଇଁ ଚୀନ ସେନା ବହୁତ High Equipment ବି ରଖି ସାରିଥିଲା । ଏହା ସହିତ ଏଡଭାନ୍ସ କ୍ୟାମେରା ବି ରଖି ସାରିଥିଲା । କିନ୍ତୁ ଚୀନ ସେନା କେବଳ ନିଜର Equipment ରଖିଥିଲା ସେମାନେ ନିଜ ସେହି ସ୍ଥାନରେ ଉପସ୍ଥିତ ନ ଥିଲେ । ଏମିତିରେ ଭାରତୀୟ ସେନାକୁ ଖବର ମିଳିଲା କି ଚୀନ ସେନା Blacktop ଅଞ୍ଚଳକୁ ନିଜ ଅଧୀନରେ ନେବାକୁ ଚାହୁଁଛି ।

ପ୍ରଥମେ ସେମାନେ କେବଳ ପେଟ୍ରୋଲିଙ୍ଗ କରୁଥିଲେ । କିନ୍ତୁ ଚୀନ Blacktop ଅଞ୍ଚଳକୁ ନିଜ ଅଧୀନର ନେବା ପୂର୍ବରୁ ଭାରତୀୟ ସେନା ସେହି ଅଞ୍ଚଳକୁ ନିଜ ଅଧୀନରେ ନେଇ ଯାଇଛି ଓ ଚୀନର ସମସ୍ତ Equipmentକୁ ବି କବଜା କରି ନେଇଛନ୍ତି । ଏହି ଘଟଣା ପରେ ଚୀନ ନିଜର ଲାଇଟ ଟ୍ୟାଙ୍କ ସେହି ସ୍ଥାନରେ ରଖିଲା ତେବେ ଭାରତ ବି ଏହାର ଜବାବ ଦେଇ ନିଜର ଟ୍ୟାଙ୍କକୁ ସେହି ସ୍ଥାନରେ ରଖି ସାରିଛି ।

ଏମିତିରେ କୁହାଯାଉଛି କି ଭାରତର ଏହା ଏକ ବଡ କାର୍ଯ୍ୟାନୁଷ୍ଠାନ ଅଟେ ଓ ଏହି ପଦକ୍ଷେପ ପରେ ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିପାରେ । କହିବାକୁ ଗଲେ ଭାରତକୁ ସବୁବେଳେ ଏହିଭଳି ହିଁ କିଛି ପଦକ୍ଷେପ ନେବା ଉଚିତ ତେବେ ଯାଇ ଚୀନ ଭୟଭୀତ ହେବ ।

ଏମିତିରେ ଭାରତର ଏହି ପଦକ୍ଷପ ବିଷୟରେ ଜାଣିବା ପରେ ଆପଣଙ୍କ ରାୟ କଣ, ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ ।