ଆଜିର ରାଶିଫଳ 24 ଅଗଷ୍ଟ 2019, ଶନିବାର, ଶନି ଦେବ ଙ୍କ କୃପାରୁ ଏହି ୪ଟି ରାଶିର ଭାଗ୍ୟ ଖୋଲିବ

ମେଷ:-

ପାରିବାରିକ କ୍ଷେତ୍ରରେ ନିଜର କ୍ରୋଧକୁ ଦମନକଲେ ହସଖୁସିର ବାତାବରଣ ଦେଖାଦେବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ବାଦବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।  ରାଜନୀତିରେ ପ୍ରଶଂସିତ ହେବେ ।  ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ସନ୍ତାନଙ୍କ ସୁଫଳ ଆଶାରେ ଉଲ୍ଲସିତ ହେବେ । ଧାର୍ମିକ କ୍ଷେତ୍ରରେ ନିୟୋଜିତ ହୋଇ ଅର୍ଥ ବ୍ୟୟ କରିବେ ।  ପ୍ରତିକାର- ଅସହାୟକୁ ଖାଇବାକୁ ଦିଅନ୍ତୁ ।

ବୃଷ:-

ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିହେବେ । ରାଜନୀତି କ୍ଷେତ୍ରରେ ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ଦୂର ହେବ । କୌଣସି ତିର୍ଥସ୍ଥାନକୁ ଗମନ କରିବା ପାଇଁ ଇଛୁକ ହେବେ । ନିଜର ର୍ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ । ସାମାଜିକ ପତିଆରା ଅମଳିନ ରହିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି କରିଲେ ଭଲ ହେବ ନଚେତ୍‌ ବିପଦରେ ପଡ଼ିବେ ।  ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:-

ସନ୍ତାନ-ସନ୍ତତିଙ୍କ ତରଫରୁ ଚିନ୍ତା ଦୂର ହେବ ଓ ଶୁଭସମାଚାର ଶୁଣିବାକୁ ମିଳିବ । କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବେ । ଆୟ ଉପାର୍ଜନ ଉତ୍ତମ ଧରଣର ହେବ । ପ୍ରତିଯୋଗୀ ପରୀକ୍ଷା, ବିଭାଗୀୟ ପରୀକ୍ଷା ଓ ସାକ୍ଷାତ୍କାରରେ ମନରେ ସନ୍ତୋଷ ଦେଖାଦେବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂର୍ତ୍ତି ନିମନ୍ତେ ସାମାନ୍ୟ ପରିଶ୍ରମ କରିବାକୁ ପଡ଼ିବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ମହିଳାମାନେ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

କର୍କଟ:-

ପାରିବାରିକକ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା, ଖେଳ, କୁଦ, ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବା ଫଳରେ ପ୍ରଶଂସିତ ହେବେ ।  ରାଜନୀତିରେ କୃତକାର୍ଯ୍ୟ ହେବେ ।  ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ ।   ବୃତ୍ତିଗତ ଦୃଷ୍ଟିରୁ ସବୁଦିଗରୁ ସୁରକ୍ଷିତ ରହିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ ।  ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ।  ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ସିଂହ:-

ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦ ଅନୁଭବ କରିବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ବାଦବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ବିଦେଶ ଯାତ୍ରାରେ ଲାଭ ପାଇବେ । ମହିଳାମାନେ ପତୀବ୍ରତା ଓ ବନ୍ଧୁମାନଙ୍କ ହିତୈଷିଣୀ ହେବେ ଓ ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-

ବୃତ୍ତିଗତ ଦୃଷ୍ଟିରୁ ଆୟରସ୍ରୋତ ବୃଦ୍ଧିହେବ ଓ ଆର୍ଥିକ ଦିଗରୁ ସୁରକ୍ଷିତ ରହିବେ । ଶର୍ଦ୍ଦି ଓ ପିତ୍ତ ଦୋଷ ରୋଗରୁ ମୁକ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ । ପାରିବାରିକ ସ୍ତରରେ ସ୍ୱାର୍ଥ ପ୍ରବୃତ୍ତିର ଅଧିନ ହୋଇ ସମ୍ପର୍କର ମଧୁର ସ୍ଵାଦପାଇ ସନ୍ତୋଷ ଦେଖାଦେବ । ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଠିକ୍‌ ଫଳ ପାଇବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର ବର୍ଜନ କରନ୍ତୁ । ପରୀକ୍ଷାରେ ଯଥାର୍ଥ ଉତ୍ତର ଲେଖିବା ପାଇଁ ଭୁଲିଯିବେ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ମାନସିକ ଅସ୍ଥିରତା ଦୂର ହେବ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ । କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇ ହସଖୁସିରେ ସମୟ ବିତାଇବେ । ଆର୍ଥିକ ଦିଗରୁ ସୁବିଧା ସହଯୋଗ ମିଳିବ । ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ ।  ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ ।

ବିଚ୍ଛା:-

ଯୁବକ ଯୁବତୀମାନେ ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କୃଷିଜୀବିମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ ।  କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର ଝଡ଼ ଦୂର ହୋଇଯିବ । ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ଶୁଭକାର୍ଯ୍ୟ ସମ୍ପାଦନ କରିବେ । ବିଦ୍ୟାର୍ଥୀମାନେ ପରିଶ୍ରମ କରି ପରିଶ୍ରମର ମୂଲ୍ୟ ପାଇବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-

ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ । କୃଷିଜୀବିମାନେ ଧାର୍ମିକ କାର୍ଯ୍ୟରେ ଲିପ୍ତ ଥିବାରୁ ସମସ୍ତ କ୍ଷେତ୍ରରେ ରକ୍ଷା ପାଇବେ । ପାରିବାରିକକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସନ୍ତାନ-ସନ୍ତତିଙ୍କ ଦିଗରୁ ସୁସମ୍ବାଦ ପାଇ ଆନନ୍ଦିତ ହେବେ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଅନିଶ୍ଚିତ ଆୟ ଉପାର୍ଜ୍ଜନ କରିବେ ଓ ଅଭାବ ଅନାଟନ ଦୂରେଇ ଯିବ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ଘରୋଇ କର୍ମଚାରୀମାନେ ବିବାଦୀୟ ଦୁଃସ୍ଥିତିରେ ଜଡ଼ିତ ହୋଇପାରନ୍ତି ।  ପ୍ରତିକାର-ବିଦ୍ୟାର୍ଥୀକୁ ସାହାଯ୍ୟ କରନ୍ତୁ ।

ମକର:-

ଅଧିକ ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ । ମହିଳାମାନେ ସତ୍‌ କାର୍ଯ୍ୟରେ ଲିପ୍ତ ହେବେ ଓ ସମ୍ମାନିତା ମଧ୍ୟ ହେବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହୋଇ ପାରେ । ଛାତ୍ରଛାତ୍ରୀମାନେ ବିଦ୍ୟାରତ ହେବେ । ରାଜନୀତି କ୍ଷେତ୍ରରେ ମତାମତ ସଂଗ୍ରହ କରିବେ ଓ ପଦୋନ୍ନତି ହେବାର ସମ୍ଭାବନା ଅଛି । ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ବ୍ୟୟ ପ୍ରଚୁର ହେବ । ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ।  ପ୍ରତିକାର- ଭୋକିଲା ଲୋକକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-

ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ । ସ୍ୱର୍ଣ୍ଣାଦି ଧାତୁ ଦ୍ରବ୍ୟ ବ୍ୟବସାୟରେ ମାଲିକମାନଙ୍କର ମନତୃପ୍ତ କରାଇବେ । ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ । ମହିଳାମାନେ ପରିବାର ମଧ୍ୟରେ ବାତ୍ସଲ୍ୟ ମମତାରେ ଆବଦ୍ଧ ରହିବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ ।  ବିଦେଶ ଯାତ୍ରାରେ ଲାଭବାନ ହେବେ ।  ଆର୍ଥିକ ଦିଗରୁ ସୁବିଧା, ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରେମିକ ପ୍ରେମିକା ମାନଙ୍କର ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ ।  ପ୍ରତିକାର-ବିଦ୍ୟାର୍ଥୀକୁ ସାହାଯ୍ୟ କରନ୍ତୁ ।

ମୀନ:-

କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ନିଜସ୍ଵାର୍ଥ ପାଇଁ ଠିକିଲେ ଶିଖିବା ସ୍ଵଭାବ ପ୍ରକାଶ ପାଇବ ଓ ପ୍ରତିଦ୍ଵନ୍ଦିତା ସହ ଆୟ ବଢିବ । କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବା ସହ ଅଶାନ୍ତିର ଝଡ ଶାନ୍ତ ହେବ ।   ମହିଳାମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି, ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ଅର୍ଥ ସଂପର୍କିତ  ଚୁକ୍ତିପତ୍ର କଲେ ଲାଭବାନ ହେବେ । ଘରଠୁ କର୍ମକ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ ।  ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।