ଆଜିର ରାଶିଫଳ 23 ଅଗଷ୍ଟ 2019, ଶୁକ୍ରବାର, ମହାଦେବ ଙ୍କ କୃପାରୁ ଏହି ୪ଟି ରାଶିର ସବୁ କାର୍ଯ୍ୟ ସଫଳ ହେବ

ମେଷ:-

ଋଣରୁ ମୁକ୍ତି ହେବାପାଇଁ ଯୋଜନା କରିବେ । ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବ । ମହିଳାମାନେ ସନ୍ତାନ-ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ପାରିବାରିକ ସ୍ଥିତିରେ ସୁଦୃଢ ହେବ ଓ ସୁବିଧା ସୁଯୋଗ ପାଇ ଖୁସିହେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ । ଧର୍ମକ୍ଷେତ୍ରରେ ଲିପ୍ତ ରହିବେ । ଶତ୍ରୁବାଧା ଦୂରେଇ ଯିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ । କର୍ମମୁଖରତା ଯୋଗେ ବିଚ୍ଛିନ୍ନ ହୋଇ ପଡ଼ିବା ଅସମ୍ଭବ ନୁହେଁ ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ସ୍ଵାସ୍ଥ୍ୟରେ ଉନ୍ନତି ସହ ଆୟ ମଧ୍ୟ ଉତ୍ତମ ହେବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ସାମାଜିକ ପତିଆରା ଅମଳିନ ରହିବା ସହ କିଛି ଅର୍ଥ ଧାର୍ମିକ କ୍ଷେତ୍ରରେ ଦାନ କରିବାକୁ ବାଧ୍ୟ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ମାନସିକ ବିଷାଦ, ଦାମ୍ପତ୍ୟକଳହ, ଭୟ ଆଶଙ୍କା ଦୂରେଇ ଯିବ । ପାରିବାରିକକ୍ଷେତ୍ରରେ ସ୍ନେହ ସଦ୍ଭାବ ବିରାଜମାନ କରିବ । ମହିଳାମାନଙ୍କ ମାନସିକ ସ୍ଥିତି ଭଲ ରହିବ ଓ ଧୈର୍ଯ୍ୟ ସହନ ଶୀଳତା କାଏମ ରହିବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ ।  ପ୍ରତିକାର- ଅସହାୟକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:-

ଦାମ୍ପତ୍ୟ କଳହ ଦୂର ହେବ । ମନ ଓ ଶରୀର ଭଲ ରହିବ । ଛାତ୍ର ଛାତ୍ରୀମାନଙ୍କର ପଢ଼ାପଡ଼ିରେ ମନ ଲାଗିବା ହେତୁ ସଠିକ୍‌ ଉତ୍ତର ଲେଖିପାରିବେ । ଘରୋଇ କର୍ମଚାରୀଙ୍କ ନିଜଲୋକମାନେ ସାହାଯ୍ୟ ସହଯୋଗ କରିବେ । ପାରିବାରିକକ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦୂରେଇଯାଇ ସହନ ଶୀଳତା କାଏମ ରହିବ । ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତା କରି ଖୁସି ରହିବେ । ଯୁବକ ଯୁବତୀମାନଙ୍କର ଆୟ ଉପାର୍ଜନରେ ବାଧା ସୃଷ୍ଟି ହେବନାହିଁ । ପ୍ରେମିକ ପ୍ରେମିକା ମାନଙ୍କର  ହତାଶାଭାବ ଦୂରହେବ । ତିର୍ଥସ୍ଥାନକୁ ଯାତ୍ରା କରି ଉଦରପୀଡ଼ା, ରକ୍ତଚାପ ରୋଗରୁ ମୁକ୍ତି ପାଇ ପାରନ୍ତି ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ଯେଉଁକାର୍ଯ୍ୟ କରିବେ ସେ କାର୍ଯ୍ୟରେ ଯଶଲାଭ ହେବ କିନ୍ତୁ ଚିନ୍ତାଧାରା ପୂର୍ଣ୍ଣମାତ୍ରାରେ ଘାରି ରହିବ । ନୂତନ ଗୃହାଦି ନିର୍ମାଣ ବା ନୂତନ ଦ୍ରବ୍ୟାଦି ଲାଭ ହେବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବାର ସମ୍ଭାବନା ଅଛି । ପାରିବାରିକ କ୍ଷେତ୍ରରେ ସମସ୍ତ ବିବାଦ ମେଣ୍ଟିଯିବ । ଚାକିରୀରେ ସମ୍ମାନ ମିଳିବା ହେତୁ ସନ୍ତୁଷ୍ଟ ରହିବେ । ଛାତ୍ରଛାତ୍ରୀମାନେ ଧୈର୍ଯ୍ୟଶୀଳ ହେବେ । ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ । ଯୁବକ ଯୁବତୀମାନଙ୍କର କର୍ମକ୍ଷେତ୍ରରେ ସମ୍ମାନ ଓ ସନ୍ତୋଷ ସୃଷ୍ଟି ହେବ । ପ୍ରେମିକ ପ୍ରେମିକା ମାନଙ୍କର ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ ।   ପ୍ରତିକାର-କାହାରିଠାରୁ ମାଗଣା ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

ସିଂହ:-

ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ବ୍ୟବସାୟରେ ପରିଶ୍ରମ କଲେ ନିଶ୍ଚୟ ଲାଭ ହେବ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ । ଶତ୍ରୁ ନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀହେବେ । ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ । ରାଜନୀତି କ୍ଷେତ୍ରରେ ସାବଧାନରେ ଚଳିବା ଦରକାର ନତୁବା ପ୍ରତ୍ୟେକ କ୍ଷେତ୍ରରେ ପରିହାସ ମୂଳକ ହେବେ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-

ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ରାଜନୀତି କ୍ଷେତ୍ରରେ ସ୍ଵାର୍ଥକୁ କେନ୍ଦ୍ରକରି ସବୁଥିରେ ପଶିବାର ସୁଯୋଗ  ପାଇବେ । ମହିଳାମାନଙ୍କର ଦାମ୍ପତ୍ୟ କଳହ ମେଣ୍ଟିଯିବ, ମାନସିକ ଶାନ୍ତିମିଳିବ, ପଶୁ ସମ୍ପଦପ୍ରାପ୍ତିହେବ, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ଯୁବକ ଯୁବତୀମାନଙ୍କର ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତିରେ ବୃଦ୍ଧି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ ।  କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ମହିଳା ମାନେ କର୍ମକ୍ଷେତ୍ରରେ ଉନ୍ନତି  କରିବା ସହ ଉପରିସ୍ଥ  ଅଧିକାରୀଙ୍କର କୃପା ଲାଭ କରିବେ ।  ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଘରୋଇ କର୍ମଚାରୀମାନେ ବ୍ୟବସାୟରେ ପ୍ରସାର ପ୍ରଚାର କରି ବଢ଼ାଇବାକୁ ମନ ବଳାଇ ଦକ୍ଷତା ଅର୍ଜନ କରିବେ ।  ପ୍ରତିକାର- ଅସହାୟକୁ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ଲାଭବାନ ହେବେ । ଧନଲାଭ କରିବାର ଆଶା ଦେଖାଯାଏ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । ମହିଳାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ମାଲିମୋକଦ୍ଦମା, ସାକ୍ଷାତକାରରେ ଜୟଲାଭ ହେବ । ଦାମ୍ପତ୍ୟ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ଚାକିରୀକ୍ଷେତ୍ରରେ ସରକାରୀ ଚାପ ପଡିଲେ ମଧ୍ୟ ସଫଳତା ମିଳିବ । ସ୍ୱାସ୍ଥ୍ୟ ସଙ୍କଟ ଦୂରେଇଯିବ ଓ ଧନ ସମ୍ପତିରେ ଘର ହସି ଉଠିବ ।  ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

ଧନୁ:-

ଚାକିରୀକ୍ଷେତ୍ରରେ ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ସମ୍ମାନିତ ଓ ଜୟଯୁକ୍ତ ହେବେ । ପାରିବାରିକ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବେ । କିଣାବିକା ବ୍ୟବସାୟରେ ଲାଭ ହେବ କିନ୍ତୁ କୌଣସି ଟିକସ ଯୋଗୁ ଅସୁବିଧାରେ ପଡିପାରନ୍ତି । ମହିଳାମାନେ ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ କିନ୍ତୁ ଧୈର୍ଯ୍ୟଧରି ବାଣିଜ୍ୟ ନକଲେ ହତାଶ ହୋଇ ମୁଣ୍ଡରେ ହାତଦେଇ ବସିବେ । କୌଣସି ହିଂସ୍ରଜନ୍ତୁଙ୍କ ଦ୍ଵାରା ଆଘାତ ବା ମାନମର୍ଯ୍ୟାଦା ଉପରେ ଆଘାତ ଉପସ୍ଥିତ ହୋଇପାରେ । ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ । ବନ୍ଧୁବାନ୍ଧବଙ୍କ ମଧ୍ୟରେ କଳହ ଓ ମନାନ୍ତର ଦୂରେଇ ଯିବ । ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା । ବ୍ୟବସାୟରେ ଦୃଢ଼ ପ୍ରତିଜ୍ଞାରେ ଆବଦ୍ଧ ରହି କେତେକ ସ୍ଥଳରେ ଲାଭବାନ ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ ।   ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ ଓ ବକେୟା ଅର୍ଥ କିଛି ଆଦାୟ ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ  ସଦ୍ଭାବ ଦେଖାଦେବ । ମହିଳାମାନେ ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ଶତୃମାନେ ମଥାନତ କରିବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ଛାତ୍ରଛାତ୍ରୀମାନେ ସାଙ୍ଗମେଳ ହୋଇ ମୌଜ ମଜଲିଶ୍ ରେ ବ୍ୟସ୍ତ ରହିବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ।  ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମୀନ:-

କର୍ମକ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ । ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ-ସନ୍ତୋଷରେ କଟିବ । ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । ଦୂରସ୍ଥାନକୁ ଯାତ୍ରା କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ । ପରିବହନ ଓ ପାର୍ଟନରସିପ ବ୍ୟବସାୟରେ ଲାଭ ଅପରି ବର୍ତିତ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ । ମହିଳାମାନେ ଉତ୍ତମ ବୁଝାମୁଣାରେ ଗତିକରି ଅଦୃତି ଓ ଶ୍ରଦ୍ଧାର ଅଧିକାରିଣୀ ହେବେ ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।