ଆଜିର ରାଶିଫଳ 22 ଏପ୍ରିଲ 2019, ସୋମବାର – ମହାଦେବ ଙ୍କ ଅଶେଷ କୃପା ରହିବ ଏହି ୪ଟି ରାଶି ଉପରେ

ମେଷ :-

ଆପଣ ଯେତେବେଳେ ନିଜର ସମ୍ପର୍କିୟ ଲୋକ ସହ ଆଳାପ ଆଲୋଚନା କରୁଛନ୍ତି ନିଜର ଭାଷା ପ୍ରତି ସଂଯତ କରନ୍ତୁ । କିଛି କହିବା ପୂର୍ବରୁ ବିଶେଷ ଧ୍ୟାନ ଦିଅନ୍ତୁ । କେବଳ ଆପଣଙ୍କର ସାବଧାନତା ହିଁ ଆପଣଙ୍କୁ ବିପଦରୁ ଦୂରେଇ ରଖିବେ । ବନ୍ଧୁ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତକରି ଆପଣ ଆନନ୍ଦ ଅନୁଭବ କରିବେ । ଆର୍ଥିକ ଯୋଜନାରେ ଆପଣଙ୍କୁ ଟିକେ ଅସୁବିଧା ହୋଇପାରେ, କିନ୍ତୁ । ଶେଷରେ ଫାଇଦା ହେବ । ଚାକିରି-ବ୍ୟାପାରରେ ଅନୁକୂଳ ବାତାବରଣ ରହିବ ଏବଂ ସାଥିମାନଙ୍କର ସହଯୋଗ ମିଳିବ | ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ତରଫରୁ ଗିଫ୍ଟ ମିଳିପାରେ ଏବଂ ଆପଣ ତାଙ୍କ ସହିତ ସମ୍ପୂର୍ଣ୍ଣ ଦିନ ଖୁସିରେ ବିତାଇ ପାରିବେ । ଯାତ୍ରା, ସୁନ୍ଦର ଭୋଜନ ଏବଂ ପ୍ରିୟଜନମାନଙ୍କ ସହିତ ଆପଣ ରୋମାଞ୍ଚିତ ରହିବେ । ଗୃହସ୍ଥଜୀବନରେ ମଧୁରତା ଆସିବପ୍ରତିକାର :- ଷଣ୍ଢକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ

ବୃଷ:–

ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ , କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ । ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ । ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ । ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ |ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ । ପ୍ରତିକାର :- ପ୍ରତିକାର :- ବିଧବାଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ:–

ବିଶେଷ ଭ୍ରମଣ କରିବା ସୁଯୋଗ ଆସିପାରେ । ନିଜ କାର୍ଯ୍ୟ ଜନିତ ଭ୍ରମଣ ହୋଇପାରେ , ପାସପୋର୍ଟ ଯୋଗାଡ କରି ରଖନ୍ତୁ । ଆପଣଙ୍କର ସମସ୍ତ କାଗଜପତ୍ର ଠିକ ରହିଛିକି ନାହିଁ , ଯାଞ୍ଚ କରନ୍ତୁ । କାମର ବୋଝ ଅଧିକ ହୋଇପାରେ । ନୂଆ କାମର ପ୍ରାରମ୍ଭ କରନ୍ତୁ ନାହିଁ । ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ । ମନ ଅସ୍ଥିର ଏବଂ ବ୍ୟଗ୍ର ରହିବଲମ୍ବା ସମୟ ଧରି ଅମୀମାଂସିତ ହୋଇରହିଥିବା କୌଣସି ଆଇନଗତ ସମସ୍ୟା ଆଜି ଆପଣଙ୍କ ସପକ୍ଷରେ ଯିବ । ଏ ସମସ୍ୟା ଆପଣଙ୍କୁ ବହୁତ ହଇରାଣ କରୁଥିଲା । ଏବେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଜୀବନଧାରା ସ୍ୱାଭାବିକ ରୂପେ ଚ଼ାଲିବ । ପ୍ରତିକାର : ଶିବଦର୍ଶନ କରି ପାଦୁକ ସେବନ କରନ୍ତୁ ।

କର୍କଟ :–

ଯେକୌଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈର୍ଯ଼୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧରେ ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ ସମସ୍ୟାରୁ ନିଶ୍ଚିତ କିଛି ଶିଖିବେ । ଆଜି ଆପଣଙ୍କ ସ୍ଵଭାବରେ ଅଧିକ ଭାବୁକତା ରହିବ । ଭଲ ସମାଚାର ମିଳିବ । ଘରେ ଆନନ୍ଦର ମାହୌଲ ହେବ । ଚାକିରିରେ ମଧ୍ୟ ଆପଣଙ୍କୁ ସାଥିମାନଙ୍କର ଭରପୂର ସହଯୋଗ ମିଳିପାରିବ । ପରିବାରର ମାହୌଲ ସୁଖ-ଶାନ୍ତି ଭରା ରହିବ । ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ , ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ ପ୍ରତିକାର :- ଗାଈକୁ ଖାଇବାକୁ ଦିଅନ୍ତୁ ।

ସିଂହ:–

ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି  । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ । ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି । କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ । ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ ।

କନ୍ୟା :–

ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ବିବାହ ସମାରୋହ କାରଣରୁ ହେବ । ଆପଣଙ୍କୁ ଏହି ରାଗିଥିବା ବନ୍ଧୁ ପାଖକୁ ଖବର ପଠାଇବା ପାଇଁ ଆପଣଙ୍କୁ ଆପଣଙ୍କର ମନ ଏବଂ ମସ୍ତିସ୍କ ଦ୍ୱାରା ସାହାଯ୍ୟ ମିଳିବ । ଲେଖନ-ସାହିତ୍ୟରେ ରୁଚି ରହିବ । ବ୍ୟବସାୟ ସ୍ଥଳ ଉପରେ ପ୍ରତିକୂଳ ପରିସ୍ଥିତି ରହିବ । ଉଚ୍ଚ ଅଧିକାରୀମାନଙ୍କର ମନୋଭାବ ନକାରାତ୍ମକ ରହିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ । ସନ୍ତାନମାନଙ୍କ ମଧ୍ୟରେ ମତଭେଦ ହୋଇପାରେ | ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ । ପ୍ରତିକାର : ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ

ତୁଳା:–

ଆଜି ଆପଣ ନିଜକୁ ପ୍ରସ୍ତୁତ କରିବାର ଦିନ । ନିଜର ବିଲଗୁଡିକୁ ଅଲଗା କରନ୍ତୁ । ଆଲମୀରାଗୁଡ଼ିକୁ ସଫା କରନ୍ତୁ ଏବଂ ନିଜ ପାଇଁ ଗୋଟିଏ ବନେଟ୍ ନିର୍ଦ୍ଧାରଣ କରନ୍ତୁ । ମାତାଙ୍କ ତରଫରୁ ଫାଇଦା ହେବ । ଉତ୍ତମ ବିବାହ ସୁଖ ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ମିଳିପାରେ |ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ|ପ୍ରତିକାର : ଶିବଦର୍ଶନ କରି ପାଦୁକ ସେବନ କରନ୍ତୁ ।

ବିଛା :–

ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ , ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ । ଆଜି ଆପଣଙ୍କ ବନ୍ଧୁ ଆପଣଙ୍କ ଘରକୁ ଯାଇପାରନ୍ତି । ଆପଣ ତାଙ୍କୁ ସ୍ୱାଗତ କରନ୍ତୁ । ସେମାନଙ୍କ ସହ ସାକ୍ଷାତ ପରେ ଆପଣଙ୍କ ମତାନ୍ତର ଶେଷ ହୋଇଯିବ ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି । ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ । ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ । ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ

ଧନୁ :–

ଆପଣଙ୍କର ବୋଧହୁଏ କୌଣସି ଉଚ୍ଚ ଅଧିକାରୀଙ୍କ ସହିତ ପଡ଼ିନପାରେ କିନ୍ତୁ ଆପଣଙ୍କ ପାଇଁ ଠିକ୍ ରହିବ ଯେ ଆପଣ ବୁଦ୍ଧି ଏବଂ କୂଟନୀତି ସାହାଯ୍ୟରେ ନିଜର କାମ ବାହାର କରିନେବେ । ଆପଣ ତାଙ୍କୁ ନିଜର କଥା ଭଲ ଭାବରେ ବୁଝାଇବାକୁ ଚ଼େଷ୍ଟା କରିବେ । ନିଜ ପସନ୍ଦର ଗିତ ବଜାନ୍ତୁ ଓ ବନ୍ଧୁମାନଙ୍କ ସହ ଖୁସି ମଜ୍ଜା କରନ୍ତୁ । ବ୍ୟାପାରରେ ବୃଦ୍ଧି ଯୋଗ ଅଛି । ତା’ ବ୍ୟତୀତ ଦଲାଲି, ସୁଧ, କମିଶନରୁ ମିଳୁଥିବା ଅର୍ଥ ଆପଣଙ୍କର ଭଣ୍ଡାରରେ ବୃଦ୍ଧି ହେବ । ପ୍ରେମିମାନଙ୍କ ପାଇଁ ଆଜି ପ୍ରଣୟ ପରିଚୟର ଯୋଗ ଅଛି । ବାହନ ସୁଖ ପ୍ରାପ୍ତ ହେବ |ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି: ପାରାଙ୍କୁ ଖାଦ୍ୟ ଦିଅନ୍ତୁ

ମକର :–

ଆଜି ଆପଣଙ୍କ ଘରେ ଶାନ୍ତିର ବାତାବରଣ ରହିବ, ନିଜର ଘରୋଇ ଜୀବନକୁ ବଦଳାଇବାରେ ବହୁତ ବଡ଼ ଯୋଗଦାନ ଦେଇଛନ୍ତି । ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ।  ଆପଣ ନିଜର କଳ୍ପନା ଶକ୍ତିରେ ସାହିତ୍ୟ ଲେଖନରେ ନୂଆ କାମ କରିବେ । ଆପଣଙ୍କ ସ୍ଵଭାବରେ ଅଧିକ ଭାବୁକତା ଏବଂ କାମୁକତା ରହିବ । ମହିଳା ମିତ୍ରମାନଙ୍କ ଉପରେ ଖର୍ଚ୍ଚ ହେବ । ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚ଼େଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ ପ୍ରତିକାର :- ପାରାଙ୍କୁ ଖାଦ୍ୟ ଦିଅନ୍ତୁ ।

କୁମ୍ଭ :–

ଆଜି କୌଣସି ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଆନନ୍ଦ କରିବାର ସମୟ ଅଟେ । ଏହି ପାରିବାରିକ ଉତ୍ସବ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ । ସମୟ କାଢ଼ି ନିଜ ଲୋକଙ୍କୁ ସ୍ନେହ ଦିଅନ୍ତୁ । ବ୍ୟବସାୟସମ୍ବନ୍ଧୀୟ ଜରୁରୀ କାର୍ଯ୍ୟପାଇଁ ଯାତ୍ରାକରିବାକୁ ପଡ଼ିବ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ସନ୍ତାନର ସୁ-ଖବର ଶୁଣି ଖୁସିହେବେ । ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ଅଟକି ଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ପ୍ରତିକାର :- ଷଣ୍ଢକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ ।

ମୀନ :–

ଆଜି ଆପଣ ନିଜ ମନକୁ ପ୍ରାର୍ଥନା ଓ ଧ୍ୟାନରେ ଲଗାନ୍ତୁ ଓ ନିଜ ଭିତରେ ଶାନ୍ତି ଖୋଜିବାର ଚେଷ୍ଟା କରନ୍ତୁ । ଆପଣ ନିଜ ଅନ୍ତରାତ୍ମାର ରାସ୍ତାରେ ଚାଲିବାକୁ ଚାହାନ୍ତି । ଜନସେବାରେ ନିଜକୁ ନିୟୋଜିତ କରିବେ । କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଶାନ୍ତି ପାଇବେ । ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ । ଉଚ୍ଚ ଶିକ୍ଷାପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ । ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ । ପ୍ରତିକାର :- ଦିବ୍ୟାଙ୍ଗ ବ୍ୟକ୍ତିକୁ ଖାଦ୍ୟ ଦିଅନ୍ତୁ ।