ଆଜିର ରାଶିଫଳ, 21 ଡିସେମ୍ବର 2018 ଶୁକ୍ରବାର – ଏହି ୪ ରାଶି କୁ ଖୁବ ଖୁସି ମିଳିବ

ମେଷ:-

ଭାତୃବିବାଦ, ଜମିବାଡ଼ି ଓ ଘରଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଦାମ୍ପତ୍ୟ କଳହ ଦୂର ହେବ । ସନ୍ତାନଙ୍କର ଉନ୍ନତିରେ ଖୁସିହେବେ । କୃଷିଜିବୀମାନେ ଉତ୍ସାହିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶାରୀରିକ ପୀଡ଼ା ବୃଦ୍ଧି ପାଇବ । ମନରେ ଦୁଶ୍ଚିନ୍ତା ଓ ବନ୍ଧନଭୟ ରହିବ । ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ କରିବାକୁ ମନ ବଳେଇବେ । ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ ।

ବୃଷ:-

କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ । ସୁଖ, ସମ୍ପତ୍ତି ଲାଭ ଓ ପ୍ରିୟଜନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହେବ । ସକଳ କାର୍ଯ୍ୟରେ ସଫଳତା ମିଳିବ । ଗୃହ ଜାଗା ଯାନବାହାନ ପ୍ରାପ୍ତି ହେବ । ମିଷ୍ଠାନ୍ନ ଭୋଜନ କରିବେ । ଉଚ୍ଚଆଶା ପୂରଣ ହୋଇପାରେ । ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଜୟଲାଭ ହେବ । ଶତ୍ରୁନାଶ ହେବ । ଧନପ୍ରାପ୍ତି ହେବ । ନୂତନ ମିତ୍ର ଲାଭ ହେବ । ଚାକିରୀ କ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ । ଧାର୍ମିକ କ୍ଷେତ୍ରରେ ମନ ବଳାଇବେ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ । ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନ:-

ସହକର୍ମୀମାନଙ୍କ ସହ ଶତ୍ରୁତା ଦୂର ହେବ । ବ୍ୟବସାୟରେ ସାମାନ୍ୟ ଲାଭ ହେବ । ଅନେକ ଶୁଭକର୍ମରେ ଯୋଗ ଦେବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ । ଶତ୍ରୁମାନେ ପରାଜିତ ହେବେ । ବିଦେଶ ଯାତ୍ରାରେ ଲାଭ ପାଇବେ । ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ପରିବାର କ୍ଷେତ୍ରରେ ଦ୍ୱନ୍ଦ୍ୱ ଦେଖାଦବ । ଖାଇବା ପିଇବାରେ ସନ୍ତୁଳନ ଯୋଗେ ପେଟ ରୋଗ ବୃଦ୍ଧି ହେବ । ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।

କର୍କଟ:-

କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ଉଚ୍ଚଆଶା ସଫଳହେବ । ବିଚାରବିଭାଗ ରାୟ ସପକ୍ଷରେ ଯିବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । କୃଷିଜୀବିମାନେ ଉଲ୍ଲସିତ ହେବେ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ରାଜନୈତିକ ଜୀବନ ଝଡ଼ ଝଞ୍ଜାମୟ ହେବାର ସମ୍ଭାବନା ରହିଛି । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ । ପରିବାରରେ ମାନ ମନାନ୍ତର ଦୂର ହେବ । ମହିଳାମାନେ ଅନ୍ୟମାନଙ୍କ କାମରେ ମନ ଦେଇ ନିଜ କାମକୁ ଅବହେଳା କରିବେ । ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ସିଂହ:–

କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକହେବ । ଦେହମନ ଭଲ ରହିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ସ୍ୱାସ୍ଥ୍ୟ ଠିକ୍ ରହିବ । ମହିଳାମାନେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ରାଜନୀତିରେ ଉଚ୍ଚପ୍ରଶଂସିତ ଓ ବିଦେଶ ଯାତ୍ରାରେ ଲାଭବାନ୍ ହେବେ । ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢ଼ିବ । ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କନ୍ୟା:-

କର୍ମକ୍ଷେତ୍ରରେ ଶ୍ରମ ସାର୍ଥକହେବା ଫଳରେ ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧିହେବ । ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଦେଖାଦେଲେ ମଧ୍ୟ ଆୟ ବଢ଼ିବ । କୃଷିଜୀବିମାନଙ୍କର ସମସ୍ତ ସମସ୍ୟା ଦୂର ହୋଇ ସୁଖ-ଶାନ୍ତିରେ ଦିନଟି କାଟିବେ । ଯେକୌଣସି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି । ରାଜନୀତି କ୍ଷେତ୍ରରେ ଶତ୍ରୁହାନୀ, ଉଚ୍ଚପ୍ରଶଂସା ଲାଭ, ମାଳିମକଦ୍ଦମାରେ ଜୟ, ଦମ୍ଭସାହାସ ବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସଂବାଦ ଶ୍ରବଣକରିବେ । ଦେହପୀଡ଼ା, ଅଶାନ୍ତି, ଅର୍ଥସଙ୍କଟ ଦୂରେଇଯିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିପାରନ୍ତି । ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:-

ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ । ମହିଳାମାନେ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ବିଦେଶ ଯାତ୍ରାରେ ସଫଳ ହେବେ । ରାଜନୀତିରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଫାଇଦା ଉଠାଇ ଅନୁତାପ କରିପାରନ୍ତି । ଛାତ୍ର ଛାତ୍ରୀମାନଙ୍କର ପଢ଼ାପଢ଼ିରେ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ମନରେ ଶାନ୍ତି, ଭୟ ସତ୍ତ୍ୱେ ସମସ୍ତ କାର୍ଯ୍ୟରେ ଜୟ ହେବ । କୃଷିଜୀବିମାନେ ସମ୍ମାନ ପାଇବେ । ଜାଗା, ଜମି, ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ସ୍ୱାସ୍ଥ୍ୟ ଦିଗରୁ ମହିଳାମାନେ ବିଶେଷ ସତର୍କ ରହିବା ଉଚିତ୍ । ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।

ବିଛା:-

ପନିପରିବା ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ । ଘରୋଇ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହେବ । ରାଜନୈତିକ କ୍ଷେତ୍ରରେ ବିପଦ ଦେଖାଦେବ । ପଢ଼ାପଢ଼ିରେ ମାନସିକ ଅଶାନ୍ତି ଦେଖାଦେବ । କୃଷିଜୀବିମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପୂର୍ବଶତ୍ରୁମାନେ ପଛଘୁଞ୍ଚା ଦେବେ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ମହିଳାମାନେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ଧନୁ:-

କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ରାଜନୀତିରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । କୃଷିଜିବୀମାନଙ୍କର ମାଲିମୋକଦ୍ଦମାରେ ଜୟ ହେବ ଓ ହସଖୁସିରେ ସମୟ ବିତିବ । ନୂତନ ସଂସ୍ଥାର ଆୟୋଜନ କରିବେ । ପ୍ରାପ୍ତି ହେବ । ମହିଳାମାନେ ଜାଗାଜମି, ଗୃହ ଉପକରଣ, ଯାନ ବାହାନ କ୍ରୟ କରିବା ପାଇଁ ମନ ବଳେଇବେ । ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଅନ୍ୟମନସ୍କ ରହିବେ । ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ମକର:-

କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଆକସ୍ମିକ ଧନ ପ୍ରାପ୍ତି ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ସମସ୍ତ କାର୍ଯ୍ୟରେ ସିଦ୍ଧି, ଶତ୍ରୁହାନୀ, ସହଯୋଗ ପ୍ରାପ୍ତି, ମିତ୍ରଲାଭ, ଶରୀରସୁସ୍ଥ, ଋଣ ପ୍ରାପ୍ତି, କର୍ମତତ୍ପର, ଉଚ୍ଚସମ୍ମାନ ଲାଭ, ମନରେ ଉତ୍ସାହ, ମିଷ୍ଠାନ୍ନଭୋଜନ, ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ପ୍ରାପ୍ତିହେବ । କୃଷିଜୀବିମାନେ ସାମାନ୍ୟ ଚେଷ୍ଟାକଲେ ଭଲ ଫଳ ପାଇବେ । ରାଜନୈତିକ କ୍ଷେତ୍ରରେ ଠିକ୍ ନିଷ୍ପତି ନେବେ କିନ୍ତୁ କୌଣସି ଟିକସ ଯୋଗୁ ଅସୁବିଧାରେ ପଡିପାରନ୍ତି । ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

କୁମ୍ଭ:-

କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧିହେବ ଶତ୍ରୁମାନେ ମଥାନତ କରିବେ । ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । କୃଷିଜୀବିମାନେ ନିଜ କର୍ମରେ ଲିପ୍ତ ରହିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତା କରି ବ୍ୟସ୍ତ ରହିବେ । ମହିଳାମାନେ ବ୍ୟବସାୟରେ ସଫଳ, ମାନସିକ ଶାନ୍ତି କର୍ମରେ ସ୍ଥିରତା ଯୋଗେ ଖୁସିହେବେ । ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ ।

ମୀନ:-

ବାଦ-ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ ନ ପାରନ୍ତି । ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନହୋଇ ପାରନ୍ତି । ମହିଳାମାନଙ୍କ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ଦେହ ପୀଡ଼ା, କଳହ ଓ କେତେକ ଦ୍ରବ୍ୟନଷ୍ଟ ହୋଇପାରେ । ବିଦେଶ ଯାତ୍ରାରେ ଧନହାନୀ ହେବ । ମାନସିକ ଅସ୍ଥିରତା ଦେଖାଦେବ । ଛାତ୍ର ଛାତ୍ରୀମାନେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଯୁବକ ଯୁବତୀମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ମଧ୍ୟ ଅଛି । ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।