ଏହା ହେଉଛି ଦୁନିଆର ସବୁଠୁ ଅନୋଖା ଗାଁ, ଯେଉଁଠି ଲୋକ ଖାଆନ୍ତି ଗୋଟେ ଦେଶରେ ଓ ଶୁଅନ୍ତି ଅନ୍ୟ ଗୋଟେ ଦେଶରେ

ଏମିତି ଆମର ଦେଶରେ ବହୁତ ଗାଁ ଅଛି ଯାହାର ସୁନ୍ଦରତା ଦେଖିବାକୁ ମିଳେ । କିନ୍ତୁ ଆଜି ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯାହା ସତରେ ଦୁନିଆର ସବୁଠୁ ଅଲଗା ଗାଁ କୁହାଯାଏ । ଆମେ କଥା କହୁଛୁ ନାଗାଲୈଂଡ ର ରାଜଧାନୀ କୋହିମା ରୁ ୩୮୦ କିଲୋମିଟର ଦୂରରେ ଉତ୍ତର ପୂର୍ବ ଆଡକୁ ସ୍ଥିତ ଲୋଂଗବା ଗ୍ରାମର । ଏହା ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ପ୍ରସିଦ୍ଧ ଅଟେ । କିନ୍ତୁ ଏହାର ସୁନ୍ଦରତା ଅନ୍ୟ ଗାଁ ମାନଙ୍କ ଠାରୁ ଭିନ୍ନ କରିଥାଏ । ଏହି ଦେଶର ଲୋକମାନେ ଦୁଇ ଦେଶର ନାଗରିକ ଅଟନ୍ତି ।

ଏହି ଗାଁ ର ଲୋକମାନଙ୍କୁ ଦୁଇ ଦେଶର ନାଗରିକତା ପ୍ରାପ୍ତ

ଆପଣ କେବେ ଭାବି ପାରିବେ କି ନିଜର ଦେଶରେ କୌଣସି ଏମିତି ଜାଗା ଅଛି ଯେଉଁଠି ଲୋକମାନେ ବିନା କୌଣସି ପ୍ରତିବନ୍ଧ ରେ ଅନ୍ୟ ଦେଶକୁ ଯାଇ ପାରିବେ ? ନାହିଁ ନା ? କିନ୍ତୁ ଆମର ଦେଶରେ ଏମିତି ଏକ ଗାଁ ଅଛି ଯାହାର ସ୍ଥାନୀୟ ଲୋକମାନେ ବୀଜା ବିନା କୌଣସି ଅନ୍ୟ ଦେଶରେ ସହଜରେ ଯାଇ ପାରିବେ ।

ଆପଣଙ୍କୁ କହି ଦେଉଛୁ ଯେ ଲୋଂଗୱା ଭାରତର ପୂର୍ବ ଅନ୍ତରାଷ୍ଟ୍ରୀୟ ସୀମା ଉପରେ ରହି ଅଛି । ଏହି ଗାଁ ଏଥିପାଇଁ ପ୍ରସିଦ୍ଧ କି ଏହା ମଝାମଝି ଭାରତ ଏବଂ ମିଆମାର ର ଅନ୍ତରାଷ୍ଟ୍ରୀୟ ସୀମା ଯାଇଅଛି ।

ଲୋଂଗବା ଗାଁ – ଗୋଟିଏ ଗାଁ, ଦୁଇ ଦେଶ

ନାଗାଲାଣ୍ଡ, ପୂର୍ବଉତ୍ତର ଭାରତ ର ସେଭେନ ସିସ୍ଟର୍ସ ନାମରେ ଜଣା ଯାଉଥିବା ୭ ଟି ରାଜ୍ୟ ମଧ୍ୟରୁ ଗୋଟିଏ ଅଟେ ଯାହା ୧୧ ଟି ଜିଲ୍ଲାକୁ ନେଇ ତିଆରି ହୋଇଛି । ସେଥି ମଧ୍ୟରୁ ମୋନ ଜିଲ୍ଲା ରାଜ୍ୟ ର ଉତ୍ତର ଭାଗରେ ସ୍ଥିତ ଅଛି । ମୋନ ଜିଲ୍ଲା ର ବଡ ଗାଁ ମଧ୍ୟରୁ ଗୋଟିଏ ଗାଁ ଲୋଂଗବା ଅଟେ । ଏହାର ଅଧା ଭାଗ ଭାରତରେ ଏବଂ ଆଉ ଅଧା ଭାଗ ମିଆମାର ରେ ପଡିଥାଏ ।

ଏହି ଗାଁ ମଧ୍ୟର ଅନ୍ତରାଷ୍ଟ୍ରୀୟ ସୀମା ରହି ମଧ୍ୟ ଏହି ଗାଁ କୁ ନ ବାଣ୍ଟି ଏହାକୁ ଦୁଇ ଦେଶର ନାଗରିକତା ଦିଆଯାଇଛି । ୨୦୧୧ ରେ ହୋଇଥିବା ଜଣାଗଣା ଅନୁସାରେ ଏଠି ୭୩୨ ପରିବାର ରୁହନ୍ତି ଏବଂ ତାଙ୍କର ଜନସଂଖ୍ୟା ୫୧୩୨ ଅଟେ ।

ରାଜାଙ୍କ ଘର ର ମଝାମଝି ଯାଇଛି ଦୁଇ ଦେଶର ସୀମା

ଏଠି କୋନୀୟକ ନାଗା ଜନଜାତି ର ଲୋକମାନେ ବସବାସ କରନ୍ତି ଯାହା ଏଠାର ୧୬ ଟି ଜନଜାତି ମଧ୍ୟରୁ ସବୁଠୁ ବଡ ଜନଜାତି ଅଟେ । ଏହି ଜାତିର ମୁଖିୟାଙ୍କୁ ଅଙ୍ଗ କୁହାଯାଏ । କୋନୀୟକ ଜନଜାତି ର ଅଙ୍ଗ ଆଖପାଖର ୭୫ ଟି ଗାଁ ଉପରେ ରାଜ କରନ୍ତି ।

ଅଙ୍ଗ ର ଶାସନ ମିଆମାର ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ଯନ୍ତ ବ୍ୟପିତ ଅଛି । ବର୍ତ୍ତମାନ ସରକାର ଏହି ଗାଁ ଉପରେ ବିକାଶ ପାଇଁ ଧ୍ୟାନ ଦେଉଛନ୍ତି ।