ଆଜିର ରାଶିଫଳ, 20 ଫେବୃୟାରୀ 2020, ଗୁରୁବାର, ଲକ୍ଷ୍ମୀଙ୍କ କୃପା ରୁ ଏହି ୫ଟି ରାଶି ହେବେ ଧନବାନ

ରାଶିଫଳର ଆମ ଜୀବନରେ ବହୁତ ମହତ୍ଵ ରହିଛି । ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ରର ଚାଲ ଅନୁଯାଇ ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ମାନଙ୍କର ଚାଲ ସବୁବେଳେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ମଣିଷର ଦୈନିକ ଜୀବନରେ ଦୁଖ ଓ ସୁଖର ପରିବର୍ତ୍ତନ ଆସିଥାଏ । ଆଜିଆମେ ଆପଣଙ୍କୁ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ।

ମେଷ ରାଶି-

ଆଜି ଆପଣଙ୍କୁ କୌଣସି ନୂଆ ସ୍ଥାନରେ ପଢିବା ପାଇଁ ଅବସର ମିଳିବ । ଆପଣଙ୍କ ଛୋଟ ଛୋଟ ସମସ୍ଯା ଦୂର ହୋଇଯିବ । ଆଜି ଆପଣଙ୍କୁ କୌଣସି ଏକ ମହତ୍ଵପୂର୍ଣ୍ଣ ସୂଚନା ମଧ୍ୟ ମିଳିପାରେ । ଆଜି ଆପଣ ସାମାଜିକ ରୂପରେ ବ୍ୟସ୍ତ ରହିବେ । କାର୍ଯ୍ୟ କ୍ଷେତ୍ରର ଚିନ୍ତାକୁ ଘରକୁ ଆଣନ୍ତୁ ନାହିଁ, କାରଣ ଏହାଦ୍ବାରା ଆପଣଙ୍କ ଘରର ବାତାବରଣ ବଦଳି ପାରେ ।

ବୃଷ ରାଶି-

ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଶାନ୍ତିର ମାହୋଲ ରହିବ । ଯଦି ଆପଣଙ୍କୁ ସାହାର୍ଯ୍ୟର ଆବଶ୍ୟକତା ଅଛି, ତେବେ ଆପଣ ନିଜ ପରିଜନ ମାନଙ୍କ ଠାରୁ ସାହାର୍ଯ୍ୟ ନେଇପାରିବେ । ପିଲା ମାନଙ୍କ ସହ ଆପଣଙ୍କର ବାଦବିବାଦ ହୋଇପାରେ । ଆପଣଙ୍କ ଅଧୁରା କାର୍ଯ୍ୟ ପୂର୍ଣ୍ଣ ହୋଇଯିବ ଓ ଆଜି ଆପଣ କୌଣସି ପାରିବାରିକ ସମାରୋହରେ ବ୍ୟସ୍ତ ରହିବେ ।

ମିଥୁନ ରାଶି-

ଆଜି ଆପଣ ନିଜ ଛୋଟ ସମସ୍ଯା ମଧ୍ୟରେ ଫସି ରହିବେ, ସେଥିପାଇଁ ସତର୍କ ରୁହନ୍ତୁ । ଅନ୍ୟ ମାନଙ୍କ ବିଚାରରେ ଧାନ ଦେବା ଆବଶ୍ୟକ । ଘର କାର୍ଯ୍ୟ କରୁଥିବା ସମୟରେ ସକାରାତ୍ମକ ମନୋଭାବ ରଖନ୍ତୁ । ଯଦି ଆପଣ ଆଜି କୌଣସି କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ତେବେ ମାତା ପିତାଙ୍କ ପରାମର୍ଶ ନିଶ୍ଚିନ୍ତ ନିଅନ୍ତୁ । ଆଜି ଆପଣଙ୍କୁ ନିଜ ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ପ୍ରୟାସ କରିବାକୁ ହେବ ।

କର୍କଟ ରାଶି-

ଆଜି ଆପଣ ପାରିବାରିକ ଯୋଜନାରେ ଭାଗ ନେବେ । ଆପଣଙ୍କୁ ନିଜ କାର୍ଯ୍ୟର ସଠିକ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଭାର ବଢିପାରେ । ସମ୍ପର୍କୀୟ ମାନଙ୍କ ସହିତ ଭଲ ବ୍ୟବହାର ପଦର୍ଶନ କରନ୍ତୁ । କିଛି ଗମ୍ଭୀର ସ୍ଥିତିରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ମାନସିକ ସ୍ଥିତି ଭଲ ରହିବା ସହିତ ଆପଣଙ୍କ ଉପରେ ପିତା ମାତାଙ୍କ ଆଶୀର୍ବାଦ ରହିବ ।

ସିଂହ ରାଶି-

ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ସଫଳତା ମିଳିବାର ଅବସର ଅଛି । ହେଲେ ଆପଣ ନିଜ ମନରେ ସକାରାତ୍ମକ ଚିନ୍ତାକୁ ଜାଗ୍ରତ କରନ୍ତୁ । ଆଜି ଆପଣଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଛୁଆ ମାନଙ୍କ ତରଫରୁ ହେଉଥିବା ସମସ୍ଯାକୁ ସମାଧାନ କରିବା ପାଇଁ କିଛି ଅଲଗା ସମୟ ରଖନ୍ତୁ । ଆଜି ଆପଣ ଊର୍ଜାରେ ଭରପୁର ରହିବେ ଓ କିଛି ଗୁରୁତ୍ଵ ନିଷ୍ପତ୍ତି ନେବେ । ଏହା ସହିତ ଆପଣଙ୍କ ଆକର୍ଷଣରେ ଅନ୍ୟ ମାନେ ପ୍ରଭାବିତ ହେବେ ।

କନ୍ୟା ରାଶି-

ଆଜିର ଦିନ ଆପଣଙ୍କ ପାଇଁ ଆରମ ଦାୟକ ରହିବ । ମନୋରଞ୍ଜନ ଆଦି କ୍ଷେତ୍ରରେ ଆପଣଙ୍କ ସମୟ ଅତିବାହିତ ହେବ । ମିତ୍ର ମାନଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ କରିବା ପାଇଁ ଯୋଜନା ହୋଇପାରେ । ଧନର ଅଧିକ ବ୍ୟୟ ଆପଣଙ୍କୁ ଚିନ୍ତା ଗ୍ରସ୍ତ କରାଇପାରେ । ତେଣୁ ଧନ ସମ୍ବନ୍ଧିତ ମାମଲାରେ ସତର୍କ ରୁହନ୍ତୁ । କାରିୟର ସହ ଜଡିତ କିଛି ନୂଆ ଯୋଜନା କରିପାରନ୍ତି ଓ ଆପଣଙ୍କ ସ୍ୱାସ୍ଥ୍ୟରେ ବିକାଶ ଆସିବ ।

ତୁଳା ରାଶି-

ଆଜିର ଦିନରେ ଆପଣଙ୍କୁ ଅଧିକ କାର୍ଯ୍ୟ ପଡିପାରେ, ଯାହାଦ୍ୱାରା ଆପଣ ମାନସିକ ଚିନ୍ତାରେ ପଡ଼ିପାରନ୍ତି । ସେଥିପାଇଁ ଅଧିକ କାର୍ଯ୍ୟ କରିବାରୁ ବଞ୍ଚନ୍ତୁ । ଯଦି କିଛି ନୂଆ କାର୍ଯ୍ୟ କରିବା ପାଇଁ ଯୋଜନା କରୁଛନ୍ତି, ତେବେ ଆଜିର ଦିନ ବହୁତ ଭଲ ରହିବ । ଯଦି କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଭଲ ଭାବରେ ଚିନ୍ତା କରି କରନ୍ତୁ । ଆଜିର ଦିନରେ ଆପଣ ନିଜ ପରିବାର ଲୋକମାନଙ୍କ ସହ କିଛି ଭଲ ସମୟ ଅତିବାହିତ କରିବେ ।

ବିଛା ରାଶି-

ଆଜି ଛୋଟ ମୋଟ ବାଧାର ସାମ୍ନା କରିବାକୁ ପଡିପାରେ । ଆସୁଥିବା ଦିନ ମଧ୍ୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ହେଲେ କୌଣସି ଲୋକ ସହ ବିବାଦ କରିବାରୁ ବଞ୍ଚନ୍ତୁ, କାରଣ ଏହି ବିବାଦ ଦ୍ଵାରା ଆପଣଙ୍କ ମାନସିକ ସ୍ଥିତି ଦୁର୍ବଳ ହୋଇପାରେ । ଆପଣଙ୍କୁ ନିଜ କାର୍ଯ୍ୟରେ ମିତ୍ର ମାନଙ୍କର ପୁରା ସହାୟତା ରହିବ । ଯଦି ଆପଣ ଆଜି କୌଣସି ସାମାଜିକ ସମାରୋହରର ଯିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିନ୍ତ ଯାନ୍ତୁ । ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ହେବ ।

ଧନୁ ରାଶି-

ଆଜି ଆପଣ କୌଣସି ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ । ଆଜି ଆପଣ ନିଜ ସାଙ୍ଗ ମାନଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ କରିବା ପାଇଁ ଯାଇପାରନ୍ତି । ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ହେବ । ବ୍ୟାପାର କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି । କୌଣସି ବାହାର ଲୋକକୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ତଥ୍ୟ ଦିଅନ୍ତୁ ନାହିଁ ।

ମକର ରାଶି-

ଆଜି ଆପଣ ନିଜ ବିରୋଧୀ ମାନଙ୍କ ସହ ବାଦବିବାଦ କରିପାରନ୍ତି, ସେଥିପାଇଁ ସତର୍କ ରୁହନ୍ତୁ । ପରିବାରରେ ପର୍ଯ୍ୟାପ୍ତ ସମୟ ଓ ଧ୍ୟାନ ଦିଅନ୍ତୁ । ଆଜି ଆପଣ ଯଦି କୌଣସି ସ୍ଥାନକୁ ଯାତ୍ରା କରିବେ, ସେହି ଯାତ୍ରାଟି ଅସଫଳ ହେବ । ଆଜି କଳାକାର, କାରିଗର ଓ ଲେଖକ ମାନଙ୍କୁ ନିଜ ପ୍ରତିଭା ଦର୍ଶନ କରିବା ପାଇଁ ଅବସର ମିଳିବ । କାରିୟର ସହ ଜଡିତ ଆଜି ଆପଣ କୌଣସି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ।

କୁମ୍ଭ ରାଶି-

ଆଜି ଆପଣଙ୍କର କିଛି ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିବା ସମସ୍ଯାର ଅନ୍ତ ହେବ । ଉଛ ଅଧିକାରୀ ମାନଙ୍କ ସହାୟତା ମିଳିବ । ଚୁଗଲ ଖୋର ମଣିଷ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ବ୍ୟାପାର ସମ୍ବନ୍ଧିତ କୌଣସି ନିର୍ଣ୍ଣୟ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ଘରେ କୌଣସି ଶୁଭ କାର୍ଯ୍ୟ ହେବାର ଅବସର ହୋଇପାରେ । ଜୀବନ ସାଥି ସହିତ କିଛି ବାଦବିବାଦ ହୋଇପାରେ ଏଥିପାଇଁ ଆପଣ ସତର୍କ ରୁହନ୍ତୁ ।

ମୀନ ରାଶି-

ଆଜି ଆପଣଙ୍କୁ ନିଜ ଭାଗ୍ୟର ପୁରା ସହାୟତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ କୌଣସି ଅଧୁରା କାର୍ଯ୍ୟ ବହୁତ ଶୀଘ୍ର ପୁରା ହେବାକୁ ଯାଉଛି । ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନଙ୍କୁ ଲାଭ ମିଳିବ । ଆଜି ଆପଣ କିଛି ପ୍ରବାବଶୀଳ ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନ କରିବେ ।