ଦୁନିଆର ସବୁଠୁ ଭୟାନକ ଗଛ, ଏହା ସହିତ ଜାଣନ୍ତୁ ୫ ଟି ଆଶ୍ଚର୍ଯ୍ୟ କରିଦେଲାଭଳି ତଥ୍ୟ

ଆଜି ଆମେ ଆପଣଙ୍କୁ ଏମିତି ଅଜବ ଗଜବ କିଛି କଥା କହିବୁ ଯାହା ନିଜ ମଧ୍ୟରେ ହିଁ ବହୁତ ଭିନ୍ନ ଅଟେ । ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଓ ଏହି ସବୁ ଜିନିଷ ବିଷୟରେ ଆପଣ କେବେ ବି ଚିନ୍ତା ମଧ୍ୟ କରି ନ ଥିବେ । ଏହି କଥା ବିଷୟରେ ଶୁଣିଲେ ଆପଣ ବି ଥରେ ଚିନ୍ତା କରିବେ କଣ ଏହିଭଳି ଜିନିଷ ବି ଦୁନିଆରେ ଅଛି ଓ କଣ ଏହା ସବୁ ସମ୍ଭବ ଅଟେ ।

Manchineel Tree

ଏହା ଦୁନିଆର ସବୁଠୁ ଭୟଙ୍କର ଗଛ ଅଟେ । ଏହି ଗଛରେ ଆପେଲ ଭଳି ଫଳ ଫଳେ । ଯାହାକି ମଣିଷରର ସ୍ୱାସ୍ଥ୍ୟକୁ ଭଲ କରେ ନାହିଁ ଅଥବା ଖରାପ କରିଦିଏ । ଯଦି ବ୍ୟକ୍ତି ଏହି ଫଳର କିଛି ଅଂଶ ବି ସେବନ କରୁଛି ତେବେ ତାହାର ମୃତ୍ୟୁ ନିଶ୍ଚିତ ଅଟେ । ସେଥିପାଇଁ ଏହି ଫଳର ନାମ ‘Little Apple of Death’ ରଖା ଯାଇଛି ।

କେବଳ ଏହାର ଫଳ ନୁହେଁ ଏହି ଗଛ ଏତେ ବିଷଯୁକ୍ତ ଅଟେ କି ଏହାକୁ ଛୁଇଁବା ମାତ୍ରେ ହିଁ ମଣିଷର ପୁରା ଶରୀରରେ ଫୋଟକା ହୋଇଯାଏ । ଏହା ଛଡା ଯଦି ଏହି ଗଛର କୌଣସି ଅଂସ ଆଖିରେ ଲାଗିଯାଏ ତେବେ ସେହି ବ୍ୟକ୍ତିର ଆଖି ସଙ୍ଗେ ସଙ୍ଗେ ନଷ୍ଟ ମଧ୍ୟ ହୋଇଯାଏ ।

କୁମ୍ଭୀର

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କୁମ୍ଭୀର ପଥର ସେବନ କରନ୍ତି । ଏହା ପଛରର କାରଣ ଏହା ଅଟେ କି କୁମ୍ଭୀର ନିଜର ହଜମ ପ୍ରକ୍ରିୟା ପାଇଁ ପଥରର ସେବନ କରିଥାଏ ।

କହିବାକୁ ଗଲେ କୁମ୍ଭୀର ପ୍ରାୟତଃ ନିଜର ଶିକାରକୁ ବିନା ଚୋବାଇ ଭିତରକୁ ନେଇଯାଏ । କିନ୍ତୁ ଏହା ପରେ ସେମାନଙ୍କୁ ନିଜର ଏହି ଶିକାରକୁ ହଜମ କରାଇବାରେ ବହୁତ ଅସୁବିଧା ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କୁମ୍ଭୀରଙ୍କ ଦ୍ଵାରା ସେବନ କରାଯାଉଥିବା ଏହି ପଥର ତାଙ୍କର ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ ।

ଆପେଲ

କଣ ଆପଣ କେବେ ଭାବିଛନ୍ତି କି ଯଦି ଆମେ କୌଣସି ଆପେଲ କୁ ପାଣିରେ ପକାଇଥାଉ ତେବେ ସେ ପାଣିରେ ଭାସିଥାଏ, ଏମିତି କାହିଁକି ? ଆପଣ ଭାବୁଥିବେ କି ଆପେଲ ତ ଏତେ ଓଜନ ଅଟେ ତେବେ ପାଣିରେ କାହିଁକି ଭାସିଥାଏ । ଆପେଲ ରେ ବହୁତ ପବନ ଭରିଥାଏ । ଗୋଟିଏ ଆପେଲ ରେ ହାରାହାରି 25% ପବନ ଥାଏ । ତେଣୁ ତାହା ପାଣିରେ ଭାସିଥାଏ ।

Intelligence Quotient (IQ)

ଯେତେବେଳେ ସବୁଠୁ ଅଧିକ IQ କଥା ଆସେ ତେବେ ଆପଣଙ୍କ ମୁଣ୍ଡକୁ ପ୍ରଥମେ Einstein ଓ Stephen ଙ୍କ କଥା ଆସେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ୧୧ ବର୍ଷର Anuska Dixit ଙ୍କ IQ  Einstein ଓ Stephen ଙ୍କ ଠାରୁ  ମଧ୍ୟ ଅଧିକ ଅଟେ । ଯେଉଁଠି Einstein ଓ Stephen ଙ୍କ IQ ୧୬୦ ଅଟେ ସେଇଠି Anuska Dixit ଙ୍କ IQ ୧୬୨ ଅଟେ ।

Dolania Americana

କଣ ଆପଣ ଜାଣିଛନ୍ତି ଏହି ଦୁନିଆରେ ସବୁଠୁ କମ ସମୟ ପାଇଁ କିଏ ବଞ୍ଚିଥାଏ । ଆପଣଙ୍କୁ କହିଦେଉଛୁ କି Dolania Americana ନାମକ ଫିମେଲ ମାଛି ଏହି ଦୁନିଆରେ ସବୁଠୁ କମ ସମୟ ବଞ୍ଚିଥାଏ । କେବଳ ୫ ମିନିଟ ଭିତରେ ତାହାର ମୃତ୍ୟୁ ହୋଇଥାଏ ।