ଆଜିର ରାଶିଫଳ, 19 ନଭେମ୍ବର 2018 ସୋମବାର – ଆଜିଠୁ ମହାଦେବ ଏହି ୩ ରାଶି ଉପରେ ଧନ ର ବର୍ଷା କରିବେ

ମେଷ:

ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ | କାର୍ଯ୍ୟର ସୁଫଳ ପାଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି | ବଳଶାଳୀ ହେବେ | ଶତ୍ରୁ ଦମନ କରି ନିଶ୍ଚିନ୍ତ ହେବେ | ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି | ଚାକିରିକ୍ଷେତ୍ରରେ ପ୍ରଶଂସା ମିଳିବ | ଯୋଗାଯୋଗରେ ଅଗ୍ରଗତି ଘଟିବ | ଉଦାର ସ୍ୱଭାବର ହେବେ | ଦାନଧର୍ମକୁ ଆଦରି ନେଇ ପାରନ୍ତି | ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ | ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି | କୃଷିରୁ ଲାଭ ମିଳିବ | ପ୍ରତିକାର- ଅନ୍ଧ ଭିକାରୀଙ୍କୁ ସାହାଯ୍ୟ କରନ୍ତୁ |

ବୃଷ:

ଘାତଚନ୍ଦ୍ର ଭୋଗ ହେତୁ ଠାକୁରଙ୍କୁ ଧ୍ୟାନ କରିପାରନ୍ତି | ଚଞ୍ଚଳ ପ୍ରକୃତିର ହେବେ | ଆକସ୍ମିକ ଧନଲାଭର ସୂଚନା ମିଳୁଛି | ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ | ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ | ଧାର୍ମିକ ଓ ତେଜସ୍ୱୀ ହେବେ | ଚିନ୍ତାଧାରା ଉନ୍ନତମାନର ହେବ | ପଢ଼ା ଲେଖାରେ କୃତିତ୍ୱ ଅର୍ଜନ କରିପାରନ୍ତି | ବ୍ୟବସାୟ ଲାଭଜନକ ହେବ | ମନରେ ସେବାଭାବ ଜାଗ୍ରତ ହୋଇପାରେ | ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆଶା କରାଯାଏ | ପତ୍ନୀଙ୍କ କଥାରେ ପରିଚାଳିତ ହେବେ | ପ୍ରତିକାର : କେଶର, ହଳଦୀ ଘୋରି ମୁଣ୍ଡରେ ଲଗାନ୍ତୁ |

ମିଥୁନ :
ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ | ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ | ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ | ଏହାକୁ ଉପଭୋଗ କରିବେ | ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି | ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି | ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ | ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ

କର୍କଟ :
ଆପଣଙ୍କର କୌଣସି ପ୍ରିୟଜନ ଆପଣଙ୍କ ପାଇଁ ଶୁଭ ସମାଚ଼ାର ଆଣିବେ ଏବଂ ଆପଣ ସେଥିପାଇଁ ଗର୍ବ ଅନୁଭବ କରିବେ | ଏହି ସମୟ ଖୁସିର ଉତ୍ସବ କଟାଇବାର ଅଟେ | ସେମାନଙ୍କୁ କୌଣସି ଉପହାର, ଭଲ ନମ୍ବର ନ ହେଲେ ବହୁତ ପ୍ରଂଶସା ମିଳିପାରେ | ନିଜର ଘରର ଦରଜାକୁ ଠିକ୍ ଭାବେ ବନ୍ଦ ରଖନ୍ତୁ | ନଚ଼େତ୍ ଆପଣ କ୍ଷତି ସହି ପାରନ୍ତି | ଘରର ସୁରକ୍ଷା ବିଷୟରେ ଧ୍ୟାନ ଦିଅନ୍ତୁ | ନହେଲେ କ୍ଷତି ସହିବାକୁ ପଡ଼ିପାରେ | ନିଜର ମୂଲ୍ୟବାନ ବସ୍ତୁକୁ ଏଠି ସେଠି ପକାନ୍ତୁ ନାହିଁ | ପ୍ରତିକାର : ଭିକାରୀଙ୍କୁ ଅନ୍ନ ଦାନ କରନ୍ତୁ |

ସିଂହ :

ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ | କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ | ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି | କୁଳଦୀପକ ହେବେ | ମନ ପ୍ରସନ୍ନ ରହିବ | ଦୟାଳୁ ସ୍ୱଭାବର ହୋଇପାରନ୍ତି | ବ୍ୟବସାୟ ଲାଭଜନକ ହେବ | ଯଶସ୍ୱୀ ହେବେ | ସରକାରୀ ସ୍ତରରୁ ଲାଭ ମିଳିବ | ପାରିବାରିକ ସୁଖ ମିଳିବ | ପରିବେଶରୁ ଭୟ ଉପୁଜିପାରେ | ସେବା ପୂଜାରେ ମନୋନିବେଶ କରିପାରନ୍ତି | ଭାଗ୍ୟଶାଳୀ ହେବେ | ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି | ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ | ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି

କନ୍ୟା –

ଆପଣଙ୍କ ମନ ଆଜି ଖୁସି ରହିବ | ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ | ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ | ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ |  ପରମ ଭାଗ୍ୟଶାଳୀ ହେବେ | ପରବେଶବାସୀ, ସହଦଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି | ସ୍ତ୍ରୀ ବିଳାସୀ ହେବେ | ମିତ୍ର ସୁଖ ମିଳିବ | ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି | ନୀତିନୀଷ୍ଠ ହେବେ | ପ୍ରତିକାର : ପିମ୍ପୁଡ଼ି ଗାତପାଖରେ ଗୁଡ଼ ରଖନ୍ତୁ |

ତୁଳା :
ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ | ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ | ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ | ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ | ଉତ୍ତମ ଭୋଜନ ମିଳିପାରେ | ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ | ମାଲିମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି | ଚିନ୍ତାଧାରା ଉନ୍ନତମାନର ହେବ | ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ

ବିଛା

ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ | ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ | ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି | ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ | କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ | ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ | ଶୁଭ କାର୍ଯ୍ୟ କରଣୀୟ | ବିଦ୍ୟାର୍ଥୀ ସଫଳତା ଲାଭ କରିବେ |  ପ୍ରତିକାର- ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ |

ଧନୁ

ଆଜି ଆପଣଙ୍କର ବାହାରକୁ ଯାଇ ଲୋକମାନଙ୍କ ସହ ସାକ୍ଷାତ କରିବାପାଇଁ ଇଛାହେବ | ଆଜି ଆପଣ ଦ୍ୱିଧାରେ ଅଛନ୍ତି | ଆପଣ ନିଜ ବନ୍ଧୁଙ୍କ ସହ ବାହାରକୁ ବୁଲିବା ପାଇଁ ଯାଆନ୍ତୁ | ସଞ୍ଚୟର ଉପଯୋଗ କରିବେ | ପଥରୋଧର ସମ୍ମୁଖୀନ ହୋଇପାରନ୍ତି | ଖର୍ଚ୍ଚାନ୍ତ ହେବେ | କଅଁଳ ବଚନରେ ଅନ୍ୟକୁ ମୁଗ୍ଧ କରିପାରନ୍ତି | ସ୍ୱାଭିମାନୀ ହେବେ | ଏକାନ୍ତ ପ୍ରିୟ ହୋଇପାରନ୍ତି | ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ |  ପ୍ରତିକାର : ଗାଈକୁ କିଛି ଖାଇବାକୁ ଦିଅନ୍ତୁ |

ମକର

ଆଜି ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୂରାହେବ | କେହି ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଯିଏକି ଏପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା ହୋଇ ରହିଥିଲା ସେ ଏବେ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ | ଯେସାକୁ ତେସା ନୀତି ପ୍ରୟୋଗ କରିପାରନ୍ତି | ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି | ଶୁଭ ସମାଚାର ପାଇ ଖୁସି ହେବେ | ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ | ଚଞ୍ଚଳ ପ୍ରକୃତିର ହୋଇପାରନ୍ତି | ହଠାତ୍‌ କିଛି ଧନ ମିଳିବ | ବିଦ୍ୟାର୍ଥୀ ପଢ଼ାରେ ମନ ଦେବେ |

କୁମ୍ଭ

ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ | କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି | ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ | ଦେବ-ଦେବ ମହାଦେବଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ | ସୁଖ ସମ୍ଭୋଗ କରିପାରନ୍ତି | ସୁଖକର ଘଟଣାମାନ ଘଟିବ | କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ | ଉତ୍ତମ ଭୋଜନ ମିଳିବ |  ପ୍ରତିକାର : ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ

ମୀନ

ଆଜି ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଖୁବ୍ ପ୍ରଶଂସା କରିବେ | ଆପଣ ସହକର୍ମୀମାନେ ମଧ୍ୟ ଆପଣଙ୍କ ପ୍ରଶଂସା ଗାଇବେ | ଆପଣ ଜଣେ ବନ୍ଧୁମାନ ବ୍ୟକ୍ତି | ଯଦି ଆପଣଙ୍କୁ ବନ୍ଧୁମାନେ ଉପଦେଶ ମାଗନ୍ତି ,ତେବେ ଆପଣ ତାଙ୍କୁ ନିରାଶ କରନ୍ତୁ ନାହିଁ | ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହେବେ | ଦୂରଯାତ୍ରା ଲାଭଦାୟକ ହୋଇପାରେ | କାର୍ଯ୍ୟରେ ସଫଳତା ଲାଭ କରିବେ | ଅଧିକ କ୍ଷମତା ପାଇ ଗର୍ବିତ ହୋଇପାରନ୍ତି | ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ | ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ | ପ୍ରତିକାର- ଅନ୍ଧ ଭିକାରୀଙ୍କୁ ସାହାଯ୍ୟ କରନ୍ତୁ |