ଆଜିର ରାଶିଫଳ, ୧୭ ଜାନୁୟାରୀ ୨୦୨୦, ଶୁକ୍ରବାର, ଆଜି ମା ସନ୍ତୋଷୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ଆଜି ୧୭ ଜାନୁୟାରୀ ୨୦୨୦ ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିବ ? ଆପଣଙ୍କର ଏହି ସମସ୍ତ ପ୍ରଶ୍ନର ଜବାବ ଆପଣଙ୍କୁ ଏହି ରାଶିଫଳରେ ମିଳିଯିବ । ତେବେ ଜାଣିବା ପାଇଁ ପଢନ୍ତୁ ଆମର ଏହି ରାଶିଫଳ । କହିବାକୁ ଗଲେ ଗ୍ରହର ଗୋଚର ଓ ନକ୍ଷତ୍ରର ଗତି ଉପରେ ହିଁ ରାଶିଫଳର ନିର୍ମାଣ ହୋଇଥାଏ ।

୧ – ମେଷ

ଆଜି ଆପଣ ନିଜର କ୍ୟାରିୟର ବିଷୟରେ କୌଣସି ବଡ ନିଷ୍ପତି ନେଇ ପାରନ୍ତି । କୌଣସି ବି ନିର୍ଣୟ ନେବା ପୂର୍ବରୁ ଥଣ୍ଡା ମୁଣ୍ଡରେ ଚିନ୍ତା କରି ନିଅନ୍ତୁ । କୌଣସି ବଡ ଯୋଜନା ଓ ବିଚାର ଆଡକୁ ଆପଣ ଅଗ୍ରସର ହୋଇ ପାରନ୍ତି । ବନ୍ଧୁମାନଙ୍କ ସହ ସାକ୍ଷାତ ହେବେ । ଶାରୀରିକ ଓ ମାନସିକ ରୂପରେ ଆରୋଗ୍ୟ ରହିବେ । ଆପଣଙ୍କ ସୃଜନାତ୍ମକ ଶକ୍ତି ଗୁଡିକ ବୁଦ୍ଧି ହେବ । ବ୍ୟାପାରରେ କାହାର ସହଯୋଗ ମିଳିପାରେ ।

୨ – ବୃଷ

ଆଜିର ଦିନରେ ନିଜର ମୂଲ୍ୟବାନ ସମୟକୁ ବ୍ୟର୍ଥ କରନ୍ତୁ ନାହିଁ କାରଣ ଏହିଭଳି କରିବା ଦ୍ଵାରା ଆପଣଙ୍କ କାମ ଉପରେ ଫରକ ପଡିପାରେ । ନିଜର ପ୍ରିୟ ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବା ସତ୍ବେ ବି ଆପଣ ତାହାର ଉପସ୍ଥିତିକୁ ଅନୁଭବ କରିବେ । ଆପଣଙ୍କ ବ୍ୟବହାର ଏବଂ କାର୍ଯ୍ୟକୁଶଳତା ଦ୍ଵାରା ଅଧିକାରୀ ବର୍ଗ ଲାଭବାନ ହେବ । ସନ୍ତାନଙ୍କ ବ୍ୟବହାର ଉପରେ ନଜର ରଖନ୍ତୁ ।

୩ – ମିଥୁନ

ବ୍ୟବସାୟିକ କାର୍ଯ୍ୟରେ ଆଜି ଅଳ୍ପ କଷ୍ଟ ଆସିପାରେ । ଧର୍ଯ୍ୟର ସହ କାମ କରନ୍ତୁ । ଆପଣଙ୍କୁ ଆଜି ନିଜର ପରିଶ୍ରମର ଫଳ ଅବଶ୍ୟ ମିଳିବ । ମନ ଶାନ୍ତ ତଥା ପ୍ରସନ୍ନ ରହିବ । ଘର ତଥା କାର୍ଯ୍ୟଲୟରେ ବାତାବରଣ ଭଲ ରହିବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରମୋଶନର ନୂତନ ଅବସର ଆସିବ । ପାରିବାରିକ ଜୀବନରେ ହର୍ଷୋଲ୍ଲାସର ବାତାବରଣ ରହିବ ।

୪ – କର୍କଟ

ଆଜି କିଛି ବି ହେଉ ନିଜକୁ କାର୍ଯ୍ୟଳୟ ଓ ସାର୍ବଜନୀକ ସ୍ଥାନରେ ଝଗଡା ଠାରୁ ଦୂରେରେ ରଖନ୍ତୁ । ଆପଣଙ୍କୁ କେବଳ ନିଜ କ୍ରୋଧ ଉପରେ କାବୁ ରଖିବାର ଅଛି ଓ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ନିଜ କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ । ବହୁ ଦିନ ପର୍ଯ୍ୟନ୍ତ ଅଟକିଥିବା କାର୍ଯ୍ୟ ଆଜି ପୂର୍ଣ ହୋଇପାରେ । କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି । ବିଦେଶୀ ସଂସ୍ଥାରେ ଛାତ୍ରବୃତ୍ତି କିମ୍ବା ପ୍ରବେଶ ସମ୍ବନ୍ଧି ଖବର ପ୍ରତୀକ୍ଷା କରୁଥିବା ଛାତ୍ରମାନଙ୍କୁ ଭଲ ଖବର ମିଳିବ ।

୫ – ସିଂହ

ଆଜି ଆପଣଙ୍କର କ୍ରିଏଟିବ କାମରେ ରୁଚି ବଢିବ । ଆଜି ଆପଣ ସେହି କାମ କରନ୍ତୁ ଯେଉଁଥିରେ ଆପଣଙ୍କୁ ଶାନ୍ତି ମିଳୁଥିବ । ଆଇନ ସମସ୍ୟା ପାଇଁ ଚିନ୍ତିତ ରହି ପାରନ୍ତି । ଧାର୍ମିକ ଭାବନା ଉଦୟ ହେବ । ଧାର୍ମିକ କାର୍ଯ୍ୟ ହେତୁ ଧନ ଖର୍ଚ ହେବ । ଆଜି ଆପଣଙ୍କୁ କୌଣସି ନୂଆ କାମ ମିଳିବ । ପୁରୁଣା କଥାକୁ ମନେ ପକାଇ ଆଜିର ସମୟକୁ ବର୍ବାଦ କରନ୍ତୁ ନାହିଁ । ଆଜି ଆପଣ କୌଣସି କଥାକୁ ନେଇ ଚିନ୍ତିତ ବି ରହି ପାରନ୍ତି ।

୬ – କନ୍ୟା

ଆଜି ସମ୍ପତି ମାମଲାରେ ଅସୁବିଧା ଆସିପାରେ । ପରିବାର ସହିତ ସମୟ ବ୍ୟତୀତ କରିବେ । ଆଜି ଆପଣଙ୍କ ବିଚାରରେ ଅସ୍ଥିରତା ଆସିବ । ମିତ୍ରମାନଙ୍କ ସହ ସାକ୍ଷାତ ଦ୍ଵାରା ଆପଣ ଲାଭକାରୀ ହେବ । ପରିବାରର ସଦସ୍ୟମାନଙ୍କୁ ନିଜ ଜୀବନରେ ବିଶେଷ ମହତ୍ଵ ଦିଅନ୍ତୁ । ଆଜି ଆପଣଙ୍କୁ ସାବଧାନ ହୋଇ ରହିବାକୁ ପଡିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

୭ – ତୁଳା

ଆଜି କୌଣସି ନୂଆ ଯୋଜନା ଉପରେ କାମ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ । ଅଧିକ ଖର୍ଚ ହୋଇପାରେ । ଆଜିର ଦିନ ଅଧିକାଂଶ ସମୟ କ୍ରୟ କରିବାରେ ଓ ଦ୍ଵିତୀୟ ଗତିବିଧିରେ ସମୟ ଯିବ । ସଞ୍ଚିତ ଧନରେ ଅସୁବିଧା ଆସିବ । ଆଜି ଆପଣଙ୍କ ଜୀବନସାଥିଙ୍କ ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖା ଯାଇପାରେ । ଏହା ପାରିବାରିକ ଶାନ୍ତିକୁ ଭଙ୍ଗ କରିପାରେ ।

୮ – ବିଚ୍ଛା

ଆଜି ଆପଣ ଉତ୍ସାହ ଦ୍ଵାରା ଭରପୁର ରହିବେ ଓ ଅନ୍ୟ ବ୍ୟକ୍ତିକୁ ନେତୃତ୍ଵ ପ୍ରଦାନ କରିବାରେ ଇଚ୍ଛୁକ ରହିବେ । କୌଣସି ଦୂର ସ୍ଥାନକୁ ଯିବା ଦ୍ଵାରା ଆପଣ ଅଳ୍ପ ବ୍ୟସ୍ତ ରହିବେ । ଚାକାରୀ କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ରହିବ । ପ୍ରେମ – ସମ୍ବନ୍ଧ ପାଇଁ ଦିନ ସାମାନ୍ୟ ରହିବ । ଆଜି ଆପଣଙ୍କୁ ନିଜ ରାଗ ଉପରେ ଆୟତ ରଖିବାକୁ ପଡିବ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଘରେଲୁ ଉପାୟକୁ ଆପଣାନ୍ତୁ ।

୯ – ଧନୁ

ଆଜି କୌଣସି କଥା ଉପରେ ଦୃଢ ମନ ଦ୍ଵାରା ନିର୍ଣୟ ନେବା ଦ୍ଵାରା ଲାଭବାନ ହେବେ । କାର୍ଯ୍ୟକ୍ଷତ୍ରେରେ ଅନୁକୂଳ ପରିସ୍ଥିତି ରହିବ । କିନ୍ତୁ ମନ ଅଶାନ୍ତ ରହିବ । ସ୍ଵଭାବରେ ଚିଡ଼ଚିଡ଼ାପନ ବି ରହିପାରେ । ମିତ୍ରମାନଙ୍କ ଠାରୁ ଆପଣଙ୍କୁ ଲାଭ ମିଳିବ । ବ୍ୟପାରରେ ବି ଲାଭ ମିଳିବ । ସନ୍ତାନଙ୍କ ଠାରୁ ଦୂରରେ ରହୁଥିବା ଲୋକମାନେ ଆଜି ନିଜ ପିଲାମାନଙ୍କ ସାକ୍ଷାତ କରିବେ ।

୧୦ – ମକର

ଆଜିର ଦିନ ସାମାନ୍ୟ ରହିବ । ପରିବାରରେ ବି ସବୁ ସାମାନ୍ୟ ରହିବ । ଅନ୍ୟ ବ୍ୟକ୍ତିର ପର୍ସନାଳ ମାମଲାରେ ଦଖଲ ଦିଅନ୍ତୁ ନାହିଁ । ଆପଣ ବହୁତ ଦୂର ଯାତ୍ରା କରି ପାରନ୍ତି । ଅଥବା ବିଦେଶଗମନ କରିବାର ବି ଯୋଗ ଅଛି । ସନ୍ତାନର ସହଯୋଗ ପ୍ରାପ୍ତ ହେବ । ନିଜର ବୁଦ୍ଧିମାତା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ ଦ୍ଵାରା ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତି ହେବ ।

୧୧ – କୁମ୍ଭ

ଆଜିର ଦିନ ଆପଣଙ୍କ ପାଇଁ କଥାବାର୍ତ୍ତାରେ ସମୟ ବ୍ୟତୀତ ହେବ । ଆଜି ଆପଣ ନିଜର ପାର୍ଟନର ସହ ବି ସମୟ ବ୍ୟତିତ କରିବେ । କିଛି ଯୋଡି ଆଜି ନିଜର ସମ୍ପର୍କ ବିଷୟରେ ସମସ୍ତଙ୍କୁ କହି ପାରନ୍ତି । ଆଜି ନୂତନ ପ୍ରସାବ ମିଳିବାର ପୁରା ଯୋଗ ଅଛି । ଆଜି ଆପଣ ସମସ୍ତ କାର୍ଯ୍ୟ ଦୃଢ ଆତ୍ମବିଶ୍ଵାସ ଓ ମନବଳ ଦ୍ଵାରା ପୁରା କରିବେ ଓ ସେଥିରେ ସଫଳତା ବି ମିଳିବ । ପିତାଙ୍କ ତରଫରୁ କୌଣସି ବଡ ଉପହାର ମିଳିପାରେ ।

୧୨ – ମୀନ

ଆଜିର ଦିନ ଆପଣ ଜୀବନରେ ସବୁଠୁ ଭଲ ଦିନ ହେବାର ଅଛି । ଆଜି ଆପଣଙ୍କୁ ବହୁତ ଖୁସି ମିଳିବ । ଆୟର ସ୍ରୋତରେ ବିକଶିତ ହୋଇପାରେ, ଆୟରେ ବୁଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଯାତ୍ରା ଆପଣଙ୍କୁ କିଛି ଅସୁବିଧା ଦେଇପାରେ । ଅନ୍ୟ ଉପରେ ନିର୍ଭର ରୁହନ୍ତୁ ନାହିଁ । କେହି ଆପଣଙ୍କ କାମରେ ବାଧା ଦେଇ ପାରେ । ପରିଜନମାନଙ୍କ ସହିତ ସମୟ ବ୍ୟତୀତ କରିବେ ।