ଝିଅର ସ୍ଵପ୍ନ ଦେଖୁଥିଲେ ପିତା – ମାତା, ଜନ୍ମ ହେଲା ପୁଅ ତ ତାକୁ ଥଣ୍ଡାରେ ମରିବା ପାଇଁ ଛାଡି ଦେଲେ

ଝିଅ ଜନ୍ମ ହେଲେ ପ୍ରାୟତଃ ମାତା ପିତା ତାକୁ କେଉଁଠି ବି ଫୋପାଡି ଦିଅନ୍ତି, ଏହିଭଳି ଖବର ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ । କିନ୍ତୁ ଗୁଜୁରାଟର ସୁରତରେ କିଛି ଅଲଗା ହିଁ ମାମଲା ସାମ୍ନାକୁ ଆସିଛି । ଏଠି ଗୋଟିଏ ନଦୀ ନିକଟରେ ଅତ୍ୟଧିକ ଥଣ୍ଡାରେ ପଡିଥିବା ଏକ ନବଜାତ ଶିଶୁ ମିଳିଛି । ଜଣେ ଯୁବକର ନଜର ତାହା ଉପରେ ପଡିଲା ତ ସେ ସେହି ଶିଶୁକୁ ଏକ କପଡାରେ ଘୋଡାଇ ହସ୍ପିଟାଲକୁ ନେଇଗଲା । ଏହା ପରେ ପୋଲିସକୁ ଖବର ଦିଆଗାଲା । ମାତା – ପିତା ଏହି ମାମଲାରେ ଯେଉଁ ବୟାନ ଦେଲେ ତାହା ପୋଲିସକୁ ବି ଆଶ୍ଚର୍ଯ୍ୟ କରି ଦେଇଛି ।

ଥଣ୍ଡାରେ ମରିବା ପାଇଁ ଫୋପାଡି ଦେଲେ ଶିଶୁକୁ

ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ ହିଁ ଲୋକମାନଙ୍କ ମଧ୍ୟରେ ଏହି ବିଷୟକୁ ନେଇ ବହୁତ ଚର୍ଚ୍ଚା ହେବାକୁ ଲାଗିଲା । ୬ ଡିସେମ୍ବର ଦିନ ତାପୀ ନଦୀ ନିକଟରେ ଏକ ଶିଶୁ ପଡିଥିଲା । ଥଣ୍ଡାରେ ଶିଶୁକୁ ମରିବା ପାଇଁ କେହି ଜଣେ ଫୋପାଡି ଦେଇ ଚାଲି ଯାଇଥିଲା । ତାହାର ଶରୀରରେ ବି କିଛି କପଡା ନ ଥିଲା ।

ଅଜୟ ନାମକ ଯୁବକ ଶିଶୁକୁ ଦେଖିଲା ତ ସେ ନିଜର ସାର୍ଟରେ ତାକୁ ଘୋଡାଇ ହସ୍ପିଟାଲ ନେଇ ଆସିଲା । ଏହି ମାମଲାରେ ସୂଚନା ପୋଲିସକୁ ଦିଆଗଲା ତ ପୋଲିସ ଏହି ମାମଲାର ଯାଞ୍ଚ କରିବାରେ ଲାଗିଗଲା ।

ପୋଲିସ ପିତା ମାତାଙ୍କୁ ଖୋଜିଲେ

ଯାଞ୍ଚ କରୁ କରୁ ପୋଲିସ ଵଣଜାରା ଵାସ କ୍ଷେତ୍ରର ନିବାସୀ ଟ୍ରକ ଡ୍ରାଇବର ମଂଗୁଭାଈ ଵଣଜାରା ଓ ତାହାର ପତ୍ନୀ ପାଖରେ ପହଞ୍ଚିଲା । ଦୁଇ ଜଣଙ୍କୁ ଅଧୀନରେ ନେଇ ପୋଲିସ ପଚରା ଉଚରା କରିଲେ ତ ମାମଲା ବିଷୟରେ ଜଣା ପଡିଲା । ପତି – ପତ୍ନୀ ଦୁଇଜଣ ନିଜର ଅପରାଧ ସ୍ଵୀକାର କରିଛନ୍ତି ଓ ସେ ଏହାର ଯେଉଁ କାରଣ କହିଲେ ତାହାକୁ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଗଲା ।

ଦମ୍ପତି ପୋଲିସକୁ କହିଲେ କି ତାଙ୍କର ତିନୋଟି ପୁଅ ଅଛନ୍ତି ଓ ସେ ବର୍ତ୍ତମାନ ଏକ ଝିଅ ଚାହୁଁଥିଲେ । ଝିଅର ସ୍ଵପ ଦେଖି ଥିବା ଦମ୍ପତି ସେତେବେଳେ ନିରାଶ ହୋଇଗଲେ ଯେତେବେଳେ ତାଙ୍କର ପୁଅ ଜନ୍ମ ହେଲା । ଏହା ପରେ ଦୁଇ ଜଣ ସେହି ଶିଶୁକୁ ଗ୍ରହଣ କରିବେ ନାହିଁ ବୋଲି ନିଷ୍ପତି ନେଲେ ଓ ତାପୀ ନଦୀ ନିକଟରେ ଫୋପାଡି ଦେଲେ । ପୋଲିସ ବର୍ତ୍ତମାନ ମାତା ପିତାଙ୍କୁ ନିଜ ଗିରଫରେ ରଖିଛି ।