ଏହି ସବୁ ହେଉଛି ଦୁନିଆର ୫ଟି ସବୁଠୁ ବଡ ଜିନିଷର ଚୋରୀ, ଯାହା ବିଷୟରେ ଆପଣ ଚିନ୍ତା ବି କରି ପାରିବେନି

ସାଧାରଣତଃ ଲୋକମାନେ ସୁନା ରୂପା ଓ ମୂଲ୍ୟବାନ ଜିନିଷର ଚୋରୀ କରିଥାନ୍ତି । ଯାହାକୁ ସେମାନେ ବିକ୍ରି କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଦୁନିଆର ୫ଟି ସବୁଠୁ ବଡ ଚୋରୀ ବିଷୟରେ କହିବୁ, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ ଯେ ଟଙ୍କା ପାଇଁ ଲୋକମାନେ କଣ କଣ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଟି ବଡ ଚୋରୀ ବିଷୟରେ ।

୧. ସବମରିନ ର ଚୋରୀ

୧୯୬୮ ମସିହାରେ ଶୀତଳ ଯୁଦ୍ଧ ସମୟରେ ସିଆଇଏ ରୂଷର ସବମରିନକୁ ଚୋରୀ କରିଥିଳା । ଯାହାର ଏୟାରଫୋର୍ସ ଟେକନିକ ସାହାର୍ଯ୍ୟରେ ସେମାନେ ତାଙ୍କର ଦୁଇ ସବମରିନକୁ ଖୋଜି ପାଇଥିଲେ । ଏଥିପାଇଁ ତାଙ୍କୁ ପାଣିର ୧୬,୫୦୦ ଫୁଟ ଗଭୀରତାକୁ ଯିବା ପାଇଁ ପଡିଥିଲା । ଏହି ମିସନଟି ସବୁ ଦେଶ ମଧ୍ୟରେ ସବୁଠୁ ଅଧିକ ଗଭୀରତାର ମିସନ ଥିଲା ।

୨. ଡାୟନାସୋର ର ହାଡ ଚୋରୀ

୨୦୧୨ ମସିହାରେ ଫ୍ଲୋରିଡାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । କାରଣ ସେ ଡାୟନାସୋରର ହାଡକୁ ଚୋରୀ କରିଥିଲା । ଏହାକୁ ସେ ବିକ୍ରି କରି ଟଙ୍କା କମେଇବା ପାଇଁ ଚାହୁଁଥିଲା । କାରଣ ଏହାର ମୂଲ୍ୟ ୭ କୋଟି ଟଙ୍କାରୁ ବି ଅଧିକ ଥିଲା ।

୩. ପୋଲ ର ଚୋରୀ

ଗତ ବର୍ଷ ୨୦୧୯ରେ ଫିନଲ୍ୟାଣ୍ଡର ଏକ ସ୍ଥାନରେ ନଦୀ ଉପରେ ହୋଇଥିବା ପୋଲକୁ ରାତା ରାତି ଚୋରୀ କରାଯାଇଥିଲା । ସେଠିକାର ଲୋକମାନେ କହିଲେ କି ଏହି ପୋଲଟି କୌଣସି ପ୍ରାକୃତିକ ଘଟଣାରେ ଭାଙ୍ଗିବା ସମ୍ଭବ ନୁହେଁ, ତେଣୁ ଏହାକୁ ଚୋରୀ କୁହାଯାଇଥିଲା ।

୪. ଉଡାଜାହାଜ ର ଚୋରୀ

୨୦୦୩ ମସିହା ମେ ୨୫ ତାରିଖରେ ଏଲ୍ଘୋଲା ର ଏୟାରପୋର୍ଟରେ ଉଡାଜାହାଜ ଚୋରୀ ହୋଇଥିଲା । ଚୋର ଏୟାରପୋର୍ଟରେ ପଶି ଉଡାଜାହାଜକୁ ଉଡେଇ ନେଇ ଯାଇଥିଲା । ସେହି ଉଡାଜାହାଜକୁ ସେ ଆଣ୍ଟଲାଟିକା ମହାସାଗର ଦେଇ ଉଡେଇ ନେଇ ଯାଇଥିଲା । ସେବେ ଠାରୁ ସେ ଉଡାଜାହାଜର କୌଣସି ସନ୍ଧାନ ମିଳିନାହିଁ ।

୫. ଘଣ୍ଟି ର ଚୋରୀ

୨୦୦୫ ମସିହାରେ ୱାସିଂଟନର ଏକ ମନ୍ଦିରରେ ୧୩୦୦ କିଲୋ ରୁ ଅଧିକ ଓଜନର ଏକ ଘଣ୍ଟିକୁ ରାତା ରାତି ଚୋରୀ କରାଯାଇଥିଲା । ଏହାକୁ କିଛି ଶକ୍ତିଶାଳି ଗୋଷ୍ଠୀ ଚୋରୀ କରିଥିଲେ । କିନ୍ତୁ ୩ ବର୍ଷ ପରେ ପୋଲିସ ଏହାକୁ ଖୋଜି ବାହାର କରିଥିଲା ।