ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ।
କ୍ଷୀରରେ ଅନେକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ଅତି ଜରୁରୀ। ଏହା ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।
ଉଷୁମ କ୍ଷୀରରେ ଅନେକ ଉପକାରୀ ତତ୍ତ୍ୱ ରହିଛି। ଜାଣନ୍ତୁ ସେ ସମ୍ପର୍କରେ।
- ପ୍ରତିିଦିନ କ୍ଷୀର ପିଇବା ଦ୍ୱାରା ଆମର ଦାନ୍ତ ଏବଂ ହାଡ ମଜଭୁତ ହୋଇଥାଏ।
- ପ୍ରତିଦିନ ସକାଳୁ ଏକ ଗ୍ଲାସ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଦିନସାରା ଶକ୍ତି ମିଳିଥାଏ। ଏହା ସହିତ ମାଂସପେଶୀକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଥାଏ।
- କ୍ଷୀର ଖାଦ୍ୟକୁ ହଜମ କରାଇବାରେ ସହାୟକ ହୋଇଥାଏ। ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ଉଷୁମ କ୍ଷୀର ସେମାନଙ୍କ ପାଇଁ ଔଷଧ ରୂପେ କାମ କରିଥାଏ।
- ଯଦି ଆପଣ କାମ କରିବା ସମୟରେ ଅଧିକ ଥକିଯାନ୍ତି ତେବେ ଉଷୁମ କ୍ଷୀର ପିଇଲେ ତାହା ଆପଣଙ୍କୁ ଆରାମ ଦେଇଥାଏ।
- ଯଦି ଆପଣଙ୍କ ଗଳା ଦରଜ ଲାଗୁଛି ତେବେ ଉଷୁମ କ୍ଷୀରରେ ଗୋଲମରିଚ ଗୁଣ୍ଡ ମିଶାଇ ପିଇପାରିବେ। ଏହାଦ୍ୱାରା ଏଥିରୁ ଆପଣଙ୍କୁ ଉପଶମ ମିଳିପାରିବ।
- ଯଦି ଆପଣଙ୍କୁ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହୁଥାନ୍ତି ତେବେ ଉଷୁମ କ୍ଷୀର ପିଅନ୍ତୁ। ଦେଖିବେ ଆପଣଙ୍କ ମନ ହାଲୁକା ଲାଗିବ।
- ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ।