ଜଣେ IPS ଅଫିସର, ଇଏ କେଉଁ ସିଙ୍ଘମ କି ଦବଙ୍ଗ ନୁହନ୍ତି, କିନ୍ତୁ ଜଣେ ଅସଲି ହୀରୋ, ବଦଳେଇ ଦେଲେ 326 ପିଲାଙ୍କ ଜୀବନ, ଦେଉଛନ୍ତି ତାଙ୍କୁ…

ଦେଶର ଦାୟିତ୍ଵ ପ୍ରକୃତରେ ଅଫିସର ମାନଙ୍କ ହାତରେ । କିନ୍ତୁ ଆଜିର ଏହି ଲାଞ୍ଜ ଖିଆ ବାବୁ ମାନେ ଦେଶକୁ ଖୋଳ କରିବାରେ ଲାଗିଛନ୍ତି । କିନ୍ତୁ କିଛି ଏଭଳି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଦେଶ ସେବାକୁ ହିଁ ନିଜର ଜୀବନ ର ଲକ୍ଷ କରି ଛନ୍ତି । ସେମାନେ କରିଥିବା କାମ ଆଜି ମଧ୍ୟ ଏକ କିମ୍ବଦନ୍ତୀ । ଆଜି ଆମେ ଆପଣଙ୍କୁ ସେହି ଭଳି ଜଣେ ଆଇପିଏସ ଅଫିସର ଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ସିଙ୍ଘମ କି ଦବଙ୍ଗ ତ ନୁହନ୍ତି କିନ୍ତୁ ଗରିବ ପିଲା ମାନଙ୍କୁ ପଢାଇବାର କାମ କରନ୍ତି । ସେ ନିଜ ବଳରେ 326 ଟି ପିଲାଙ୍କ ଜୀବନ ବଦଳାଇ ପାରିଛନ୍ତି ।

ଆମେ କଥା ହେଉଛେ ବଡୋଦରା ର ଆଇପିଏସ ଅଫିସର ଜୀ.ଏସ. ମଲିକ ଙ୍କ ବିଷୟରେ, ଯିଏ ଏକ ଛୋଟ ରୁମ ଥିବା ସ୍କୁଲ ଘରକୁ 3 ମହଲା କୋଠାରେ ପରିଣତ କରିଛନ୍ତି । ଏହା କରିବା ପାଇଁ ସେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ତତ୍କାଳୟନ ପ୍ରଧାନ ସଚିବ ଙ୍କ ପାଖକୁ ମଧ୍ୟ ଯାଇଥିଲେ ।

ବଡୋଦରା ର କବି ପ୍ରାଥମିକ ସ୍କୁଲ ର କାହାଣୀ

ଗୁଜରାଟ ର ବଡୋଦରା ସହର ରେ କବି ଦୟାରାମ ପ୍ରାଥମିକ ଶାଳା ନାମକ ସ୍କୁଲ ଅଛି । ଏକ ସମୟ ରେ ଏହି ସ୍କୁଲ କେବଳ ଗୋଟେ କକ୍ଷରେ ସୀମିତ ଥିଲା । ଏଠାରେ ପ୍ରଥମରୁ ନେଇ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟେ ରୁମ ରେ ପଢୁ ଥିଲେ । ଏହି ସ୍କୁଲ ରେ 326 ଜଣ ଛାତ୍ର ଛାତ୍ରୀ ପଢୁଥିଲେ ।

ଅତିଥି ହୋଇ ଆସିଥିଲେ ସ୍କୁଲ

2010 ରେ ମଲିକ ଙ୍କୁ କନ୍ୟା କେଲାବଣି ଏବଂ ଶାଳା ପ୍ରବେଶୋତ୍ସୋବ ସମୟରେ ଅତିଥି ରୂପରେ ସ୍କୁଲ କୁ ନିମନ୍ତ୍ରଣ କରିଥିଲେ । ସେହି ସମୟରେ ମଲିକ ବଡୋଦରା ର ଜଇଂଟ ପୁଲିସ କମିଶ୍ନର ଥିଲେ । ସେ ଯେତେବେଳେ ସ୍କୁଲ ପହଞ୍ଚି ଥିଲେ ସ୍କୁଲ ର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ସେ ଏହାର ମରାମତି କରିବା ପାଈଁ ଚିନ୍ତା କରିଥିଲେ ।

ସେ ଏହି କଥା ସରକାର ଙ୍କ ପଖାରେ ପହଞ୍ଚାଇ ଥିଲେ । ବର୍ତ୍ତମାନ ସେଠାରେ 3 ମହଲା ର ସ୍କୁଲ ହୋଇ ସାରିଲାଣି । ଏବେ ସ୍କୁଲ ରେ ପିଲାଙ୍କ ପାଇଁ 13 ଟି କ୍ଲାସ୍ ରୁମ ର ବ୍ୟବସ୍ଥା ହୋଇଛି । ଏହା ସହ ପୁଅ ଝିଅ ମାନଙ୍କ ପାଇଁ ଅଲଗା ଅଲଗା ଟୟଲେଟ ମଧ୍ୟ ବନା ହୋଇଛି । ଏବେ ବର୍ଷାରେ ଛାତରୁ ପାଣି ବୋହିବାର ଚିନ୍ତା ନାହିଁ । ଏକା ସହ ପାଠ ପଢିବାର ହଇରାଣ ହେବାକୁ ପଡୁ ନାହିଁ ।

ଦେଶ ର ଅସଲି ହିରୋ ହେଉଛନ୍ତି ଜୀ.ଏସ. ମଲିକ ।