ଚର୍ମକୁ ଗୋରା କରିବା ଓ ନିଜର ଶରୀରକୁ ଦୃଢ଼ କରିବା ପାଇଁ ଦେଖନ୍ତୁ ଉପାୟ ।

ବୟସ ବଢିବା ସହ ସମସ୍ତେ ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଚାହିଁଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ମୁଖ୍ୟତଃ ଏହି ୫ଟି ଅଭ୍ୟାସ ଜରୁରୀ । ଏଠାରେ ଏପରି ୫ ଅଭ୍ୟାସ ବିଷୟରେ ଆମେ କହୁଛୁ ଯାହା ଖାଦ୍ୟରେ ସାମିଲ କରିବା ଦ୍ବାରା ଆପଣ ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ସେତଜ ରଖିପାରିବେ ।

୧. କିଛି ଓଜନ ଓଠାନ୍ତୁ : ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶରୀର ସୁସ୍ଥ ଦେଖାଯିବା ପାଇଁ ଏବଂ ବୟସ ବଢିବା ସହ ଆପଣଙ୍କ ଚର୍ମ ଅଧିକ ଲୋଚାକୋଚା ନହେବ ତେବେ କିଛି ଓଜନଦାର ଜିନିଷ ଉଠାଇବା ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ । ଓଜନ ଉଠାଇବା ଦ୍ବାରା ଶରୀରର ମାଂସପେଶୀ ସତେଜ ରହିଥାଏ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଧିକ ଓଜନ ଉଠାଇବାର ଆବଶ୍ୟକତା ନାହିଁ । ପ୍ରଥମେ କମ୍ ଓଜନର ଉଠାନ୍ତୁ । ଏହା ଅଭ୍ୟାସ ହୋଇଯିବା ପରେ ଅଧିକ ଓଜନ ଉଠାନ୍ତୁ । ଏହା କରିବା ସମୟରେ ପୁରା ଶରୀର ଉପରେ ଧ୍ୟାନ ଦିଅନ୍ତୁ ।

୨. ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରର ମାଂସପେଶୀ କ୍ଷୟ ହେବାକୁ ଲାଗିଥାଏ। ୫୦ବର୍ଷ ବୟସ ପରେ ଶରୀର ପୂର୍ବାପେକ୍ଷା ଅଧିକ ପ୍ରୋଟିନ୍ ଆବଶ୍ୟକ କରିଥାଏ । ସାଧାରଣତଃ ଆମ ଶରୀର କିଲୋଗ୍ରାମ ପ୍ରତି ୦.୮ ଗ୍ରାମ ପ୍ରୋଟିନ୍ ଆବଶ୍ୟକତା କରିଥାଏ ।

୩. ଦିନରେ ୩ ଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଦିନକୁ ତିନିଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

୪. ଭିଟାମିନ୍-ଡି : ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍ ଶରୀର ପାଇଁ ବେଶ୍ ଉପଯୋଗୀ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍-ଡି କମ୍ ମାତ୍ରାରେ ରହିଛି ତେବେ ଆପଣ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣରେ ରୁହନ୍ତୁ କିମ୍ବା ଭିଟାମିନ୍-ଡି ବଟିକା ଖାଆନ୍ତୁ । ଏହା ଆପଣଙ୍କ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ ।

୫. ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ : ଆପଣଙ୍କ ଖାଦ୍ୟରେ ଗ୍ରୀନ୍ ଟି ସାମିଲ କରନ୍ତୁ । ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି । ଏହା ଶରୀର ପାଇଁ ଲାଭଦାୟକହୋଇଥାଏ । ଏହା ଶରୀରର ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ଏହା ବ୍ୟତୀତ ଡାଳିମ୍ବକୁ ମଧ୍ୟ ଖାଦ୍ୟରେ ସାମିଲ କରନ୍ତୁ । ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି ।