ଓଡ଼ିଆ ଧାରାବାହିକ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ
ଅସଦାଚରଣ ଅଭିଯୋଗ ଆଣିଛନ୍ତି ଓଡିଆ ଟିଭି ଧାରାବାହିକର ଜଣେ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କ ସଂପର୍କୀୟଙ୍କ ସହ ଆଜି ପୋଲିସ କମିଶନରଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରି ଛନ୍ତି । ଗତ କିଛି ଦିନ ହେଲା କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ହ୍ବାଟସଆପ୍ କୁ ବାର ମ୍ବାର ଅଶ୍ଳୀଳ ଭାଷା ଲେଖି ପଠାଉଥିବା ସେ ଅଭିଯୋଗ କରି ଛନ୍ତି । ପୋଲିସ ନିକଟରେ ଅଭିନେତ୍ରୀ ଏହିସବୁ ମେସେଜର ସ୍କ୍ରିନସଟ୍ ମଧ୍ୟ ଦାଖଲ କରି ଛନ୍ତି । ମେସେଜ୍ ଆସୁଥିବା ଗୋଟିଏ ନମ୍ବରକୁ ବ୍ଲକ୍ କଲେ ପୁଣି ଆଉ ଗୋଟିଏ ନମ୍ବରରୁ ସେ ମେସେଜ କରୁଥିବା ଅଭିଯୋଗ କରି ଛନ୍ତି ଅଭିନେତ୍ରୀ ।
କଣ ପାଇଁ ଜାଣିଛନ୍ତି ??
ଫଟୋସପରେ ଅଭିନେତ୍ରୀଙ୍କ ଫଟୋକୁ ଯୋଡି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଛାଡି ଦିଆଯିବ ବୋଲି ଏହି ଦୁର୍ବୃତ୍ତ ମେସେଜ୍ ରେ ଧମକ ଦେଇଛି ।
ଏଥିସହ ପୋଲିସକୁ ଜଣାଇଲେ ଏସିଡ ପକାଇଦିଆଯିବ ବୋଲି ଚେତାବନୀ ଦେଇଛି । ପୋଲିସ କମିଶନର ଏହି ଘଟଣାକୁ ଗୁରୁତର ସହ ନେଇ ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି