ଏହି ଜାଗା ଆପଣଙ୍କ ପାଖେ ଅଛି ଭୀମକୁଣ୍ଡ ଜାଣିଛନ୍ତି ଏହାର ରହସ୍ୟ ।

ଆମ ଦେଶରେ ଏମିତି ଏକ କୁଣ୍ଡ ରହିଛି ଯାହା ଦେଖିବାକୁ ସାଧାରଣ ଲାଗେ କିନ୍ତୁ ଏହାର ବିଶେଷତ୍ବ ହେଲା ଯେତେବେଳେ ଏସିଆ ମହାଦେଶରେ କୌଣସି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥାଏ ଏହି କୁଣ୍ତ ର ପାଣି ଆପେ ଆପେ ବଢିବାକୁ ଲାଗେ।ଲୋକମାନେ ଏହି କୁଣ୍ତକୁ ଭୀମ କୁଣ୍ଡ ନାମରେ ଜାଣନ୍ତି।ଏହାର ଗଭୀରତା ମାପିବା ପାଇଁ ଡିସକଭର ଚ୍ୟାନେଲ ବହୁତ ଚେଷ୍ଟା କରିଥିଲେ ହେଲେ ସେମାନେ ଏହାର ଗଭୀରତା ମାପି ପାରିଲେ ନାହିଁ।

ଭୀମ କୁଣ୍ଡ ଏକ ପ୍ରସିଦ୍ଧ ତ୍ରୀଥ ସ୍ଥାନ ଅଟେ।ଏହା ମଧ୍ୟପ୍ରଦେଶର ଛତ୍ରପୁର ରେ ଅବସ୍ଥିତ ଯେଉଁଠାରେ ଏମିତି ଏକ ଜଳ କୁଣ୍ଡ ରହିଛି ଯାହା ବର୍ତ୍ତମାନ ଭୂବୈଜ୍ଞାନିକ ମାନଙ୍କ ପାଇଁ ଚିନ୍ତା ର କାରଣ।ଏହି କୁଣ୍ତର ଓସାର 70 ରୁ 75 ଫୁଟ ହେବ।ପ୍ରଫେସନାଲ ବୁଡାଳି ମାନେ ଏହା ଭିତରକୁ ବହୁତ ଥର ଯାଇଛନ୍ତି କିନ୍ତୁ ଏହାର ଗଭୀରତା ଏପଯର୍ଯନ୍ତ କେହି ମାପି ପାରି ନାହାନ୍ତି।ଏହି ଜଳ କୁଣ୍ଡ ପାହାଡର ଏକ ଗୁମ୍ଫା ରେ ଅବସ୍ଥିତ।ଯେତେବେଳେ କୌଣସି ମଣିଷ ପାଣିରେ ବୁଡି ମରିଯାଏ ତାର ମୃତ ଶରୀର କିଛି ସମୟ ପରେ ଭାସେ କିନ୍ତୁ ଏଠି ତାର ବିପରୀତ ହୁଏ ଶରୀର ପାଣିରେ ବୁଡି ଯାଏ ଆଉ ଭାସେ ନାହିଁ।ସ୍ଥାନିୟ ଲୋକଙ୍କ କହିବା ଅନୁସାରେ ଯେବେବି କୈଣସି ବିପଦ ଆସିଛି କୁଣ୍ଡର ଜଳ ସ୍ତର ବଢିବାକୁ ଲାଗେ।

ଯାହା ଦ୍ବାରା ଏଠାକାର ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଅବଗତ ହୋଇଯାଆନ୍ତି।ନେପାଳ ଓ ଗୁଜୁରାଟ ଭୂକମ୍ପ ସମୟରେ ଏଠାକାର ଜଳ ସ୍ତର ମଧ୍ଯ ବଢିଥିଲା।ଯେତେବେଳେ 2004 ରେ ସୁନାମି ଆସିଲା ଏହି କୁଣ୍ତର ଜଳ ସ୍ତର 15 ଫୁଟ ପଯ୍ୟନ୍ତ ବଢିଥିଲା।ଆଜିବି ଏହି କୁଣ୍ତର ଗଭୀରତା ରହସ୍ଯ ହୋଇ ରହିଛି।କିଛି ବିଶେଷଜ୍ଞ ମାନେ କହନ୍ତି ଏହା ଭିତରେ କେଉଁ ଜଳ ସ୍ତର ସହ ସମ୍ପୃକ୍ତ ହୋଇଛି ବୋଲି।କୁହାଯାଏ ଯେ ବିଶେଷଜ୍ଞ ମାନେ ଯେବେ ଏହାର 80 ଫୁଟ ତଳକୁ ଗଲେ ସେଠାରେ ଦୂତ ଗତିରେ ବହୁଥିବା ଏକ ଜଳ ସ୍ରୋତ ମିଳିଲା।

ଏହା ହେଇପାରେ ଏହା କୈଣସି ନଦୀ ବା ସମୁଦ୍ର ସହ ମିସିଛି।କିନ୍ତୁ ଏହି କଥାର ସଠିକ୍ ପ୍ରମାଣ ନମିଳିବା ଯୋଗୁ ଏହାକୁ ସ୍ବୀକାର କରାଯାଉନାହିଁ।କେବଳ ଏତିକି ନୁହେଁ 1977 ମସିହାରେ ଜିଲ୍ଲା ପ୍ରଶାସନ ତରଫରୁ ଏଠାରେ ତିନୋଟି ପମ୍ପ ଲଗାଇ ଜଳ ଖାଲି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସାତ ଦିନ ଧରି ପମ୍