ଏଠି ବିବାହ ପାଇଁ ବିକ୍ରି ହୁଅନ୍ତି କନ୍ୟା – ଏମିତି ଏକ ବଜାର ଯାହା ଆପଣ ଦେଖିଲେ ବିଶ୍ୱାସ କରିପାରିବେନି

ଏଠି ବିବାହ ପାଇଁ ବିକ୍ରି ହୁଅନ୍ତି କନ୍ୟା

ସାଧାରଣତଃ ଆମେ ବଜାରକୁ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଯାଇଥାଉ । କିନ୍ତୁ କନ୍ୟା ବିକ୍ରି ପାଇଁ ବଜାର ଶୁଣିଲେ ଟିକେ ଅସ୍ୱଭାବିକ ଲାଗୁଛି । ପ୍ରତି ୩ ବର୍ଷରେ ଥରେ କନ୍ୟା ବିକ୍ରି ପାଇଁ ଏଠି ବଜାର ଖୋଲେ ।  ହେଲେ ଏମିତି ଏକ ବଜାର ଅଛି ବୁଲଗେରିଆର ଷ୍ଟାରା ଜାଗୋର ନାମକ ଏକ ସ୍ଥାନରେ । ଆଉ ଏହି ବଜାରକୁ ବରପାତ୍ର ଆସି ନିଜ ମନପସନ୍ଦର କନ୍ୟା କିଣି ନିଅନ୍ତି ବିବାହ କରିବାକୁ ।

ତେବେ ଏହି ବଜାରକୁ ଆସିଲେ କିଛି ନିୟମ ପାଳନ କରିବାକୁ ପଡିଥାଏ ଉଭୟ ବର ଓ କନ୍ୟା ପକ୍ଷଙ୍କୁ । ପ୍ରଥମେ ବରପକ୍ଷର ପୂରା ପରିବାର ସେଠାରେ ଉପସ୍ଥିତ ଥାଆନ୍ତି । ଆଉ କନ୍ୟାମାନଙ୍କୁ ସଜାଇ କରି ନେଇ ଆସନ୍ତି ପରିବାର ଲୋକ । ମନ ପସନ୍ଦ ହେବା ପରେ ଉଭୟ ପୁଅ ଓ ଝିଅଙ୍କୁ କଥା ହେବା ପାଇଁ କିଛି ସମୟ ଦିଆ ଯାଇଥାଏ । ଆଉ ତାପରେ ଉକ୍ତ ଝିଅକୁ ନିଜର ପତ୍ନୀ ଭାବରେ ସ୍ୱୀକାର କରିବା ସହ ଉଚିତ୍ ମୂଲ୍ୟ ଦେଇ ସାଙ୍ଗରେ ନେଇଥାନ୍ତି ବରପକ୍ଷ ଲୋକ।

ଦେଖନ୍ତୁ ଝିଅଟି କେମିତି କଲା ଏକ ନିଆରା ୱାର୍ଲ୍ଡ ରେକର୍ଡ – କରି ଦେଖେଇଲା କିଛି ଏପରି କାମ

ଆପଣ ଦେଖିଲେ ବିଶ୍ୱାସ କରିପାରିବେନି

ସାଧାରଣତଃ ବିବାହରେ ବରଘର ଲୋକଙ୍କୁ ଯୌତୁକ ଦିଆ ଯାଇଥାଏ । କିନ୍ତୁ ଏଠାକାର ନିୟମ ଅନୁଯାୟୀ ଝିଅର ପରିବାର ଲୋକକୁ ଟଙ୍କା ଦିଅନ୍ତି ବରପକ୍ଷ ଲୋକ । ଏହାଦ୍ୱାରା ଗରିବ ପରିବାରକୁ କିଛି ସାହାଯ୍ୟ ମଧ୍ୟ ମିଳି ଯାଏ ।

ତେବେ ଏହି କନ୍ୟା କିଣିବା ପ୍ରଥା ପ୍ରଚଳନ ବୁଲଗେରିଆରେ ଅନେକ ବର୍ଷ ପୂର୍ବରୁ ଚାଲିଆସୁଛି । ଏପରି ପ୍ରଥାର ପ୍ରଚଳନ ଗରିବ ଲୋକମାନଙ୍କର ଆର୍ଥିକ ସମସ୍ୟାକୁ ଆଖି ଆଗରେ ରଖି ଆରମ୍ଭ କରାଯାଇଥିଲା ।  ପ୍ରଥା ଉପରେ କୌଣସି ଆଇନଗତ କିଛି କଟକଣା ମଧ୍ୟ ନାହିଁ । ଏହି ବଜାରରେ ସେହିମାନେ ଆସନ୍ତି ଯେଉଁ ମାନେ ନିଜ ଝିଅକୁ ବିବାହ ଦେବା ପାଇଁ ଅସମର୍ଥ ।

ଦେଖନ୍ତୁ ଝିଅଟି କେମିତି କଲା ଏକ ନିଆରା ୱାର୍ଲ୍ଡ ରେକର୍ଡ – କରି ଦେଖେଇଲା କିଛି ଏପରି କାମ

ବରପକ୍ଷ ଲୋକ ବଜାରରୁ କିଣା ଯାଇଥିବା କନ୍ୟାକୁ ବୋହୂ ମାନିବାକୁ ପଡିଥାଏ ।  ଏହି ନିୟମର ପାଳନ ମଧ୍ୟ ଠିକରେ ହୋଇଥାଏ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସଂପ୍ରଦାୟ ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ବାହାର ଲୋକ କନ୍ୟା କିଣି ପାରିବେ ନାହିଁ । ଏହି ବଜାର ବୁଲଗେରିଆର କଲାଇଦଝି ସଂପ୍ରଦାୟ ଦ୍ୱାରା ଆୟେଜିତ ହୋଇଥାଏ ।