ଏହି ୭ଟି ଜିନିଷ କେବେ ବି ତଳେ ରଖନ୍ତୁ ନାହିଁ ନଚେତ ହେଇଯିବେ ଭିକାରି। ଦେଖନ୍ତୁ କଣ ସେ ୭ଟି ଜିନିଷ।

ହେଇଯିବେ ଭିକାରି ଯଦି ଏହି ୭ଟି ଜିନିଷ ତଳେ ରଖନ୍ତି। ଜାଣନ୍ତୁ ଏହା କଣ?

ପୁରାଣର କଥା ଅନୁଯାୟୀ କେତେକ ପବିତ୍ର ସାମଗ୍ରୀକୁ ଆଦୌ ଭୂମି ଉପରେ ରଖିବା ଠିକ୍‌ ନୁହେଁ। ସନାତନ ଧର୍ମ ବା ହିନ୍ଦୁ ଧର୍ମ କେବଳ ପ୍ରାଚୀନ ଧର୍ମ ନୁହେଁ, ଏହା ଏକ ଜୀବନ ଧାରା ମଧ୍ୟ। ହିନ୍ଦୁ ଧର୍ମ ଚାରିଟି ମୁଖ୍ୟ ଲକ୍ଷ୍ୟ ହେଲା ଧର୍ମ, ଅର୍ଥ, କାମ ଓ ମୋକ୍ଷ। ହିନ୍ଦୁ ଧର୍ମାବଲମ୍ବୀ ମାନେ ଧୈର୍ଯ୍ୟ, ସାଧୁତା, ପବିତ୍ରତା, ଦୟା, କ୍ଷମା, ଆତ୍ମନିର୍ଭରଶୀଳତା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଧାର୍ମକ ଲୋକ ଖୁବ୍‌ ସତର୍କତାର ସହ ଜୀବନ ବିତାଇଥାନ୍ତି। ସେମାନେ ନୀତି ନିୟମ ପାଳନ କରିଥାନ୍ତି। ସନାତନ ଧର୍ମରେ କିଛି ଏମିତି ନିୟମ ମଧ୍ୟ ଅଛି ଯାହା ଆମେ ପାଳନ ନ କଲେ ଆମର ଅନେକ କ୍ଷତି ହୋଇଥାଏ। ବ୍ରହ୍ମ ଦୈବର୍ତ୍ତ ପୁରାଣରେ ଭଗବାନଙ୍କ ଆରାଧନା ଲାଗି କେତେକ ସ୍ୱତନ୍ତ୍ର ପଦ୍ଧତି କଥାର ଉଲ୍ଲେଖ ରହିଛି, ଯାହାକୁ ପାଳନ କରିଲେ, ମଣିଷ ସୁଖୀ ଜୀବନ ବିତାଇବ। ଏବଂ ଜୀବନରେ କେବେବି ଦୁଃଖ ଭୋଗିବା ନାହିଁ।

ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କ’ଣ?

ମୂର୍ତ୍ତି:

କୌଣସି ଠାକୁରଙ୍କ ମୂର୍ତ୍ତିକୁ ତଳେ ରଖନ୍ତୁ ନାହିଁ। ତାଙ୍କୁ କୌଣସି କାଠ ଉପରେ ବା ଧାନ ଉପରେ ରଖି ପାରନ୍ତି। ତାଙ୍କ ପାଇଁ ସ୍ଵତନ୍ତ୍ର ଆସ୍ଥାନ କଲେ ବହୁତ ଭଲ।

ଶାଳଗ୍ରାମ:

ଶାଳଗ୍ରାମଙ୍କୁ ମଧ୍ୟ ତଳେ ରଖିବା ଅନୁଚିତ। ଏହାଙ୍କୁ ରଖିବା ଆଗରୁ ପ୍ରଥମେ ଏକ ସ୍ୱଚ୍ଛ ହଳଦିଆ କପଡା ପକାନ୍ତୁ। ତା’ଉପରେ ରଖନ୍ତୁ।

ପୁଅ ବା ଝିଅମାନେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ । ନହେଲେ ବହୁତ କଷ୍ଟ ଭୋଗିବେ ।

ପଇତା:

ଠାକୁର ପାଇଁ ଉଦ୍ଦିଷ୍ଟ ପଇତାକୁ କେବେ ବି ଭୂମି ଉପରେ ରଖାଯିବା ଉଚିତ ନୁହେଁ। ଏହାକୁ ଏକ ପରିଷ୍କାର ଧଳା କପଡା ବା ପାତ୍ରରେ ରଖିଲେ ଭଲ।

ଶଙ୍ଖ:

ଶଙ୍ଖକୁ ଭଲ ଭାବେ ଧୋଇ ଏକ ଧଳା କପଡା ଉପରେ ରଖିବା ଉଚିତ। କୌଣସି ବି ପରିସ୍ଥିତିରେ ଏହାକୁ ଭୂଇଁ ଉପରେ ରଖିବା ଠିକ୍‌ ନୁହେଁ।

ଦୀପ:

ଦୀପକୁ କେବେ ବି ଭୂମି ଉପରେ ରଖିବା ଉଚିତ ନୁହେଁ। ଯଦି ସେଭଳି ଆବଶ୍ୟକତା ପଡ଼େ,ତେବେ କିଛି ଧାନ ବା ଚାଉଳ ଉପରେ ବା କାଠ ଉପରେ ରଖନ୍ତୁ।

ଗୁଆ:

ପୂଜା ସମୟରେ ଗୁଆକୁ ଭୂମି ଉପରେ ରଖିବା ଠିକ୍‌ ନୁହେଁ। ଏହାକୁ ରୂପା ମୁଦ୍ରା ଉପରେ ରଖନ୍ତୁ।

ରତ୍ନ ପଥର:

ପୂଜାର୍ଚ୍ଚନା ସମୟରେ କୌଣସି ରତ୍ନପଥରକୁ ତଳେ ରଖାଯାଏ ନାହିଁ। ଏହାକୁ ପାନପତ୍ର ଉପରେ ରଖନ୍ତୁ।