ଆଜିର ରାଶିଫଳ, 9 ଫେବୃୟାରୀ 2022, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣଙ୍କର କାନୁନି ମାମଲା ରେ ଅଧିକ ରୁଚି ରହିବ । ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଧୀୟକ ହେବ । ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ । ବ୍ୟବସାୟ କୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଫଳପ୍ରଦ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ମନରେ ଆଗ୍ରହ ସୃଷ୍ଟି ହେବ କିଛି ନୂଆ କାମ କରିବା ପାଇଁ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ ।

ବୃଷ ରାଶି : ଆଜି ଆପଣଙ୍କ ଜୀବନରେ ବିଭିନ୍ନ କ୍ଷେତ୍ର ରେ ଲାଭ ମିଳିବାର ଯୋଗ ରହିଛି । ମିତ୍ର ମାନଙ୍କ ସହ ହୋଇଥିବା ମନାନ୍ତର ଦୂର ହେବ । ଆଜି ଆପଣ ଅକାର୍ଯ୍ୟ କ୍ଷେତ୍ର ରେ ବ୍ୟସ୍ତ ରହିବେ । କୌଣସି ବଡ କ୍ଷେତ୍ର ରେ ଆପଣ ଟଙ୍କା ନିବେଶ କରିବା ପାଇଁ ଚିନ୍ତା କରିବେ । ଘର ପରିବାର ରେ ସୁଖ ଶାନ୍ତିର ମହୋଲ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମାତା ପିତା ଙ୍କ ସହଯୋଗ ପାଇବେ ।

ମିଥୁନ ରାଶି : ଆଜି ଆପଣଙ୍କୁ ରାଜନୀତି ତଥା କାନୁନି ମାମଲା ରେ ସଫଳତା ହାସଲ ହେବେ । ଆପଣଙ୍କ ଚିନ୍ତାଧାରା ରେ ସାକାରାତ୍ମକ ପରିବର୍ତ୍ତନ ଆସିବ । ସମାଜରେ ମାନ ସମାନ ବୃଦ୍ଧି ଅପଇବ । ଦାଂପତ୍ଯ ଜୀବନରେ ହସ ଖୁଶିର ସମୟ ରହିବ । ଗୋଟେ ଭଲ ସମୟ ଆପଣଙ୍କ ଜୀବନରେ ଆସିବାକୁ ଯାଉଛି ଯାହାର ଅପେକ୍ଷା ଆପଣ ଦୀର୍ଘ ଦିନରୁ କରି ରହିଥିଲେ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ପ୍ରତେକ କାମରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି । ଅଚାନକ ଧନ ଲାଭ ହେବ । ପୁରୁଣା ସମସ୍ଯା ଯାହା ରହିଥିଲା ତାହା ଦୂର ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ପରିଲକ୍ଷିତ ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆୟ ରେ ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ ।

ସିଂହ ରାଶି : ଆଜି ଆପଣ କୌଣସି ବଡ ସମାରୋହରେ ଯୋଗ ଦେବେ । ଆପଣ ନିଜର ବ୍ୟବହାର ଦ୍ଵାରା ଅନ୍ୟ ମାନଙ୍କର ହୃଦୟ ଜିତିବା ପାଇଁ ସକ୍ଷମ ହେବେ । କୌଣସି ଦିଗରୁ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କ ଦାଂପତ୍ଯ ଜୀବନରେ ମଧୁରତା ଆସିବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ ପ୍ରତସୁତ ହେଉଥିଲେ ସଫଳ ହେବେ । ସମାଜରେ ଖ୍ଯାତି ଓ ଯଶ ପ୍ରାପ୍ତ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

କନ୍ୟା ରାଶି : ଆଜି ଆପଣଙ୍କୁ ଆଧ୍ୟାତ୍ମିକ ସିଧି ମିଳିବାର ଯୋଗ ରହିଛି । ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଖରାପ କାମ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଆପଣ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେଇ ଖୁସି ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଟଙ୍କା ନିବେଶ କରିବେ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ଆଜି ଦିନ ଟି ଭଲ ରହିବ । ମିତ୍ରା ମାନଙ୍କ ସହ ଆପଣ ଦୂର ଜାଗାକୁ ବୁଲିବା ପାଇଁ ପ୍ଳାନ କରିବେ ।

ତୁଳା ରାଶି : ଆଜି ଆପଣଙ୍କର ଦିନ ଟି ଅନୁକୂଳ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହବେ । ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଛାତ୍ର ଛାତ୍ରୀ ପାଠ ପଢା ରେ ଆଗରେ ରହିବେ । ପ୍ରେମ ଜୀବରେ ସମୟ ଭଲ ରହିବ । ଆପଣ କାହାକୁ ପ୍ରପୋଜ କରିବାକୁ ଇଚ୍ଛା କରୁଥିଲେ ଆଜି ଦିନ ଟି ଶୁଭ ରହିବ ।

ବିଛା ରାଶି : ଆଜି ଆପଣଙ୍କ ଜୀବନରେ ଦୁଇ ଗୁଣା ଲାଭ ଦେଖିବାକୁ ପାଇବେ । ଆୟ ରେ ବୃଦ୍ଧି ହେବ । ସାମାଜରେ ଅଲଗା ପରିଚୟ ସୃଷ୍ଟି କରିବେ । କୌଣସି ବଡ ସମସ୍ୟାର ସମାଧାନ ଆପଣ କରିବେ । ଆଜି ଆପଣ କୌଣସି ପୁରୁଣା କଥା ମନେ ପକାଇ ଖୁସି ହେବେ । କୌଣସି ଦିଗରୁ ଶୁଭ ସମ୍ବାଦ ଶୁଣିବାକୁ ପାଇବେ । ଆପଣ ଯେଉଁ କାମରେ ଯେତେ ଚେଷ୍ଟା କରିବେ ସେତେ ସଫଳତା ପାଇବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ଧନୁ ରାଶି : ମିତ୍ର ଓ ପରିବାର ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ବ୍ୟବସାୟରେ ଲାଭବାନ ହେବେ । ଆପଣ ଦୀର୍ଘ ଦିନରୁ ଯେଉଁ ଯୋଜନା କରି ରଖିଥିଲେ ତାହା କାର୍ଯ୍ୟକାରୀ କରିବାର ସମୟ ଆସି ଯାଇଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗରେ ରହିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କରେ ନିବିଡତା ଆସିବ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଅନୁକୂଳ ରହିବ।

ମକର ରାଶି : ଆପଣ ନିଜର ସ୍ଵଭାବ ଯୋଗୁ ଅନ୍ୟ ମାନଙ୍କ ହୃଦୟ ଜିଣିବେ । ଆକସ୍ମିକ ଭାବେ ଖର୍ଚ୍ଚ ବୃଦ୍ଧି ହେବ । ନିବେଶ କରିବା ପୃବରୁ ଚିନ୍ତା କରନ୍ତୁ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । କୌଣସି ସମସ୍ଯା ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ପ୍ରେମ ଜୀବନରେ ଆପଣ କାହାକୁ ପ୍ରପୋଜ କରିବାକୁ ଇଚ୍ଛା କରୁଥିଲେ କରି ପାରିବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ।

କୁମ୍ଭ ରାଶି : ଆପଣ କୋର୍ଟ କଚେରୀ ମାମଲା ରେ ସଫଳ ହେବେ । ଯେଉଁ ମାନେ ରାଜନୀତି କ୍ଷେତ୍ର ରେ ଅଛନ୍ତି ସ୍ମେଆନେ କିଛି ନୂଆ କାମ କରିବେ । ସମାଜରେ ଖ୍ଯାତି ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟ ରେ ଅଧିକ ରୁଚି ରଖିବେ । ଘର ପରିବାରରେ ହସ ଖୁଶିର ମାହୋଲ ରହିବ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ ଭଲ ରହିବ । ଦୂର ଜାଗାକୁ ଯାତ୍ରା କରିବେ । ବ୍ୟବସାୟ କ୍ଷେତ୍ର ରେ ବଡ ଲାଭ ମିଳିବ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ ହୋଇପାରେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କୁ ଆପଣଙ୍କର ମନ ପସନ୍ଦ ଜୀବନ ସାଥିଟି ମିଳିପାରେ । ସମାଜରେ ଅଲଗା ପରିଚୟ ସୃଷ୍ଟି ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ପାରିବାରିକ ବାତାବରଣ ହସ ଖୁଶିର ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।