ଆଜିର ରାଶିଫଳ, 9 ନଭେମ୍ବର 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ନଭେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ ଦୁହିଙ୍କ ଭିତରେ ଦୃଢ ସମ୍ପର୍କ ସୃଷ୍ଟି ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ନିଜ ସନ୍ତାନ ମାନଙ୍କ ଯୋଗୁ ନୂଆ ଖବର ପାଇ ପାରନ୍ତି ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ଦିନଟି ଭଲ ରହିବ । ଆପଣ ନିଜ ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ଘରର କୌଣସି କାମରେ ନିଜକୁ ବ୍ୟସ୍ତ ରଖିବେ । କୋଣସି ମହାନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିପାରେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । କର୍ମ କ୍ଷେତ୍ରରେ ଆପଣଙ୍କ ସହ ଯୋଗୀ ମାନଙ୍କର ସମର୍ଥନ ମିଳିବ । ବିଦ୍ୟାର୍ଥୀ ମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଭାଇ ଭଉଣୀଙ୍କ ସହ ଭଲ ସମ୍ଭଧ ରହିବ । ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନେ ନିଜ ମନ କଥା ନିଜ ସାଥୀକୁ କହିପାରନ୍ତି । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ କଥାବାର୍ତ୍ତା କରନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ଦିନ ଭଲରେ କଟିବ । ଆଜି ଆପଣ ମିଠା ବଚନ କହିବେ ଯାହା ଅନ୍ୟ ମାନଙ୍କ ଉପରେ ଭଲ ପ୍ରଭାବ ପକାଇବ । ବେପାର କରୁଥିବା ଲୋକ ମାନେ ବ୍ୟବସାୟରେ ଭଲ ଲାଭ ମିଳିବ । ସନ୍ତାନ ମାନଙ୍କ ଯୋଗୁ ଆଜି ଆପଣ ମାନସିକ ଚିନ୍ତାରେ ରହିବେ । ଚାକିରି କରିଥିବା ଲୋକ ମାନେ ନିଜ କ୍ରମ କ୍ଷେତ୍ରରେ ସଫଳ ହେବେ । ଭାଇ ଭଉଣୀଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ ବିତାଇବେ । ପରିବାରରେ କୌଣସି କଥାକୁ ଆପଣ ଚିନ୍ତିତ ରହିବେ । ସନ୍ତାନ ମାନଙ୍କ ପାଇଁ ସମସ୍ଯା ହୋଇପାରେ । ସେଥି ପାଇଁ ସତର୍କ ରୁହନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ସମସ୍ତଙ୍କ ନଜରରେ ପ୍ରଶଂସାର ପାତ୍ର ହେବେ । ଛାତ୍ରମାନେ କଠିନ ପରିଶ୍ରମ କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ନିଜ କର୍ମ କ୍ଷେତ୍ରରେ ସଫଳତା ପାଇବେ । ଧନ ଲାଭର ଯୋଗ ରହିଛି । ବ୍ୟବସାୟୀ ମାନଙ୍କୁ ଭଲ ଲାଭ ମିଳିବ । ପ୍ରେମ ଜୀବନରେ ଆପଣ ସଫଳ ହେବେ । ସାଙ୍ଗ ସାଥିଙ୍କ ସହ ଯୋଗ ଆପଣଙ୍କୁ ମିଳିପାରେ । ଆପଣ ଆଜି ଘରର କୌଣସି କାମରେ ବ୍ୟସ୍ତ ରହିବେ । ରୋଗରେ ପଡିଥିବା ଲୋକ ମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ । ନିଜ ଠାରୁ ବଡ ଭାଇ ଭଉଣୀଙ୍କ ସହ ଯୋଗ ମିଳିବ । କୌଣସି ମହାନ ବ୍ୟକ୍ତି ଠାରୁ ଉପଦେଶ ମିଳିପାରେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ଦିନଟି ଆଜି ଭଲରେ କଟିବ । ଆପଣ ନିଜ ସୁବିଧା ଅନୁଯାଇ ଖର୍ଚ୍ଚ କରିବେ । ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ ଯେଉଁଥିରେ ଆପଣ ସଫଳ ମଧ୍ୟ ହେବେ । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । କୌଣସି କାରଣରୁ ଆପଣ ଆଜି ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଛାତ୍ରମାନେ ଆଜି ଦିନରେ ନିଜ କଠିନ ପରିଶ୍ରମର ଫଳ ପାଇବେ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ । ସନ୍ତାନ ମାନଙ୍କ ପାଇଁ ଆଜି ଦିନଟି ଭଲ ରହିବ ଓ ସେମାନେ ଈଶ୍ବରଙ୍କ କୃପା ପାଇବେ । ବିଦ୍ୟାର୍ଥୀ ମାନେ ନିଜ ପରୀକ୍ଷାରେ ଉତିର୍ଣ୍ଣ ହେବେ । ବ୍ୟବସାୟ କରୁଥିବା ଲୋକ ମାନଙ୍କର ବେପାରରେ ହାନି ଘଟିବ । ନିଜ ଡରକୁ ଭୁଲି ଜୀବନରେ ଆଗକୁ ବଢିବାକୁ ପ୍ରୟାସ କରନ୍ତୁ । ଆପଣ ଆଜି କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରି ଅନ୍ୟ ସହ ଆଲୋଚନା କରନ୍ତୁ । ମହିଳା ମାନେ ପୂଜା ପାଠରେ ନିଜକୁ ବ୍ୟସ୍ତ ରଖିବେ ।

ବିଛା ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଶୁଭ ସମୟ ଆସିବାକୁ ଯାଉଛି । ଆପଣଙ୍କର ଅଟକି ଥିବା କାମ ପୁରା ହେବାକୁ ଯାଉଛି । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପରେ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଶରୀରରେ ପୂର୍ତ୍ତି ରହିବ । ସମାଜ ରେ ଆପଣଙ୍କର ମାନ ସମାନ ବଢିବ । ଯାହା ଦ୍ଵାରା ଅନ୍ୟ ମାନେ ପ୍ରେରିତ ହେବେ । ଆପଣଙ୍କର ଆଜି ଶତ୍ରୁ ମାନେ ବିନାଶ ହେବେ ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କର ପାରିବାରିକ ବାତାବାରଣ ଭଲ ରହିବ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ପାଇବେ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ଭଲ ମିତ୍ରତା ରହିବ । ଆପଣଙ୍କୁ କୌଣସି କ୍ଷେତ୍ର ରୁ ନୂଆ ଅବସର ପ୍ରାପ୍ତ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଭାବେ ଧନ ଲାଭ ହେବ । ସନ୍ତାନ ମାନଙ୍କର କୌଣସି ସକାରାତ୍ମକ ସାମାଚାର ଆପଣ ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବଢିବ । ଆପଣଙ୍କ ଲାଇଫରେ କେହି ଆପଣଙ୍କୁ ପ୍ରପୋଜ କରି ପାରନ୍ତି । ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ରହିବ । କୌଣସି ସ୍ଥାନ କୁ ଯାତ୍ରା କରି ପାରନ୍ତି ।

ମକର ରାଶି : ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ପାରିବାରିକସ୍ତର ହସ ଖୁସିରେ କଟିବ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ନୂଆ ଯୋଜନାରେ ସଫଳହେବେ । ବ୍ୟବସାୟରେ ସଫଳତା ଅର୍ଜନ ଓ ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ କୌଣସି ନୂଆ କାମର ଆରମ୍ଭ କରି ପାରିବେ । ଆପଣଙ୍କର ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଅଫିସରେ ଆପଣଙ୍କୁ ସହ କର୍ମୀ ଓ ବଡ ଅଧିକାରୀ ମାନଙ୍କର ସହ ଯୋଗ ପାଇବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ଲାଭର ଯୋଗ ରହିଛି । ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସୁଫଳ ହେବେ । ଭାଇ ଭଉଣୀ ଙ୍କ ସହଯୋଗ ଆଜି ଆପଣ ପାଇବେ । ଆପଣ କୌଣସି ମହତ୍ଵ ପୂର୍ଣ୍ଣ ବିଚାର ଉପରେ ନିଷ୍ପତି ନେବେ ।

ମୀନ ରାଶି : ଏହି ରାଶିର ଲୋକ ମାନେ ଆଜି ଅଳ୍ପ ଭାବୁକ ରହିବେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବାର ସମୟ ଆସି ଯାଇଛି । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହି ପାରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି କରିବେ । ଦାଂପତ୍ଯ ଜୀବନରେ ଶୁଭ ସମୟ ରହିବ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବଢିବ । ଆପଣ କୌଣସି ଯାତ୍ରା କରି ପାରନ୍ତି । ଆପଣ ନିଜ ବନ୍ଧୁ ମାନଙ୍କ ସହଯୋଗ ପାଇ ଆନନ୍ଦ ଅନୁଭବ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।