ଆଜିର ରାଶିଫଳ, 9 ଏପ୍ରିଲ 2021, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଏପ୍ରିଲ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ । ମହିଳା ମାନେ ନିଜକୁ ଘରର କୌଣସି କାମରେ ବ୍ୟସ୍ତ ରଖିବେ । ଆପଣ କୌଣସି କାମକୁ ସମୟ ଅନୁସାରେ ପୂରଣ କରିବାକୁ ଚେଷ୍ଟା କରିବେ । କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଆଜି ଆପଣଙ୍କୁ ନୂଆ ଦାୟିତ୍ଵ ମିଳିପାରେ । ସନ୍ତାନ ମାନକ ଯୋଗୁ କୌଣସି ଖୁସି ଖବର ମିଳିପାରେ । ନିଜକୁ କୌଣସି ଠକ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଆପଣ ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।

ବୃଷ ରାଶି : ଏହି ରାଶିର ଲୋକମାନଙ୍କର ଦିନଟି ଉତ୍ତମ ରହିବ । କୌଣସି ପ୍ରିୟଜନଙ୍କ ଠାରୁ ସାହାଜ୍ଯ ମିଳିପାରେ । ଧନ ଲାଭର ଯୋଗ ରହିଛି । ଦାଂପତ୍ଯ ଜୀବନରେ ଆପଣ ନିଜ ସାଥି ସହ ଅଧିକ ସମୟ ବିତାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ଅନୁକୂଳ ରହିବ । କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବ୍ୟବସାୟୀ ମାନେ ନିଜ ଆତ୍ମବିଶ୍ଵାସ ଉପରେ ଭରସା କରି ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ଛାତ୍ରମାନେ ତାଙ୍କ ପରିଶ୍ରମର ଫଳ ପାଇବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ କଟାଇବେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଧନ ହାନି ହେବାର ଯୋଗ ରହିଛି । ସେଥି ପାଇଁ ନିଜକୁ ସତର୍କ ରଖନ୍ତୁ । ଆଜି ଆପଣଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ପଡିବ । ଅଫିସରେ ନିଜ ଆହା କର୍ମୀ ଓ ଅଧିକାରୀଙ୍କ ସହ ଯୋଗ ମିଳିବ । ସନ୍ତାନ ମାନଙ୍କ ପାଇଁ ଆପଣ ବ୍ୟସ୍ତ ବିବ୍ରତ ରହିବେ । ମହିଳା ମାନେ ଘରର ପୂଜା ପାଠରେ ନିଜକୁ ବ୍ୟସ୍ତ ରଖିବେ । ଛାତ୍ରମାନେ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।

କର୍କଟ ରାଶି : ଏହି ରାଶିର ଲୋକମାନେ କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ନିଜ ପରିବାର ଲୋକଙ୍କ ସହାୟତା ମିଳିବାରୁ ଆପଣ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ମୌକା ପାଇବେ । ପ୍ରେମ କରୁଥିବା ବ୍ୟକ୍ତି ନିଜ ମନ କଥା ସାଥୀଙ୍କୁ କହିବାର ସୁଯୋଗ ପାଇବେ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଆପଣ ଖୁସି ଖବର ପାଇ ପାରିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ସମାଜରେ ଆପଣଙ୍କ ମାନ ସମାନର ବୃଦ୍ଧି ହେବ । ମହିଳା ମାନେ ନିଜ ପାଇଁ ଅଧିକ ସମୟ ବାହାର କରିବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି : ଏହି ରାଶିର ଲୋକମାନଙ୍କର ଦିନଟି ବହୁତ ଭଲ ରହିବ । ପରିବାରର ମାହୋଲରେ କିଛି ନୂଆ ପରିବର୍ତ୍ତନ ଆସିବ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ମହାନ ବ୍ଯକ୍ତିର ଭେଟ ମିଳିପାରେ । ବ୍ୟବସାୟୀ ମାନଙ୍କର ଭଲ ଲାଭ ହେବ । ଆଜି ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ନିଜକୁ ଧନ୍ଯ ମନେ କରିବେ । ନିଜ ପ୍ରିୟଜନ ମାନଙ୍କ ସହ ଯୋଗ ଆପଣଙ୍କୁ ମିଳିପାରେ । ଦାମ୍ପତ୍ୟ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ। ଯାହା ଫଳରେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ । ଆଜି ଆପଣ ମିଠା ବଚନ କହି ଅନ୍ୟ ଆଗରେ ପ୍ରଶଂସାର ପାତ୍ର ହେବେ ।

କନ୍ୟା ରାଶି : ଏହି ରାଶିର ଲୋକମାନଙ୍କର ଦିନ ଅନୁକୂଳ ରହିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ । ସେଥି ପାଇଁ ଆପଣ ପ୍ରଶଂସା ପାଇବେ । ଛାତ୍ରମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବା ସୁଯୋଗ ମିଳିବ । ନିଜ ସାଙ୍ଗ ସାଥି ମାନଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । କାନୁନି ମାମଲାରେ ଫସିଥିବା ବ୍ୟକ୍ତିଙ୍କର ସମସ୍ୟାର ସମାଧାନ ହେବ ।

ତୁଳା ରାଶି : ଏହି ରାଶିର ଲୋକମାନେ ନିଜ ପରିବାର ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ । ମାତା ପିତାଙ୍କର ସହ ଯୋଗ ଆପଣଙ୍କୁ ମିଳିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ଚାକିରି କରିଥିବା ଲୋକମାନେ ନିଜ ସହ କର୍ମୀ ଓ ଅଧିକାରୀଙ୍କ ସମର୍ଥନ ପାଇବେ । କୌଣସି ଅନୁଭବି ଲୋକଙ୍କ ଠାରୁ ଉପଦେଶ ମିଳିପାରେ । ସନ୍ତାନ ମାନଙ୍କ ଯୋଗୁ ଆଜି ଆପଣ କୌଣସି କ୍ଷେତ୍ରରୁ ଖୁସି ଖବର ପାଇ ପାରନ୍ତି । ଅଧିକ ପରିଶ୍ରମ କରି କମ ସଫଳତା ମିଳିବାରୁ ଆପଣ ନିରାଶ ରହିବେ ।

ବିଛା ରାଶି : ଏହି ରାଶିର ଲୋକମାନଙ୍କର ଦିନ ବହୁତ ଭଲ ରହିବ । ଯଦି ଆପଣ ବିଦ୍ୟାର୍ଥୀ ତେବେ ଆପଣ ନିଜ ଜୀବନରେ ସଫଳ ହେବେ । ନିଜ ପରିଜନ ମାନଙ୍କ ସହ ଯୋଗ ମିଳିବ ଯାହା ଫଳରେ ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ଆପଣ ନିଜ କର୍ମ ପାଇଁ ପ୍ରଶଂସା ପାଇବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ ।

ଧନୁ ରାଶି : ଏହି ରାଶିର ଲୋକମାନେ କୌଣସି ସମାରୋହରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନ ଆନଦ ନେବେ । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଆଜି ଆପଣଙ୍କର ଧନ ଲାଭର ଯୋଗ ରହିଛି । ନିଜ ସାଥି ମାନଙ୍କ ସହ ନୂଆ ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ନିଜ ଠାରୁ ବଡ ଗୁରୁଜନ ମାନକ ଆଶୀର୍ବାଦ ନେଇ ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।

ମକର ରାଶି : ଏହି ରାଶିର ଲୋକମାନଙ୍କୁ ମାତା ପିତାଙ୍କର ସହ ଯୋଗ ମିଳିବା ସହ ଆଶୀର୍ବାଦ ମଧ୍ୟ ମିଳିପାରେ । ଭାଇ ଭଉଣୀଙ୍କ ସହ ଭଲ ସମ୍ଭଧ ରହିବ । ଛାତ୍ରମାନେ ନିଜ ପରୀକ୍ଷାରେ ଉତିର୍ଣ୍ଣ ହେବେ । ଅଫିସରେ ନିଜ ସହ କର୍ମୀ ଓ ଉଚ୍ଚ ଅଧିକାରୀ ମାନଙ୍କ ସହ ଯୋଗ ମିଳିବ । କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । କୌଣସି କାରଣରୁ ଆପଣ ଆଜି ନିଜକୁ ବ୍ୟସ୍ତ ରଖିବେ । ନିଜ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । କୌଣସି ନୂଆ ବ୍ୟକ୍ତିଙ୍କ ସହ ଦେଖା ହୋଇପାରେ ।

କୁମ୍ଭ ରାଶି : ଏହି ରାଶିର ଲୋକମାନଙ୍କର ଦିନଟି ଖୁସିରେ ରହିବ । ଦାଂପତ୍ଯ ଜୀବନରେ ପ୍ରେମ ଆସିବା ସହ ସମ୍ପର୍କରେ ମଧୁରତା ମଧ୍ୟ ଆସିପାରେ । ପରିବାରରେ ଖୁଶିର ମାହୋଲ ରହିବ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । କୌଣସି ଠକ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଆଜି ଆପଣ ସନ୍ତାନ ମାନଙ୍କ ପାଇଁ ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜକୁ ସତର୍କ ରଖନ୍ତୁ ।

ମୀନ ରାଶି : ଏହି ରାଶିର ଲୋକମାନଙ୍କର ଦିନ ସାମାନ୍ଯ ରହିବ । ନିଜ ପ୍ରିୟଜନ ମାନଙ୍କ ସହ ଭଲ ସମପ୍ରାକ ରହିବ । ନିଜ ସାଙ୍ଗ ସାଥିଙ୍କ ସହ କୌଣସି ଜାଗାକୁ ଯାଇ ପାରନ୍ତି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ଆପଣ ସଫଳ ହେବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ୟା ହୋଇପାରେ । ନିଜ ପରିବାର ସଦସ୍ୟଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଛାତ୍ରମାନେ ନିଜ ଦକ୍ଷତାର ପରୀକ୍ଷା ଦେଇ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।