ଆଜିର ରାଶିଫଳ, 9 ଅଗଷ୍ଟ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପାରେ ଏହି ୭ଟି ରାଶିମାନଙ୍କ ଜୀବନରେ ଆସିବ ଶୁଭ ସମୟ, ମିଳିବ ସବୁକ୍ଷେତ୍ରରେ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ବ୍ୟକ୍ତିତ୍ବକୁ ନୂତନ ପରିଚୟ ମିଳିବ । ଘରେ ଅଚାନକ କୌଣସି ଅତିଥିଙ୍କ ଆଗମନ ହୋଇପାରେ । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ଆପଣଙ୍କୁ ରୋଜଗାରର ନୂତନ ଅବସର ପ୍ରାପ୍ତ ହେବ । ଏହି ସମୟରେ ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗ ଆଡକୁ ଗତି କରିବ । ଧର୍ମ କର୍ମ ସହ ଜଡିତ ଲୋକମାନଙ୍କ ସହ ଆପଣଙ୍କ ସାକ୍ଷାତ ହେବ । ଆପଣଙ୍କୁ ଆପଣଙ୍କ ପରିଶ୍ରମର ନିଶ୍ଚିତ ରୂପରେ ସଫଳତା ମିଳିବ । ଯଦି ଆପଣ କୌଣସି କାମ କରୁଛନ୍ତି ତେବେ ସେଥିରେ ସଫଳ ହେବା ପାଇଁ ଚେଷ୍ଟା କରନ୍ତୁ ।

ବୃଷ

ବ୍ୟବସାୟକୁ ନେଇ କୌଣସି ପ୍ରକାରର କ୍ଷତି ହୋଇପାରେ । ଏଥିରୁ ବଞ୍ଚିବା ପାଇଁ ବୁଝି ସୁଝି କାମ କରନ୍ତୁ । ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ ସମାଚାର ମିଳିବ । ଯଦି ଆପଣ କାହାକୁ ପସନ୍ଦ କରୁଯଛନ୍ତି ତେବେ ତାଙ୍କୁ ନିଜର ମନର କଥା କହି ପାରିବେ କାରଣ ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଆଜି ଆପଣଙ୍କ ଇଚ୍ଛା ପୁର୍ତି ହେବ । ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଆପଣ ରହସ୍ୟମୟୀ ବିଷୟ ଉପରେ ସଫଳାତା ହାସଲ କରିବେ ।

ମିଥୁନ

ଏହି ସମୟରେ ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରେ ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ । ଆପଣଙ୍କୁ ଅଚଳ ସମ୍ପତ୍ତିରୁ ଲାଭ ମିଳିପାରେ । ଏହି ସମୟରେ ଆପଣଙ୍କ ପରିବାରକୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆଜି ଅଫଫିସରେ ଅଳ୍ପ ସମ୍ଭାଳି ରୁହନ୍ତୁ । ଆପଣଙ୍କ କାମ ଖରାପ କରିବାକୁ ଆପଣଙ୍କ ସହଯୋଗୀ ଚେଷ୍ଟା କରିବେ । ଆପଣ ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ । ଆପଣଙ୍କ ଜୀବନରେ ବହୁତ ଖୁସି ଆସିପାରେ ।

କର୍କଟ

ଏହି ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟ ବଢିବା ସହିତ ଏହି ସମ୍ବନ୍ଧରେ ଭଲ ଲାଭ ମଧ୍ୟ ହୋଇପାରେ । ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହୋଇପାରେ । ଆପଣ ନୂଆ ଗାଡି କିଣିବାକୁ ଚାହୁଁଛନ୍ତି କିମ୍ବା ଘର କ୍ରୟ କରିବା ପାଇଁ ଚାହୁଁଛନ୍ତି ତେବେ ଅଳ୍ପ ସମୟ ଅପେକ୍ଷା କରନ୍ତୁ । ଯଦି ଆପଣ ରାଜନୀତିରେ ଅଛନ୍ତି ତେବେ ଏଥିରେ ମଧ୍ୟ ଆପଣଙ୍କୁ ବହୁତ ଲାଭ ମିଳିବ । ସମାଜରେ ମାନ ଓ ସଂମ୍ମାନ ମିଳିବା ସହିତ ଆପଣଙ୍କୁ ପଦ ପ୍ରତିଷ୍ଠା ବି ହେବ । ଯେଉଁ କାମ ଆପଣ କରୁଥିବେ ଆପଣ ସେଥିରେ ନିଶ୍ଚିତ ରୂପେ ସଫଳ ହୋଇପାରନ୍ତି ।

ସିଂହ

ଆଜି ଆପଣ କିଛି ଘର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ । ଭଲ ପାଇବା କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଖୁସିର ଖବର ମିଳିପାରେ । ଆପଣ ଆଜି ବହୁତ ଖୁସିରେ ରହିବେ । ଯଦି ଆପଣଙ୍କର କେଉଁଠାରେ ବାଦ ବିବାଦ ଲାଗିଥାଏ ତେବେ ଏଥିରେ ଆପଣ ସଫଳ ହୋଇପାରନ୍ତି । ଆପଣ ନିଜ କାମ ପ୍ରତି ଧ୍ୟାନ ରଖନ୍ତୁ ଓ ସମୟ ଅନୁସାର କାମ କରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ଘରେ କେହି ଲୋକ ଆପଣଙ୍କ ବିରୋଧରେ ଯିବାକୁ ଚେଷ୍ଟା କରୁଛି କିମ୍ବା କୌଣସି ପ୍ରକାରର ଅସୁବିଧାର ତିଆରି କରିବାକୁ ଚେଷ୍ଟା କରୁଛି ତେବେ ତାକୁ ଆପଣ ଆଗରୁ ଚେତାଇ ଦିଅନ୍ତୁ ।

କନ୍ୟା

ଏହି ରାଶିର ଲୋକମାନଙ୍କୁ ଆଜି ତାଙ୍କର ସାଙ୍ଗମାନଙ୍କ ତରଫରୁ କିଛି ଭଲ ଉପହାର ମିଳିବ । ଏହା ସହିତ ତାଙ୍କର ଉପଦେଶକୁ ଆପଣ ଯଦି ନିଜ ଜୀବନରେ ଲଗାଇବେ ତେବେ ଏହା ଦ୍ଵାରା ଆପଣଙ୍କୁ ବହୁତ ଭଲ ଫାଇଦା ହେବ । ତେଣୁ କରି ତାଙ୍କ କଥା ମାନିନେବା ଉଚିତ । ଆପଣଙ୍କ ସ୍ୱାସ୍ଥ୍ୟ ଅଳ୍ପ ଖରାପ ହୋଇପାରେ । ଭାଗ୍ୟ ଆପଣଙ୍କ ହିଁ ସାଥ ଦେବ । ଆପଣ ଯେଉଁ କ୍ଷେତ୍ରକୁ ଯାଆନ୍ତୁ ନା କାହିଁକି ସେଥିରେ ଆପଣଙ୍କୁ ଭଲ ଫଳ ମିଳିବ । ଆପଣ ଯେଉଁ କାମକୁ ଭାବିଚିନ୍ତି କାମ କରୁଛନ୍ତି ଭଲ ଭାବରେ ବୁଝି କରୁଛନ୍ତି ତେବେ ଆପଣ ସେଥିରେ ସଫଳ ହେବେ ।

ତୁଳା

ବ୍ୟବସାୟରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ ଓ ଯୋଜନା କରି କାମ କରନ୍ତୁ । ଆଜି ଆପଣ ବହୁତ ଖୁସିରେ ରହିବେ । ଆଧ୍ୟାତ୍ମିକ ପ୍ରତି ଅଧିକ ମନ ଦେବେ । ଯଦି ଆପଣ ଏକ ନୂଆ ବ୍ୟବସାୟ କିମ୍ବା ନୂଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ ବହୁତ ଭଲ ଫଳ ଦେବ । କାରଣ ଲୋକଙ୍କ କହିବା କଥା ଅନୁସାରେ ଗଣେଶ ହେଉଛନ୍ତି ଆର୍ଥିକ ଓ ଲାଭର ପ୍ରତୀକ ଓ ଆସନ୍ତା ସମୟରେ ଗଣେଶଙ୍କ କୃପା ଆପଣଙ୍କ ଉପରେ ରହିବ । ସେଥିପାଇଁ ଆସୁଥିବା ସମୟରେ ଆପଣ କିଛି ଭଲ ବ୍ୟବସାୟ ବି କରିପାରିବେ ।

ବିଚ୍ଛା

ଯେଉଁମାନେ ଚାକିରି କରିଛନ୍ତି ଆଜି ତାଙ୍କ ପାଇଁ ଭଲ ଦିନ ଅଟେ । ତାଙ୍କ କାମ ସମ୍ବନ୍ଧ କିଛି ଭଲ ଖବର ମିଳିପାରେ । ଆଜି ଆପଣମାନେ ମାତା ଓ ପିତାଙ୍କ ସହ ମିଶି ଧାର୍ମିକ ଜାଗାକୁ ଯାଇପାରନ୍ତି । ଘରକୁ ନୂଆ ବ୍ୟକ୍ତି ଆସିବାର ସମ୍ଭାବନା ଅଛି ଯାହା ଦ୍ଵାରା କି ଘରର ମହିଳାମାନେ ବହୁତ ଖୁସି ରହିବେ । ଜୀବନ ସାଥିଙ୍କ ସହ ଭଲରେ ଦିନ କଟିବ । ଏମିତିରେ ଦେଖିବାକୁ ଗଲେ ଆପଣ ବହୁତ ଇମୋସନାଲ ଭଳି ଲୋକ ହୋଇଥିବାରୁ ଆପଣ ପାଖକୁ ଟାଣି ହୋଇ ଆସିଥାନ୍ତି ଓ ଆପଣ ସଦ ଭାବର ଲୋକ ଅଟନ୍ତି ।

ଧନୁ

ଏହି ରାଶିର ଲୋକମାନେ ଆଜି ତାଙ୍କ ଭିତରେ ଥିବା ଊର୍ଜାକୁ ଏକ ନୂଆ କର୍ମରେ ଲଗାଇବେ । ଆପଣ ନିଜ ସମୟ ପର ଭଲ କାମ ଓ ପାଠ ପଢାରେ ଲଗାଇବେ । ଆପଣଙ୍କ ବନ୍ଧୁଙ୍କ ସହ ଭଲରେ ଦିନ କାଟିବ । ସମୟ ଅନୁସାରେ ଆପଣଙ୍କୁ ତାଙ୍କର ସହଯୋଗ ମିଲିପାରେ । ସେଥିପାଇଁ ଆପଣ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର ରଖିବା ସହିତ ଭଲ କଥା କୁହିବାକୁ ଚେଷ୍ଟା କରନ୍ତୁ । ଅଯଥା କଥାରୁ ଦୁରେଇ ରୁହନ୍ତୁ କାରଣ ଆପଣଙ୍କ କିଛି ଆର୍ଥିକ କ୍ଷତି ହୋଇପାରେ ।

ମକର

ଆପଣ କରୁଥିବା କାମରେ ସମସ୍ତେ ବହୁତ ଖୁସି ହେବେ । ଏହି ସମୟରେ ଆପଣ ନିଜକୁ ଆତ୍ମବିଶ୍ଵାସ ରଖିବାକୁ ପଡିବ । ଆପଣଙ୍କ ଧନ ପାଇବାର ଯୋଗ ମଧ୍ୟ ଅଛି । କିନ୍ତୁ ଆପଣ ଅନାବଶ୍ୟକ କଥାରେ ଜମା ମନ ଦିଅନ୍ତୁ ନାହିଁ । ଆପଣ କୌଣସି ଏକ ମହତ୍ଵ ପୂର୍ଣ୍ଣ କାମ କରିବାକୁ ଯାଉଛନ୍ତି ସେଥିରେ କେବେ ହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ । ଆପଣଙ୍କୁ ସବୁବେଳେ ଗୁରୁଙ୍କ ଆଶୀର୍ବାଦ ମିଳିବ ।

କୁମ୍ଭ

ଆଜି ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ଭଲ କାମରେ ଲଗାଇବେ । ଆପଣ ଆଜି କିଛି ସମାଜର ମଙ୍ଗଳ କାମରେ ସାହାର୍ଯ୍ୟ କରିପାରନ୍ତି । ଏହି ରାଶିର ଲୋକମାନଙ୍କ ପାଇଁ ସରକାରୀ ଚାକିରିରୁ କିଛି ଭଲ ଖବର ଆସିପାରେ । ଆପଣ ଯଦି କୌଣସି କାମରେ ଯାଉଛନ୍ତି ତେବେ ଆପଣ ନିଶ୍ଚିନ୍ତ ଭାବରେ ସଫଳ ହେବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଏଥିରେ ଆପଣଙ୍କ ଉନ୍ନତି ହେବାର ସୁଯୋଗ ଅଛି ଓ ଆପଣ ସମୟ ଆନୁସାରେ ଏହାର ଲାଭ ଉଠାଇ ପାରିବେ ।

ମୀନ

ଆପଣଙ୍କ ଭାଇ ଓ ଭଉଣୀ କିମ୍ବା ସାଙ୍ଗମାନଙ୍କ ସହିତ ବହୁତ ଭଲରେ ଦିନ କଟିବ । ଆପଣ ଭଲ ମନରେ ଅନୁକୂଳ କାମ କରୁଥିବା ଲୋକ ଅଟନ୍ତି ତେଣୁ କରି ଆପଣ ଏହାକୁ ଭଲ କାମରେ ଲଗାନ୍ତୁ । ଆପଣ ପରିଶ୍ରମ କରିଥିବା ଫଳ ନିଶ୍ଚିନ୍ତ ପାଇବେ । ଆପଣଙ୍କର କିଛି ଛୋଟ ମୋଟ ଖଣ୍ଡିଆ ହୋଇପାରେ ସେଥିପାଇଁ ଅଳ୍ପ ଜଗି ରଖି ଚଳିବାକୁ ଚେଷ୍ଟା କରନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।