ଆଜିର ରାଶିଫଳ, 8 ଡିସେମ୍ବର 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୮ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ସକାଳେ କୌଣସି ନୂଆ ଚିନ୍ତାଧାରା ସହ ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ । ସମୟର ମହତ୍ଵକୁ ବୁଝନ୍ତୁ ଓ ତାହାର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ଆଜିର ଦିନ ଶୁଭ ରହିବ । ଆପଣ ନିଜର ମିତ୍ରମାନଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ମିତ୍ରମାନଙ୍କ ତରଫରୁ ଲାଭ ମିଳିବ ଓ ତାଙ୍କ ଉପରେ ଆଜି କିଛି ଟଙ୍କା ଖର୍ଚ ବି କରି ପାରନ୍ତି । ପାରିବାରିକ ସଦସ୍ୟଙ୍କ ସହ ଭୋଜନ କରିବାକୁ ଆପଣ ବାହାରକୁ ଯାଇ ପାରନ୍ତି । ଆର୍ଥିକ ମାମଲାରେ ଭବିଷ୍ୟତ ପାଇଁ କିଛି ଯୋଜନା କରି ପାରନ୍ତି ।

ବୃଷ

ଆଇର ଦିନ ଆପଣ ବ୍ୟସ୍ତ ରହିବେ । ଅଧା ରହିଥିବା କାର୍ଯ୍ୟ ପୂର୍ଣ ହେବ । ବ୍ୟବସାୟ କିମ୍ବା ଚାକିରିରେରେ ସମସ୍ତ କାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ ହେବ । ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ଆଜି ଆପଣ ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଚାକିରି କରିବା ପାଇଁ ଏବଂ ବ୍ୟବସାୟିକ ଗତିବିଧି ପାଇଁ ଆଜିର ଦିନ ଭଲ ଅଛି । ଚାକିରି କରୁଥିବା ଲୋକମାନଙ୍କୁ ତାଙ୍କର ଉଚ୍ଚ ଅଧିକାରୀମାନଙ୍କ ସହଯୋଗ ମିଳିବ । କଳାକାର ଓ କାରିଗର ଲୋକମାନେ ଭଲ ପ୍ରଦର୍ଶନ କରିବେ ।

ମିଥୁନ

ଭାଗ୍ୟର ସାଥ ମିଳିବ । ସମସ୍ତ କାର୍ଯ୍ୟ ହୋଇଯିବ । ଯୋଜନା କରି କାର୍ଯ୍ୟ ଆରମ୍ଭ କରନ୍ତୁ ତେବେ ଯାଇ ସଫଳ ହେବେ । ସମ୍ବନ୍ଧୀୟଙ୍କ ଠାରୁ ଉପହାର ମିଳିପାରେ । ମାନସିକ ରୂପରେ ଆଜି ଚିନ୍ତିତ ରହି ପାରନ୍ତି । ଶାରିରୀକ ରୂପରେ ଅସୁସ୍ଥ ରହି ପାରନ୍ତି । ଆଳସ୍ୟ କାରଣରୁ କାର୍ଯ୍ୟରେ କ୍ଷତି ହୋଇପାରେ । ପେଟରେ ବ୍ୟଥା ହୋଇପାରେ । ଟଙ୍କାର ଅପବ୍ୟୟ କରିବେ । ଆର୍ଥିକ ଲାଭର ସମ୍ଭାବନା ନାହିଁ । ବୈବାହିକ ଜୀବନରେ ଉତ୍ତମ ସୁଖ ପ୍ରାପ୍ତ କରିବେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଖର୍ଚ ବି ବଢିବ ।

କର୍କଟ

ଆଜି ଗାଡି ସାବଧାନ ହୋଇ ଚଲାନ୍ତୁ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ । ନ ବୁଝି ସୁଝି କାର୍ଯ୍ୟ କରନ୍ତୁ ନାହିଁ । ଆପଣଙ୍କ ଦିନ ପ୍ରତିକୂଳ ଅଛି । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କ୍ରୋଧ ଠାରୁ ଦୂରରେ ରୁହନ୍ତୁ । ଘରେ ପରିଜନ ବିରୋଧ କରି ପାରନ୍ତି । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସରକାରୀ କାର୍ଯ୍ୟରେ ବାଧା ଆସିବ । ପରିବାରରେ ଝଗଡା ହୋଇପାରେ । ମାନସିକ ଅସ୍ଥିରତା ରହିବ । ସାମାଜିକ ଜୀବନରେ ସଫଳତା ମିଳିବ । ବାପଘରୁ ଭଲ ଖବର ଆସିବ ।

ସିଂହ

ଆଜି ଆପଣଙ୍କୁ ଜୀବନସାଥୀଙ୍କ ସାଥ ମିଳିବ । ତାଙ୍କ ରାୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଭାବନାତ୍ମକ ସମ୍ବନ୍ଧ ସ୍ଥାପିତ ହେବ । ଆଜିର ଦିନ ମଧ୍ୟମ ଫଳଦାୟୀ ରହିବ । ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଯାଇପାରେ । ବ୍ୟପାର କ୍ଷେତ୍ରରେ ଭାଗୀଦାରୀ ଦେଖାଯାଇପାରେ । ସାବଧାନ ହୋଇ କାର୍ଯ୍ୟ କରନ୍ତୁ । ଆଜି କୌଣସି ନୂଆ ପ୍ରୋଜ୍କେତ କିମ୍ବା ଯୋଜନା ଆରମ୍ଭ କରି ପାରନ୍ତି । ପାରିବାରିକ ସଦସ୍ୟଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

କନ୍ୟା

ଆଜି ବିରୋଧୀମାନଙ୍କ ଆଲୋଚନାର ପାତ୍ର ହେବେ । ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଅଚାନକ ଆଜି କୌଣସି ଶୁଭ ସୂଚନା ମିଳିବ । ଆଜି ଆପଣଙ୍କ ପାଇଁ ଦିନ ଶୁଭ ଅଛି । ଘରେ ସୁଖ ଶାନ୍ତିର ବାତାବାରଣ ରହିବ । ମନ ପ୍ରସନ୍ନ ରହିବ । ସୁଖପ୍ରଦ ପ୍ରସଙ୍ଗ ରହିବ । ଆପଣ ଆରୋଗ୍ୟ ହୋଇଯିବେ । ରୋଗରେ ପୀଡିତ ଥିବା ରୋଗୀମାନଙ୍କ ସ୍ଥିତିରେ ସୁଧାର ଆସିବ । ଧାର୍ମିକ ସ୍ଥାନ ଓ ଇଷ୍ଟ ଦେବୀ ଦେବତାଙ୍କ ଦର୍ଶନ କରିବାକୁ ଯାଇ ପାରନ୍ତି । ଭାଇ ଭଉଣୀଙ୍କ ସହଯୋଗ ମିଳିବ ।

ତୁଳା

ଆଜି ଆପଣଙ୍କୁ ଆପଣଙ୍କର ଯୋଗ୍ୟତା ଅନୁସାରେ ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ । ନୂଆ ଦମ୍ପତ୍ତି ସନ୍ତାନ ସୁଖ ମିଳିବ । ଆଜି ଆପଣଙ୍କ ସୁଖଦାୟକ ରହିବ । ଯାତ୍ରାରେ ସଫଳତା ମିଳିବ । ଅବିବାହିତ ଲୋକମାନଙ୍କୁ ବିବାହର ପ୍ରସ୍ତାବ ଆସିପାରେ । ଘରେ ମଙ୍ଗଳମୟ କାର୍ଯ୍ୟ ହୋଇପାରେ । ଆର୍ଥିକ ଲାଭର ଯୋଗ ଅଛି । ସନ୍ତାନ ତରଫରୁ ଶୁଭ ସମାଚାର ମିଳିବ । ଆପଣଙ୍କର ପ୍ରଗତି ହେବ ଓ ସ୍ତ୍ରୀଙ୍କ ସହଯୋଗ ମିଳିବ । ଶାରୀରିକ ରୂପରେ ଆପଣ ଊର୍ଜାବାନ ରହିବେ । ଆପଣ ନିଜର ବୁଦ୍ଧି ଦ୍ଵାରା ଆପଣଙ୍କର ବିରୋଧୀଙ୍କୁ ପରାସ୍ତ କରିବେ ।

ବିଚ୍ଛା

ବୟସ୍କ ଲୋକମାନଙ୍କ ସହ ଭଲ ସମ୍ପର୍କ ରଖିବେ । ତାଙ୍କ ସହିତ ଭଲ ବ୍ୟବହାର ବି କରିବେ । କୌଣସି ସ୍ମରଣୀୟ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଆକସ୍ମିକ ଧନଲାଭ ହେବ । ସନ୍ତାନ ଲାଭର ବି ଯୋଗ ଅଛି । ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । ମନୋରଞ୍ଜନ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ଆଜି ସମୟ ବହୁତ ଅନୁକୂଳ ଅଛି । ପ୍ରିୟ ବ୍ୟକ୍ତିଙ୍କ ସହ ଆପଣଙ୍କ ସାକ୍ଷାତ ହୋଇପାରେ । ପୁରୁଣା କାର୍ଯ୍ୟ ପୁରା ହେବାର ସମ୍ଭାବନା ଅଛି । ପଦୋନ୍ନତି ହେବା ସହ ଆର୍ଥିକ ଲାଭ ହୋଇପାରେ ।

ଧନୁ

ଗୃହସ୍ତ ଜୀବନରେ ଆପଣଙ୍କ ଆଧିତ୍ଵ ବଢିବ । ଉପହାର ମିଳିବାର ସମ୍ଭାବନା ଅଛି । ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବାଧା ଆସିବ । ସହକର୍ମୀମାନଙ୍କ ସହଯୋଗ ମିଳିବ ନାହିଁ । ସନ୍ତାନଙ୍କ ଚିନ୍ତା ରହିବ । କିଛି ବାଧା ଜୀବନରେ ଆସିପାରେ । ଆଜି କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ନଚେତ ଅଧିକ କ୍ଷତିର ସାମ୍ନା କରି ପାରନ୍ତି । ବ୍ୟାପାରୀମାନଙ୍କ ଲାଭର ଅବସର ମିଳିବ । ଆର୍ଥିକ ରୂପରେ ଆପଣ ଲାଭବାନ ହେବେ । ସହକର୍ମୀଙ୍କ ପୂର୍ଣ ସହଯୋଗ ମିଳିବ ।

ମକର

କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ । ଆପଣଙ୍କୁ ଆଜି କୌଣସି କାମରେ ମନ ଲାଗିବ ନାହିଁ । ଆଜି ବ୍ୟବସାୟକୁ ନେଇ ବଡ ଡିଲ କରି ପାରନ୍ତି । ପୁରୁଣା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । କିନ୍ତୁ ନୂଆ କାମ ଆରମ୍ଭ କରିବା ପୂର୍ବରୁ କୌଣସି ଅନୁଭବି ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । କୌଣସି ବିବାଦ ଠାରୁ ଦୂରେଇ ରହନ୍ତୁ । ଆଜି କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ସେଥିପାଇଁ କୌଣସି ଗୁରୁତ୍ବପୂର୍ଣ କାର୍ଯ୍ୟରେ କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ ।

କୁମ୍ଭ

ଅଫିସରେ ଆପଣଙ୍କର ମାନ ସମ୍ମାନ ବଢିବା ସହ ଦାୟିତ୍ଵ ମଧ୍ୟ ବଢିବ । କିଛି ଲୋକ ଆପଣଙ୍କ କଥାକୁ ଖରାପ କହିପାରନ୍ତି । ଦୀର୍ଘକାଳିନ ନିବେଶ ପାଇଁ ସମୟ ଅନୁକୂଳ ଅଛି । ଅନାବଶ୍ୟକ ଖର୍ଚ ପ୍ରତି ସତର୍କ ରୁହନ୍ତୁ । ନଚେତ ଆର୍ଥିକ କ୍ଷେତ୍ରରେ ସମସ୍ୟା ଉତ୍ତପନ୍ନ ହୋଇପାରେ । ଆଇଟି ଓ କମ୍ପୁଟର କ୍ଷେତ୍ରରେ କୌଣସି ବଡ ସମସ୍ୟାର ସମାଧାନ କରିପାରିବେ । ଯାହା ଦ୍ଵାରା ଆପଣଙ୍କୁ ଧନ ଲାଭ ହେବ । କୌଣସି ସମସ୍ୟା ପୂର୍ଣ କାର୍ଯ୍ୟ ଆପଣ କରନ୍ତୁ ନାହିଁ । ଆଜି ନିବେଶ କରିବା ପାଇଁ ଭଲ ଅବସର ମିଲିବ ।

ମୀନ

ଆପଣଙ୍କୁ ନିଜ ସହକର୍ମୀ ଓ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ । ଯାହା ଦ୍ଵାରା ଆପଣ ସଫଳତାର ସିଢି ଚଢି ଚଢି ଯିବେ । ଆପଣଙ୍କ ମହତ୍ଵ କାଙ୍ଖ୍ଯାକୁ ବଡ ମାନଙ୍କ ସହଯୋଗ ମିଳିବ । ସେମାନେ ଏଥିରେ ଆପଣଙ୍କୁ ସାହାର୍ଯ୍ୟ ବି କରିବେ । ଅଧିକ ପରିଶ୍ରମ କରିବେ ସେହି ଅନୁସାରେ ଧନ ପ୍ରାପ୍ତ କରିବେ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ । କୌଣସି ପ୍ରକାରର ଅଚାନକ ଖର୍ଚ ବଢିବାରୁ ଆର୍ଥିକ କ୍ଷେତ୍ରରେ ସମସ୍ୟା ଆସିପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।