ଆଜିର ରାଶିଫଳ, 8 ଅକ୍ଟୋବର 2020, ଗୁରୁବାର, ଏହି ୪ ରାଶିର ଖୋଲିବ ଧନ ଯୋଗ ମିଳିବ ବଡ ପଦ ଓ ବର୍ଷିବ ଟଙ୍କା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୮ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ସନ୍ଧ୍ୟା ସମୟରେ ଘରେ ଖୁସିର ଖବର ଆସିବ । ଏହା ସହ ଘରେ ସମ୍ପର୍କୀୟଙ୍କ ଯିବା ଆସିବା ଲାଗି ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବର୍ତମାନ ସମୟ ଆପଣଙ୍କ ସପକ୍ଷରେ ଯାଉଥିବାରୁ ଆପଣ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ଆପଣଙ୍କୁ ବହୁତ ଖୁସି ବି ମିଳିବ । ବ୍ୟବସାୟକୁ ବିସ୍ତାର କରି ସେଥିରେ ଭଲ ଲାଭ ପାଇବେ । ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ଇଚ୍ଛିତ ବ୍ୟକ୍ତିଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ । ଧର୍ଯ୍ୟ ଧରନ୍ତୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ ।

ବୃଷ

ଆପଣ ନିଜ କ୍ଷମତା ଦ୍ଵାରା ସବୁ କାର୍ଯ୍ୟକୁ ସମ୍ପୂର୍ଣ କରିବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣ ନିଜ ଜୀବନରେ ଆଗକୁ ବଢିବେ । ଯଦି ଆପଣ ସବୁ ଚାଲେଞ୍ଜକୁ ସାମ୍ନା କରି ଆଗକୁ ବଢିବାକୁ ଚାହିଁବେ ତେବେ ସବୁ କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ । ବ୍ୟବସାୟ ଆପଣଙ୍କର ମଧ୍ୟମ ଧରଣର ଚାଲିବ । କଷ୍ଟର ସାମ୍ନା କରିବାକୁ ପଡିପାରେ । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିପାରେ । ଆପଣ ଆପଣଙ୍କ ଧନକୁ ନେଇ ବହୁତ ସଚେତନ ରହିବେ କିନ୍ତୁ ସଞ୍ଚୟ କରିବାରେ ସଫଳ ହୋଇ ପାରିବେ ନାହିଁ । ନିଜ ସ୍ଥିତିକୁ ସୁଧାରିବା ପାଇଁ ଆପଣଙ୍କୁ ଆଗରୁ ସଜାଗ ହୋଇ ରହିବାକୁ ପଡିବ ।

ମିଥୁନ

ଆପଣଙ୍କର ଉନ୍ନତିରେ କିଛି ବାଧା ଆସିପାରେ । ସେଥିପାଇଁ ଆପଣଙ୍କର ଚିନ୍ତା ବଢିପାରେ । କିନ୍ତୁ ପରିବାରରେ ସୁଖ ଓ ଶାନ୍ତି ରହିବ । ବିଦେଶ ଯାତ୍ରାର ଇଚ୍ଛା ପୁରା ହେବ ନାହିଁ । ଆପଣ ବାହାନ କିଣି ପାରିବେ । ଆପଣ ନିଜ ସୁଖ ସୁବିଧା ପାଇଁ ଧନ ଖର୍ଚ କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । କାର୍ଯ୍ୟ  କ୍ଷେତ୍ରରେ ଆର୍ଥିକ ସଫଳତା ମିଳିବ । ଏହି ସମୟର ପ୍ରଭାବ ଆପଣଙ୍କ କାର୍ଯ୍ୟ କ୍ଷେତ୍ର, ପାରିବାରିକ ଜୀବନ, ବାଣୀ, ସ୍ୱାସ୍ଥ୍ୟ ଓ ଆପଣଙ୍କ ସନ୍ତାନ ଉପରେ ପଡିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସାମାନ୍ୟ ରହିପାରେ ।

କର୍କଟ

ଆପଣଙ୍କୁ କୌଣସି ମାମଲାରେ ବଡ ନିଷ୍ପତି ନେବାକୁ ପଡିପାରେ । ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ । ଆପଣ ଚାକିରି ପରିବର୍ତ୍ତନ ଦ୍ଵାରା ଭଲ ଲାଭ ମିଳିବ । ଏହା ସହ ଆପଣଙ୍କ କ୍ୟାରିୟରରେ ମଧ୍ୟ ଲାଭ ମିଳିବ । ଛାତ୍ରମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ପାର୍ଟନର ଶିପ ବ୍ୟବସାୟରେ ବହୁତ ଚାଲେଞ୍ଜର ସାମ୍ନା କରିବାକୁ ପଡିବ । ଚାକିରି କ୍ଷେତ୍ରରେ ନିଜ କାର୍ଯ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି ।

ସିଂହ

ସରକାରୀ କର୍ମଚାରିଙ୍କ ଠାରୁ ଲାଭ ମିଳିବ । ଶିଖିବା କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ବିଦେଶକୁ ପଢିବା ପାଇଁ ଯାଇ ପାରିବେ ନାହିଁ । ପରିବାରର ପରିବେଶ ଭଲ ରହିବ ଓ ସବୁ କାର୍ଯ୍ୟରେ ଆପଣଙ୍କୁ ସମ୍ପର୍କୀୟଙ୍କ ସହଯୋଗ ମିଳିବ । ଆପଣଙ୍କର ବହୁତ ବିଦେଶୀ ସମ୍ପର୍କ ସ୍ଥାପନ ହେବ । ଯାହା ଫଳରେ କି ଆପଣଙ୍କୁ ଦୂରଗାମୀ ଲାଭ ମିଳିବ । ଆପଣଙ୍କୁ ବହୁତ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ଯୋଗୁଁ ଭବିଷ୍ୟତରେ ବହୁତ ଲାଭ ମିଳିବ । ଆପଣ ନିଜ ନିଷ୍ପତି ନିଜେ ନିଅନ୍ତୁ ।

କନ୍ୟା

ଆପଣ ଆପଣଙ୍କ ବନ୍ଧୁଙ୍କ ସହ ଦେଖା ହୋଇ ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବ । ପରିବାରରେ ଖୁସିର ପରିବେଶ ରହିବ । ସମାଜିକ ଓ ଧାର୍ମିକ କ୍ଷେତ୍ରରେ ମନ ବଢିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆପଣ ଦୀର୍ଘ କାଳୀନ ନିବେଶ ଦ୍ଵାରା ଭବିଷ୍ୟତରେ ଭଲ ଲାଭ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଲଗାତାର ପରିଶ୍ରମ କରିଲେ ସେଥିରେ ସଫଳତା ମିଳିବ ।

ତୁଳା

ଆପଣଙ୍କ ସବୁ କାର୍ଯ୍ୟ ଆପଣଙ୍କ ମନମୁତାବାକ ହେବ । ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣ କୌଣସି ନୂଆ ଘର କିଣିପାରନ୍ତି ନଚେତ ପୁରୁଣା ଘରକୁ ସାଜ ସଜା କରିପାରନ୍ତି । ଆପଣ ଅଚାନକ କୌଣସି ଅଚଳ ସମ୍ପତି ପ୍ରାପ୍ତ କରିବେ । ବ୍ୟବସାୟରେ ବହୁତ ଲାଭ ମିଳିବ । ଯଦି ଆପଣ ପାର୍ଟନର ହୋଇ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କର ପାର୍ଟନର ଆପଣଙ୍କ ସବୁ ପ୍ରକାର ସାହାର୍ଯ୍ୟ କରିବେ । ବ୍ୟବସାୟରେ ସଫଳତା ମିଳିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କୁ ଲାଗିବ କି ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମିଳୁ ନାହିଁ ।

ବିଚ୍ଛା

ଆପଣ ନିଜ କାମକୁ ସହଜରେ ପୁରା କରିବେ । କୌଣସି ଖାସ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କୁ ମିଳିବ । କହିବାକୁ ଗଲେ ଏହି ସମୟରେ ଆପଣ ନିଜର କମଜୋରିକୁ ଦୁର କରି ଆଗକୁ ବଢିନ୍ତୁ । ଆପଣଙ୍କୁ ପରିଶ୍ରମର ଫଳ ମିଳିବ କେବଳ ଆପଣଙ୍କୁ ଭଲ ସମୟକୁ ଅପେକ୍ଷା କରିବାର ଅଛି । କାରୋବାରରେ ଭଲ ଧନ ମିଳିବ । ଜମିବାଡିରେ ନିବେଶ ଭଲ ରହିବ । ଧନର ଦେବା ନେବା କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ମିଳିବ । ଆର୍ଥିକ କ୍ଷେତ୍ରରେ ନିଜ ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତୁ ସଫଳତା ମିଳିବ ।

ଧନୁ

ଅଟକି ଥିବା କାର୍ଯ୍ୟରେ ଆପଣଙ୍କୁ କୌଣସି ସାଙ୍ଗର ସାହାର୍ଯ୍ୟ ମିଳିବ । ଆପଣଙ୍କୁ ଖୁସି ଖବର ମିଳିବ ଓ ପରିବାର ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ । ସବୁ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ । ଆୟ ବଢିବାରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସମ୍ପତ୍ତିରେ ନିବେଶ ଭଲ ରହିବ । ବୁହତ ଆବଶ୍ୟକ ପଡିଲେ ହିଁ ନିବେଶ କରନ୍ତୁ । ଲଟେରୀ ଓ ସଟା ବଜାରରେ କୌଣସି ନିବେଶ କରନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ ।

ମକର

ଆପଣଙ୍କୁ କୌଣସି ଖାସ କାମରେ ସଫଳତା ମିଳିବ । ଆପଣ ନିଜର ପରିଚୟ ସୃଷ୍ଟି କରିବେ । ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀଙ୍କର ସମୟ ସମୟରେ ସହଯୋଗ ମିଳିବ । ଯାହା ଦ୍ୱାରା ପାରିବାରିକ ଜୀବନ ଖୁସିରେ କଟିବ । କାରୋବାର ଭଲ ଚାଲିବ ଓ ଏଥିରେ ଆର୍ଥିକ ବି ଲାଭ ମିଳିବ । ଚାକିରିରେ ଉନ୍ନତି ହେବ । ଆପଣ ନିଜର ସହଯୋଗୀଙ୍କ ସହଯୋଗରେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ଆପଣ ପରିଶ୍ରମ କରନ୍ତୁ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଆପଣଙ୍କୁ ଆପଣଙ୍କ ବନ୍ଧୁଙ୍କ ସହଯୋଗ ମିଳିବ ।

କୁମ୍ଭ

ଆଜି ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗି ରହିବ । ଛାତ୍ରଙ୍କୁ ସଫଳତା ମିଳିବ । ପାରିବାରିକ ଜୀବନରେ ଖୁସି ଆସିବ । ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ଘର ଠାରୁ ଦୂରରେ ଅଛନ୍ତି ତେବେ ନିଜ ପରିବାର ସହ ସମୟ ବିତାଇ ପାରିବେ ନାହିଁ । ଯାତ୍ରା କରିବା ଦ୍ଵାରା ଧନ ଲାଭ ମିଳିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କ ପରିବାରରେ ଶାନ୍ତି ରହିବ । ଆର୍ଥିକ ପରିସ୍ଥିତିରେ କିଛି ସମସ୍ୟା ଆସିପାରେ । ସମୟ ସମୟରେ ପରିବାର ସହ କଥା କଥାରେ ମନାନ୍ତର ହୋଇପାରେ । ଯାହା ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ  ।

ମୀନ

ଆପଣ ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆତ୍ମ ବିଶ୍ଵାସ ଓ ସ୍ଥିର ମନରେ କାର୍ଯ୍ୟ କରନ୍ତୁ । ସବୁଥିରେ ସଫଳତା ପାଇବେ । ବ୍ୟବସାୟରେ ସଫଳତା ମିଳିବ କିନ୍ତୁ ଖର୍ଚ ବଢିବ । ପରିବାରରେ ପାରିବାରିକ ସମସ୍ୟା ଆସିପାରେ । ଆପଣଙ୍କୁ ଏହି ପରିସ୍ଥିତି ପାଇଁ ଆଗରୁ ସଜାଗ ହୋଇ ରହିବାକୁ ପଡିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।