ଆଜିର ରାଶିଫଳ, 7 ଅକ୍ଟୋବର 2020, ବୁଧବାର, ଏହି ୫ ରାଶି ଉପରେ ରହିବ ଗଣେଶଙ୍କ କୃପା, ସବୁ ଆଶା ହେବ ପୂର୍ଣ୍ଣ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କୁ ଆପଣଙ୍କ ଜୀବନସାଥିଙ୍କ ସହଯୋଗରୁ ଜୀବନରେ ଆଗକୁ ବଢିବା ପାଇଁ ସୁଯୋଗ ମିଳିବ । ପାର୍ଟନରଶିପ ବ୍ୟବସାୟରେ ବହୁତ ଲାଭ ମିଳିବ । ଆପଣ ଅନ୍ୟ କାହା ସହିତ ମିଶି ବ୍ୟବସାୟ କରିବା ପୂର୍ବରୁ ଆପଣଙ୍କୁ ଏଥିରେ ହୋମୱାର୍କ କରିବାକୁ ପଡିବ । ଯାହା ଦ୍ୱାରା କି ଆପଣଙ୍କୁ ବହୁତ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ ।

ବୃଷ

ଆଜି ଆପଣ ଯେଉଁ କାମ କରିବେ ସେଥିରେ ସଫଳତା ପାଇବେ । ମିତ୍ରଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆପଣ ପ୍ରକୃତି ଓ ଜୀବନରୁ ବହୁତ କିଛି ଶିଖିବେ । ଆପଣ ଭବିଷ୍ୟତ ପାଇଁ ଯୋଜନା କରି ସେଥିରେ ସଫଳତା ପାଇବେ । ଆପଣ ନିଜ କାର୍ଯ୍ୟ ସ୍ଥଳରେ ଓ କ୍ୟାରିୟରରେ ସଫଳତା ପାଇବେ । ଯଦି ଆପଣ କୌଣସି ମିତ୍ରଙ୍କ ସହ ମିଶି କୌଣସି ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ବହୁତ ଲାଭ ମିଳିବ । ଅଫିସ କିମ୍ବା କାର୍ଯ୍ୟଲୟରେ ନିଜର ଉପରିସ୍ଥ ଅଧିକାରୀଙ୍କ ଉପରେ ବିଶ୍ଵାସ ରଖନ୍ତୁ । ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ନଚେତ ଆପଣ ହିଁ ଅସୁବିଧାରେ ପଡି ପାରନ୍ତି ।

ମିଥୁନ

ଯଦି ଆପଣ କୌଣସି ବ୍ୟବସାୟିକ ଡିଲ କରୁଛନ୍ତି ତ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ଆପଣଙ୍କ ଅଟକି ଥିବା ସବୁ କାର୍ଯ୍ୟ ପୁରା ହେବା ଦ୍ୱାରା ଆପଣଙ୍କୁ ଭଲ ଧନ ଲାଭ ମିଳିବ । ଧାର୍ମିକ କାର୍ଯ୍ୟରେ ଆପଣ କିଛି ଧନ ଖର୍ଚ କରିବେ । ଏହା ଦ୍ୱାରା ଆପଣଙ୍କ ମାନ ସମ୍ମାନ ବଢିବ । ଆପଣଙ୍କ ନିଜର ବ୍ୟବସାୟ ପାଇଁ ଅନ୍ୟ ରାଜ୍ୟକୁ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ନିଜର ଇଚ୍ଛା ଅନୁସାରେ ସ୍ଥାନାତରଣ ହୋଇପାରେ । ନିଜ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ । ମାତା ପିତାଙ୍କ ସେବା କରନ୍ତୁ ସୁଖ ମିଳିବ ।

କର୍କଟ

ବହୁତ ଦିନ ହେବ ଯେଉଁ କାର୍ଯ୍ୟ ପାଇଁ ଆପଣ ପରିଶ୍ରମ କରୁଛନ୍ତି ସେଥିରେ ସଫଳତା ମିଳିବ । ଆପଣଙ୍କୁ ଯାତ୍ରାରେ ଲାଭ ମିଳିବ । ଆପଣଙ୍କର ମାନ ସମ୍ମାନ ବଢିବ । ଏହି ସମୟରେ ଆପଣଙ୍କ ବହୁତ ସ୍ଵପ୍ନ ପୁରା ହେବ । ଆପଣଙ୍କ କାର୍ଯ୍ୟ ଓ ବ୍ୟବସାୟ ପାଇଁ ଏହି ସମୟ ଶୁଭ ଅଟେ । ଆର୍ଥିକ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡିପାରେ ଓ ଖର୍ଚ ବି ବଢିବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସାବଧାନ ରହିବାକୁ ପଡିବ ନଚେତ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର ହୋଇପାରେ । ଯାହା ଫଳରେ ଆପଣଙ୍କ ମାନ ସମ୍ମାନରେ ଆଞ୍ଚ ଆସିପାରେ ।

ସିଂହ

ଆପଣଙ୍କର ଆଜି କୌଣସି ଲୋକଙ୍କ ସହ ଦେଖା ହେବ । ସେ ଆପଣଙ୍କୁ ଆପଣଙ୍କ ନୂଆ କାର୍ଯ୍ୟରେ ସାହାର୍ଯ୍ୟ କରିପାରନ୍ତି । ଆପଣ ଆପଣଙ୍କ ପିତାଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଆପଣଙ୍କ ଜୀବନରେ ବହୁତ ଉନ୍ନତି ହେବ । କ୍ୟାରିୟରରେ ଆପଣ ବହୁତ ଉଚ୍ଚକୁ ଉଠିବେ । ଯଦି ଆପଣ ଚାକିରି ବଦଳିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ବହୁତ ଅବସର ମିଳିବ । ବିଦେଶ ସମ୍ପର୍କ ଦ୍ଵାରା ମଧ୍ୟ ଭଲ ଲାଭବାନ ହେବେ । ଆପଣ କୌଣସି ଭୁଲ ନିଷ୍ପତି ନିଅନ୍ତୁ ନାହିଁ ନଚେତ ଆପଣଙ୍କ ଉପରିସ୍ଥ କର୍ମଚାରୀ ଅସୁବିଧାରେ ପଡି ପାରନ୍ତି ।

କନ୍ୟା

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । କୌଣସି ପୁରୁଣା ବ୍ୟବସାୟ ଡିଲରେ ଅଚାନକ ଲାଭ ମିଳିବ । ଆପଣଙ୍କୁ ସମାଜର ଭଲ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିବ । ନୂଆ ଚାକିରି ମିଳିପାରେ । ଏଥିରେ ପ୍ରଥମରୁ ଆପଣଙ୍କୁ କିଛି ପରିଶ୍ରମ କରିବାକୁ ପଡିପାରେ । ଏଥିରେ ଆପଣଙ୍କୁ ବହୁତ ସଫଳତା ମିଳିବ । ଆପଣ ବର୍ତ୍ତମାନ ସମୟରେ ଏପରି କୌଣସି ନିଷ୍ପତି ନେବେ ଯାହାଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ବହୁତ ଧନ ଲାଭ ମିଳିବ । ସମୟ ଆପଣଙ୍କୁ ଆପଣଙ୍କ ସ୍ଥିତି ଉପରେ ବିଚାର କରିବାକୁ ସୁଯୋଗ ଦେବ କି ଆପଣ ଯାହା କରୁଛନ୍ତି ତାହା କରିବା ଠିକ କି ନାହିଁ ।

ତୁଳା

ଆଜି ଆପଣଙ୍କର ଦିନଟି ଠିକଠାକ ରହିବ । ଆପନୁଚିତ ସମୟର ଅପେକ୍ଷା କରନ୍ତୁ । ଯାହା ଦ୍ଵାରା ସଠିକ ସମୟରେ ଆପଣଙ୍କୁ ସଫଳତା ମିଳିବ । ଆପଣ ଭଲ ଧନ ଅର୍ଜିତ କରିବେ । ସମୟ ଆପଣଙ୍କୁ ଉଚିତ ମାର୍ଗ ଦେଖାଇବ । ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ ।  ଦେଖି କାମ କରନ୍ତୁ । ଜିଦ କରନ୍ତୁ ନାହିଁ ନଚେତ କୌଣସି ମିତ୍ରଙ୍କ ସହ ମନାନ୍ତର ହୋଇପାରେ । ସମୟ ଅନୁସାରେ ବୁଝି ବିଚାରି କାମ କରନ୍ତୁ ଶୁଭ ଫଳ ପାଇବେ ।

ବିଚ୍ଛା

ଆଜି ଆପଣଙ୍କର ଦିନଟି ଶୁଭ ରହିବ । ସାଙ୍ଗ ସହିତ ସମ୍ପର୍କ ଆଗ ଅପେକ୍ଷା ଭଲ ରହିବ । ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଆପଣଙ୍କ ପିଲାମାନଙ୍କୁ କ୍ୟାରିୟରରେ ବଡ ସଫଳତା ମିଳିପାରେ । ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଆପଣଙ୍କୁ ମନ ପସନ୍ଦ ଚାକିରି ମିଳିପାରେ । ବ୍ୟାପାର ଧନ୍ଦା ଭଲ ଚାଲିବ ଓ ଆକସ୍ମିକ ଧନ ଲାଭର ଯୋଗ ଅଛି । ଜମି ବାଡିରେ ନିବେଶ ଦ୍ଵାରା ଆପଣଙ୍କୁ ଲାଭ ମିଳିବ । କଠିନ ପରିଶ୍ରମ ଦ୍ଵାରା ସବୁ କାର୍ଯ୍ୟ ସମୟରେ ପୁରା ହୋଇଯିବ । ଟଙ୍କା ନେବା ଦେବା ସମୟରେ ସାବଧାନ ରୁହନ୍ତୁ ।

ଧନୁ

ଆଜି ଆପଣଙ୍କର ବିଦେଶ ଯାତ୍ରା କରିବାର ଯୋଗ ଅଛି । ଆଜି ଆପଣଙ୍କର ଦିନଟି ବହୁତ ଉତ୍ତମ ରହିବ । ଆପଣଙ୍କୁ କୌଣସି ବଡ କମ୍ପାନୀରେ ଅଫର ଆସିପାରେ । ଆପଣ ନିଜର କଥାବାର୍ତ୍ତାରେ ଅନ୍ୟ ଜଣଙ୍କୁ ଇମ୍ପ୍ରେଶନ କରିବାରେ ସଫଳ ହେବେ । ଅଚାନକ ଧନ ପ୍ରାପ୍ତିର ହେବାର ସମ୍ଭାବନା ଅଛି । ଆଗରୁ ଖରାପ ଥିବା ସ୍ଥିତି ବର୍ତ୍ତମାନ ଭଲ ହୋଇଯିବ । ଆପଣଙ୍କର ଆର୍ଥିକ ସ୍ଥିତି ବି ଠିକ ହୋଇଯିବ । ଗୁରୁଜନଙ୍କ ଆଶୀର୍ବାଦରୁ ବ୍ୟପାର ବ୍ୟବସାୟ ଭଲ ଚାଲିବ ।

ମକର

ଆଜି ଆପଣ କୌଣସି ସାଙ୍ଗ ସହିତ ମିଶି କାମ କରିବେ । ଆପଣଙ୍କର ଆମଦାନୀ ବଢିପାରେ । ଆପଣ ନିଜର ମିତ୍ର, ସମ୍ପର୍କୀୟ ଓ ପଡୋଶୀଙ୍କର ସହଯୋଗ ଦ୍ଵାରା ଆର୍ଥିକ ରୂପରେ ଲାଭବାନ ହେବେ । ବ୍ୟବସାୟରେ ଛୋଟୋ ଛୋଟୋ ଚିନ୍ତାର ସାମ୍ନା କରିବାକୁ ପଡିପାରେ । ଅନାବଶ୍ୟକ ଖର୍ଚ ବଢିବା ଦ୍ଵାରା ଆପଣ ଚିନ୍ତାରେ ରହିପାରନ୍ତି । ଯାହା ଦ୍ଵାରା କ୍ରୋଧ ଅଧିକ ରହିବ । ବିନା ଭାବିଚିନ୍ତି କିଛି କାର୍ଯ୍ୟକୁ ଆରମ୍ଭ କରନ୍ତୁ ନାହିଁ ।

କୁମ୍ବ

ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ । ପାର୍ଟନରଶିପ ବ୍ୟବସାୟରେ ନିଜ ପାର୍ଟନରଙ୍କ ସହ ଭଲ ସମ୍ବନ୍ଧ ରଖନ୍ତୁ ଯାହା ଦ୍ଵାରା ଆର୍ଥିକ ସ୍ଥିତିରେ ଆପଣ ଲାଭବାନ ହେବେ । ଆପଣ ଅର୍ଥର ନେବା ଦେବା ଯଦି କରୁଛନ୍ତି ତେବେ ବୁଝି ବିଚାରୀ କରନ୍ତୁ । ଶନୀଙ୍କ ପ୍ରଭାବ ଯୋଗୁଁ ପାରିବାରିକ ସମସ୍ୟା ଦେଖାଯାଇପାରେ ।

ମୀନ

ଅଯଥା ଆପଣଙ୍କର ବହୁତ କାମ ଅଧୁରା ରହିବ । ଆପଣ ଉଚ୍ଚ ଶିକ୍ଷା ପାଇଁ ଯାହା ବି ଚେଷ୍ଟା କରିବେ ସେଥିରେ ସଫଳତା ମିଳିପାରେ । ଆପଣ ସାବଧାନ ହୋଇ ଖର୍ଚ କରନ୍ତୁ । ଭବିଷ୍ୟତ ପାଇଁ ଉପଯୋଗୀ ଯୋଜନା କରନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ମାନସିକ ବ୍ୟକୁଳତା ଆଦି ଦେଖାଯାଇପାରେ । ଅଚାନକ ଆସୁଥିବା ଖର୍ଚ କାରଣରୁ ଆର୍ଥିକ ସ୍ଥିତି କମଜୋର ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।