ଆଜିର ରାଶିଫଳ, 4 ମେ 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣଙ୍କର ମଧୁର ବଚନ ପାଇଁ ଆପଣ ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରନ୍ତି । ଆପଣ ନିଜ ଭାଇ ଭଉଣୀ ମାନଙ୍କ ପାଖରୁ କିଛି ଭଲ ଖବର ପାଇ ପାରିବେ । ଆପଣ ନିଜର କାମରେ ଅଧିକ ବ୍ୟସ୍ତ ରହିବେ । ଅଧିକ କାମ ଯୋଗୁ ଆପଣ ଥକା ଅନୁଭବ କରିବେ । ଆପଣ ଯଦି କିଛି ନୂଆ କାମ କରିବାକୁ ଚାହାଁନ୍ତି ତେବେ ଏହା ଉପଯୁକ୍ତ ସମୟ ଅଟେ । ଆପଣଙ୍କର ଭାଗ୍ୟ ଅଭି ଆପଣଙ୍କର ସହ ଅଛି ।

ବୃଷ ରାଶି –

ଆପଣ ଯଦି କିଛି ଲୋନ ପାଇଁ ଆବେଦନ କରିଥିଲେ ଓ ଏହା ଆଜି ଯାଏଁ ହୋଇ ନଥିଲା ତେବେ ଏହା ହେବାର ଯୋଗ ଦେଖାଉଛି । ପରିବାରରେ ଆପଣ ଅଧିକ ସୁଖ ଭୋଗ କରିବେ । ଆପଣ ଯଦି ଚାହାଁନ୍ତି ତେବେ ନିଜର ଚାକିରି ଛାଡି ପାରିବେ । ଆପଣ ଙ୍କର ଉପର ପଦବୀରେ ଥିବା ଲୋକ ମାନେ ବଦଳି ହୋଇ ପାରନ୍ତି । ଆପଣ ଙ୍କର ବାପା ଆପଣଙ୍କୁ କିଛି ଆର୍ଥିକ ସାହାଜ୍ଯ ମାଗି ପାରନ୍ତି । ନୂଆ ଆସିଥିବା ଅଧିକାରୀ ମାନେ ଆପଣଙ୍କ ପାଇଁ ଭଲ କାମ କରିବେ । ଧ୍ୟାନ ରଖିବେ ସବୁ ବେଳେ ନିଜର ମନକୁ ସାନ୍ତ ରଖନ୍ତୁ । ଏହି ସମୟରେ ଆପଣଙ୍କର ପୈତୃକ ସମ୍ପତି ବିକ୍ରି ହୋଇ ଯାଇ ପାରେ ।

ମିଥୁନ ରାଶି –

ଆପଣଙ୍କର ସମୟ ନିଜର ଜୀବନ ସାଥି ସହ ଭଲ କଟିବ । ଆପଣଙ୍କର ନିଜର ସମୟର ପଛକୁ ଗଲା ଭଳି ଲାଗିବ । ନିଜର ଜୀବନର ସୁଖ ସବୁ ଫେରି ଆସିଲା ପରି ଜଣା ପଡିବ । ଯେଉଁ ମାନେ ଗ୍ଲାମର ଦୁନିଆରେ ପାଦ ଥାପିବାକୂ ଚାହୁଁଛନ୍ତି ସେମାନେ ନିଜର ଫୋଟୋ ଗ୍ରାଫିର ଦୁନିଆରେ ନିଜର ଭାଗ୍ୟକୁ ଆପଣେଇ ପାରିବେ । ନିଜର ଘର କରିବାର ଯୋଗ ମଧ୍ୟ ଅଛି । ଆପଣ ଏହି ସମୟରେ ନିଜର ଜାଗା କିଣିବାର ଯୋଗ ଅଛି । ଆପଣ ନିଜକୁ ନିୟନ୍ତ୍ରଣରେ ରଖିବେ କାରଣ ଅଧିକ ଖୁସି ଭିତରେ ଆପଣ କିଛି ଭୁଲ ମଧ୍ୟ କରି ପାରନ୍ତି ।

କର୍କଟ ରାଶି –

ଆପଣଙ୍କର ଆର୍ଥିକ ସ୍ଥିତି ସୁଧୁରିବ । ଆପଣ ଅଧିକରୁ ଅଧିକ ପାଇସା କମେଇବେ । ନିଜର ପ୍ରିୟ ଲୋକଙ୍କ ସହ ଆପଣ କିଛି ଭଲ ମୁହୂର୍ତ ବିତାଇ ପାରିବେ । ଆପଣ ପସନ୍ଦ କାରୁଥିବା ବ୍ୟକ୍ତି ଆପଣଙ୍କ ଜୀବନରେ ଆସି ପାରନ୍ତି । ନିଜକୁ ଅନ୍ୟ ଲୋକଙ୍କ ବିବାଦରୁ ଦୂରେଇ ରଖନ୍ତୁ । ଆପଣଙ୍କର କିଛି ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ଦେଖା ହୋଇ ପାରେ । ଆପଣ ନିଜର ବନ୍ଧୁ ମାନଙ୍କ ସହ କିଛି ଭୋଜି କିମ୍ବା କିଛି ପୁରୁଣା ଦିନ ଉପଭୋଗ କରିବେ ।

ସିଂହ ରାଶି –

ଆପଣ ନିଜକୁ ଅଧିକ ରୁ ଅଧିକ ସାମାଜିକ କାମରେ ନିଯୋଜିତ ରଖିବେ । ଆପଣଙ୍କର କାମରେ ପ୍ରତେକ ଲୋକ ଆପଣଙ୍କର ପ୍ରଶଂସା କରିବେ । ଆପଣଙ୍କର ପରିବାରରେ ଖୁସି ଓ ଶାନ୍ତି ରହିବ । ଆପଣ ଖୁସି ଓ ସବୁବେଳେ ନିଜକୁ ମାନସିକ ଚିନ୍ତାରୁ ମୁକ୍ତ ପାଇବେ । ଆପଣ ନିଜର ଘର ପରିବାର ସହ ଅଧିକ ସମୟ ବିତାଇବାକୁ ପାଇବେ । ଯେଉଁ ମାନେ ନିଜ ପାଇଁ ଚାକିରି ଖୋଜୁଛନ୍ତି ସେମାନେ ନିଜର ମନ ପସନ୍ଦର କାମ ପାଇବେ । ଅଚାନକ କିଛି ଲୋକଙ୍କ ଦ୍ଵାରା ଆପଣ ଲାଭ ବାନ ହେବେ ।

କନ୍ୟା ରାଶି –

ଆପଣଙ୍କର କିଛି କାମରେ କାରିଥିବା ପରିଶ୍ରମ ଆପଣଙ୍କର ଜୀବନକୁ ବଦଳାଇ ଦେବ । କିଛି ମହତ୍ଵପୂର୍ଣ୍ଣ ବ୍ୟକ୍ତି ମାନଙ୍କ ସହ ଆପଣ ନିଜର ପରିଚୟ ବୃଦ୍ଧି କରି ପାରିବେ । ନିଜର ମନ ଚାହୁଁ ଥିବା ଧର୍ମ ସ୍ଥଳୀକୁ ଆପଣ ଯାଇ ପାରିବେ । ଆପଣ ନିଜର ମନକୁ ନିଜର ଆୟତରେ ରଖନ୍ତୁ କାରଣ ମନ ପ୍ରଫୁଲ ଥିବା ସମୟରେ ଆମେ ଅନେକ ଭୁଲ କରି ଥାଉ । ଛାତ୍ର ଛାତ୍ରୀ ମାନେ ନିଜର ପରିଶ୍ରମର ଫଳ ନିଶ୍ଚୟ ପାଇବେ । ନିଜର କିଛି ଜିନିଷ ବନ୍ଧା ପକାଇ ଯଦି ଆପଣ କିଛି ପଇସା ଆଣିଛନ୍ତି ତେବେ ତାହାକୂ ଫେରାଇ ଦିଅନ୍ତୁ । କାରଣ ଆପଣ ସମୟରେ ପଇସା ନ ଦେଲେ ଆପଣ ମାଲି ମକୋଦମାର ସାମ୍ନା କରି ପାରିବେ । ପିଲା ମାନେ ନିଜର ସମୟକୁ ଖୁବ ଆନନ୍ଦରେ ବିତାଇବେ ।

ତୁଳା ରାଶି –

ନିଜର ମନର କଥାକୁ ଆପଣ ଲୋକଙ୍କ ସହ ବାଟନ୍ତୁ । ନିଜର ପରିବାରକୁ ନିଜର ମନ କଥା କୁହନ୍ତୁ । ଆପାଣ ନିଜର ଧନକୁ କିଛି ଭଲ ଜାଗାରେ ନିବେଶ କରି ପାରିବେ । ଯଦି ଆପଣ ଚାହାଁନ୍ତି ତେବେ ନିଜକୁ ସାଧୁ ସନ୍ୟାଶି ମାନଙ୍କ ସେବାରେ ଲଗେଇ ପାରିବେ ଏହା ଦ୍ଵାରା ଆପଣ ନିଜର ମାନସିକ ଶାନ୍ତି ପାଇ ପାରିବେ । ଆପାଣଙ୍କର ପରିବାରରେ କିଛି ସାମାସ୍ୟା ଆସି ପାରେ ଦେଖି ଚାହିଁ ନିଜର ନିଷ୍ପତି ନେବେ ନହେଲେ ଭବିଷ୍ୟତରେ ଆପାଣ ହଇରାଣ ହୋଇ ପାରନ୍ତି ।

ବିଛା ରାଶି –

ଅନେକ ଦିନରୁ ଅଟକିଥିବା କାମ ଆପଣ ସମ୍ପୂର୍ଣ କରିବେ । ନିଜର ରୁଚି ବଦଳିବ ଆପଣ ନୂଆ ରୁଚି ରଖିବେ । ଏହି ସମୟ ଆପଣଙ୍କ ପାଇଁ ବହୁଥିବା ପାଣି ଭଳି ଏଥିରେ ଆପଣ ନିଜର ଯାହା ମନସ୍କାମନା ପୂରଣ କରିବାକୂ ଚାହାଁନ୍ତି ତାହା କରି ପାରିବେ । ବିଦ୍ୟାର୍ଥୀ ମାନେ ନିଜର ବୁଦ୍ଧି ବଳରେ ନିଜର ପ୍ରତି ଦ୍ଵନ୍ଦିଙ୍କୁ ହରାଇବେ । ନୂଆ ରିସର୍ଚ କରି ପାରନ୍ତି । ନିଜ ଉପରେ ଭରସା ରଖନ୍ତୁ ଓ ନିଜକୁ ଚାଲୁଥିବା ସମୟରେ ମିଶାଇ ଆଗକୁ ନିଅନ୍ତୁ ଅନେକ ଶୁଭ ଫଳ ପାଇବେ ।

ଧନୁ ରାଶି –

ପରିବାରରେ ନିଜର ଭଲ ସମୟ ବିତାଇବେ । ନିଜର ବାପା ମାଙ୍କୁ ଏହି ସମୟରେ ଅଧିକ ଭକ୍ତି କରିବେ । ଏଭଳି କରିବା ଦ୍ଵାରା ଆପାଣ ନିଜର ଭଲ ସମୟର ଆରମ୍ଭ କରି ପାରିବେ । ଆପଣଙ୍କୁ ନାକାରାତ୍ମକ ଶକ୍ତିରୁ ମୁକ୍ତି ମିଳିବ । ଯେଉଁ ମାନେ ରାଜନୀତିରେ ଅଛନ୍ତି ସେମାନେ ନିଜର ଏହି କ୍ଯାରିୟର ରେ ଆଗକୁ ଯିବେ । ଆପଣ ନିଜର ଭବିଷ୍ୟତର ଯୋଜନା କରି ପାରିବେ । ଆପଣଙ୍କର ଘରକୁ ନେଇ ସବୁ ବେଳେ ଅଧିକ ଚିନ୍ତା ରହିବା ତେଣୁ ଆପଣ ଘରକୂ ଆସିଲେ ଅନ୍ୟ ଲୋକ ମାନଙ୍କ ଉପରେ ରାଗିବେ ।

ମକର ରାଶି –

ବ୍ୟାବସାୟରେ ଆପଣ ପ୍ରଚୁର ଲାଭ ପାଇବେ ଆପଣ ଏହି ସମୟରେ ଅନେକ ଅର୍ଥ କମେଇବେ । ଆର୍ଥିକ ସ୍ଥିତି ଆପଣଙ୍କର ସୃଦୃଢ ହେବ । ଆପଣ ନିଜର ସମ୍ପତିକୁ କାହାକୁ ଦେଖା ରକ୍ଷା କରିବାକୁ ଦେବା ପୂର୍ବରୁ ସେହି ଲୋକକୁ ଭଲକି ଜାଣି ନିଅନ୍ତୁ । ନିଜ ବ୍ୟବସାୟରେ ବି ଯଦି ଆପଣ କାହାକୁ ନୁଯୁକ୍ତି କରିବାକୁ ଚାହୁଁ ଛନ୍ତି ତେବେ ଭଲ ଭାବରେ ତାକୁ ଜାଣି ନିଅନ୍ତୁ ପ୍ରଥମେ ।

କୁମ୍ଭ ରାଶି –

ସନ୍ଧ୍ୟା ସୁଦ୍ଧା ତୁମେ କିଛି ଭଲ ଖବର ପାଇବ, ଯାହା ଘରର ପରିବେଶକୁ ଖୁସିରେ ପରିପୂର୍ଣ୍ଣ କରିବ । ସଭା ଏବଂ ପ୍ରଦର୍ଶନରେ ଆପଣ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାକୁ ଯାଉଛନ୍ତି କାରଣ ଆପଣଙ୍କ ପାଇଁ ଯେକଣସି ଉପାୟ ସହିତ ଯୋଗାଯୋଗ କରନ୍ତୁ । ଜଣେ ଯତ୍ନକାରୀ କିମ୍ବା ମା ପରି ମହିଳା ଆପଣଙ୍କୁ ଏକ ଗାଡି କିମ୍ବା ଘର ମରାମତି କରିବାରେ ସାହାଯ୍ୟ କରିବାକୁ ଡାକି ପାରନ୍ତି । ଯଦି ଆପଣ ବିଦେଶ ଯିବାକୁ ଚିନ୍ତା କରୁଥିଲେ, ତେବେ ଏଥର ଆପଣଙ୍କ ସମ୍ଭାବନା ପୂରଣ ହେବାର ସମ୍ଭାବନା ଅଧିକ । ଆପଣ ଏହି ସମୟରେ ବିଶେଷ ବ୍ୟକ୍ତିଙ୍କୁ ଭେଟି ପାରିବେ । ତୁମର ପରିଷ୍କାର ଜୀବନଶଇଳୀ ଘରେ ଚାପ ସୃଷ୍ଟି କରିପାରେ, ତେଣୁ ବିଳମ୍ବିତ ରାତିରେ ବାହାରକୁ ଯିବା ଏବଂ ଅଧିକ ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହ ।

ମିନ ରାଶି –

କୌଣସି ପୁରୁଣା ବନ୍ଧୁଙ୍କ ସାହ ଦେଖା ହେବା ପରେ ଆପାଣ ତାଙ୍କ ଘରକୁ ଯାଇ ପାରନ୍ତି । ଆପଣ ଅଧିକ ସମୟ ଭାବିବାରେ ନଷ୍ଟ କରୁଛନ୍ତି ତା ଅପେକ୍ଷା ନିଜର ପିଲା ମାନଙ୍କ ବିଷୟରେ ଭାବନ୍ତୁ ଓ ନିଜର କର୍ମ ବିଷୟରେ ଭାବନ୍ତୁ । ଆପଣ ଯଦି ଅଧିକ କଥା ହୁଅନ୍ତି ନାହିଁ ତେବେ ଏହି ସମୟ ଭଲ ନାଇ ଆପଣଙ୍କ ପାଇଁ । ନିଜର କଥାକୂ ଆପଣ ନିଜର ବନ୍ଧୁ କିମ୍ବା ନିଜର ପରିବାର ଲୋକଙ୍କ ସହ ବାଣ୍ଟନ୍ତୁ । ନିଜର ଦୁଃଖ କହି ନିଜକୁ ଦେଉ ଥିବା ଯାତନାରୁ ମୁକ୍ତି ଦିଅନ୍ତୁ । କ୍ରୋଧ ଆପଣଙ୍କୁ ନିଜର ବସରେ ରଖିବ । ଯେତେବେଳେ ଆପଣଙ୍କୁ ରାଗ ଲାଗିବ ଆଗ କିଛି ପାଣି ପିଆନ୍ତୁ ନାଇତ କିଛି ଭଗବାନଙ୍କ ଭଜନ ସୁଣନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ମନ ପ୍ରଫୁଲ ରାହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।