India ରେ ହେବାକୁ ଥିବା World Cup ଉପରେ ICC ନେଲେ ସବୁଠୁ ବଡ ନିସ୍ପତି, ଜାଣନ୍ତୁ କଣ ଅଟେ ଅପଡେଟ

ବର୍ତ୍ତମାନ ସମୟରେ କରୋନା ମହାମାରୀକୁ ଭାରତର ଅବସ୍ଥା ଖୁବ୍ ଶୋଚନୀୟ ରହିଛି । ଏହିପରି ପରିସ୍ଥିତିରେ ଭାରତରେ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ୱକପ୍ ଭାରତ ପରିବର୍ତ୍ତେ ୟୁ.ଏ.ଇ ରେ ଆୟୋଜନ କରିବା ପାଇଁ ପ୍ରସଙ୍ଗ ଚାଲିଛି । ମାତ୍ର ବି.ସି.ସି.ଆଇ ଏହି ଆୟୋଜନର ସମସ୍ତ ଅଧିକାର ନିଜ ପାଖରେ ରଖିବା ପାଇଁ କଡାକଡି ସଫେଇ ଜଣାଇ ଦେଇଛି । ସେହିପରି ଦିନିକିଆ ବିଶ୍ୱକପ୍ କୁ ମଧ୍ୟ ୧୪ଟି ଦଳରେ ସୀମିତ ରଖିବା ପାଇଁ ଆଇ.ସି.ସି ନିର୍ଣ୍ଣୟ ନେଉଥିବା ଖବର ଶୁଣିବାକୁ ମିଳିଛି ।

ଆଜ୍ଞା ହଁ, ଆଇ.ସି.ସି ବୋର୍ଡ ଦିନିକିଆ ବିଶ୍ୱକପ୍ କୁ କେବଳ ୧୪ଟି ଦଳରେ ସୀମିତ ରଖିବା ପାଇଁ ବିଚାର କରୁଛି । ଦିନିକିଆ ବିଶ୍ୱକପ୍ ରେ ୧୬ଟି ଦଳ ରଖିବା ପର୍ଯ୍ୟନ୍ତ କଥା ଚାଲୁଥିଲେ ମଧ୍ୟ ଆଇ.ସି.ସି ଏହାକୁ ୧୪ଟି ଦଳରେ ସୀମିତ ରଖି ଆୟୋଜିତ କରିପାରେ ବୋଲି ଜଣା ପଡ଼ୁଛି । ଏହା ପୂର୍ବରୁ ମଧ୍ୟ ୧୪ଟି ଦଳକୁ ନେଇ ଦିନିକିଆ ବିଶ୍ୱକପ୍ ୨୦୦୩, ୨୦୧୧ ଓ ୨୦୧୫ ରେ ଖେଳା ଯାଇଥିଲା । କିନ୍ତୁ ବର୍ତ୍ତମାନ ଦିନିକିଆ ବିଶ୍ୱକପ୍ ରେ ୧୦ଟି ଦଳ ବ୍ୟବହୃତ ହେଉଛନ୍ତି । ଯାହାକୁ ନେଇ ଖୁବ୍ ଆଲୋଚନା ମଧ୍ୟ କରା ଯାଇଥିଲା ।

ଖାସ୍ କରି ଆସୋସିଏଟ୍ ଦେଶ ଗୁଡ଼ିକ ଏହାର ଖୁବ୍ ଆଲୋଚନା କରିଥିଲେ । କାରଣ ଏହା ଯୋଗୁଁ ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ପାରି ନ ଥିଲେ । ୨୦୧୯ରେ ଜିମ୍ବାୱେ ଓ ଆୟରଲ୍ୟାଣ୍ଡ ର ଦଳ ବିଶ୍ଵକପ ରେ ଭାଗ ନେବାରୁ ବଞ୍ଚିତ ହୋଇଥିଲେ । ତେବେ ଆଇ.ସି.ସି ସଦସ୍ୟମାନେ ଅନେକ ସମୟରେ ବିଶ୍ୱକପ୍ କୁ ନେଇ ଭର୍ଚୁଆଲ ମିଟିଂ କରୁଥିବାର କିଛି ମିଡ଼ିଆ ସୂତ୍ରରୁ ଜଣାପଡିଛି । ଯେଉଁଥିରୁ ଏହା ସ୍ପଷ୍ଟ ଜଣା ପଡ଼ୁଛି ଯେ ଆଇ.ସି.ସି ର ଅଧିକତର ସଦସ୍ୟ ୨୦୨୩ ରୁ ନେଇ ୨୦୩୧ ପର୍ଯ୍ୟନ୍ତ ବିଶ୍ୱକପ୍ ରେ ୧୪ଟି ଦଳକୁ ନେଇ ଆୟୋଜନ କରିବା ପ୍ରସଙ୍ଗରେ ସହମତି ପ୍ରକାଶ କରୁଛନ୍ତି ।

ଆଉ କିଛି ସଦସ୍ୟ ମଧ୍ୟ ଯେପରି ୨୦୦୭ରେ ହୋଇଥିଲା ସେହିପରି ୧୬ଟି ଦଳ ନେଇ ଆୟୋଜନ କରିବାକୁ ପ୍ରସ୍ତାବ ରଖୁଛନ୍ତି । କିନ୍ତୁ ବର୍ତ୍ତମାନ ଅଧିକ ସଦସ୍ୟ ଏହି ପକ୍ଷରେ ସମର୍ଥନ କରୁ ନାହାନ୍ତି । ତେବେ ବର୍ତ୍ତମାନ ଆଇ.ସି.ସି କୁ ସଠିକ୍ ନିର୍ଣ୍ଣୟ ନେବା ଜରୁରୀ ଅଟେ । କାରଣ ଏହାପରେ ଆଇ.ସି.ସିକୁ ମିଡ଼ିଆ ଅଧିକାରୀ ଓ ମାର୍କେଟ ପାଇଁ ମଧ୍ୟ ପ୍ରାୟୋଜକ ଦେଖିବା ବାକି ରହିଛି । ଏହି ହିସାବରେ ଆଇ.ସି.ସି ଅତି ଶୀଘ୍ର କୌଣସି ବଡ଼ ନିର୍ଣ୍ଣୟ ନେଇପାରେ ।

ଚଳିତ ବର୍ଷ ଶେଷ ସୁଦ୍ଧା ଆସନ୍ତା ୮ ବର୍ଷର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ଆଇ.ସି.ସିର ଯୋଜନା ରହିଛି । ଯାହାଦ୍ବାରା ଆଗକୁ ବିଭିନ୍ନ ଦେଶ ମଧ୍ୟରେ ହେବାକୁ ଥିବା ସିରିଜ୍ ଗୁଡ଼ିକର ଆୟୋଜନ ପାଇଁ ଆଇ.ସି.ସିକୁ ଯଥେଷ୍ଟ ସମୟ ମିଳି ପାରିବ । ଆପଣଙ୍କୁ ଜଣାଇ ରଖୁଛୁ ଯେ ୨୦୨୩ରେ ହେବାକୁ ଥିବା ବିଶ୍ୱକପ୍ ଭାରତରେ ହିଁ ଆୟୋଜିତ ହେବାର ଯୋଜନା ରହିଛି ।

ତେବେ ଭାରତୀୟ କ୍ରିକେଟ ପ୍ରଶଂସକ ମାନେ ନିଶ୍ଚୟ ଚାହିଁବେ କି ଆମ ଦେଶ ହିଁ ବିଶ୍ୱକପ୍ ହାସଲ କରୁବୋଲି । ୨୦୧୯ ରେ ହୋଇଥିବା ବିଶ୍ୱକପ୍ ରେ ଭାରତ, ନ୍ୟୁଜିଲ୍ୟାଣ୍ଡଠୁ ପରାସ୍ତ ହୋଇ ସେମି ଫାଇନାଲରୁ ହିଁ ବିଶ୍ୱକପ୍ ରୁ ବାହାର ହୋଇ ଯାଇଥିଲା । ତେବେ ଆପଣଙ୍କୁ କଣ ଲାଗୁଛି, ୨୦୨୩ରେ କେଉଁ ଦେଶ ବିଶ୍ୱକପ୍ ମାନ୍ୟତା ହାସଲ କରିବ?

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ