ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କ ମନ ଚଞ୍ଚଳ ହେବ କାରଣରୁ ବିଚାର ରେ ଜଲ୍ଦି ପରିବର୍ତ୍ତନ ଆସିବ । ଆଜି ଆପଣ କୌଣସି ଏମିତି କାମ କରନ୍ତୁ ନାହି ଯାହାକୁ ପୁରା କରିବାରେ ବିଳମ୍ବ ହୋଇପାରେ । ଯଦି ଆପଣ ଏପରି କିଛି କାମ କରନ୍ତି ତେବେ ତାହା ପୁରା ହେବ ନାହି । ଆଜି ଆପଣଙ୍କର ଜରୁରି କାମ ଆଳସ୍ୟ କାରଣରୁ ଅଧୁରା ରହିପାରେ । ଯେଉଁ ବିଦ୍ୟାର୍ଥୀ ବିଦେଶରେ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆଜି ଦିନ ଟି ଭଲ ରହିବ । ପରିଜନ ଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।
ବୃଷ ରାଶି : ଆଜି ଆପଣଙ୍କ ଜୀବନ ସାଥି ଓ ପିଲା ମାନେ ଆପଣଙ୍କୁ ବହୁତ ଭଲ ପାଇବା ଦେବେ । ଆଜି ଆପଣ ଅନ୍ୟ ର ସାହାଜ୍ଯ କରିବାକୁ ଆଗେଇ ଆସିବେ । କିନ୍ତୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଅନ୍ୟ ଲୋକେ ଆପଣଙ୍କର ସାହାଜ୍ଯ କୁ ସ୍ଵାର୍ଥ ନ ଭାବନ୍ତୁ । ତେଣୁ ଆଣି ଅନ୍ୟ ମାନଙ୍କ ସହ ନିଜ କାକୁ ବି ପ୍ରାଥମିକତା ଦିଅନ୍ତୁ । ପରିବାର ସହ କୌଣସି ସମାରୋହ ରେ ଯାଇ ପାରନ୍ତି । ମହତ୍ଵ ପୂର୍ଣ୍ଣ ମାମଲା ରେ ବନ୍ଧୁ ଙ୍କ ସହ ଆଲୋଚନା ହୋଇପାରେ । ଯାହା ପାଇଁ ଆପଣଙ୍କୁ ପୁରା ଫାଇଦା ମିଳିବ । ନିଜର ବାଣୀ ଉପରେ ସଂଯମ ରଖନ୍ତୁ ।
ମିଥୁନ ରାଶି : ଆଜି ପରିବାର ରେ ସହଯୋଗର ବାତାବରଣ ବଜାୟ ରହିବ । ଆପଣଙ୍କୁ ସନ୍ତାନ ପକ୍ଷ ଠାରୁ ସୁଖ ମିଳିବ । ଆଜି ଦିନ ଟି ଆପଣଙ୍କ ପାଇଁ ବହୁତ ବ୍ୟସ୍ତତା ଭରା ରହିବ । ବ୍ୟାପାରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । କୌଣସି ପୋରାକାରର ଶାରୀରିକ ପୀଡା ହେବାର ଆଶଙ୍କା ରହିଛି । ସୁଖଦ ସମାଚାର ପ୍ରାପ୍ତ ହେବ । କେଉଁ ଠାରେ ନିବେଶ କରିବାକୁ ଚାହୁଁଥିଲେ ଆଜି କରି ପାରିବେ । କାରଣ ଏଥିପାଇଁ ଭବିଷ୍ୟ ରେ ଆପଣଙ୍କୁ ଭରପୁର ଲାଭ ମିଳିବ ।
କର୍କଟ ରାଶି : ଆଜି ଆପଣଙ୍କୁ ସନ୍ତାନ ଙ୍କ ଠାରୁ ଶୁଭ ସମାଚାର ପ୍ରାପ୍ତି ହୋଇପାରେ । କାହା କଥା ଶୁଣି ବିଶ୍ଵାସ କରନ୍ତୁ ନାହି । ଆର୍ଥିକ ମାମଲା ରେ ଅବହେଳା କରନ୍ତୁ ନାହି । କୌଣସି ବିଷୟ କୁ ଜାଣିବାରେ ଜିଜ୍ଞାସା ବଢିବ । ଆଡମ୍ବର ରୁ ବଞ୍ଚିତ ରୁହନ୍ତୁ । ପାରିବାରିକ ସମସ୍ୟା ରୁ ରିହାତି ପାଇବେ । ଅଧିକତର ସମସ୍ଯା ର ସମାଧାନ କରିବାରେ ଆପଣ ସଫଳ ହେବେ । ଆପଣଙ୍କର ବ୍ୟକ୍ତିତ୍ବ ଚମକି ଉଠିବ । ଆପଣଙ୍କୁ ବିରତା କାରଣରୁ ଫାଇଦା ମିଳିବ ।
ସିଂହ ରାଶି : ଆଜି ଆପଣଙ୍କୁ କାନୁନି ମାମଲା ଯୋଗୁ ସମସ୍ଯା ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ନଜର ଆସିବ । କାର୍ଯ୍ୟ କ୍ଷେତ୍ର ରେ କୌଣସି ନୂଆ ଚ୍ୟାଲେଞ୍ଜ ର ସାମନା କରିବେ । ଆପଣଙ୍କୁ ଜମିବାଡି ମାମଲା ରେ କାନୁନ ର ସାହାରା ନେବାକୁ ପଡିପାରେ । ଜୀବନ ସାଥି ଙ୍କ ସହ ପ୍ରେମ ଭରା ସମୟ ବ୍ଯତୀତ କରିବାର ଅବସର ପାଇବେ । ଆପଣ ପ୍ରତେକ କ୍ଷେତ୍ର ରେ ନିଜକୁ ସଠିକ ସାବ୍ୟସ୍ତ କରିବେ । ଯାହା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ ।
କନ୍ୟା ରାଶି : ଅଧିକ ପରିଶ୍ରମ ଓ ଥକାପଣ ଆପଣଙ୍କ ପାଇଁ ଚିନ୍ତା ର ବିଷୟ ହୋଇପାରେ । ଆପଣଙ୍କୁ ନିଜର କାରୋବାର ବା ଚାକିରି ରେ କିଛି ସମସ୍ୟାର ସାମନା କରିବାକୁ ପଡିପାରେ । ଆପଣ ନିଜର ସାଥିଙ୍କ ସହ ନୂଆ ଜୀବନର ଆରମ୍ଭ କରିବେ । ଚାକିରି କରିଥିବା ଲୋକ ମାନଙ୍କର ଅଫିସରେ ନୂଆ ଦାୟିତ୍ଵ ମିଳିପାରେ । ବରିଷ୍ଠ ଅଧିକାରି ମାନଙ୍କର ସହଯୋଗ ପ୍ରାପ୍ତ ହେବ । ଆଜି ଆପଣଙ୍କ ଉପରେ କାମ ଭାର ଅଧିକ ରହିପାରେ ତେଣୁ ନିଜକୁ ମଜବୁତ କରି ରଖନ୍ତୁ । ପ୍ରେମ ଜୀବନରେ ବହୁତ ବଡ ସଫଳତା ହାତକୁ ଲାଗିବ ।
ତୁଳା ରାଶି : ଆଜି ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବ । ବ୍ୟବସାୟ ରେ ଧ୍ୟାନ ଦେବା ବେହତର ସାବ୍ୟତା ହେବ । ଆପଣଙ୍କୁ ନୂଆ ସ୍ରୋତ ରେ ଧନ ପ୍ରାପ୍ତ ହେବ । ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ଭାବ ରହିବ । ସ୍ୱାସ୍ଥ୍ୟ ମାମଲା ଠିକ ରହିବ । ଆପଣଙ୍କ ମନରେ ଅଚାନକ କୌଣସି ନୂଆ ବିଚାର ଆସିପାରେ ଯାହା ଆପଣଙ୍କୁ ପ୍ରଗତି ର ରାସ୍ତା ଦେଖାଇବ । ଆଜି ର ମାତ୍ରା ରେ ବୃଦ୍ଧି ହେବାର ଦେଖିବାକୁ ମିଳିବ । ପୁରୁଣା ରୋଗ ପ୍ରତି ଧ୍ୟାନ ଦେବାର ଜରୁରତ ଅଛି ।
ବିଛା ରାଶି : ଏହି ରାଶିର ଲୋକେ ଅଲଗା ପରିଚୟ ସ୍ଥାପନ କରିବାରେ ସଫଳ ହେବେ । କାର୍ଯ୍ୟ ରେ ସଫଳତା ମିଳିବ କିନ୍ତୁ କ୍ରୋଧ ଉପରେ ସଂଯମ ରଖନ୍ତୁ । ଆପଣଙ୍କୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଜରୁରତ ଅଛି । ଆମଦାନୀ ରେ ନିରନ୍ତର ବୃଦ୍ଧି ହେବ କିନ୍ତୁ ବ୍ୟୟ ଅଧିକ ହେବାର ଆଶଙ୍କା ରହିଛି । ନିଜ ଜୀବନର ଅଧୁର ଇଚ୍ଛା ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ର ବିଶେଷ ଧ୍ୟାନ ରଖନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂଆ ବହନ କ୍ରୟ କରିବାକୁ ଭାବୁଥିଲେ ଆଜି ଦିନ ଟି ଭଲ ରହିବ ।
ଧନୁ ରାଶି : ଆଜି ଦିନ ସକାରାତ୍ମକ ପରିଣାମ ନେଇକି ଆସିବ । ଉଶ୍ଚାହ ବର୍ଦ୍ଧକ କୌଣସି ବଡ କାର୍ଯ୍ୟ ସଠିକ ସମୟ ରେ ହୋଇପାରେ । ଆର୍ଥିକ ମାମଲା ରେ ଲାଭ ମିଳିବ । ଭବିଷ୍ୟ କୁ ବେହତର କରିବା ପାଇଁ ନୂଆ ପଦକ୍ଷେପ ଉଠାଇବେ ସ୍ଥିତି ଅନୁକୁଳ ରହିବ । ପ୍ରେମୀ ଯୁଗଳ ଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣଙ୍କ ମନରେ କିଛି ବଡ ବିଚାର ଆସିପାରେ । ବାଣୀ ରେ ମଧୁରତା କାରଣରୁ କୌଣସି ମହିଳା ଆପଣଙ୍କ ପ୍ରତି ଆକର୍ଷିତ ହୋଇ ପାରନ୍ତି । ଆପଣଙ୍କର ରଚନାତ୍ମକ କାମରେ ପ୍ରଶଂସା ହେବ ।
ମକର ରାଶି : ଆଜି ଆପଣଙ୍କର ସମ୍ପତି ର ଏ ନିବେଶ ବା ବାହନ କ୍ରୟ କରି ପାରିବେ । ଆପଣଙ୍କର ଭାଗ୍ୟ ପୁରା ସାଥ ଦେବ ଯାହା ପାଇଁ କାର୍ଯ୍ୟ କ୍ଷେତ୍ର ରେ ବେହତର ଢଙ୍ଗ ରେ କମ ପୁରା କରିବେ । ପୈତୃକ ସମ୍ପତି କୁ ନେଇ ଆପଣ ଯେଉଁ ଆଶା ରଖିଥିଲେ ତାହା ସଂପୂର୍ଣ୍ଣ ପୁରା ହେବ । ସନ୍ତାନ ପକ୍ଷ ଠାରୁ କିଛି ବଡ ଖୁସି ଖବର ପ୍ରାପ୍ତ ହେବ । ଆପଣ ବ୍ୟାପାରିକ ସମାରୋହ ରେ ସାମିଲ ହେବାର ମୌକା ପାଇବେ । ସେଠାରେ ଅଧିକ ଲୋକେ ଆପଣଙ୍କ କଥାରେ ସହମତ ହେବେ । କୌଣସି ବରିଷ୍ଠଙ୍କର ପରାମର୍ଶ ନିଅନ୍ତୁ ।
କୁମ୍ଭ ରାଶି : ଆଜି ଆପଣଙ୍କୁ ଅଧିକ ପଇସା ମିଳିପାରେ । ଆଜି କାହା ସହ ବିବାଦ କରନ୍ତୁ ନାହି । ଆଜି ଆପଣଙ୍କର ସବୁ କାମ ବିନା କୌଣସି ବାଧା ରେ ସମୟ ଅନୁଯାୟୀ ପୂରଣ ହେବ । ଆର୍ଥିକ ମାମଲା ରେ ଆପଣଙ୍କୁ ଭଲ ପରିଣାମ ମିଳିବାର ସମ୍ଭାବନା ରହିଛି । ଆପଣଙ୍କର ଜମା ପୁଞ୍ଜି ରେ ଫାଇଦା ହେବାର ପ୍ରବଳ ସମ୍ଭାବନା ରହିଛି । ଖେଳକୁଦ ରେ ନିଜକୁ ସାମିଲ କରନ୍ତୁ । ମନୋରଞ୍ଜନ କରିବାକୁ ପାଇଁ ଆପଣ ବାହାରକୁ ଯାଇ ପାରନ୍ତି ।
ମୀନ ରାଶି : ଆଜି କାହା ସହ ବିବାଦ କରିବାରୁ ବଞ୍ଚିତ ରୁହନ୍ତୁ । ବ୍ୟାପାର ସହ ଜଡିତ ଲୋକେ ଅଧିକ ଫାଇଦା ପାଇବେ । ବେହତର ହେବ ଆପଣ ଧର୍ଯ୍ୟ ସହକାରେ କାମ କରନ୍ତୁ । ଆପଣ କୌଣସି କାମ ଆରମ୍ଭ କରିବାକୁ ମନ ବଳାଇଥିଲେ ଆଜି କରି ପାରିବେ । ଛାତ୍ର ଙ୍କୁ ସଫଳତା ମିଳିବ । ପ୍ରତେକ କାମ ଆପଣଙ୍କର ସହଜରେ ପୂରଣ ହେବ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।