ଆଜିର ରାଶିଫଳ, 29 ଜୁଲାଇ 2020, ବୁଧବାର, ଭଗବାନ ଗଣେଶଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆୟରେ ନୂତନ ସ୍ରୋତ ମିଳିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ଭଲରେ କଟିବ । କାର୍ଯ୍ୟ କ୍ଷତ୍ରରେ ଭଲ କାମ କରିବାକୁ ଚେଷ୍ଟା କରନ୍ତୁ ଓ ଆପଣ ସେଥିରେ ସଫଳ ବି ହେବେ । ବ୍ୟାପାରରେ ଆପଣଙ୍କୁ ଭଲ ଲାଭ ବି ମିଳିବ । ଆପଣ ନିଜର ଖର୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ପୈତୃକ ସମ୍ପତ୍ତିରୁ ଲାଭ ମିଳି ପାରେ । ଯଦି ସମ୍ପତ୍ତିକୁ ନେଇ ବିବାଦ ଚାଲୁଅଛି, ତେବେ ଏହି ସମୟରେ ସେହି ସମସ୍ତ ସମସ୍ୟାର ସମଧାନ ହୋଇଯିବ । ଆଜି ଆପଣଙ୍କୁ କୌଣସି ସମାରୋହରେ ସାମିଲ ହେବାର ଚାନ୍ସ ମିଳିପାରେ ।

ବୃଷ

ଆଜି ଆପଣଙ୍କ ଦିନ ଭଲ ବ୍ୟତୀତ ହେବ । ପିଲାମାନଙ୍କୁ କୌଣସି ଶୁଭ ସମାଚାର ମିଳି ପାରେ । ପରିବାରର ସଦସ୍ୟଙ୍କ ସହ ଆପଣ ଖୁସିରେ ରହିବେ । ସ୍ୱାସ୍ଥ୍ୟ ମାମଲାରେ ଆଜି ନିଜକୁ ସୁସ୍ଥ ଅନୁଭବ କରିବେ । ଆପଣଙ୍କ ଆଜି ପରିଶ୍ରମର ଫଳ ନିଶ୍ଚିତ ମିଳିବ । ଆର୍ଥିକ ମାମଲା ପାଇଁ ଆଜିର ଦିନ ଭଲ ହେବ । ଏହି ରାଶିର ଛାତ୍ରମାନନେ ନୂତନ ଗତିବିଧିରେ ସାମିଲ ହୋଇ ପାରନ୍ତି । ଶେୟାର ବାଜାରରେ ଲାଭ ମିଳିବାର ସମ୍ଭାବନା ଅଛି ।

ମିଥୁନ

ଆଜି ଆପଣଙ୍କ ଦିନ କାଲି ଅପେକ୍ଷା ଭଲ ରହିବ । ଆପଣ ନିଜର ଖର୍ଚ ଉପରେ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତୁ । ଏହି ରାଶିର ଛାତ୍ରମାନଙ୍କୁ ଶିକ୍ଷକମାନଙ୍କ ସପୋର୍ଟ ମିଳିବ । ଏହି ସମୟରେ କାମ କାରଣରୁ ଆପଣ ପରିବାର ଠାରୁ ଦୂରରେ ରହିବେ । ନିବାସ ସ୍ଥାନ ପରିବର୍ତ୍ତନ ହୋଇପାରେ । ମାତା ପିତାଙ୍କ ସହ ସମ୍ବନ୍ଧ ଭଲ ରହିବ । ଆଜି ସମସ୍ତେ ଆପଣଙ୍କ କଥା ଦ୍ଵାରା ପ୍ରଭାବିତ ହେବେ । ଜଲ୍ଦି ହିଁ କିଛି ନୂଆ ଦାୟିତ୍ଵ ମିଳିବ । ଆଜି ଯେତିକି ପରିଶ୍ରମ କରିବେ ସେତିକି ଧନ ଅର୍ଜିତ କରିବେ ।

କର୍କଟ

ଆଜି ଆପଣଙ୍କ ଦିନ ଠିକଠାକ ରହିବ । ଆଜି ଆପଣ କୌଣସି ବିଷୟ ଉପରେ ନିଷ୍ପତି ନେବାରେ ନିଜକୁ ଅସମର୍ଥ ଅନୁଭବ କରିବେ । ଜୀବନସାଥୀଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କ ଆୟରେ ନୂତନ ସ୍ରୋତ ହାସଲ ହେବ । କୌଣସି ସ୍ଥାନରେ ଫସିଥିବା ଟଙ୍କା ଆପଣଙ୍କୁ ପୁନଃ ମିଳିବାର ସମ୍ଭାବନା ଅଛି । ବର୍ତ୍ତମାନ ସମୟରେ ଷ୍ଟାରମାନଙ୍କ ଗତିବିଧି ବି ଭଲ ରହିବ । ଆୟରେ ବୁଦ୍ଧି ହେବ । ସମ୍ପତ୍ତି କ୍ରୟ କରିବାର ଯୋଗ ଅଛି । ଆପଣଙ୍କ ପୈତୃକ ସମ୍ପତ୍ତିରେ ଲାଭ ମିଳିବ ।

ସିଂହ

ଆଜି ଆପଣଙ୍କ ଦିନ ମିଶାମିଶି ରହିବ । ଘରେ ଅଚାନକ ଅତିଥି ଆସି ପାରନ୍ତି । ଯାହା ଦ୍ଵାରା ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆପଣଙ୍କୁ ବାଦ ବିବାଦ ଠାରୁ ବଞ୍ଚିବାର ଅଛି । ଏହି ସମୟ ଆପଣଙ୍କୁ ପ୍ରମୋଶନ ମିଳି ପାରେ । ଏହା ସହିତ ଆପଣଙ୍କ ସ୍ୟାଲେରୀ ମଧ୍ୟ ବଢିପାରେ । କିଛି ଲୋକମାନେ କାମ କାରଣରୁ ବାହାରକୁ ଯାଇ ପାରନ୍ତି । ନିଜର ସୀନିୟର୍ସଙ୍କ ସମ୍ମାନ କରନ୍ତୁ । ଏହି ସମୟରେ ଆପଣ ସଠିକ ନିଷ୍ପତି ଆପଣଙ୍କ ଲାଭକୁ ବୁଦ୍ଧି କରିବ ।

କନ୍ୟା

ଆପଣ ଦଳର ଅତ୍ୟନ୍ତ ପ୍ରିୟପାତ୍ର ହେବେ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ ।  ବ୍ୟବସାୟରେ ଅଧିକ ଲାଭ କରିବେ । କଳାକାରମାନଙ୍କ ପ୍ରବଳ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ କିଛି ଲୋକଙ୍କ ସମର୍ଥନ ମିଳିବ । ଦରକାରୀ ଲୋକମାନଙ୍କୁ ସାହାର୍ଯ୍ୟ କରି ଖୁସି ଅନୁଭବ କରିବେ । ଜମାପୁଞ୍ଜିରେ ବି ବୁଦ୍ଧି ଦେଖିବାକୁ ମିଳିବ ।

ତୁଳା

ଗୃହପୋକରଣ ଇତ୍ୟାଦି କ୍ରୟ କରିବା ପାଇଁ ଋଣ କରିଲେ ଋଣ ମିଳିଯିବ । ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ । ଜାଗା ନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ବନ୍ଧୁ ମିତ୍ରଙ୍କ ସହ ମନୋରଞ୍ଜନ ଓ ହସ ଖୁସିରବ୍ୟତୀତ ହେବ । ନୂତନ ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବେ । ରାଜନୀତି କ୍ଷେତ୍ରରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହେବେ । ପ୍ରତିଯୋଗୀତା ପରୀକ୍ଷାରେ ଆଶା ମୁତାବକ ଫଳ ପାଇବେ ।

ବିଚ୍ଛା

ଭାଇ ଭଉଣୀ ସମ୍ପର୍କୀୟଙ୍କ ସହ ଉତ୍ତମ ସମ୍ପର୍କ ରହିବ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ରାଜନୀତିରେ କଠିନ ପରିଶ୍ରମ କରିବାକୁ ପଡିବ । ଯୋଜନା ପ୍ରସ୍ତୁତ କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । କେତେକ କ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । କୌଣସି ରଚନାତ୍ମକ କାର୍ଯ୍ୟରେ ଆପଣଙ୍କୁ ନାମ ହେବ । ଆପଣଙ୍କ ପାରିବାରିକ ଜୀବନରେ କିଛି ପରିବର୍ତ୍ତନ ଆସିବ ।

ଧନୁ

ବ୍ୟବସାୟ ପାଇଁ ଦୂରଯାତ୍ରାରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟି ପାରେ । ପୁରାତନ ରୋଗର ଉପଶମ ହେବ । ଫଳରେ ମନ ଶାନ୍ତ ରହିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । କର୍ମ କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ବ୍ୟବସାୟରେ ଲାଭ ପାଇବେ ।

ମକର

ସ୍ଵାମୀ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ବି ହେବେ ।  ଧନ ପ୍ରାପ୍ତି ହେବ । ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ ।

କୁମ୍ଭ

କାର୍ଯ୍ୟ କ୍ଷେତ୍ରରେ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ । ବ୍ୟବସାୟୀମାନେ ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ନିକଟସ୍ଥ ସ୍ଥାନ ଗୁଡିକ ଭ୍ରମଣ କରି ବେଶ ଆନନ୍ଦ ପାଇବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । କୌଣଶୋ ରଚନାତ୍ମକ କାର୍ଯ୍ୟ କରିବେ । ଆପଣଙ୍କୁ ପ୍ରସିଦ୍ଧ ମିଳିବ । ଆପଣଙ୍କ ପାରିବାରିକ ଜୀବନରେ କିଛି ପରିବର୍ତ୍ତନ ଆସିବ । ପୂଜା ପାଠ ଛଡା କୌଣସି ମଙ୍ଗଳମୟ କାର୍ଯ୍ୟରେ ଆପଣଙ୍କ ପରିବାରରେ ସାମିଲ ହୋଇ ପାରନ୍ତି । ଜମା ପୁଞ୍ଜିରେ ବୁଦ୍ଧି ହେବ ।

ମୀନ

ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଆସିବ ନାହିଁ । ବାଦ-ବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । କର୍ମ କ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ ବିଶେଷ ଲାଭବାନ ହେବେ । ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ମହିଳାମାନେ ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ । ପୁରାତନ ରୋଗର ଉପଶମ ପାଇଁ ଦୂରକୁ ଯିବେ । ସନ୍ତାନମାନେ ଉଚ୍ଚ ଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ସାଂସାରିକ ଜୀବନ ସୁଖମୟ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।