ଆଜିର ରାଶିଫଳ, 28 ନଭେମ୍ବର 2020, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ସବୁ କାର୍ଯ୍ୟରେ ମିଳିବ ସଫଳତା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ସକାଳ ଆପଣ କିଛି ନୂଆ ବିଚାର ନେଇକି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ସବୁ କିଛି କାର୍ଯ୍ୟ ସଫଳ ହେବ । ଆଜି ଦିନଟି ବହୁତ ଶୁଭ ଅଛି । ଆପଣ ସ୍ନେହୀଜନ ଓ ଆତ୍ମଜନଙ୍କୁ ତଥା ସାଙ୍ଗମାନଙ୍କୁ ଭଲ ପାଆନ୍ତୁ । ପାରିବାରିକ ସଦଷ୍ୟଙ୍କ ସହ ଭୋଜନ କରନ୍ତୁ ତଥା ତାଙ୍କ ସହ କିଛି ସମୟ ବିତାନ୍ତୁ । ଆର୍ଥିକ ମାମଲାରେ ଆପଣ ଭବିଷ୍ୟତରେ କିଛି ପ୍ଲାନିଗ କରିପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ ।

ବୃଷ

ଆଜି ଦିନଟି ଆପଣଙ୍କର ବ୍ୟସ୍ତତା ପୂର୍ବକ ରହିବେ । ବ୍ୟବସାୟ ହେଉ ବା ଚାକିରି ସଫଳତା ପୂର୍ବକ ସମ୍ପନ୍ନ ହେବ । ଆଜି ଆପଣଙ୍କର ଦିନଟି ଭଲରେ କଟିବ । ଆଜି ନୂଆ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି । ଚାକିରି ଲୋକମାନଙ୍କୁ ଉଚ ଅଧିକାରୀରର ପ୍ରାପ୍ତି ହୋଇପାରେ । କଳାକାର ଓ କାରିଗରୀଙ୍କ ପାଇଁ ନୂଆ କଳା ପ୍ରଦର୍ଶନ କରିବାର ଅବସର ମିଳିବ । ପ୍ରିୟ ବ୍ୟକ୍ତିଙ୍କ ସହ ଦେଖା ହେବ ଏବଂ ସାହାର୍ଯ୍ୟ ପାଇପାରିବେ । ପୁରୁଣା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିପାରେ ।  ଚାକିରି କ୍ଷେତ୍ରରେ ଆର୍ଥିକ ଲାଭ ମିଳିପାରେ । ଗୃହସ୍ଥ ଜୀବନରେ ମଧୁରତା ଆସିପାରେ ।

ମିଥୁନ

ଭାଗ୍ୟ ଆପଣଙ୍କର ସବୁ କାର୍ଯ୍ୟରେ ସାଥ ଦେବ । କିଛି କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ କରନ୍ତୁ । ସାଙ୍ଗସାଥିଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ । ଆଜି ଆପଣ କୌଣସି ମାନସିକ ଚିନ୍ତାରେ ପଡ଼ିପାରନ୍ତି । ଯାହାଦ୍ୱାରା କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ । ପେଟ ଯନ୍ତ୍ରଣା ହୋଇପାରେ । ଆର୍ଥିକ ଲାଭର ସମ୍ଭାବନା ହୋଇପାରେ । ବୈବାହିକ ଜୀବନରେ ଉତ୍ତମ ସୁଖ ପାଇପାରିବେ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ବହୁତ ଖର୍ଚ ହୋଇପାରେ । ବ୍ୟବସାୟରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ । ସହକର୍ମୀ ମାନଙ୍କର ସାହାର୍ଯ୍ୟ ମିଳିନପାରେ । ସନ୍ତାନର ଚିନ୍ତା ରହିପାରେ ।

କର୍କଟ

ଆପଣ ଆଜି ଗାଡି ସାବଧାନ ସହ ଚଲାନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଆଜି ଯାହା ବି କାର୍ଯ୍ୟ କରିବେ ଭାବି ଚିନ୍ତି କରିବେ । ଏବଂ ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ରାଗରୁ ଦୂରେଇ ରୁହନ୍ତୁ । ଘରେ ଥିବା ସଦସ୍ୟ ମାନଙ୍କର ଆପଣଙ୍କ ପ୍ରତି ରାଗ ଆସିପାରେ । ଅଜାଣତରେ କହିଥିବା ସତ କଥା ମଧ୍ୟ ଆପଣଙ୍କ ପାଇଁ ଭୁଲ ହୋଇପାରେ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ସରକାରୀ କାର୍ଯ୍ୟ ରେ ସମସ୍ୟା  ଆସିପାରେ । ପରିବାରରେ କିପରି ଝଗଡା ନ ହେବ ତାହା ପ୍ରତି ସତର୍କ ରୁହନ୍ତୁ । ମାନସିକ ଦୁଶ୍ଚିନ୍ତା ରହିପାରେ ।

ସିଂହ

ଆଜି ଆପଣଙ୍କୁ ଆପଣଙ୍କର ଜୀବନସାଥୀ ଅଥବା ପ୍ରିୟ ବ୍ୟକ୍ତିଙ୍କ ସହଯୋଗ ମିଳିପାରେ । ଭାବନାତ୍ମକ ସମ୍ବନ୍ଧ ସ୍ଥାପିତ ହୋଇପାରେ । ଆଜିର ଦିନଟି ମଧ୍ୟମ ଧରଣର ରହିବ । ଦାମ୍ପତ୍ୟ ଜୀବନରେ ଓ ବାଣିଜ୍ୟ କ୍ଷେତ୍ରରେ ଅଶାନ୍ତି ହୋଇପାରେ । ସାବଧାନ ରହିବାର ଆବଶ୍ୟକତା ଅଛି । ପରିବାର ସଦସ୍ୟଙ୍କ ସହ ମିଶି ଭୋଜନ କରନ୍ତୁ ଆନନ୍ଦ ପୁର୍ବକ ସମୟ ବ୍ୟତୀତ ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରେ ରହିପାରନ୍ତି । ସାମାଜିକ ଜୀବନରେ ସଫଳତା ମିଳିବ ।

କନ୍ୟା

ଆଜି ଶତ୍ରୁମାନନକର ଆଲୋଚନା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଶତ୍ରୁ ଉପରେ ବିଜଯ ପ୍ରାପ୍ତ କରିପାରନ୍ତି । ଅଚାନକ ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । ଆଜି ଦିନଟି ଶୁଭ ରହିବ । ଘରରେ ସୁଖ ଶାନ୍ତିର ବାତାବରଣ ରହିବ । ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ । ଆପଣ ଯେଉଁ ରୋଗରେ ପୀଡିତ ଥିବେ ସେଥିରେ ସୁଧାର ଆସିବ । ଧାର୍ମିକ ସ୍ଥଳରେ ଇଷ୍ଟ ଦେବତାଙ୍କୁ ଦର୍ଶନ କରନତୁ ଆପଣଙ୍କର ସବୁ ମନୋକାମନା ପୂର୍ଣା ହେବ । ଯାତ୍ରାରେ ଲାଭ ମିଳିବ । ଭାଇ ଆପଣଙ୍କୁ ପୂର୍ଣ ସହଯୋଗ ମିଳିବ । ଆର୍ଥିକ ରୂପରେ ଆପଣଙ୍କୁ ଲାଭ ହେବ ଏବଂ ଯଶ ମିଳିବ । ସହକ୍ରମୀ ମାନେ ପୂର୍ଣା ସହଯୋଗ ମିଳିବ ।

ତୁଳା

ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତା ଅନୁସାରେ ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଓ ସନ୍ତାନ ଶୁଖ ମିଳିବ । ଆଜି ଦିନଟି ଖୁସିରେ ବିତିବ । ଆଜି ସୃଜନାତ୍ମକ ଶକ୍ତିର ଶ୍ରେଷ୍ଠ ଉପଯୋଗ କରିବେ । ଯାତ୍ରାରେ ସଫଳତା ପାଇବେ । ଅବିବାହିତଙ୍କ ପାଇଁ ବିବାହର ପ୍ରସ୍ତାବ ମିଳିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ଆର୍ଥିକ ଲାଭ ମିଳିବ । ସନ୍ତାନଙ୍କ ପକ୍ଷରୁ ସୁଖ ମିଳିବ । ଆପଣଙ୍କର ପ୍ରଗତି ହେବ ମିତ୍ରଙ୍କ ଠାରୁ ସହଯୋଗ ମିଳିବ । ଶାରୀରିକ ଥକା ଅନୁଭବ କରିବେ ।

ବିଚ୍ଛା

ଆଜି ମାନସିକ ପ୍ରବୃତି ନକରାତ୍ମକ ରହିବ । କ୍ରୋଧ ଠାରୁ ଦୂରେଇ ରୁହନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବାଦ ବିବାଦରେ ପଡନ୍ତୁ ନାହିନ ନଚେତ ଅସୁବିଧାରେ ପଡ଼ିପାରନ୍ତି । ଆଜି ନିଜ ମନକୁ ଶାନ୍ତ ରଖନ୍ତୁ ଚିନ୍ତା ଗ୍ରସ୍ତ ହୋଇ କୌଣସି ସମସ୍ଯା ରେ ପଡ଼ିପାରନ୍ତି । ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ବଢିପାରେ । ଧନ ପ୍ରାପ୍ତି ହୋଇପାରେ । ଅଫିସ ରେ ଆପଣଙ୍କ ଦାୟିତ୍ଵ ବଢିପାରେ । ଆପଣଙ୍କୁ କୌଣସି ବ୍ୟକ୍ତି ସାହାଜ୍ୟ କରିପାରନ୍ତି । କୌଣସି ସ୍ତ୍ରୀ ଓ ପାଣି ପ୍ରତି ଭୟ ଅଛି । କୌଣସି ଗୁରୁତ୍ଵ ପୂର୍ଣ କାର୍ଯ୍ୟରେ ସାବଧାନ ରୁହନ୍ତୁ ।

ଧନୁ

ଆଜି ଆପଣଙ୍କ ପରାକ୍ରମରେ ବୃଦ୍ଧି ହେବ । ଆଜି କୌଣସି ପ୍ରିୟ ବ୍ୟକ୍ତି ଅନେକେ ସହ ଦେଖା ହୋଇପାରେ । ସବୁ କାର୍ଯ୍ୟରେ ସଫଳତା ପାଇବେ । ଆଜି ଆଧ୍ୟାତ୍ମିକ କ୍ଷେତ୍ର ରେ ମନଲାଗିବ । ବନ୍ଧୁ ବାନ୍ଧବଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି ନୂଆ କାମ ଆରମ୍ଭ କରିପାରିବେ ।ଅଚାନକ ଭାବେ କୌଣସି ଖୁସି ଖବର ମିଳିବାରୁ ମନ ଖୁସି ରହିବ । କୌଣସି ସମ୍ବନ୍ଧ କରନ୍ତୁ ନାହିଁ । ପରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ । କୌଣସି ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କୁ ମାନ ସମ୍ମାନ ମିଳିବ ।

ମକର

ଅଚାନକ ଭାବେ ଆପଣଙ୍କୁ ଧନ ମିଳିବ । ଆଜି କୌଣସି କାର୍ଯ୍ୟ ଆରମ୍ଭ କରିବାରେ ସଫଲଟା ମିଳିବ । ଆଜି ସେୟାର ବଜାରରେ ନିବେଶରେ ଲାଭ ମିଳିବ । ଛାତ୍ର ମାନଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ । ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ଦାଂପତ୍ଯ ଜୀବନ ଖୁସିରେ ବିତିବ । ଚାକିରି କ୍ଷେତ୍ରରେ ଉଚ ଅଧିକାରୀ ମାନେ ପ୍ରଶଂସା କରିବେ । ଶାରୀରିକ ସ୍ଵାସ୍ଥ୍ୟତା ଭଲ ରହିବ କିନ୍ତୁ ଆଖି ସମ୍ବନ୍ଧୀୟ କୌଣସି ସାମାନ୍ୟ ଅସୁବିଧା ହୋଇପାରେ । ନକରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ । କୌଣସି ସାହାସିକ ପଦକ୍ଷେପ ନେଇପାରିବେ ।

କୁମ୍ଭ

ଆଜି ଭାବିଥିବା କୌଣସି କାର୍ଯ୍ୟ ଠିକ ଠାକ ହୋଇଯିବ । ଆଜି ଆପଣଙ୍କ ଖୁସି ରହିବ । ଅବିହିତ ମାନେ ବିବାହ ହୋଇପାରନ୍ତି । ଆଜି ଆପଣ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଧାର୍ମିକ କ୍ଷେତ୍ରରେ ମନ ଲାଗିବ । କୌଣସି କ୍ଷେତ୍ରରେ ନିବେଶରେ ଲାଭ ମିଳିବ । କୌଣସି ସମ୍ପର୍କୀୟଙ୍କ ସହ କିଛିଟା ମନ ମାଳିନ୍ୟ ହୋଇପାରେ । ଚାକିରି ଓ ବ୍ୟବସାୟ ରେ ଲାଭ ମିଳିବ । ଦମ୍ପତ୍ୟ ଜୀବନ ଭଲ ରହିବ । ମନରୁ ନକରାତ୍ମକ ଚିନ୍ତାକୁ ଦୂରେଇ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ମୀନ

ଆଜି ଆପଣ ଅଧିକ ଖରଚାନ୍ତ ହୋଇପାରନ୍ତି । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ କି ଉଧାର ଆଣନ୍ତୁ ନାହିନ । ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ନାହିଁ । ଆଜି କୌଣସି ସମ୍ପର୍କୀୟଙ୍କ ସହ କୌଣସି କଥାକୁ ନେଇ ମାନମାଳିନ୍ୟ ହୋଇପାରେ । ଜୀବନରେ ବହୁତ ଆଗକୁ ବଢିବାରେ ସୁଯୋଗ ମିଳିବ । ଆପଣଙ୍କ ଦାଂପତ୍ୟ ଜୀବନରେ ଖୁସି ରହିବ । କୌଣସି ଛୋଟ ଲାଭ ପାଇଁ ବଡ ଲାଭକୁ ଭୁଲିଯାନ୍ତୁ ନାହିଁ । କୋଟ କଚେରୀ ମାମଲାରେ ସାବଧାନ ରୁହ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।