ଆଜିର ରାଶିଫଳ, 28 ଅକ୍ଟୋବର 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ନୂଆ ଚାକିରି ବା ବିଜନେସ ଆରମ୍ଭ ହୋଇପାରେ । ସଫଳତା କୁ ନିଜ ଲୋକଙ୍କ ସହ ସେୟାର କରନ୍ତୁ । ବେହତର ହେବ ଆପଣ ନିଜର ପ୍ରତେକ ଟି ପଦକ୍ଷେପ ବୁଝି ବିଚାରୀ ଉଠାନ୍ତୁ । ଯଦି ଆପଣ ଚାକିରି କରୁଛନ୍ତି ବା ସେଥିରେ କୌଣସି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି ତେବେ ସମୟ ଠିକ ନାହି । ସେହିପରି ବ୍ୟାପାର ସହ ଜଡିତ ଲୋକ ମାନଙ୍କୁ ଆଜି ଭଲ ଅବସର ପ୍ରାପ୍ତ ହେବ । ପ୍ରେମ ପ୍ରସଙ୍ଗ ପାଇଁ ଦିନ ଅନୁକଳ ହେବ । ପରିବାର ଲୋକଙ୍କୁ ନେଇ ଭାବୁକ ହେବେ ।

ବୃଷ ରାଶି : ଆଜି ଆପଣ ତୀବ୍ର ଗତିରେ ନିଜର ଅଲଗା ପରିଚୟ ବନାଇ ସଫଳତାର ରାସ୍ତାରେ ଆଗକୁ ବଢିବେ । ଚାକିରି କରିଥିବା ଜାତକଙ୍କୁ ଆଜି କାମ ଉପରେ ଅଧିକ ଫୋକସ କରିବାର ଜରୁରତ ଅଛି । ଖାସ କରି ଯଦି ମାଲିକ ଆପଣଙ୍କୁ କୌଣସି ଜରୁରୀ କାମ ଦେଇଛନ୍ତି ସେଥିରେ ଅବହେଳା କରନ୍ତୁ ନାହି । ପାର୍ଟି ବା ପିକନିକ ର ଆନନ୍ଦ ପ୍ରାପ୍ତି ହେବ । ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ସଙ୍ଗୀତ ଇତ୍ୟାଦି ରେ ରୁଚି ଜାଗୃତ ହେବ । ବ୍ୟାପାରୀଙ୍କ ପାଇଁ ଦିନ ସାମାନ୍ଯ ରହିବ ।

ମିଥୁନ ରାଶି : ବାଣୀ ଉପରେ ସଂଯମ ରଖିଲେ ସମ୍ପର୍କ ମଜବୁତ ହେବ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ବାହନ ଭୂମି କ୍ରୟ କରିବାର ଯୋଗ ଅଛି । ଛୋଟ ଭାଇ ଭଉଣୀ ଙ୍କ ସହଯୋଗ ମିଳିବ । ପିତାଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ଦିନ ସାରା କାମ ଅଧିକ କାରଣରୁ ଥକାପଣ ଅନୁଭବ ହୋଇପାରେ । କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ମଜବୁତ ହେବ । ସାଂସାରିକ ସୁଖ ଭୋଗ ବା ଘର ଗୃହସ୍ଥି ର ଉପୋଯୋଗୀ ପ୍ରିୟା ବସ୍ତୁ କ୍ରୟ କରିବେ ।

କର୍କଟ ରାଶି : ଆଜି ଆପଣଙ୍କର ସମ୍ମାନ ବଢିବ । ଆପଣ ସହଜରେ ଅନ୍ୟ ମାନଙ୍କର ହୃଦୟ ଜିଣି ପାରିବେ । ଆଜି ଦିନ ରେ ସନ୍ତାନ ଙ୍କ ସହ ଜଡିତ କୌଣସି ମାମଲାର ସମାଧାନ କରିବାରେ ବ୍ଯତୀତ ହେବ । ଛାତ୍ର ଙ୍କୁ କୌଣସି ପ୍ରତିଯୋଗିତାରେ ଯିବାକୁ ପଡିପାରେ । ଆପଣ ନିଜର ପିତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଅଧିକ ଚିନ୍ତା ରହିବ । ବ୍ୟାପାର ବ୍ୟବସାୟ ଠିକ ଚାଲିବ । କାର୍ଯ୍ୟ କ୍ଷେତ୍ର ରେ କାମ କରୁଥିବା ସହକର୍ମୀ ଙ୍କ ସହଯୋଗ ମିଳିବ ।

ସିଂହ ରାଶି : ଆଜି କୌଣସି ପ୍ରକାରର ଲମ୍ବା ଟର୍ମ ନିବେଶ କରନ୍ତୁ ନାହି । ଆପଣଙ୍କର ପୁରା ଧ୍ୟାନ କ୍ଯାରିୟରକୁ ଆଗକୁ ନେବାରେ ରହିବ । ଆଜି ଆପଣ କିଛି ନୂଆ କରିବାକୁ ଚିନ୍ତା କରିବେ । ଆଜି ଆପଣ ନିଜର କୌଣସି  ପରିଜନ ଙ୍କ ଉପରେ ବିଶ୍ଵାସ କରିବା ଆଗରୁ ଚିନ୍ତା କରିବେ କାରଣ ସେ ଆପଣଙ୍କ ବିଶ୍ଵାସ ଭାଙ୍ଗି ପାରନ୍ତି । ଭଲ ଆଚାର ବିଚାର ଦ୍ଵାରା ଲୋକଙ୍କ ସହ ସମ୍ପର୍କ ବଣାଇବେ । ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବିନା ସର୍ତ୍ତ ରେ ସମର୍ଥନ କରିବେ ।

କନ୍ୟା ରାଶି : ଆଜି ଆପଣ ମିଠା ବଚନ କହି ନିଜର କାମ ପୁରା କରିବେ । ଏମିତି କିଛି ଘଟଣା ହୋଇପାରେ ଯାହା ପାଇଁ ପାରିବାରିକ ପ୍ରତିଷ୍ଠା ବଢିବ । ଆଜି ସାମାଜିକ ସମ୍ମାନ ମିଳିବାରୁ ଆପଣଙ୍କ ମନୋବଳ ବଢିବ । ଆଜି ଆପଣଙ୍କର ବନ୍ଧୁ ମାନଙ୍କର ସଂଖ୍ୟା ଅଧିକ ହେବ । ଆଜି ଆପଣଙ୍କ ଆଗରେ ଯେତେ ବି ଖର୍ଚ୍ଚ ଆସିଲେ ଆପଣ ତାହା ଉପରେ ରୋକ ଲଗାଇବାରେ ସଫଳ ହେବେ । ଆପଣ ମିଶାଳିଆ ଲୋକ ହୋଇ ଥିବାରୁ ଲୋକେ ଆପଣଙ୍କ ସହ ସମ୍ପର୍କ ସ୍ଥାପନ କରିବେ ।

ତୁଳା ରାଶି : ଆଜି ଆପଣ ସମୟର ମ୍ୟାନେଜ ମେଣ୍ଟ ଠିକ ଭାବେ କରିବେ । ଏଥିପାଇଁ ଆପଣଙ୍କର କିଛି ଖାସ କାମ ହୋଇପାରେ । ବ୍ୟାପାରୀ ଙ୍କୁ ଗ୍ରାହକ ମାନଙ୍କ ସହ ବିନମ୍ର ଭାବେ କଥା ହେବାର ଦାରାର । ବର୍ତ୍ତମାନ ସମୟରେ ଆପଣଙ୍କୁ ଅର୍ଥ ତୁଳନାରେ ଯଶ ର ଜରୁରତ ଅଛି । ବିଦ୍ୟାର୍ଥୀ ଙ୍କ ମନ ପଢା ରେ ନ ଲାଗୁଥିଲେ ଶାରୀରିକ ଆକ୍ଟିଭୀଟି ଉପରେ ଧ୍ୟାନ ଦେବାର ଅଛି । ବେରୋଜଗାର ଦୂର କରିବାର ପ୍ରୟାସ ସଫଳ ରହିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ ହୋଇପାରେ ।

ବିଛା ରାଶି : ଆଜି ଆପଣଙ୍କୁ ସହକର୍ମୀ ଙ୍କ ସହଯୋଗ ମିଳିବ ନାହି । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ । ବ୍ୟାପାରୀ ଙ୍କ ଅଟକି ରହିଥିବା ଧନ ପ୍ରାପ୍ତି ହେବାର ସମ୍ଭାବନା ନଜର ଆସୁଛି । ସ୍ୱାସ୍ଥ୍ୟ ରେ ଶାରୀରିକ ସମସ୍ଯା ହୋଇପାରେ । ତେଣୁ ଯୋଗ, ବ୍ୟାୟମ ବା ପ୍ରାଣାୟମ କରିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ମାହୋଲ ସୁଖଦ ରହିବ । ଆପଣ ନିଜ ମୋବାଇଲ ର ବ୍ୟବହାର କରିବାରୁ ବଞ୍ଚିତ ରୁହନ୍ତୁ । ନଚେତ ଆପଣଙ୍କ କାମ ରେ ବାଧା ଆସିପାରେ ।

ଧନୁ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଖୁସି ଓ ଉଶ୍ଚାହ ଅନୁଭବ କରିବେ । ଆଜି ଆପଣ ଧର୍ଯ୍ୟ ସହକାରେ କାମ କରିବେ । ଯଦି ଆପଣ ନୂଆ କାମ କରିବାକୁ ଭାବୁଛନ୍ତି ତେବେ ଅନ୍ୟ କାମ ଆସିପାରେ । ନବ ଯୁବକ ଙ୍କୁ ସ୍କୁଲ ପ୍ରୋଜେକ୍ଟ ରେ କିଛି ରାଏ ନେବାର ଜରୁରତ ଅଛି । ପ୍ରେମ କ୍ଷେତ୍ରରେ ଦିନ ବହୁତ ଭଲ ରହିବାର ଅଛି । ବନ୍ଧୁ ଓ ପରିଜନ ମାନଙ୍କ ସହ ସମୟ ବହୁତ ଭଲରେ ବ୍ଯତୀତ ହେବ । ଆଜି ଦିନ ସାରା ପଇସା ବିଷୟରେ ଚିନ୍ତା କରିବେ ।

ମକର ରାଶି : ସମ୍ପତି ଅମମଳରେ କିଛି କଥା ହୋଇପାରେ । ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା କରିବାର ନାହି । ଆବାସିକ କାଗଜ ପତ୍ର ଦାୟିତ୍ଵ ରେ ରଖନ୍ତୁ । ଆପଣଙ୍କୁ କିଛି ବେହତର ଅବସର ମିଳିବ । ଯାହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ପରିବାରର କୌଣସି ସଦସ୍ୟ ବା ବନ୍ଧୁ ଆପଣଙ୍କୁ ସହଯୋଗ କରିବେ । ଯାହା ପାଇଁ ଆପଣଙ୍କ ଜୀବନର କିଛି ସମସ୍ଯା ଦୂର ହେବ । ପୁରୁଣା ବନ୍ଧୁ ବା ପରିବାର ସହ ବାହାରକୁ ଯିବାର ଆନନ୍ଦ ଉଠାନ୍ତୁ ।

କୁମ୍ଭ ରାଶି : ନୂଆ ଆୟୋଜନ ଆରମ୍ଭ କରିବା ପାଇଁ ଦିନ ଅନୁକୁଳ ଅଟେ । ଆଜି ନିଷେଧାତ୍ମକ ଓ ନେଗ୍ତିଭ ଅକାର୍ଯ୍ୟ ରୁ ଦୂରେଇ ରୁହନ୍ତୁ । କ୍ରୋଧ ଓ ବାଣୀ ଉପରେ ସଂଯମ ରଖନ୍ତୁ । କାହା ସହ ବିବାଦ କରନ୍ତୁ ନାହି । ପ୍ରେମୀ ବା ଜୀବନ ସାଥିଙ୍କ ସହ ବୁଲିବାକୁ ଯିବାର ପ୍ଳାନ କରିବେ । ଆପଣଙ୍କର ପୁରୁଣା କାମ କାର୍ଯ୍ୟ ରେ ବେହତର ରେଜଳତ ଆସିବ । କିଛି ଯୋଜନା ସମୟ ଅନୁଯାୟୀ ପୁରା ହେବ । ପାରିବାରିକ ବାତାବରଣ ଭଲ ରହିବ ।

ମୀନ ରାଶି : ଆଜି ଆପଣଙ୍କ ସାହସ ଓ ନିଶ୍ଚୟ କ୍ଷମତା ରେ ବୃଦ୍ଧି ହେବ । ଦୈନିକ କାମରୁ ବାହାରି ଆଜି ବୁଲିବା ଓ ମନୋରଞ୍ଜନ ପଛରେ ସମୟ ବ୍ଯତୀତ କରିବେ । ସ୍ଵଜନ ବା ବନ୍ଧୁ ମାନଙ୍କ ସହ ପିକନିକ କୁ ଯାଇ ପରନ୍ତ । ସନ୍ତାନ ଙ୍କ ଉନ୍ନତି ରେ ଆପଣ ଖୁସି ହେବେ । ଯଦି କାହାକୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ଏମିତି କରିବା ପାଇଁ ଆଜି ଏକ ଆଦର୍ଶ ଦିନ ଅଟେ ।  ଗୃହ ଉପୋଯୋଗୀ ବସ୍ତୁ ରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।