ଆଜିର ରାଶିଫଳ, 26 ନଭେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଅଟକି ଥିବା କାମ ପୁରା ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ଲୋକଙ୍କୁ ଆଜି ଆର୍ଥିକ ମାମଲାରେ ଅଧିକ ସାବଧାନ ରହିବା ଆବଶ୍ୟକ ଅଟେ । ମନରେ ଆଦର୍ଶଗତ ଉତ୍ତେଜନା ମଧ୍ୟ ହୋଇପାରେ । ଆଖପାଖର କିଛି ଲୋକଙ୍କ ଉପରେ ଭରସା କରି ପାରିବେ ନାହିଁ । ଛୋଟ ଛୋଟ କଥାରେ ଚିନ୍ତିତ ହୁଅନ୍ତୁ ନାହିଁ । ଅଧିକ ଚିନ୍ତିତ ନହୋଇ ନିଜ ଜୀବନର ଖୁସିର ଆନନ୍ଦ ନିଅନ୍ତୁ । ମନରେ ନକରାତ୍ମକ ମନୋଭାବ ଆସିବାକୁ ଦିଅନ୍ତୁ ନାହିଁ । ସ୍ଵାସ୍ଥ୍ୟକୁ ନେଇ ସଚେତନ ରହିବା ମଧ୍ୟ ଆବଶ୍ୟକ ଅଟେ ।

ବୃଷ

ଆଜି ଆପଣ କୌଣସି ବି କାମ କରିବା ପୂର୍ବରୁ ଭଲ ଭାବରେ ଭାବନ୍ତୁ । ବଡ ବାଧା ଦୂର ହେବାର ସମ୍ଭାବନା ଅଛି । କୌଣସି ସମସ୍ୟାର ସମାଧାନ ହୋଇପାରେ । ଭଲ ସୁଯୋଗ ଆପଣଙ୍କୁ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାମ ରହିବ । ବେପାର କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି । ଚାକିରି ସବନ୍ଧିତ କୌଣସି ଖୁସି ଖବର ମିଳିପାରେ । ଆପଣଙ୍କର ପାରିବାରିକ ଜୀବନ ଖୁସିରେ କଟିବ ଏବଂ ସାମାଜିକ ରୂପରେ ଆପଣ ଅଧିକ ଲୋକପ୍ରିୟତା ପ୍ରାପ୍ତ କରିବେ ।

ମିଥୁନ

ଆଜି ଆପଣ ଅନ୍ୟ ସହିତ କଥା ହେବା ସମୟରେ ସନ୍ତୁଟିଳ ବିଚାର ରଖନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଆଜି ଭଲ ରହିବ । ଶୈକ୍ଷିକ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ବରିଷ୍ଠ ଆପଣଙ୍କ ଚେଷ୍ଟାକୁ ପ୍ରଶଂସା କରିବେ । ଏଥିପାଇଁ ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ପ୍ରେମୀ ଯୋଡି ମାନଙ୍କ ପାଇଁ ସମୟ ଶୁଭ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ରହିବ ।

କର୍କଟ

ବହୁତ ଦିନ ଧରି ଚାଲି ଆସୁଥିବା ସମସ୍ୟା ଆଜି ସମାଧାନ ହେବ । ନୂଆ ଦାୟିତ୍ଵ ମିଳିବ । ଆଶା ନିରାଶାର ମିଶ୍ରିତ ଭାବ ରହିବ । ଧାର୍ମିକ ସଙ୍ଗୀତ ପ୍ରତି ଆଗ୍ରହ ବଢିବ । କଥାରେ ସଂଯମ ରଖନ୍ତୁ । ବିରୋଧୀ ଆପଣଙ୍କର ସାମନାରେ ବିରୋଧ କରିବେ । ଆୟର ନୂଆ ସ୍ରୋତ ସ୍ଥାପିତ ହେବ । ନୂଆ ବନ୍ଧୁ ହେବେ । ନିଜ ଆବଶ୍ୟକତାକୁ ପୁରା କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ଆଜି କାହାକୁ ଧାର ଦିଅନ୍ତୁ ନାହିଁ । ନିଜ ସାଥିଙ୍କ ସହିତ ସଚ୍ଚୋଟ ହେବା ଲାଭକାରୀ ହେବ ।

ସିଂହ

ଏହି ରାଶିର ଲୋକ ଆଜି ଆତ୍ମବିଶ୍ଵାସରେ ଭରପୁର ରହିବେ, କିନ୍ତୁ ଅଧିକ ଖୁସି ହୁଅନ୍ତୁ ନାହିଁ । କଥାବାର୍ତ୍ତରେ ସଂଯମ ରଖନ୍ତୁ । ବନ୍ଧୁଙ୍କ ସହଯୋଗ ମିଳିବ । ଆଜି ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ । ଆପଣ ସେହି ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ହାତ ବଢାଉବେ ଯେଉଁ ମାନେ ଆପଣଙ୍କୁ ସାହାଯ୍ୟ ମାଗିବେ । ବୃତ୍ତିଗତ ସ୍ତରରେ ଆପଣଙ୍କର ପ୍ରାଧାନ୍ଯ ବୃଦ୍ଧି ପାଇବ । ନିଜର ରହସ୍ୟକୁ କାହାକୁ କୁହନ୍ତୁ ନାହିଁ । ନିଜ କାମରେ ବିଳମ୍ବ ନକରି ତାହାକୁ ଶୀଘ୍ର ପୁରା କରିବା ପାଇଁ ଚେଷ୍ଟା କରନ୍ତୁ ।

କନ୍ୟା

ଆଜି ଆପଣଙ୍କ କାମ ଅଧୁରା ରହିପାରେ । କୌଣସି କାରଣ ପାଇଁ ବ୍ୟୟ ମଧ୍ୟ ଅଧିକ ହେବ । ଆପଣଙ୍କର ସ୍ଵାଭାବିକ ଉତ୍ସାହ ଏବଂ ପରାକ୍ରମରେ ବୃଦ୍ଧି ହେବ । ଆପଣଙ୍କୁ ନିଜ ଚେଷ୍ଟାରେ ଲଗାତାର ସଫଳତା ମିଳିବ । ଅବିଚାରିକ ନିଷ୍ପତ୍ତି ଦ୍ଵାରା ଭୁଲ ବୁଝାବଣା ସୃଷ୍ଟି ହୋଇପାରେ, ଏଥିପାଇଁ ସତର୍କ ରୁହନ୍ତୁ । ବିବାଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ମାମଲାରେ ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ ନହେଲେ ଅଯୋଥା ଦେହ ଖରାପ ହୋଇପାରେ ।

ତୁଳା

ଏହି ରାଶିର ଲୋକ ଦିନ ଆରମ୍ଭରୁ ସତେଜ ଏବଂ ଫୁର୍ତ୍ତି ଅନୁଭବ କରିବେ । ଯଦି କିଣାକିଣି କରୁଛନ୍ତି ତାହେଲେ ଆପଣ ନିଜ ପାଇଁ ଏବଂ ଅନ୍ୟ ମାନଙ୍କ ପାଇଁ ସୁନ୍ଦର ଜିନିଷ କିଣନ୍ତୁ । ଆଜିର ଦିନ ଏକ ଖୁସିର ଦିନ ହେବ । ବିଦ୍ୟାର୍ଥୀ ମାନଙ୍କୁ ପଠାପଢାରେ ସଫଳତା ମିଳିବ । ପାରିବାରିକ ଜୀବନରେ ଆସୁଥିବା ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ । ଆଜିର ଦିନ ଯୋଜନା କରିବା ଏବଂ ନିଷ୍ପତ୍ତି ନେବାର ଦିନ ଅଟେ । ସାଙ୍ଗ ମାନଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । ଶୈକ୍ଷିକ ସ୍ତରରେ ସଫଳତା ମିଳିବ ।

ବିଛା

ଆପଣଙ୍କୁ ସ୍ୱାସ୍ଥ୍ୟ ସବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ । ଅନ୍ୟ ମାନଙ୍କ ସହିତ କଥା ହେବାର ମଜା ନିଅନ୍ତୁ । କାହାକୁ ଆପଣଙ୍କର ଆବଶ୍ୟକତା ହେଲେ ଆପଣ ସେମାନଙ୍କୁ ସାହାଯ୍ୟ କରନ୍ତୁ । ସମ୍ପତ୍ତି ସ୍କିମରେ ନିବେଶ ଦ୍ଵାରା ଲାଭ ହୋଇପାରେ । ଖର୍ଚ ଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ କୌଣସି ଜିନିଷ ଅତ୍ୟଧିକ କରନ୍ତୁ ନାହିଁ । ପ୍ରତିଦୋନ୍ଦି ଗତିବିଧି ଆପଣ ଲୋକଙ୍କୁ କ୍ଷତି ପହଞ୍ଚାଇବେ ନାହିଁ । ପାରିବାରିକ ଜୀବନ ଖୁସି ରହିବ ଏବଂ ଆପଣ ନିଜ ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରି ପାରନ୍ତି ।

ଧନୁ

ନିଜ ଖର୍ଚ ଉପରେ କାବୁ ରଖନ୍ତୁ । ଯଦି ଆପଣ ପୁରୁଣା କଥାକୁ ଟକ୍କର ଦେବ ତାହେଲେ ଫଳାଫଳ ଭଲ ହେବ ନାହିଁ । ସାଥି ଉଭୟଙ୍କ ଉପରେ ସନ୍ଦେହ କରିବେ ତାହେଲେ ମଧ୍ୟ ପରିଣାମ ଭଲ ହେବ ନାହିଁ । ଆଜି ଦିନରେ ପରିସ୍ଥିତିରୁ ପାଞ୍ଚିବାକୁ ପଡିବ । ଇସ୍ରା କରୁଥିବା ଲୋକଙ୍କ ସହିତ ଅଧିକ ଘନିଷ୍ଠ ହୁଅନ୍ତୁ ନାହିଁ । ଯେଉଁ କାମ କରିବା ପାଇଁ ଆପଣ ଯୋଗ୍ୟ ଅଟନ୍ତି ସେଥିରେ ବିଳମ୍ବ କରନ୍ତୁ ନାହିଁ । ଚାକିରି କରିଥିବା ଲୋକଙ୍କ ପାରିଶ୍ରମରେ ସୁଧାର ସମ୍ଭବ ଅଟେ । ଆପଣ ଆର୍ଥିକ ସ୍ତରରେ ବହୁତ ଲାଭ କରିବେ ଏବଂ ଆଗାମୀ ନିବେଶର ପ୍ରୋଜେକ୍ଟ କରି ପାରନ୍ତି ।

ମକର

ଆଜି ଭାଗ୍ୟ ବୃଦ୍ଧିର ସୁଯୋଗ ଆସିବ । ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଦୈନିକ କାମରେ ଟିକେ ପରିବର୍ତ୍ତନ ଆଣିବା ଆବଶ୍ୟକ ଅଟେ । ନିଜ ଭାବନାକୁ ପ୍ରକାଶ କରିବାରେ ଜମା ଡେରି କରନ୍ତୁ ନାହିଁ, ଏହାଦ୍ଵାରା ଆପଣ ନିଜ ସମ୍ପର୍କରେ ପୁଣିଥରେ ଦୃଢତା ଆଣି ପାରିବେ । କୌଣସି ଅଜଣା ଡର ରହିବ । ଅଟକି ଥିବା କାମ ପୁରା ହେବ । ବିଦ୍ୟାର୍ଥୀ ମାନନକୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ ଦାନ ଆପଣଙ୍କ ସମ୍ପତ୍ତି ମାମଲାକୁ ସ୍ଥିର କରିବାରେ ଆପଣଙ୍କର ସାହାଯ୍ୟ କରିବ ।

କୁମ୍ଭ

ବହୁତ ଶୀଘ୍ର ବଦଳୁଥିବା ବିଚାର ଆଜି ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ନୂଆ କାମ ଆରମ୍ଭ କରି ପାରିବେ । ପ୍ରିୟ ସାଙ୍ଗ ଏବଂ ଭାଗୀଦାରୀଙ୍କ ସହିତ ଯୋଗାଯୋଗ କରିବାର ଆଜିର ଦିନ ଏକ ଭଲ ଦିନ ଅଟେ ।ନୈତିକତା ପ୍ରତି ଆପଣଙ୍କ ମନ ହର୍ଷିତ ହେବ । ସାଙ୍ଗ କିମ୍ବା ପାରିବାରିକ ସାହାଯ୍ୟରେ ଆର୍ଥିକ ସମସ୍ୟା ଦୂର ହେବ । ଆଜି ଯାତ୍ରା କରନ୍ତୁ ନାହିଁ । ଆପଣ ଜଣେ ସାଙ୍ଗଙ୍କ ସହିତ ପୁଣିଥରେ ଯୋଡି ହେବେ ଯାହାଦ୍ୱାରା ଅତୀତର କଥା ମାନେ ପଡିବ । ବଡ ମାନଙ୍କର ପରାମର୍ଶ ନେବା ଆପଣଙ୍କ ପାଇଁ ଭଲ ହେବ ।

ମୀନ

ଆଜି ବନ୍ଧୁ, ସମ୍ପର୍କୀୟ ଏବଂ ପଡୋଶୀ ମାନଙ୍କ ସହିତ ସମ୍ପର୍କ ଆନ୍ତରିକ ହେବ । ଆର୍ଥିକ ଦୃଷ୍ଟିରୁ ଭୋଳାନାଥଙ୍କ କୃପାରୁ ଆପଣଙ୍କୁ ଲାଭ ହେବାର ଯୋଗ ଅଛି । ଆପଣ ଅନ୍ୟ ମାନଙ୍କ ଧନ ଏବଂ ସମ୍ବଳରୁ ଉପକୃତ ହେବେ । ଗଣ୍ଠି ସବନ୍ଧିତ ରୋଗ ଥିବା ବ୍ୟକ୍ତି ମାନଙ୍କୁ ଅତ୍ୟଧିକ ଧ୍ୟାନ ରଖିବା ଆବଶ୍ୟକ ଅଟେ । କେହି ଆପଣଙ୍କୁ ଉପହାର ଦେଇ ପାରନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।