ଆଜିର ରାଶିଫଳ, 23 ଜାନୁଆରୀ 2021, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

କାର୍ଯ୍ୟ ସ୍ଥଳୀ ବୃଦ୍ଧି ହେବ । ଧନ ଓ ସୁଖ ଶାନ୍ତି ପ୍ରାପ୍ତି ହେବ । ପରିବାରରେ କିଛି ସମସ୍ୟାର ସମାଧାନ ବାହାର କରିପାରନ୍ତି । ବ୍ୟବସାୟରେ ଲାଭ ମିଳିବ ଓ ଯାହା ଖୋଜୁଥିବେ ସେହିପରି ମିଳିବ କିନ୍ତୁ ନିଜେ ନେଇଥିବା ନିସ୍ପତି ଭୁଲ ହୋଇଯିବ ଯାହା ଦ୍ଵାରା ନିଜ ଘର ପରିବାରର ଲୋକେ ଆପଣଙ୍କର ବିରୋଧୀ ହେବେ । ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା । କିଛି ଭଲ କାମ କରିବା ଫଲରେ ଘର ଲୋକେ ଭଲ ପାଇବେ ।

ବୃଷ

କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ଆଜି ଆପଣ ଯେତିକି ପରିଶ୍ରମ କରିବେ ସେହି ଅନୁସାରେ ହିଁ ଫଳ ପାଇବେ । ଆସୁଥିବା ନିଜ ଜୀବନରେ ବାଧାର ନିଜେ ହିଁ କିଛି ସମଧାନ ବାହାର କରିବେ । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ ।

ମିଥୁନ

ଆପଣ ଲୋନ ଦେଇଥିବା ବା କରିଥିବା ପରି ସମସ୍ୟାରୁ ଆଜି ମୁକ୍ତି ପାଇବେ । ଆୟରେ ଆଜି ବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାରରେ କୌଣସି ଏକ ବଡ ଲୋକ ସାହାର୍ଜ୍ୟରେ ପାଇ ନୂଆ କାମରେ ଆଗକୁ ବଢିବା ସମ୍ଭାବନା ଅଧିକ ରହିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆଜି ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡିବ । ଆପଣଙ୍କର ଥିବା ପୁରୁଣା ସାଙ୍ଗ ଠାରୁ କିଛି ସାହାର୍ଯ୍ୟ ମିଳିବ ଫଳରେ କାର୍ଯ୍ୟ ସଫଳ ହୋଇଯିବ ।

କର୍କଟ

ଭଲରେ ଦିନ କଟିବ । କାର୍ଯ୍ୟ ସ୍ଥଳରେ ଆରମ୍ଭ କରିଥିବା କାର୍ଯ୍ୟ ଖୁବ କମ ସମୟରେ ସରିଯିବା ଫଳରେ ଆଜି ଆପଣଙ୍କର ଉପର ଅଫିସରଙ୍କ ଠାରୁ କିଛି ପୁରସ୍କାର ପାଇପାରନ୍ତି କିନ୍ତୁ ଯେଉଁ ଜାଗାରେ ଆଜି କାମ କରିବେ ସେହି ଜାଗାରେ କେହି ଜଣେ ଷଡଯନ୍ତ୍ର କରି ଆପଣଙ୍କୁ ଖାଲରେ ପକାଇପାରେ ସେଥିପାଇଁ ଧୀର ହୋଇ କାମ କରନ୍ତୁ । ଆଜି ଉପର ଅଫିସର ଙ୍କର ସାହର୍ଜ୍ୟ ମିଳିପାରେ । ଯାହା ଫଳରେ ଆପଣ ବହୁତ ଖୁସି ଅନୁଭବ କରିବେ ।

ସିଂହ

ଆଜି କିଛି ଅସୁବିଧାର ସମୁଖୀନ ହୋଇପାରନ୍ତି । କିନ୍ତୁ ଆଉ କିଛି ଦିନ ଭିତରେ ଆପଣଙ୍କର ବହୁତ ଭଲ ଦିନ ଆସୁଛି ଯାହାକି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟରେ ସଫଳ ହେବେ । ଯେକୌଣସି ନୂଆ କାମ ପାଇଁ ଭାବିଛନ୍ତି ଏବେ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି ଅଥବା କିଛି ସମସ୍ୟାରେ ଫଶୀ ଯାଇପାରନ୍ତି । ଆପଣଙ୍କର ଯେଉଁ ମାନେ ଶୁଭ ଚିନ୍ତା କରୁଛନ୍ତି ତାଙ୍କ କଥା ରଖିବାକୁ ଚେଷ୍ଟା କରନ୍ତୁ ଆପଣଙ୍କର ମଙ୍ଗଳ ହେବ । ତାଙ୍କ କଥା କେବେ ତାଳନ୍ତୁ ନାହିଁ । ଆଜି ଆପଣଙ୍କୁ କେହି ଛୋଟ କରିବାକୁ ଚେଷ୍ଟା କରିପାରେ ସେଥିପାଇଁ ଆପଣ ଅଯଥା କଥାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ଯାହାକି କୌଣସି ଅସୁବିଧା ହେବ ନାହିଁ ।

କନ୍ୟା

ପରିବାରରେ ବହୁତ ଖୁସି ଓ ଆନଦ ଲହରୀ ଖେଳିଯିବ । ଯଦି ଆପଣ କମ୍ପୁଟରରେ ଓ ସେହି ବିଷୟରେ କାମ କରୁଛନ୍ତି ତେବେ ଏହା ଅତ୍ୟନ୍ତ ଲାଭ ଦାୟକ ହେବ । ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ଓ ଯାହା ଦ୍ଵାରାକି ସମାଜରେ ଆପଣଙ୍କର ସମ୍ମାନ ବଢିବ । ଆଜି ଦିନ ଆପଣଙ୍କର ଶୁଭ ରହିବ ବ୍ୟବସାୟରେ ଭଲ ଲାଭ ହେବ । ଆପଣଙ୍କର ରାଗ ଆଜି ବହୁତ ବଡ କ୍ଷତି କରି ଦେଇପାରେ । କାର୍ଯ୍ୟ ଅଧିକା ରହିବା ହେତୁ ମନ କଷ୍ଟ ଲାଗିବ କିନ୍ତୁ ଆପଣଙ୍କର କଠିନ ପରିଶ୍ରମ ଓ ଚେଷ୍ଟା ହିଁ ଆପଣଙ୍କୁ ଖୁବ ଶୀଘ୍ର ସଫଳତା ଆଡକୁ ନେଇଯିବ ।

ତୁଳା

ପୁରା ଦିନ ଭଲରେ କଟିବା ସହିତ ସ୍ବାମୀଙ୍କ ସହ ମିଶି ବାହାରକୁ ବୁଲିବାକୁ ଯାଇପାରନ୍ତି । ନିଜର ଦକ୍ଷ ଅନୁଯାଇ ବହୁତ ଭଲ ଫଳ ପ୍ରଦ ହେବ ଓ ନିଜର ଦକ୍ଷ ଠାରୁ ଅଧିକା ଦାଇତ୍ୟ ନେଇପାରନ୍ତି । କଲେଜରେ ପାଠ ପଢୁଥିଲେ ସେ ତାଙ୍କ ଶିକ୍ଷକଙ୍କ ଠାରୁ କିଛି ଶିକ୍ଷା ଗ୍ରହଣ କରିପାରନ୍ତି । ଯେଉଁ ଯାତ୍ରାରେ ଆଜି ଯିବେ ସେଥିରେ ଆପଣଙ୍କୁ ଲାଭ ହେବ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି ।

ବିଚ୍ଛା

ଆପଣଙ୍କର ବ୍ୟବସାୟରେ ବୃଦ୍ଧି ହେବ । ଆର୍ଥିକ ସମସ୍ୟା ଦୂରେଇଯିବ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । କାର୍ଯ୍ୟରେ ସୁଧାର ଆସିବ ଓ ନେଇଥିବା ନିସ୍ପତି ସଠିକ ରହିବ ଓ ଏଥିରେ ଆପଣଙ୍କର ଜ୍ଞାନ ମଧ୍ୟ ବଢିବ । କହିବାକୁ ଗଲେ ବ୍ୟବସାୟରେ ଲାଭବାନ ହେବେ ଓ ସୁଯୋଗ ମଧ୍ୟ ବହୁତ ଭଲ ରହିବ ତାସାଙ୍ଗରେ ଭାଗ୍ୟ ପରିବର୍ତନ ମଧ୍ୟ ହୋଇପାରେ । ଯଦି ବାହରକୁ ଯିବା ପାଇଁ ଚହ୍ନୁଞ୍ଚନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ ।

ଧନୁ

ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିବ । କିନ୍ତୁ ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ଯାହାଫଳରେ ତାଙ୍କ ଆଶ୍ରିବାଦ ଆପଣଙ୍କ ସହିତ ରହିବ । ବ୍ୟବସାୟରେ ନିଜର ଥିବା ସାଙ୍ଗ ପାଖରୁ ଛୋଟ ସହାୟତା ମିଳିପାରେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ । ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଅଚାନକ ଧନ ମିଳିପାରେ ।ଆର୍ଥିକ ସମସ୍ୟା ଦୂରେଇ ଯିବ ।

ମକର

ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ । କିଛି ଭଲ କାମ କରିବା ଫଳରେ ଘର ଲୋକେ ବହୁତ ଭଲ ପାଇବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ ।

କୁମ୍ଭ

ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।  ସ୍ଵାସ୍ଥ୍ୟରେ କିଛି ଟଙ୍କା ଖର୍ଚ୍ଚ ହୋଇପାରେ ।ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପରେ ରହିପାରାନ୍ତି । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ଆପଣଙ୍କର ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି । ବହୁଦିନ ରୁ ଅସୁବିଧା ଭୋଗ କରୁଥିବା ସମସ୍ୟା ରୁ ଆଜି ବାହାରକୁ ବାହାରି ପାରିବା ।

ମୀନ

ଲୋକଙ୍କର ଆଶ୍ରୀବାଦ ନେବା ସହିତ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ । କୌଣସି ଏକ ଖରାପ କାମ କରିବା ଫଳରେ ନିଜ ସ୍ତ୍ରୀଙ୍କ ସାମନ୍ନାରେ ମୁଣ୍ଡ ତଳକୁ ହୋଇଯିବ । ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି । ମାତା ଓ ପିତାଙ୍କୁ ସହୋଯୋଗ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଓ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସଂମ୍ମାନ ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।