ଆଜିର ରାଶିଫଳ, 22 ଜୁଲାଇ 2020, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଭାଗ୍ୟରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ । ଆପଣଙ୍କ ପାରିବାରିକ ସମ୍ପର୍କ ମଧ୍ୟରେ ସାମଞ୍ଜସ୍ୟ ରହିବ । ସନ୍ଧ୍ୟା ସମୟରେ ପିଲାମାନଙ୍କ ସହିତ ସମୟ ବ୍ୟତୀତ କରିବେ । ଆଜି ଆପଣଙ୍କୁ ଲାଭ ମିଳିବ । ପରିବାରର ସଦସ୍ୟଙ୍କୁ ଆପଣଙ୍କ ସକାରାତ୍ମକ ବ୍ୟବହାର ପ୍ରଭାବିତ କରିବ । ଆପଣଙ୍କ ପ୍ରେମ ଏକ ନୂତନ ଦିଗ ଆଡକୁ ଗତି କରିବ । ନିବେଶ ଓ ଯୋଜନା ଦିଗକୁ ଆପଣ ଆକର୍ଷିତ ହେବେ । ନିଜ ଜୀବନସାଥୀଙ୍କ ବିଷୟରେ ଗଭୀରତାର ସହ ଜାଣିବାକୁ ଚେଷ୍ଟା କରନ୍ତୁ ।

ବୃଷ

ଆଜି ଆପଣଙ୍କୁ ବୈବାହିକ ଜୀବନରେ ଲାଭ ମିଳିବ । ଜୀବନସାଥିଙ୍କ ସହ ଡିନର ପ୍ଳାନ କରିବେ । ଯଦି ଆପଣ କୌଣସି ଜରୁରୀ କାମ କରୁଛନ୍ତି ତେବେ ତାକୁ ପୁରା କରିବାକୁ ଚେଷ୍ଟା କରନ୍ତୁ । ସହକର୍ମୀଙ୍କ ଠାରୁ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ଆପଣଙ୍କ ନିଜର କାର୍ଯ୍ୟକୁ ସମୟ ପୂର୍ବରୁ ସମାପ୍ତ କରିବେ । ଆପଣଙ୍କୁ ନିଜର ପରିଶ୍ରମର ପରିଣାମ ନିଶ୍ଚିତ ମିଳିବ । ଏହି ସମୟରେ ଚାକିରିରେ ପ୍ରମୋଶନ ମିଳି ନ ପାରେ । ଆପଣ ନିଜର ପ୍ରେମ ଜୀବନକୁ ନେଇ କିଛି ଅଧିକ ସିରିରୟସ ହେବେ ।

ମିଥୁନ

ଆଜି ଆପଣ ନିଜର ବନ୍ଧୁମାନଙ୍କ ସହିତ ବୁଲିବାକୁ ଯିବେ । ଅଫିସର ଜରୁରୀ କାମ ଆଜି ପୁରା ହୋଇଯିବ । ସ୍ୱାସ୍ଥ୍ୟ ମାମଲାରେ ଆପଣ ନିଜକୁ ସୁସ୍ଥ ମନେ କରିବେ । ଆଜି ଜୀବନସାଥିଙ୍କ ସହିତ କଥାବାର୍ତ୍ତା କରିବେ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ମଜବୁତ ହେବ । ଏହି ସମୟରେ ଅଧିକ ଖର୍ଚ ହେବ । ଆମଦାନୀରେ ବୁଦ୍ଧି ହେବ । କମ ପରିଶ୍ରମ ହେବା ସତ୍ବେ ବି ଆପଣଙ୍କ ପାଖରେ ଧନ ଆସିବ । କିନ୍ତୁ ଜୀବନରେ ପରିଶ୍ରମ କରନ୍ତୁ । ଯାହା ଦ୍ଵାରା ଲାଭ ଦ୍ଵିଗୁଣା ବି ହୋଇପାରେ ।

କର୍କଟ

ଆଜି ଦିନସାରା ବ୍ୟସ୍ତ ରହିବେ । ଆଜି ଆପଣଙ୍କ ବିଚାରର ବିରୋଧ ହୋଇପାରେ । ନୂଆ କାର୍ଯ୍ୟ ପ୍ରତି ଆପଣଙ୍କ ରୁଚି ବଢିବ । ଯାହା ଦ୍ଵାରା ଆପଣ କିଛି ନୂଆ ଶିଖି ପାରିବେ । ବାହରର କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିପାରେ । ସନ୍ତାନଙ୍କ ଶିକ୍ଷା ଓ କାର୍ଯ୍ୟକଳାପକୁ ନେଇ ସନ୍ତୁଷ୍ଟି ରହିବେ । ଯାତ୍ରା ଓ ଦାମ୍ପତ୍ୟ ଜୀବନ ଦୁଇଟି ହିଁ ଏହି ସମୟରେ ପ୍ରଭାବିତ ହୋଇପାରେ । ଆପଣଙ୍କ ଜୀବନସାଥିଙ୍କ ସହ ଭଲ ସାମଞ୍ଜସ୍ୟ ରହିବ । ଆର୍ଥିକ ଲାଭର ଭଲ ଅବସର ପ୍ରାପ୍ତ ହେବ ।

ସିଂହ

ଆଜି ଆପଣ କୌଣସି ପୁରୁଣା କଥାକୁ ନେଇ ଚିନ୍ତିତ ରହି ପାରନ୍ତି । କିନ୍ତୁ ସନ୍ଧ୍ୟା ସମୟରେ ଠିକ ହୋଇଯିବ । ଆପଣଙ୍କ ମନରେ କୌଣସି କଥାକୁ ନେଇ ସନ୍ଦେହ ହୋଇପାରେ । ଆପଣଙ୍କୁ ଧନଲାଭ ହେବ । ଏହି ସମୟରେ ଆର୍ଥିକ କ୍ଷେତ୍ରରେ ପରିସ୍ଥିତି ଆପଣ ଅନୁକୂଳ ରହିବ । ବିଭିନ୍ନ ସ୍ରୋତରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ପୈତୃକ ସମ୍ପତ୍ତିରେ ବୁଦ୍ଧି ହେବ । ଆପଣଙ୍କ ପରିଜନ ଆର୍ଥିକ ପକ୍ଷକୁ ମଜବୁତ କରିବାରେ ଆପଣଙ୍କୁ ସାହାର୍ଯ୍ୟ କରିବେ । ଆପଣ ନିଜର ସମସ୍ତ ପ୍ରୟାସରେ ସଫଳ ହେବେ ।

କନ୍ୟା

ଆଜି ଆପଣଙ୍କ ସମସ୍ତ କାମ ଇଚ୍ଛା ଅନୁସାରେ ହେବ । ଆଜି ପିଲାମାନଙ୍କ ସହ ଖୁସିର ସମୟ ବ୍ୟତିତ କରିବେ । ଆପଣଙ୍କ ସକାରାତ୍ମକ ଚିନ୍ତା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କୁ କୌଣସି ବ୍ୟାପାର କିମ୍ବା କାରୋବାରେ ଆର୍ଥିକ ଲାଭ ମିଳିବ । ଆପଣଙ୍କ ବ୍ୟାପରରେ ବିସ୍ତାର ହେବ । ଦେଶ ବିଦେଶରେ ଆପଣଙ୍କୁ ଆର୍ଥିକ ଲାଭ ହେବ । ଅଟକିଥିବା ଟଙ୍କା ଆପଣଙ୍କ ପାଖକୁ ଆସିବ । ଯଦି ଆପଣ ଅଚାନକ ଅଚଳ ସମ୍ପତ୍ତିରୁ ଲାଭ ମିଳିବ । ସଫଳତା ପ୍ରାପ୍ତ କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ଉଚିତ ଅଟେ ।

ତୁଳା

ଆଜି କିଛି କାମ ସମୟ ଉପରେ ପୁରା ହୋଇଯିବ । ଏହି ରାଶିର ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାର । କାରୋବାରରେ ଧନ ଲାଭ ହେବାର ସମ୍ଭାବନା ଅଛି । କୌଣସି ଖାs ବ୍ୟକ୍ତିଙ୍କ ସହ ଆପଣଙ୍କ ସାକ୍ଷାତ ହୋଇପାରେ । ଆର୍ଥିକ ନିଷ୍ପତି ନେବା ସମୟରେ ଆପଣଙ୍କ ସାମ୍ନାରେ ଅସୁବିଧା ଆସିପାରେ । ଯଦି କୌଣସି ବଡ ନିଷ୍ପତି ନେଇଛନ୍ତି ତେବେ ଆପଣ ଅନୁଭବି ଲୋକମାନଙ୍କ ଉପଦେଶ ନିଶ୍ଚିତ ନିଅନ୍ତୁ । ଆର୍ଥିକ ନିବେଶ ଦ୍ଵାରା ଆପଣଙ୍କୁ ଲାଭ ମିଳିବାର ଯୋଗ ଅଛି ।

ବିଚ୍ଛା

କୌଣସି ବି ପଦକ୍ଷେପ ଉଠାଇବା ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ଉପଦେଶ ନିଅନ୍ତୁ । ନିବେଶ ଓ ଯୋଜାନ ଦିଗକୁ ଆପଣ ଆକର୍ଷିତ ହେବେ । ସବୁ ମାମଲାକୁ ଗଭୀରତରେ ସହ ବୁଝିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଆପଣଙ୍କୁ ବିବାହିତ ଜୀବନରେ କିଛି ଦୁଖ ଓ ସୁଖର ସାମ୍ନା କରିବାକୁ ପଡିପାରେ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଆର୍ଥିକ ଲାଭକୁ ନେଇ ଚିନ୍ତିତ ରହିପାରନ୍ତି । ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

ଧନୁ

ସ୍ଥିତି ସାମାନ୍ୟ ରହିବ । କୌଣସି ବି ଅନାବଶ୍ୟକ ପରିସ୍ଥିତି ଜନ୍ମ ନ ହେଉ ସେଥିପାଇଁ ଖାଦ୍ୟ ପାନ ଉପରେ ସଂଯମତା ରଖନ୍ତୁ । ଅଧିକ ରୁ ଅଧିକ ମିଠା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ କିଛି ପରିସ୍ଥିତିରେ ଆପଣଙ୍କ ସମୟ ଅନୁକୂଳ ରହିବ । ଏହି ସମୟରେ ବିଜନେସରେ ଧନ ଲାଭର ଯୋଗ ଅଛି । ସଫଳତା ଆପଣଙ୍କ ପାଖରେ ଆସି ଲାଗିବ । ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ ହେବ । ଭୂମି, ଗାଡି, ଚାକିରି ଇତ୍ୟାଦିରେ ସୁଖ ସୁବିଧା ଲାଭ ହେବ ।

ମକର

କୌଣସି କଥାକୁ ନେଇ ବୁଝି ସୁଝି କଥାବାର୍ତ୍ତା କରନ୍ତୁ । ଆପଣଙ୍କ ସମୟ ଭଲ ଅଛି । ଭଲ ହେବ କି ଆପଣ ନିଜର ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହା ଦ୍ଵାରା ଆପଣ ନିଜର ଟଙ୍କାକୁ ସେଭିଙ୍ଗ କରି ପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାସକରି ଅନିଦ୍ରା ରୋଗ ଦ୍ଵାରା ଆପଣ ପୀଡିତ ହୋଇ ପାରନ୍ତି । ଘରେ ସୁଖ ଓ ସୋଭାଗ୍ୟ ମିଳିବ । ଯଦି ଆପଣ ମଧୁମେହ ରୋଗରେ ପୀଡିତ ଅଛନ୍ତି ତେବେ ଆପଣଙ୍କୁ ନିଜର ଖାଦ୍ୟପାନ ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ ।

କୁମ୍ଭ

କେଉଁଠି ବି କାର୍ଯ୍ୟରତ ଅଛି ତେବେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଧନ ଧାନ୍ୟ ଓ ଆପଣଙ୍କ ଭାଗ୍ୟ ଭଲ ସାଥ ଦେବ । କୌଣସି ସମସ୍ୟାର କାରଣ ଆପଣଙ୍କୁ ମାନସିକ ଚିନ୍ତା ହୋଇପାରେ । ବାହାର ଯାତ୍ରା ଓ ଦାମ୍ପତ୍ୟ ଜୀବନକୁ ସମୟ ପ୍ରଭାବିତ କରିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଏହି ସମୟରେ ଆପଣଙ୍କୁ ଭଲ ପୋଜିସନ ପ୍ରାପ୍ତ ହୋଇପାରେ । ମନ ବିଚଳିତ ହେବା ଦ୍ଵାରା କାର୍ଯ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ ।ବ୍ୟବସାୟଙ୍କ ସ୍ଥିତି ସାମାନ୍ୟ ରହିବ ।

ମୀନ

ଜୀବନସାଥୀଙ୍କ ସହ ମଧୁର ସମ୍ବନ୍ଧ ରଖିବାରେ ଆପଣ ପ୍ରୟାସ କରିବେ । ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ତାକୁ ଧ୍ୟାନର ସହ କରନ୍ତୁ । କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରି ପାରନ୍ତି । ଆଜିର ସ୍ଥିତି ସାମାନ୍ୟ ରହିବ । ଆଜି ଆଖପାଖର ଲୋକମାନେ ଆପଣଙ୍କ ସାଥ ଦେବେ । ଦରକାରୀ ଲୋକମାନଙ୍କ ସାହାର୍ଯ୍ୟ କରିବେ । ବ୍ୟାପାରେ ବୁଦ୍ଧି ହେବ । ଆପଣଙ୍କ ସମସ୍ତ ସମସ୍ୟା ଜଲ୍ଦି ହିଁ ଦୂର ହୋଇଯିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।