ଆଜିର ରାଶିଫଳ, 21 ନଭେମ୍ବର 2020, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ମଜବୁତ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ବହୁତ ଭଲରେ ଯିବ । ଯେ କୌଣସି କାମ କରିବେ ସେଗୁଡିକ ଅତି ସହଜରେ ହୋଇଯିବ । ଆପଣଙ୍କ କଥା କହିବ ଶକ୍ତି ବହୁତ ପ୍ରଭାବିତ କରିବ । କୌଣସି ଜାଗାରେ ଅଟକି ଯାଇଥିବା ଧନ ଆଜି ମିଳିଯିବ । କୌଣସି ବିବାଦ ସମାଧାନ ହୋଇଯିବ । ମିତ୍ର ମାନଙ୍କ ସହ ବୁଲିବାକୁ ଯାଇପାରନ୍ତି । ନୂଆ କାର୍ଯ୍ୟରେ ସଫଳତା ମିଳିବ । ଆଜି କୌଣସି ବଡ ଲୋକଙ୍କ ଦ୍ଵାରା କଠିନ କାର୍ଯ୍ୟ ଅତି ସହଜରେ ହୋଇଯିବ । ଭାଗ୍ୟ ଆପଣଙ୍କର ପୁରା ସାଥ ଦେବ ହେଉନ ଥିବା କାର୍ଯ୍ୟ ପୁରା ହୋଇଯିବ ।

ବୃଷ

ଆଜି ଆପଣଙ୍କ ଦିନ ବହୁତ ଖୁସିରେ ବିତିବ । ସନ୍ତାନ ଶୁଖ ମିଳିବ । ଧାର୍ମିକ କ୍ରଯ୍ୟ ପ୍ରତି ମନ ଲାଗିବ । କୌଣସି ପୁରୁଣା ମିତ୍ରା ମାନଙ୍କ ସହ ଦେଖା ହୋଇପାରେ । ଆଜି ନୂଆ ବିଚାର ଧାରାରେ କମ କରିବେ ଓ ସବୁ କାର୍ଯ୍ୟ ରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ର ରେ ସ୍ଥାନନ୍ତରଣ ହୋଇପାରେ ଯାହା ଦ୍ଵାରା ଆପଣ ବହୁତ ଖୁସି ଅନୁଭବ କରିବେ । ଅତି ଚାଲାକ ରେ କୌଣସି କାମ କରନ୍ତୁ ନାହିଁ ଅସୁବିଧାରେ ପଡି ପାରନ୍ତି । କୌଣସି ବ୍ୟକ୍ତିଙ୍କ ବିଷୟରେ ନ ଜାଣି ନ ଶୁଣି ମିଶାନ୍ତୁ ନାହିଁ ଧୋଖା ଖାଇ ପାରନ୍ତି ।

ମିଥୁନ

ଆଜି ଦିନଟି ସାମାନ୍ଯ ରହିବ । ଆଜି କୌଣସି କାମ ହେଉ ହେଉ ଅଟକି ଯାଇ ପାରେ । କାରବାର ରେ ସ୍ଥିତି ସାମାନ୍ଯ ରହିପାରେ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜ ର ଗୁରୁଜନ ବା ବଡ ଲୋକଙ୍କ ପରାମର୍ଶ ନିଅନ୍ତୁ । ନିଜର ଭାବନା ଓ ଚିନ୍ତା ଧାରା ଦ୍ଵାରା ଲୋକମାନଙ୍କୁ ପ୍ରଭାବିତ କରିବେ । ଆଜି ଯାହାବି କରିବେ ସେଥିରେ ସଫଳତା ପାଇବେ । ଆପଣଙ୍କ ନିସ୍ପତି ଠିକ ରହିବ । କୌଣସି ପୁରୁଣା ସମସ୍ୟା ସମାଧାନ ହୋଇଯିବ । ଆତ୍ମବିଶ୍ଵାସ ଦ୍ଵାରା ସଫଳତାର ଶିଢି ଚଢି ଚଢି ଯିବେ । ବେରୋଜଗାର ମାନଙ୍କୁ ରୋଜଗାର ମିଳିବ ।

କର୍କଟ

ଆଜି ଦିନଟି ସାମାନ୍ଯ ରହିବ । କୌଣସି କାମକୁ ନେଇ ଆପଣ ଚଳ ଚଞ୍ଚଲ ରହିବେ । ଏହି ରାଶିର ବ୍ୟକ୍ତି ମାନେ ବ୍ୟବସାୟ ବଢିବା ସହିତ ଏହି ସମ୍ବନ୍ଧ୍ୟରେ ଭଲ ଲାଭ ମଧ୍ୟ ହୋଇପାରେ । ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହୋଇପାରେ । ଆପଣ ନୂଆ ଗାଡି କିଣିବାକୁ ଚାହୁଞ୍ଚନ୍ତି ବା ଘର ନେବା ପାଇଁ ତେବେ ଟିକେ ଅପେକ୍ଷା କରନ୍ତୁ। ଯଦି ଆପଣ ରାଜନୀତିରେ ଅଛନ୍ତି ତେବେ ଏଥିରେ ମଧ୍ୟ ଆପଣଙ୍କୁ ବହୁତ ଲାଭ ଦାୟକ ହେବ । ଯେଉଁ କାମ ଆପଣ କରୁଥିବେ ଆପଣ ସେଥିରେ ନିଶ୍ଚିତ ରୂପେ ସଫଳ ହୋଇପାରନ୍ତି ।

ସିଂହ

ଆପଣ ଆଜି କିଛି ଘର କାମରେ ଲିପ୍ତ ରହିବେ ଓ ସେହି କାମରେ ସଫଳ ମଧ୍ୟ ହେବେ । ଭଲ ପାଇବା କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଖୁସିର ଖବର ଆସିପାରେ । ଆପଣଙ୍କୁ ଆଜି ବହୁତ ଖୁସି ରହିବେ । ଯଦି ଆପଣଙ୍କର କେଉଁଠାରେ ବାଦ ବିବାଦ ଲାଗିଥାଏ ତେବେ ଏଥିରେ ଆପଣ ସଫଳ ହୋଇପାରନ୍ତି । ଆପଣ ନିଜ କାମ ପ୍ରତି ଧ୍ୟାନ ରଖନ୍ତୁ ଓ ସମୟ ଆନୁସାର କାମ କରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ଘରେ କେହି ଲୋକ ଆପଣଙ୍କ ବିରୋଧରେ ଯିବାକୁ ଚେଷ୍ଟା କରୁଛି ବା କୌଣସି ପ୍ରାକାରର ଅସୁବିଧାର କରିବାକୁ ଯାଉଛି ତେବେ ତାକୁ ଆପଣ ଆଗରୁ ଚେତାଇ ଦିଅନ୍ତୁ ।

କନ୍ୟା

ଏହି ରାଶିର ଲୋକେ ଆଜି ତାଙ୍କୁ ସାଙ୍ଗ ମାନଙ୍କ ତରଫରୁ କିଛି ଭଲ କଥା କହିବେ ସେହି କଥା କୁ ଆପଣ ଯଦି ନିଜ ଜୀବନ ରେ ଲଗାଇବେ ତେବେ ଏହା ଆପଣଙ୍କୁ ବହୁତ ଭଲ ଫାଇଦା ହେବ ତେଣୁ କରି ତାଙ୍କ କଥା ମାନିନେବା ଉଚିତ । ଆପଣଙ୍କର ସ୍ୱାସ୍ଥ୍ୟ ଟିକେ ଖରାପ ହୋଇପାରେ । ଭାଗ୍ୟ ଆପଣଙ୍କର ହିଁ ସାଥ ଦେବ ଆପଣ ଯେଉଁ କ୍ଷେତ୍ର ଯାଆନ୍ତୁ ନା କାହିଁକି ସେଥିରେ ଆପଣ ଙ୍କୁ ଭଲ ଫଳ ମିଳିବ । ଆପଣଙ୍କର କିଛି ଛୋଟ ମୋଟ ଖଣ୍ଡିଆ ହୋଇପାରେ ସେଥିପାଇଁ ଟିକେ ଜଗି ରଖୀ ଚଳିବାକୁ ଚେଷ୍ଟା କରନ୍ତୁ ।

ତୁଳା

ଆଜି କୌଣସି ପୁରୁଣା କମକୁ ନେଇ ଚିନ୍ତା ଗ୍ରସ୍ତ ରହିବେ । କିନ୍ତୁ ଏହା ପରେ ସମାଧାନ ହୋଇଯିବ । ଘରକୁ କୌଣସି ମିତ୍ର ଆସିପାରନ୍ତି । କ୍ଯାରିୟର ରେ କୌଣସି ପରିବର୍ତନ ହୋଇପାରେ । ଆପଣଙ୍କ ସକାରାତ୍ମକ ଚିନ୍ତା ପାଇଁ ବହୁତ ଲୋକ ଲୋକ ଆପଣଙ୍କୁ ପ୍ରଶଂସା କରିବେ । କାରବାର ରେ ଲାଭ ମିଳିବ । ଆପଣ ନିଜ ଭାଇ ବନ୍ଧୁଙ୍କ ପାଇଁ କିଛି ଧାନ ଖରଚ କରି ପାରନ୍ତି । ଆଜି ପରିବାର ରେ ଖୁସି ର ପରିବେଶ ରହିବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ବହନ ଚଳାଇବା ବେଳେ ସାବଧାନ ରହନ୍ତୁ ।

ବିଚ୍ଛା

ଆଜି କୌଣସି ସାଙ୍ଗ ଦେଖା ହୋଇପାରନ୍ତି । ସାମାଜିକ ସମ୍ପର୍କ ବୃଦ୍ଧି ହେବାର ସମ୍ଭାବନା ହେବାର ଅଛି । ପଡୋଶୀ ମାନେ ଆପଣଙ୍କୁ ସାହାଜ୍ଯ କରିବେ । ଧାନ ସମ୍ବନ୍ଧୀୟ କୌଣସି ଭଲ ଖବର ମିଳିବ ।  କାର୍ଯ୍ୟରେ ଲମ୍ବା ସମୟରୁ ଚାଲୁଥିବା କୌଣସି ସମସ୍ୟା ସମାଧାନ ହୋଇଯିବ । ଆଜି ଉନ୍ନତିର ମାର୍ଗ ମିଳିବ । କୌଣସି କଠିନ ନିସ୍ପତି ଯୋଗୁଁ ଆପଣଙ୍କୁ ଭବିଷ୍ୟତରେ ଏହାର ଫାଇଦା ମିଳିବ । ପରିବାର ସହ ଆପଣଙ୍କର ହସ ଖୁସିରେ ସମୟ ବିତିବ । କୌଣସି ବିବାଦରେ ପଡନ୍ତୁ ନାହିଁ ।

ଧନୁ

ଆଜି ଦିନଟି ଆପଣଙ୍କର ବହୁତ ଭଲ ରହିବ । ସେମିନାର ଅତିଥି ଭାବେ ଡକାଯାଇପାରେ । ଆର୍ଥିକ ସ୍ଥିତି ମଜବୁତ ରହିବ । ପ୍ରଭାବଶାଳି ଲୋକଙ୍କର ସାହାଜ୍ଯ ମିଳିବ ଯାହାକି ପନ୍ଥା ମିଳିବ । ଯଦି କୌଣସି ନୂଆ କାର୍ଯ୍ୟ କରିବାକୁ ଚାହୁଞ୍ଛାନ୍ତି । ତେବେ ଏହି ସମୟ ବହୁତ ଉପଯୁକ୍ତ ଅଟେ । ଶତ୍ରୁମାନେ ଆପଣଙ୍କର ବିରୁଧରେ ଷଡଯନ୍ତ୍ର କରିପାରନ୍ତି । କୌଣସି କାମ କରିବା ପୂର୍ବରୁ ବୁଝିବିଚାରୀ କାମ କରନ୍ତୁ ନଚେତ ସମସ୍ୟା ଉତ୍ତପନ୍ନ ହୋଇପାରେ । ଜୀବନରେ ଖୁସି ଆସିବ ।

ମକର

ଅଫିସର କାମରେ ଆପଣଙ୍କୁ ସହକ୍ରମୀ ମାନେ ସାହାଜ୍ୟ କରିପାରନ୍ତି । ଧାର୍ଯ୍ୟର ସହ ସବୁ କାର୍ଯ୍ୟ କରନ୍ତୁ ଆପଣଙ୍କୁ ସଫଳତା ମିଳିବ । ଆଜି ଆପଣ ସାମାଜିକ ବ୍ୟକ୍ତି ମାନଙ୍କର ସାହାଜ୍ୟ ନେଇପାରନ୍ତି । ଆପଣ ଅଫିସରେ ମଧ୍ୟ ଭଲ ପାରଦର୍ଶନ କରିପାରନ୍ତି । ପରିବାରରେ ସୁଖ ଶାନ୍ତି ରହିବ । ବିଦେଶୀ କମ୍ପାନୀ ସହ ବ୍ଯବସାୟିକ ସମ୍ପର୍କ ରେ ଆପଣଙ୍କୁ ଭଲ ଲାଭ ମିଳିବ । ଅଫିସରେ ଆପଣଙ୍କୁ ଆଜି ସଫଳତା ମିଳିବ । ଆଜି କୌଣସି ଧନର ଦେବା ନେବା କରନ୍ତୁ ନାହିଁ । କୌଣସି ନିର୍ନାୟ ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଆନ୍ତୁ ।

କୁମ୍ଭ

ଆପଣଙ୍କୁ କୌଣସି ଖୁସି ଖବର ମିଳିବ ଯାହାଦ୍ୱାରା କି ପରିବାରରେ ଖୁସି ର ପରିବେଶ ରହିବ । ଆଜିନ ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ମିଳିବ । ଲୋକ ମାନେ ଆପଣଙ୍କ ପରାମର୍ଶକୁ ଗ୍ରହଣ କରିବେ ।   ଆଜି ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆଜି ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ । ଆପଣନାକ ମାନ ସମ୍ମାନ ବଢିବ । ଆପଣ କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଠାରେ ଭଲ ଭାବରେ ଚିନ୍ତା କରନ୍ତୁ । ସବୁ କ୍ଷେତ୍ରରେ ଚେଷ୍ଟା ରଖନ୍ତୁ ସଫଳତା ମିଳିବ ।

ମୀନ

ଆଜି କୌଣସି ଜାଗାକୁ ବୁଲବାକୁ ଯାଇ ପାରନ୍ତି । କୌଣସି ଉତ୍ସବକୁ ଯାଇପାରନ୍ତି । ଅଟକି ଥିବା କୌଣସି ଧାନ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆଜି ଘରେ କୌଣସି  ପୂଜା ପାଠର ଆୟୋଜନ କରି ପାରନ୍ତି । ଆପଣ ଭାବିଥିବା ସବୁ କାର୍ଯ୍ୟରେ ସଫଳତା ପାଇବେ । କୌଣସି ବାକି ଥିବା ପୁରୁଣା କାମ ଅତି ସହଜରେ ପୂରଣ ହୋଇଯିବ । ଆପଣ ଆପଣଙ୍କର କୌଣସି ସମସ୍ୟାକୁ ଲୁଚାନ୍ତୁ ନାହିଁ ଯାହା ଦ୍ଵାରା କି ଏହି ସମସ୍ୟା ଅଧିକ ବଢି ଯାଇପାରେ । ଏଠି ପାଇଁ ଆପଣ ସବୁ ସମସ୍ୟାକୁ ସାଙ୍ଗ ସାଥି ସହ ଆଲୋଚନା କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।