ଆଜିର ରାଶିଫଳ, 21 ଜୁନ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୧ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ପରିବାର ସହ ଜଡିତ କୌଣସି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ ଯାହା ସାକାରାତ୍ମକ ରହିବ । ଧାର୍ମିକ ଯାତ୍ରାର ଯୋଜନା କରିବେ । ବିବାଦରୁ ବଞ୍ଚିତ ରୁହନ୍ତୁ । ବେପାରରେ ଅଚାନକ ଧନ ଲାଭ ହେବାର ଯୋଗ ରହିଛି । ସ୍ୱାସ୍ଥ୍ୟ ମାମଲାରେ ଆପଣ ନିଜକୁ ବହୁତ ଭଲ ଅନୁଭବ କରିବେ । ଜୀବନ ସାଥିଙ୍କ ସମ୍ପର୍କ ମଜବୁତ ରହିବ ଯାହା କାରଣରୁ ଆପଣ ବହୁତ ପ୍ରଭାବଶାଳୀ ରହିବେ । ନିଜର ଭାବନା ଉପରେ କାବୁ ରଖନ୍ତୁ ।

ବୃଷ ରାଶି : ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଉତ୍ତମ ରହିବ । ଆଜି ନିଦ ଭଲ ଭାବେ ନ ହେବାରୁ ସ୍ଵାସ୍ଥ୍ୟରେ ସମସ୍ୟା ଆସିପାରେ । ଯଦି ଆପଣ ଧାର୍ମିକ ସଂସ୍ଥା ସହ ଯୋଡି ହୋଇ ଅଛନ୍ତି ତେବେ ଲାଭ ମିଳିବ । ବ୍ଯବସାୟିକ କ୍ଷେତ୍ରରେ ପ୍ରଗତି ହେବ । ଆପଣ କୌଣସି ନୂଆ କାମ ପାଇଁ ଚିନ୍ତା କରିବେ । ବିଦେଶ ଯାତ୍ରା କରିବା ପାଇଁ ଯଦି ଆପଣ ଲମ୍ବା ସମୟରୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କର ଚିନ୍ତା ଏବେ ଦୂର ହେବ । ଟଙ୍କା ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ ।

ମିଥୁନ ରାଶି : ଆଜି ସବୁ କାମ ଯୋଜନା ମୁତାବକ କରିଲେ ସଫଳତା ମିଳିବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ସମାଜରେ ଲୋକ ଆପଣଙ୍କର ବ୍ୟକ୍ତିତ୍ବ ପ୍ରଶଂସା କରିବେ । ଆପଣଙ୍କ ଠାରେ ଊର୍ଜା ଭାରି ରହିବ । ପ୍ରେମ ଯୁଗଳଙ୍କ ପାଇଁ ସମୟ ବେହତର ରହିବ । ଆପଣଙ୍କ କଥାରେ ଅନ୍ୟ ମାନେ ପ୍ରଭାବିତ ହେବ । ଦୀର୍ଘ ଦିନରୁ ଯେଉଁ ଭୁଲ ବୁଝାମଣା ପାଇଁ ଆପଣଙ୍କର ସମ୍ପର୍କ ଠିକ ଚାଲୁ  ଥିଲା ତାହା ଆଜି ଦୂର ହେବ । ଆପଣଙ୍କ ପିତା ଆପଣଙ୍କ ଉପରେ ଗର୍ବ ଅନୁଭବ କରିବେ । ଛାତ୍ରଙ୍କ ପାଇଁ ଦିନ ସାମାନ୍ୟ ରହିବ ।

କର୍କଟ ରାଶି : ଆଜି ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ପାରିବାରିକ ସଦସ୍ୟଙ୍କ ସହ ତୀର୍ଥ ଯାତ୍ରାକୁ ଯାଇପାରନ୍ତି । ଜୀବନ ସାଥିଙ୍କ ସହ ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ । ଆପଣଙ୍କ ପିଲା ଆପଣଙ୍କ କଥା ଭଲ ଭାବେ ବୁଝିବେ । ଆପଣଙ୍କୁ ସନ୍ତାନଙ୍କ ଉପରେ ଗର୍ବ ଅନୁଭବ ହେବ । କାମ ପ୍ରତି ଆପଣଙ୍କର ରୁଚି ଅଧିକ ରହିବ । ଛାତ୍ର କୌଣସି ନୂଆ କୋର୍ସ ପାଇଁ ବିଚାର କରିବେ । ବ୍ଯବସାୟିକ ସ୍ତର ରେ ମେହନତ କରିଲେ ଶୁଭ ପରିଣାମ ପାଇବେ ।

ସିଂହ ରାଶି : ଜୀବନ ସାଥିଙ୍କ ସହଯୋଗ ମିଳିବ । ସାମାଜିକ ପ୍ରତିଷ୍ଠା ବଢିବ । ଲମ୍ବା ସମୟ ପରେ ନିଜକୁ ସୁସ୍ଥ ଅନୁଭବ କରିବେ । ଭଲ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଏକ୍ସସାଇଜ କରିବାକୁ ପଡିବ । ସନ୍ଧ୍ୟା ସମୟରେ ପରିବାର ଲୋକଙ୍କ ସହ କୌଣସି ମହତ୍ଵ ପୂର୍ଣ୍ଣ କଥାରେ ଆଲୋଚନା କରିବେ । ନିୟମିତ କାମକୁ ହଟାଇ କିଛି କରିବାକୁ ଚେଷ୍ଟା କରିବେ ସଫଳ ହେବେ । ପୁରୁଣା ଶତ୍ରୁ ମିତ୍ର ହୋଇ ପାରନ୍ତି । ଦୀର୍ଘ ଦିନରୁ ଚାଲିଥିବା ସମସ୍ୟାର ଅନ୍ତ ଘଟିବ ।

କନ୍ୟା ରାଶି : ବିବାହିତା ଲୋକ ଆଜି ବୈବାହିକ ଜୀବନରେ ଭରପୁର ଆନନ୍ଦ ନେବେ । ଆଜି ଦିନ ଟି ଆପଣଙ୍କ ପାଇଁ କିଛି ସମାସୀ ରହିବ  ଆଜି ଆପଣଙ୍କୁ କାର୍ଯ୍ୟ ରେ ଲାଭ ବା ହାନି ଉଭୟ ହୋଇପାରେ । କିନ୍ତୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଘରେ ମା ବା କୌଣସି ଗୁରୁଜନ ଙ୍କ ସ୍ଵାସ୍ଥ୍ୟକୁ ନେଇ ଆପଣ ଚିନ୍ତାରେ ରହବେ । ସାମାଜିକ କ୍ଷେତ୍ର ରେ ସଫଳତା ପ୍ରାପ୍ତ ହେବ । କାର୍ଯ୍ୟ ସ୍ଥଳରେ ମାନ ସମାନ ବୃଦ୍ଧି ହେବ । ଅଚାନକ ଧନ ଲାଭ ହେବ ।

ତୁଳା ରାଶି : ଭାବନାରେ ଭାସି ଯାଇ କୌଣସି ନିସ୍ପତି ନିଅନ୍ତୁ ନାହି । ଆପଣ ନିଜର କଥା ଯେତେ ବିନମ୍ର ଭାବରେ ରଖିବେ ସେତିକି ସଫଳତା ହାସଲ କରିବେ । ବିବାହ ଯୋଗ୍ୟ ହୋଇଥିବା ଜାତକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ବିଦ୍ୟାର୍ଥୀଙ୍କୁ ଆଜି ନିଜର ଉଚ୍ଚ ଶିକ୍ଷା ର ମାର୍ଗ ପ୍ରଶସ୍ତ କରିବା ପାଇଁ ମାତା ପିତାଙ୍କ ସାଥ ନେବାର ଆବଶ୍ୟକତା ରହିଛି । କୌଣସି ଖରାପ ସୂଚନା ପ୍ରାପ୍ତ ହୋଇପାରେ । ଶତ୍ରୁ ସକ୍ରିୟ ରହିବେ । ଦାଂପତ୍ଯ ଜୀବନରେ ହସ ଖୁସିରେ ପରିପୂର୍ଣ୍ଣ ରହିବ ।

ବିଛା ରାଶି : ଆଜି ଆପଣ ସାକାରାତ୍ମକ ରହିବେ । ଆପଣ ସୁସ୍ଥ ରହିବା କାରଣରୁ ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଆଜି ଦିନ ଟି ଭବିଷ୍ୟତକୁ ନେଇଥିବା ଦାୟିତ୍ଵକୁ ହାତରୁ ଯିବାକୁ ଦିଅନ୍ତୁ ନାହି । ସନ୍ଧ୍ୟା ସମୟରେ ଆପଣ ନିଜ ଜୀବନ ସାଥିଙ୍କ ଏକାନ୍ତ ରେ କିଛି ସମୟ ବ୍ଯତୀତ କରିବେ । ସନ୍ତାନ ମାନଙ୍କର ପାଠ ପଢା କୁ ନେଇ ଧନ ଜନିତ ସାମସ୍ୟା ଦେଖା ଯାଇପାରେ । ଭାଇ ବନ୍ଧୁ ଙ୍କ ସହ ସମ୍ପତିକୁ ନେଇ ବିବାଦ ହୋଇପାରେ । ଆପଣଙ୍କ ଦିନ ସାମାନ୍ୟ ରହିବ ।

ଧନୁ ରାଶି : ଆଜି ଆପଣଙ୍କ ଜୀବନରେ କୌଣସି ବଡ ପରିବର୍ତ୍ତନ କରିବାର ସାମନା କରିବେ । ଆର୍ଥିକ ପରିସ୍ଥିତି ଆପଣଙ୍କର ବେହତର ରହିବ । ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ଯାହା ପାଇଁ ଆପଣଙ୍କୁ ଦୌଡ ଧପଦ କରିବାକୁ ପଡିପାରେ । ଏଥିପାଇଁ ଧନ ମଧ୍ୟ ବ୍ୟୟ ହୋଇପାରେ । ଆଜି ଆପଣ ନିବେଶ ଉପରେ ରୋକ ଲଗାଇବେ । କୌଣସି ବଡ ଖୁସି ଖବର ଆପଣଙ୍କୁ ପ୍ରାପ୍ତ ହୋଇପାରେ । ଆଜି କୌଣସି ବିବାଦରେ ପୋଡନ୍ତୁ ନାହି । ଗୁରୁଜନଙ୍କ ସହ କଥା ହେବା ପରେ ଅନ୍ତିମ ନିସ୍ପତି ନିଅନ୍ତୁ ।

ମକର ରାଶି : ପ୍ରେମ ଜୀବନ ପାଇଁ ଏହି ଦିନ ଅନୁକୂଳ ରହିବ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ନିକଟତର ଅଧିକ ରହିବ । କ୍ରୋଧ ଉପରେ କାବୁ ରଖିବା କାରଣରୁ ଆପଣ ଖରାପ ବାତାବରଣକୁ ବେହତର କରିବାରେ ସଫଳ ହେବେ । ବିଦ୍ୟାର୍ଥୀଙ୍କ ପାଇଁ ପାଠ ପଢା ରେ କୌଣସି ସମସ୍ଯା ଆସିପାରେ । ଆପଣଙ୍କ ମେହନତ ରୁ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ସମୟ ଆପଣଙ୍କ ପାଇଁ ବେହତର ସାବ୍ୟସ୍ତ ହେବ । ଦାଂପତ୍ଯ ଜୀବନ ସାମାନ୍ଯ ରାହିନ ।

କୁମ୍ଭ ରାଶି : ଜୀବନ ବଞ୍ଚିବାର ସଠିକ ତରିକା ଆପଣ ବୁଝି ପାରିବେ । ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି । ମନରେ ଅସୁରକ୍ଷିତ ଭାବନା ଆସିପାରେ । ଆଜି ଆପଣ କୌଣସି ପ୍ରକାରର ସମସ୍ୟାରେ ଘେରି ରହିବେ । ପ୍ରେମୀ ବା ପ୍ରିୟଜନଙ୍କ ପାଇଁ ଉପହାର କିଣିବାରେ ଆପଣ ତରବର ହବେ । କାର୍ଯ୍ୟ କ୍ଷେତ୍ର ରେ କାମର ପ୍ରେସର ଅଧିକ ରହିବ । ଆଜି ଆପଣ କିଛି ନୂଆ କରନ୍ତୁ ନାହି । ସ୍ୱାସ୍ଥ୍ୟ ରେ ସମସ୍ଯା ହୋଇପାରେ । ପୁରୁଣା ମିତ୍ର ତଥା ପ୍ରିୟଜନଙ୍କ ସହ ସମ୍ପର୍କ ବଢିବ ।

ମୀନ ରାଶି : ଆଜି ଦିନ ଟି ପାରିବାରିକ ମାହୋଲ ବହୁତ ଭଲ ରହିବ । ମିତ୍ର ଆପଣଙ୍କ ସହ ଭଲ ବ୍ୟବହାର କରିବେ । ଆଜି ଆପଣ ମିତ୍ର ତଥା ପ୍ରିୟଜନଙ୍କ ପାଇଁ ଅଧିକ ଚିନ୍ତା ରେ ରହିବେ । ଆପଣ ନିଜର କାମ ଛାଡି ଅନ୍ୟ ମାନଙ୍କର କାମରେ ଅଯଥା ସମୟ ବରବତ କରିବେ । ପିତାଙ୍କୁ ଦେଇଥିବା କଥା ପୁରା କରିବା ପାଇଁ ଆପଣ ତପତର ହେବେ । ଆପଣ ନିଜକୁ ଖୁସି କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।