Monsoon Update: ରାଜ୍ୟରେ ଆଗାମୀ 5 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ, ଦେଖନ୍ତୁ କଣ ରହିଛି ସଂପୂର୍ଣ୍ଣ ଅପଡେଟ

ଆମ ରାଜ୍ୟର ପାଣିପାଗକୁ ନେଇ ଏକ ବିଶେଷ ସୂଚନା ଜାରି ହୋଇଛି । ରାଜ୍ୟରେ ଆଗାମୀ ୫ ଦିନ ମଧ୍ୟରେ ମଧ୍ୟମ ଧରଣରୁ ପ୍ରବଳ ମାତ୍ରାରେ ବର୍ଷା ହେବା ସମ୍ଭାବନା ରହିଛି । ପ୍ରାକ୍ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଏହାର ପ୍ରଭାବରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଜ୍ୟାଳୟ ସୂଚନା ଦେଇଛି । ମୌସୁମୀର ଅଗ୍ରସର ହେବା ପାଇଁ ବାଟ ଫିଟାଉଛି ପ୍ରାକ ମୌସୁମୀ ଓ ଓଡିଶାର ଅନ୍ୟ ଅଞ୍ଚଳକୁ ମୌସୁମୀର ଆଗମନ ପାଇଁ ପାଗ ଏକଦମ ଅନୁକୂଳ ରହିଥିବା ଜଣାପଡିଛି ।

ତେଣୁ ଆଗାମୀ ୫ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ମଧ୍ୟ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଦେଖିବାକୁ ମିଳିଥିଲା । ରାଜ୍ଯରେ ଦୀର୍ଘଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିଲା । କିନ୍ତୁ ବର୍ଷା ପରେ ଉପକୂଳ ଓଡିଶାରେ ଦିନରେ ହେଉଥିବା ତାତି ଓ ଗୁଳୁଗୁଳି ପାଗରେ ପରିବର୍ତ୍ତନ ଦେଖାଦେଇଛି ଓ ପାଗ ସାମାନ୍ଯ ଥଣ୍ଡା ରହିଛି ।

ତେବେ ରାଜ୍ୟର କିଛି ସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରି ସାରିଥିବା ବେଳେ ଏହାର ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେଉଛି । ସେହିପରି  ଅନ୍ୟ କିଛି ସ୍ଥାନରେ ପ୍ରାକ ମୌସୁମୀ ଜନିତ ବର୍ଷା ଦେଖା ଦେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଯୋଗୁଁ ମଧ୍ୟ ବର୍ଷା ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ମୌସୁମୀ ଅଗ୍ରସର ହେବା ପାଇଁ ରାଜ୍ୟରେ ପାଗ ଏକଦମ ଅନୁକୂଳ ରହିଥିବାରୁ ଆଗାମୀ ୫ଦିନ ରାଜ୍ଯର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏମିତିକି ୭ ସେଣ୍ଟିମିଟରରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ଏବଂ କେତେକେ କ୍ଷେତ୍ରରେ ୧୧ରୁ ୨୦ ସେଣ୍ଟିମିଟର ବା ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ମୁଖ୍ୟ ।

ମୌସୁମୀ ଦକ୍ଷିଣ ଓଡିଶାରେ ଧୀରେ ଧୀରେ ଅଗ୍ରସର ହେଉଥିଲା ଆଉ ଏବେ ଏହା ଉତ୍ତର-ପୂର୍ବ ଦିଗକୁ ଧୀରେ ଧୀରେ ଅଗ୍ରସର ହେଉଛି । ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ପୁରା ରାଜ୍ୟରେ ଅଗ୍ରସର ହେବା ନେଇ ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।