ଯେଉଁ ଭଜନ ପାଇଁ ଗାୟକ Humane Sagar ଓ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କ ମଧ୍ୟରେ ଏତେ ବିବାଦ, ଏବେ ପୁରୀରେ ସେହି ଗୀତର ଚାଲିଛି ଶୁଟିଙ୍ଗ, କଣ କହୁଛନ୍ତି ଜାପାନୀ, ଦେଖନ୍ତୁ Video

ନିକଟରେ ଓଲିଉଡ ଜଗତର ସୁପର ହିଟ୍ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ଓରଫ ଜାପାନୀ ଭାଇ । ହ୍ୟୁମାନ ସାଗର ସବୁ ପ୍ରକାର ଗୀତ ଗାଉଥିଲେ ମଧ୍ୟ ସବୁବେଳେ ଭଜନ ଗାଇବାକୁ ମନା କରି ଦେଉଥିବା କଥା ସେ କହିଥିଲେ । ଗତ ୫ ବର୍ଷ ଧରି ଅନେକ ସମୟରେ ସେ ହ୍ୟୁମାନ ସାଗରଙ୍କୁ ଜଗନ୍ନାଥ ଭଜନ ଗୋଟିଏ ଗାଇବା ପାଇଁ ଅନୁରୋଧ କରି ଆସୁଛନ୍ତି ।

କିନ୍ତୁ ତାଙ୍କ କଥାକୁ ସବୁବେଳେ ଟାଳି ଦେଇଛନ୍ତି ହ୍ୟୁମାନ ସାଗର, କାରଣ ସେ ଖ୍ରୀଷ୍ଟିୟାନ ଧର୍ମବଲମ୍ବୀ ଅଟନ୍ତି । ରଥଯାତ୍ରା ସମୟ ପାଖେଇ ଆସୁଛି । ତେଣୁ କିଛିଦିନ ତଳେ ଯେତେବେଳେ ଜାପାନୀ ଭାଇ ପୁଣି ଥରେ ହ୍ୟୁମାନ ସାଗରଙ୍କୁ ଜଗନ୍ନାଥ ଭଜନ ଟିଏ ପାଇଁ ଅନୁରୋଧ କରିଥିଲେ ହ୍ୟୁମାନ ବିରକ୍ତି ପ୍ରକାଶ କରିଥିଲେ । ଜାପାନୀ ତାଙ୍କୁ ବାରମ୍ବାର ଜଗନ୍ନାଥ ଭଜନ ପାଇଁ କହୁଥିବାରୁ ହ୍ୟୁମାନ ସାଗର ରାଗିଯାଇ ତାଙ୍କୁ ଧମକ ଦେଇଥିଲେ ।

କଟକ ଆସିଲେ ମାଡ ମାରିବା ସହ ଜୀବନରେ ମାରି ଦେବାକୁ ହ୍ୟୁମାନ ସାଗର ଓ ତାଙ୍କ ସହଯୋଗୀ ଧମକ ଦେଇଥିବା ନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ ଜାପାନୀ ଭାଇ ।  କିନ୍ତୁ ହ୍ୟୁମାନ ସାଗର ଏନେଇ ସଫେଇ ଦେଇଥିଲେ କି ସେ ପୂର୍ବରୁ କୃଷ୍ଣଙ୍କର ଭଜନ ଗାଇଛନ୍ତି ଓ ତାଙ୍କ ବାପା ମଧ୍ୟ ଜଣେ ଲୋକପ୍ରିୟ ଭଜନ ଗାୟକ ଥିଲେ । ତେଣୁ ଭଲ ଗୀତ ଓ ଲେଖା ହେଲେ ସେ କେବେବି ଭଜନ ଗାଇବାକୁ ମନାକରିବେ ନାହିଁ ବୋଲି କହିଥିଲେ ।

ଏପରିକି ଏକ ଭଜନ ଗାଇ ସମସ୍ତଙ୍କ ପାଟି ଚୁପ୍ କରି ଦେଇଥିଲେ ହ୍ୟୁମାନ ସାଗର । ସେ ନିଜ କ୍ଯାରିୟରର ଶୀର୍ଷରେ ଥିବାରୁ କିଛି ଲୋକ ତାଙ୍କ ଛବିକୁ କଳଙ୍କିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ ହ୍ୟୁମାନ ସାଗର । ମାମଲାଋ ଥମି ଯାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କୁ ଏବେ ପୁରୀରେ ଭଜନ ଶୁଟିଙ୍ଗ କରୁଥିବାର ଦେଖିବାକୁ ମିଳିଛି । ଯେଉଁ ଭଜନ ଗାଇବା ପାଇଁ ସେ ହ୍ୟୁମାନ ସାଗରଙ୍କୁ ଅନୁରୋଧ କରୁଥିଲେ ସେହି ଭଜନର ଶୁଟିଙ୍ଗ ଚାଲିଥିବା କଥା ସେ କହିଛନ୍ତି ।

ଏହାସହ ତାଙ୍କ ଭଜନର ଦୁଇ ଲାଇନ ସେ ନିଜେ ମଧ୍ୟ ଗାଈ କରି ଶୁଣାଇଛନ୍ତି । ଗୀତଟି ସଂପୂର୍ଣ୍ଣ ଭାବେ ଶୁଟିଙ୍ଗ ହେବା ପରେ ରଥଯାତ୍ରା ପୂର୍ବରୁ ସାଧାରଣ ଜନତାଏନଜେକୁ ଭେଟି ଦିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।