ଆଜିର ରାଶିଫଳ, 19 ଅଗଷ୍ଟ 2020, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହଠାତ ଆପଣଙ୍କୁ ଧନ ଲାଭ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ସକାରାତ୍ମକ ଭାବନା ଆସିବ । ଘରେ ଥିବା କାର୍ଯ୍ୟ କିଛି ଆଜି ସମୟ ପୂର୍ବରୁ ହିଁ ସବୁ ସରିଯିବ । ଆଜି କିଛି ନୂଆ କାର୍ଯ୍ୟ କରିବା ପାଇଁ ସାମ୍ନାକୁ ଆସିବ । ପ୍ରେମ ସମ୍ପର୍କରେ ଦୃଢତା ରହିବ ଓ ସେ ଆପଣଙ୍କର ବହୁତ ନିକଟତର ହେବେ । ନିଜର ଥିବା ଶତ୍ରୁ ଆଜି ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି ଅସୁବିଧା କରିପାରିବ ନାହିଁ । କୌଣସି ପରିବାର ସମସ୍ୟାକୁ ନେଇ ଆପଣ ଗୁରୁଜନ କଥାକୁ ଭାବିଛିନ୍ତି କାମ କରିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଭାଗ୍ୟ ପୁରା ସାଥ ଦେବ । ଜୀବନ ସାଥିଙ୍କ ସହ ଭଲରେ ଦିନ କଟିବ ।

ବୃଷ

ନିଜ ଧର୍ମ ପତ୍ନୀଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ କରିଥିବା ପରିଶ୍ରମ ଫଳ ନିଶ୍ଚିନ୍ତ ପାଇବେ ଓ ଆଜି ଆପଣଙ୍କର କିଛି ମହତ୍ଯ ପୂର୍ଣ ଜିନିଷ ଏହି ସମୟରେ ହୋଇଯିବ । ଶାରୀରିକ ଓ ମାନସିକ ସ୍ତରରୁ ଶାନ୍ତି ଅନୁଭବ କରିବେ । ଗାଡି ସାବଧାନ ହୋଇ ଚଳାଇବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ଘରକୁ କୌଣସି ଏକ ନୂଆ ଖବର ଆସିବା ଯାହା ଆପଣଙ୍କର ଘର ପୁରା ପୁରୀ ଉଠିଲା ଭଳି ଲାଗିବ । ଆଜି କିଛି ନୂଆ କାର୍ଯ୍ୟ ବିଷୟରେ ଭାବି ସେଥିରେ କାମ ମଧ୍ୟ କରିପାରିବେ ।

ମିଥୁନ

ନିଜ ମନ ଆଜି ବହୁତ ଖୁସିରେ ରହିବା ସହିତ କାମରେ ମଧ୍ୟ ଭଲ ଲାଭ ହେବ । ଆପଣଙ୍କୁ ଦିଆଯାଇଥିବା କୌଣସି ବଡ କାର୍ଯ୍ୟ ବା ବଡ ପ୍ରୋଜେକ୍ଟରେ ନିଜର ସତ କର୍ମ ଓ ନିଷ୍ଠାର ସହ କରିବା ଦ୍ଵାରା ସେହି କାର୍ଯ୍ୟରେ ଆପଣଙ୍କୁ ନିଶ୍ଚିନ୍ତ ରୂପେ ସଫଳତା ଦେବ । ଯେହେତୁ ଆପଣ ସମସ୍ଥଙ୍କୁ ଓ ସମାଜରେ ସାହାର୍ଯ୍ୟ କରୁଥିବା ହେତୁ ସବୁ ଜାଗାରେ ଆପଣଙ୍କର ସଂମାନ ମିଳିବ । ଜରୁରୀ ଥିବା କାର୍ଯ୍ୟରେ ଆପଣ ସେହି ବିଷୟରେ ଭାବି ସେହି କାମକୁ ଆରମ୍ଭ କରିପାରିବେ । ଆଜି ଉଧାର ଦେବା କି ନେବା ସେଥି ମଧ୍ୟରୁ ବଞ୍ଚିତ ରୁହନ୍ତୁ ।

କର୍କଟ

ଆଜି ଆପଣ କୌଣସି ସାମାଜିକ କାର୍ଯ୍ୟ କ୍ରମରେ ଭାଗ ନେଇପାରନ୍ତି । ହଠାତ ଆପଣଙ୍କୁ ଧନ ଲାଭ ହେବାର ଯୋଗ ହୋଇପାରେ । ପରିଜନ ମାନଙ୍କ ସହିତ କିଛି ମୁଲ୍ଯବନ ସମୟ ବିତାଇ ପାରନ୍ତି । ଜୀବନ ସାଥିର ପୁରା ସହଯୋଗ ଆପଣଙ୍କ ଉପରେ ରହିବ । ଆପଣଙ୍କ ମାନସିକ ଚିନ୍ତା ଆଜି ଦୂର ହେବ । ଆପଣଙ୍କୁ ନିଜ ଭାଗ୍ୟର ପୁରା ସହଯୋଗ ମିଳିବ । ଯାହାଦ୍ୱାରା ଆପଣ ନିଜ ଅଧୁରା କାର୍ଯ୍ୟକୁ ପୂରଣ କରିପାରିବେ । ଆଜି ଆପଣ ଊର୍ଜାରେ ଭରପୁର ରହିବେ ।

ସିଂହ

କୌଣସି ଏକ ବଡ ସମସ୍ୟାରେ ଆପଣ ବହୁତ ଅସୁବିଧାର ସମୁଖୀନ ହୋଇପାରନ୍ତି । ଆଜି ପରିବାରରେ କାହା ସାଙ୍ଗରେ ଝଗଡା ହେବାର ଅଛି ତେଣୁ ସଦା ସର୍ବଦା କ୍ରୋଧ ଉପରେ ନିୟତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ସକାଳୁ ଉଠି ସଦାବେଳେ ପୃଥିବୀ ମାତାଙ୍କୁ ନମସ୍କାର କରନ୍ତୁ ଯାହା ଫଳରେ ଆପଣଙ୍କୁ ମାତାଙ୍କ ଆଶ୍ରିବାଦରୁ ବହୁତ ଲାଭ ଦାୟକ ହେବ । ଆଜି ଆପଣଙ୍କର ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ । ନିଜ କର୍ମରେ କିଛି ତ୍ରୁଟି ଯୋଗୁଁ କିଛି ଅସୁବିଧା ହେବା ସହିତ ମନରେ ମଧ୍ୟ କଷ୍ଟ ଅନୁଭବ କରିବେ ।

କନ୍ୟା

ପ୍ରେମ ସମ୍ବଧ୍ୟରେ ଆପଣଙ୍କୁ ଧୋକା ମିଳିବ । ଭାଇ ଓ ଭଉଣୀ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧି ଅସୁବିଧା ଦେଖା ଦେଇପାରେ । ଆଜି ନିଜ ପରିବାରରେ ବହୁତ ଖୁସି ଅନୁଭବ କରିବେ କିନ୍ତୁ ଆପଣ ବ୍ୟସ୍ତ ନହୋଇ ଧର୍ଯ୍ୟ ରଖନ୍ତୁ ଦେଖିବେ ନିଶ୍ଚିନ୍ତ ଶୁଭ ଫଳ ମିଳିବ । କିଛି ଲୋକଙ୍କ ସାହାର୍ଯ୍ୟ ବା ଭଲ କଥା ଦ୍ଵାରା ନିଜର ବହୁତ ଲାଭ ହୋଇଥାଏ । ଆପଣଙ୍କର ଆର୍ଥିକ ସମସ୍ୟାରେ କିଛି ଦେଖା ଦେଇପାରେ । ଖର୍ଚ ଅଧିକ ବଢିପାରେ ଓ କୋଣସି ନା କୋଣସି କାମରେ ଆପଣ ବଡ ହଇରାଣ ହୋଇପାରନ୍ତି ।

ତୁଳା

ଆଜି ନିଜ ଘରେ ଥିବା ଆବଶ୍ୟକତା କୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ ।  ନିଜେ ଯଦି ଭଲ ନିବେଶ କରିବାକୁ ଚାହୁଛନ୍ତି ତେବେ ଟିକେ ଭାବି କରି ନିବେଶ କରନ୍ତୁ । ସେଥିରେ ଜମା ଶୀଘ୍ର କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଆଜି ଆପଣଙ୍କର ଆମଦାନୀ ବଢିପାରେ ଓ ଧନ ମଧ୍ୟ ମିଳିବାର ସଂଭାବନା ଅଛି । ସ୍ୱାସ୍ଥ୍ୟ ରେ ଆଜି ଭଲ ଅନୁଭବ କରିବେ । ବ୍ୟବସାୟରେ ଭଲ ଲାଭ ହେବ । ପିଲାମାନେ ବହୁତ ଖୁସିରେ ରହିବେ ଓ ପ୍ରଗତି ମଧ୍ୟ କରିବେ ।

ବିଚ୍ଛା

ଆଜି ଆପଣଙ୍କର ବ୍ୟବସାୟ ଓ ଆମଦାନୀରେ ବହିବାରେ ଲାଗିବ । ଜୀବନ ସାଥିଙ୍କ ସହ ଭଲରେ ଦିନ କାଟିବ । ଏମିତି ରେ ଦେଖିବାକୁ ଗଲେ ଆପଣ ବହୁତ ଇମୋସନାଲ ଭଳି ଲୋକ ହୋଇଥିବାରୁ ଆପଣ ପାଖକୁ ଟାଣି ହୋଇ ଆସିଥାନ୍ତି ଓ ଆପଣ ସଦ ଭାବର ଲୋକ ଅଟନ୍ତି । ଆପଣଙ୍କର ଧନ ପାଇବାର ଯୋଗ ମଧ୍ୟ ଅଛି । କିନ୍ତୁ ଆପଣ ଅନାବଶ୍ୟକ କଥାରେ ଜମା ମନ ଦିଅନ୍ତୁ ନାହିଁ । ଆଜି ଆପଣ ଦାଇତ୍ୟକୁ ଠିକ ଭାବରେ ବହନ କରିବାକୁ ଚେଷ୍ଟା କରନ୍ତୁ ।

ଧନୁ

ନିଜର ପରିକ୍ରମ ଓ ବୁଢୀ ବଳରେ ବହୁତ ବଡ ସଫଳତା ହାସଲ କରିପାରିବେ । ଆପଣଙ୍କ ଭାଇ ଓ ଭଉଣୀ ବା ସାଙ୍ଗ ସହିତ ବହୁତ ଭଲ ରେ ଦିନ କଟିବ । ଆପଣ ଭଲ ମନରେ ଅନୁକୂଳ କାମ କରୁଥିବା ଲୋକ ଅଟନ୍ତି ତେଣୁ କରି ଆପଣ ଏହାକୁ ଭଲ କାମରେ ଲଗାନ୍ତୁ । ଆପଣ ପରିଶ୍ରମ କରିଥିବା ଫଳ ନିଶ୍ଚିନ୍ତ ପାଇବେ । ସମାଜରେ ମାନ ଓ ସଂମ୍ମାନ ମିଳିବା ସହିତ ଆପଣଙ୍କୁ ପଦ ପ୍ରତିଷ୍ଠା ମିଳିବ । ଯେଉଁ କାମ ଆପଣ କରୁଥିବେ ଆପଣ ସେଥିରେ ନିଶ୍ଚିତ ରୂପେ ସଫଳ ହୋଇପାରନ୍ତି ।

ମକର

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଉଚ ଅଧିକାରୀ ମାନେ ଆପଣଙ୍କ କାମରେ ପ୍ରଭାବିତ ହେବେ ଓ ଆପଣଙ୍କର ପ୍ରଶଂସା କରିବେ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତିର ଅବସର ମିଳିବ । ବ୍ୟାପାର କରୁଥିବା ଲୋକମାନଙ୍କୁ ଧନ ଲାଭ ହେବାର ବହୁତ ସମ୍ଭାବନା ଅଛି । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବା ସହିତ ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

କୁମ୍ଭ

ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆଜି ଆପଣ ମାନସିକ ଦୃଷ୍ଠିରୁ ସୁସ୍ଥ ଅନୁଭବ କରିବେ । ହେଲେ ଆଜି ଆପଣଙ୍କ ସହ ନିଜ ମିତ୍ର ମାନଙ୍କ ମଧ୍ୟରେ କିଛି ବାଦବିବାଦ ହୋଇପାରେ, ସେଥିପାଇଁ ଆପଣ ସତର୍କ ରୁହନ୍ତୁ ଓ ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

ମୀନ

ଆଜି ଆପଣଙ୍କୁ ବ୍ୟବସାୟକ କ୍ଷେତ୍ରରେ ବହୁତ ବାଧା ଆସିବ । ଯାହାଫଳରେ ଆପଣଙ୍କ ମନ ଦୁଖ ରହିବ । ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିପାରନ୍ତି । ହେଲେ ଏହି ଧାର୍ମିକ କାର୍ଯ୍ୟ କରି ଆପଣଙ୍କ ମନ ପସନ୍ନ ରହିବ । ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ବରିଷ୍ଠ ଅଧିକାରୀଙ୍କ ସହାୟତାରେ ଆପଣ ନିଜ କାର୍ଯ୍ୟକୁ ପୂରଣ କରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।