ଆଜିର ରାଶିଫଳ, 14 ଜୁନ 2020, ରବିବାର, ଆଜି ଶୁଭ ଯୋଗ ବନୁଥିବାରୁ ଏହି ୭ଟି ରାଶିନଙ୍କୁ ମିଳିବ ଲାଭ, ଅନ୍ୟ ରାଶି ରୁହନ୍ତୁ ସତର୍କ, କ୍ଷତିର ରହିଛି ଆଶଙ୍କା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବିବାହିତ ଜୀବନରେ ଚାଲୁଥିବା ସମସ୍ୟାର ଆଜି ଅନ୍ତ ହେବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟର ଚିନ୍ତା ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ବ୍ୟତିତ ହେବ । ସନ୍ତାନ ପକ୍ଷ ସମ୍ବନ୍ଧିତ ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ । ଶଶୁର ଘର ପକ୍ଷରେ କୌଣସି ମହତ୍ଵପୂର୍ଣ କାର୍ଯ୍ୟ ହୋଇପାରେ । ପରିବାର ମଧ୍ୟରେ କୌଣସି କଥାକୁ ନେଇ ବିବାଦ ସୃଷ୍ଟି ହୋଇପାରେ ।

ବୃଷ

କିଛି କାର୍ଯ୍ୟରେ ଅଧିକ ଟଙ୍କା ଖର୍ଚ ହୋଇପାରେ । ପରିବାର ପାଇଁ କୌଣସି ବସ୍ତୁ କ୍ରୟ କରିବାର ଯୋଜନା କରି ପାରନ୍ତି । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହେବ । କିନ୍ତୁ ଧ୍ୟାନ ରଖନ୍ତୁ କି କୌଣସି କଥାକୁ ନେଇ ବିବାଦ ବି ହୋଇପାରେ । କୌଣସି ବଡ ଅଧିକାରୀଙ୍କ ସହ ଫୋନରେ କଥାବାର୍ତ୍ତା ହେବା ଲାଭଦାୟକ ହେବ । କାମ କାର୍ଯ୍ୟରେ ଅଧିକ ଜୋଖିମ ନିଅନ୍ତୁ ନାହିଁ । ଘର ପରିବାରରେ କୌଣସି ଶୁଭ କାର୍ଯ୍ୟର ଯୋଜନା ହୋଇପାରେ । ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମ ବଢିବ ।

ମିଥୁନ

ମନ ପ୍ରସନ୍ନ ରହିବ । ମସ୍ତିଷ୍କ ସକ୍ରିୟ ରହିବ । ଶରୀରରେ କାର୍ଯ୍ୟ କରିବା ପାଇଁ ସ୍ଫୂର୍ତି ଆସିବ । ଆପଣ କିଛି ପରିସ୍ଥିତି ବିଷୟରେ ପୂର୍ବରୁ ହିଁ ଅନୁମାନ ଲଗାଇ ପାରିବେ । ଆଜିର ଦିନ ଆପଣଙ୍କ ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । କାର୍ଯ୍ୟରେ ଅଧିକ ଧ୍ୟାନ ଦିଅନ୍ତୁ । ଶିକ୍ଷାରେ ଟଙ୍କା ବ୍ୟୟ ହୋଇପାରେ । ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ଭୂମି ଭବନ ସମ୍ବନ୍ଧିତ କାର୍ଯ୍ୟ ହୋଇଯିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ବିବାଦର ସ୍ଥିତି ସୃଷ୍ଟି ହୋଇପାରେ ।

କର୍କଟ

ଆଜିର ଦିନ ଶୁଭ ନୁହେଁ । ମନରେ ଅତ୍ୟଧିକ ଚିନ୍ତା ରହିବ ଏବଂ କଥା କଥାରେ କ୍ରୋଧ ଆସିବ । ମନରେ କୌଣସି କଥାକୁ ନେଇ ଭୟ ରହିବ । ପରିବାରରେ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଭାଇମାନଙ୍କ ଉପରେ ବି କ୍ରୋଧିତ ହୋଇ ପାରନ୍ତି । ବନ୍ଧୁମାନଙ୍କ ସହ ସମୟ ବ୍ୟତୀତ କରିବେ । ପରିବାରରେ ଚିନ୍ତା ବଢିବ । ବ୍ୟାପାରରେ ନୂଆ ଅନୁବନ୍ଧ ମିଳିପାରେ । କାର୍ଯକୁଶଲତା ବୁଦ୍ଧି ହେବ । ମାତାଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ସନ୍ତାନଙ୍କୁ ସଠିକ ଉପଦେଶ ଦିଅନ୍ତୁ ।

ସିଂହ

ସମସ୍ତ ଯୋଜନା ଫଳପ୍ରଦ ହେବ । ଧନ ସମ୍ବନ୍ଧିତ କାର୍ଯ୍ୟ ପୂର୍ଣ ହେବ । କୌଣସି ଭଲ କାର୍ଯ୍ୟରେ ଟଙ୍କା ଖର୍ଚ ହୋଇପାରେ । ଯୋଗ୍ୟତା ଅନୁସାରେ କାମ କରନ୍ତୁ । କାମ କାର୍ଯ୍ୟ ପାଇଁ ଘରୁ ବାହାରେ ରହିବାକୁ ପଡିପାରେ । ଅବିବାହିତ ଲୋକମାନଙ୍କ ପାଇଁ ଶୁଭ ସମୟ ଆସି ଯାଇଛି । ନିଜର ସାଥିଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ହସି ହସି ଆଜିର ଦିନକୁ ବ୍ୟତୀତ କରିବାକୁ ଚେଷ୍ଟା କରନ୍ତୁ । ଜୀବନସାଥୀଙ୍କ ଭଲ ବ୍ୟବହାର କରିବେ । ପରିବାରର ସମସ୍ତଙ୍କ ସହଯୋଗ ମିଳିବ ।

କନ୍ୟା

ଦିନ ସାମାନ୍ୟ ରହିବ । ଟଙ୍କା ସମ୍ବନ୍ଧିତ ଚିନ୍ତା ରହିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇ ମନ ପ୍ରସନ୍ନ ରହିବ । ଅଧିକାରୀମାନଙ୍କ ମୈତ୍ରୀପୂର୍ଣ ସମ୍ବନ୍ଧ ରହିବ । ଭୋଗ ବିଳାସରେ ଦିନଟି କାଟିବ । କିଛି କାର୍ଯ୍ୟରେ ଆଗ୍ରହୀ ହେବେ । ବାଦବିବାଦ ଓ ସାକ୍ଷାତ୍କାରରେ ସଫଳତା ମିଳିବ । ସାମାଜିକ କଲ୍ୟାଣ ଦିଗରେ କାରଜୀ କରିବେ । ଜୀବନରେ କିଛି ପରିବର୍ତ୍ତନ ଆସିବ ।

ତୁଳା

ମହିଳାମାନେ ନିଜ ଗୃହ ସମସ୍ୟା ଠିକ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେବେ । ପିତା ମାତାଙ୍କ ପ୍ରତି ପ୍ରେମ ଭାବ ଜାଗୃତ ହେବ । ହାତରେ କିଛି ଭଲ ସୁଯୋଗ ଆସିବ। ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ସନ୍ଦେଶ ଆସିପାରେ । ସାକ୍ଷାତ୍କାରରେ ବିଜୟୀ ହେବେ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବୁଦ୍ଧି ହେବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ ।

ବିଚ୍ଛା

ଅଧା ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମନୋରଞ୍ଜନରେ ସମୟ ବ୍ୟତୀତ ହେବ । ଆୟ ମଧ୍ୟ ବୃଦ୍ଧି ହେବ ।ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖ ଏବଂ ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟି ହେବ । ରାଜନୀତି କ୍ଷେତ୍ରରେ ନୂତନ ଯୋଜନା ପାଇଁ ସହଯୋଗ ମିଳିବ । ବ୍ୟବସାୟରେ ଭାଗିଦାରୀମାନଙ୍କ ଠାରୁ ସାହାଯ୍ୟ ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ପର୍କରୁ ଲାଭବାନ ହେବେ ।

ଧନୁ

ବ୍ୟବସାୟ ଦିଗରେ ପ୍ରାୟତଃ ଅନୁକୂଳ ରହିବ । ଆଶାତୀତ ଲାଭ ମିଳିପାରେ । ଭଲମନ୍ଦ ବିଚାର କରି କାର୍ଯ୍ୟ କଲେ ଅଧିକ ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ । ପୂର୍ବରୁ ଲାଗି ରହିଥିବା ଅଫିସରେ ଟେନସନ ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ । ପାରିବାରିକ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବ । ଫଳରେ ମନ ଶାନ୍ତି ହେବ । ଗୁପ୍ତ ଶତ୍ରୁମାନଙ୍କ ଠାରୁ ଆପଣଙ୍କୁ କ୍ଷତି ପହଞ୍ଚି ପାରେ ।

ମକର

ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ମାନସମ୍ମାନ ଓ କ୍ଷାତି ବଢ଼ିବ । ବନ୍ଧୁଙ୍କ ନିକଟରୁ ଅର୍ଥିକ ସାହାଯ୍ୟ ମିଳିବ । ମନ ସ୍ଥିର ରହିବ ଓ ବୁଦ୍ଧି ପ୍ରୟୋଗ କରି ପ୍ରଚୁର ଅର୍ଥ ଲାଭ କରିବେ । ପୂର୍ବ ଯୋଜନା ଅନୁଯାୟୀ କାମ କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । କିଛି କାର୍ଯ୍ୟ ଯୋଗୁଁ ଉଚ୍ଚବର୍ଗଙ୍କଠାରୁ ପ୍ରଶଂସିତ ହେବେ । ମାନହାନୀର ସମ୍ଭାବନା ଅଧିକ ଅଛି । ଛାତ୍ରଛାତ୍ରୀମାନେ ଅଯଥାରେ ସମୟ ନଷ୍ଟ କରିବେ।

କୁମ୍ଭ

ପ୍ରଶଂସିତ ହେବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ମହିଳାମାନେ ପିଲାଙ୍କ ସହ ଖୁସିରେ ସମୟ ବ୍ୟତୀତ କରିବେ । ଘରୋଇ ସମସ୍ୟାର ସମାଧାନ ହେବ । ରାଜନୀତିରେ ଉଚ୍ଚ ପ୍ରଶଂସିତ ହେବେ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟ ହାନିର କାରଣ ହୋଇପାରେ । ଶୀଘ୍ରତାର ସହ କୌଣସି ବି ନିଷ୍ପତି କରନ୍ତୁ ନାହିଁ । ଘରେ ଅତିଥ୍ୟଙ୍କ ଆଗମନ ହୋଇପାରେ । ଆଜି କିଛି ଲୋକମାନେ ଆପଣଙ୍କ ପ୍ରଶଂସା କରିବେ । ଯାହାକୁ ଶୁଣି ପାଇଁ ଆପଣ ଚାହୁଁ ଥିଲେ ।

ମୀନ

ପୁରାତନ ରୋଗରୁ ମୁକ୍ତି ପାଇବେ । କାମରେ ମନ ଲାଗିବ । ପରିବହନ ବ୍ୟବସାୟ ବହୁତ ଭଲ ରହିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ମନାନ୍ତର ଦୂର ହେବ । ମନରେ ଅସନ୍ତୋଷ ଦେଖାଦେବ । ପାରିବାରିକ ଜୀବନରେ ଶାନ୍ତି ରହିବ । ଧାର୍ମିକ କାର୍ଯ୍ୟରେ କୌଣସି ବିବାଦୀୟ ସ୍ଥିତି ଆସିପାରେ । ବ୍ୟବସାୟରେ ଲାଭ ପାଇବେ । ଶତୃମାନେ କ୍ଷତି କରିବାକୁ ଚେଷ୍ଟା କରି ପାରନ୍ତି । ସମୟକୁ ହାତ ଛଡ଼ା ନ କରିବା ଉଚିତ ନୁହେଁ । ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।