ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ। ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି –
ଆପଣଙ୍କୁ ବଡ ଅଧିକାରୀଙ୍କର ସହ ଯୋଗ ମିଳିବ । ଆମଦାନୀରେ ବୃଦ୍ଧି ହେବାର ଯୋଗ ଅଛି । ବ୍ୟାପାର ହେଉ କିମ୍ବା ଘର ଲୋକଙ୍କ କଥା ଆପଣ ନିଜର ବିଚାର କୁ ସ୍ପଷ୍ଟ ଭାବେ ରଖନ୍ତୁ । କିଛି ଜରୁରୀ କାଳୀନ ପରିସ୍ଥିତିରେ ଯଦି କେହି କିଛି ଉପଦେଶ ମାଗେ ତେବେ ନିଜ ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଦେଖି ଚାହିଁ କଥା କୁହନ୍ତୁ । ଏହି ସମୟରେ ଆପଣଙ୍କର ଆମଦାନୀର କିଛି ନିଶ୍ଚିତ ରୂପେ ସ୍ଥାୟୀ ବ୍ୟବସ୍ଥା ହେବ ଯାହା ଦ୍ଵାରା ଆପଣ କିଛି ତ ନିଜକୁ ଓ ନିଜ ପରିବାରକୁ ନେଇ ଚିନ୍ତା କମ କରିବେ ।
ବୃଷ ରାଶି – ଆପଣ ଯେଉଁ କାମ କରିବେ ତାହା ସମୟ ଆଗରୁ ସରିଜୀବ ଯାହା ପାଇଁ ଆପଣ ପ୍ରଶଂସା ର ପାତ୍ର ହୋଇ ରହିବେ ନିଜ ସହକର୍ମୀଙ୍କ ଆଖିରେ । ଆପଣ ଏକ ସୁଖ ମୟ ଜୀବନ ବଞ୍ଚିବାକୁ ଯାଉ ଛନ୍ତି । ଏହି ଖାଲି ସମୟରେ ଆପଣ ନିଜ ପ୍ରିୟଜନଙ୍କ ପାଇଁ କିଛି ଅମୂଲ୍ୟ ସ୍ମୃତି ଦେଇ ପାରିବେ । ଏହାକୁ ଅଣ ଦେଖା କରନ୍ତୁନି । ନିଜର ଅନୁଭବ କୁ ଏକ ଉଚିତ ଦିଗରେ ଲଗାନ୍ତୁ ଯାହା ଦ୍ଵାରା ଆପଣ ଓ ଆପଣ ଙ୍କ ଆଖ ପାଖ ର ଲୋକ ମାନେ ଉର୍ଣ୍ଣତି କରିବେ ।
ମିଥୁନ ରାଶି –
ଆପଣଙ୍କର ପ୍ରେମିକା କିମ୍ବା ପ୍ରେମିକ ପାଇଁ ଆପଣଙ୍କ ମନ ଖୁସି ରହିବ । ଆପଣ ଙ୍କର ଜୀବନ ସାଥି ମଧ୍ୟ ନିଜକୁ ଆପଣଙ୍କ ସହ ସମୟ ବିତାଇବା ପାଇଁ ପ୍ରସ୍ତୁତ କରିବେ। କିଛି ବ୍ୟକ୍ତି ଙ୍କର ଲଭର ମାନେ ଟିକେ ଲାଜକୁଳୀ ପ୍ରକୃତିର ହୋଇ ଥାନ୍ତି ତ ସେମାନେ ବି ଆପଣଙ୍କ ସହ କିଛି ସମୟ ବିତାଇବା ପାଇଁ ଇଛୁକ ହେବେ । ନୂଆ ଲୋକଙ୍କ ସହ ଆପଣ ଭଲ ସମୟ ବିତାଇବେ । କିଛି ନୂଆ ଲୋକ କିମ୍ବା ନୂଆ ମିତ୍ର ଆପଣଙ୍କ ଜୀବନରେ ଆସି ପାରନ୍ତି । ଏହି ସମୟ ଆପଣଙ୍କୁ ନିଜର ପ୍ରତେକ ଅସଜଡା ହୋଇଥିବା ଜିନିଷକୁ ସଜାଡିବାକୁ ହେବ ସେ ସମ୍ପର୍କ ହେଉ କିମ୍ବା କିଛି ଝଗଡା ଜମି ବାଡି କୁ ନେଇକି । ଏହା ଆପଣଙ୍କ ପାଇଁ ଆଗକୁ ଶୁଭ ଫଳ ପ୍ରଦାନ କରିବ ।
କର୍କଟ ରାଶି –
ଆପଣ ଘରକୁ କିଛି ଏଲେକଟ୍ରୋନିକ ଜିନିଷ ଆଣିବେ । କୋର୍ଟ ରେ ଥିବା ମାମଲା ପାଇଁ ଆହୁରି ଅଧିକ ସମୟ ଲାଗି ପାରେ । ଏହା ପରେ ଏଥିରେ କିଛି ନୂଆ ମୋଡ ମଧ୍ୟ ଆସି ପାରେ । ଯାହାକୁ ନେଇକି ଆପଣ ଟିକେ ଚିନ୍ତାରେ ରହିବେ । ଆପଣ ନିଜର ଜ୍ଞାନ କୁ କାହା ସହ ବାଣ୍ଟି ପାରିବେ ଯଦି ଏହା ଆପଣଙ୍କୁ ଉଚ୍ଚିତ ମାନେ ହୁଏ ତେବେ ଏଭଳି କରନ୍ତୁ ନ ଚେତ ଆପଣ କିଛି ବିବାଦରେ ପଶି ଯିବେ । ନିଜର ଅନୁଭୁତିରୁ ସିଖୁ ଥିବା କାମ ହିଁ କରନ୍ତୁ । ଆପଣଙ୍କର ବ୍ୟାପାର ରେ ଅଧିକ ନ ହେଲେ ବି କିଛି ମାତ୍ରା ରେ ହାନି ନିଶ୍ଚୟ ହେବ । ଦେଖି ଚାହିଁ ନିଜର ବ୍ୟାପାରରେ ଲୋକ ମାନଙ୍କୁ ନିଯୁକ୍ତି ଦିଅନ୍ତୁ ।
ସିଂହ ରାଶି –
ଚାକିରି କରୁଥିବା ଲୋକ ମାନଙ୍କର ପାଇଁ ଭଲ ଖବର ଅଟେ ସେମାନଙ୍କୁ ଅଧିକ ଅଧିକ ସମୟ ମିଳିବ ନିଜର ପଦକୁ ଆଗକୁ ବଢେଇବା ପାଇଁ । ଯେଉଁ ମାନେ ଚାକିରି କରି ନାହାଁନ୍ତି ସେମାନେ ଚାକିରି ପାଇବା ର ସମ୍ଭାବନା ଅଛି । ଯେଉଁ ମାନେ ନିଜର ପ୍ରସ୍ତୁତି ବ୍ୟଙ୍କ ପାଇ କରୁ ଥାନ୍ତି ସେମାନେ ହୁଏତ ଏହି ଚାକିରି ନ ପାଇ ପାରନ୍ତି ମାତ୍ର ଚାକିରି ହେବାର ଯୋଗ ଅଛି । ଆପଣଙ୍କୁ ନିଜର ମନ ପସନ୍ଦର ଚାକିରି ପାଇବା ପାଇଁ ଆହୁରି ଅଧିକ ସମୟ ଲାଗିବ। ଏହି ସମୟରେ ଆପଣ ନିଜ ପରିବାର ବନ୍ଧୁ ଲୋକ ଓ ସାଙ୍ଗ ମାନଙ୍କ ସହ ଅଧିକ ସମୟ ବିତାଇବେ । ଆପଣଙ୍କ ସ୍ଵଭାବରେ ପରିବର୍ତ୍ତନ ଆସିପାରେ । ଆପଣଙ୍କର ଏହି ସମୟ ରେ ରାଗ ଅଧିକ ବଢି ପାରେ । ନିଜ କ୍ରୋଧକୁ ନିଜ ଭିତରେ ରକ୍ଷି ବାକୁ ଚେଷ୍ଟା କରନ୍ତୁ ।
କନ୍ୟା ରାଶି –
ଆପଣ ପରିବାର ସହ ଭଲ ସମୟ ବିତାଇବେ। ଏହି ରାଶିର ଯେଉଁ ଲୋକ ମାନେ ମାର୍କେଟିଙ୍ଗ ରେ ଅଛନ୍ତି ସେମାନେ ନିଜର କାମକୁ ପ୍ରାଧ୍ୟାନ୍ୟ ଦେବେ । ଆପଣ ନିଜକୁ ସମ୍ଭାଳି ନିଜକୁ ପ୍ରମାଣ କରିବା ର ଏହା ଏକ ଭଲ ସମୟ ଅଟେ । ନିଜର ଚେଷ୍ଟା ମାଧ୍ୟମରେ ଆପଣ ନିଜର ଜୀବନ ସୁଧାରୀ ପାରିବେ । ନିଜ କାମ ଉପରେ ଭରାସା ରକ୍ଷି ନିରନ୍ତର ରୂପେ ଆପଣ ନିଜର ଭଲ ପଦର୍ଶନ କରି ଚଲାନ୍ତୁ । ଆପଣଙ୍କୁ ଅନୁକୂଳ ପରିଣାମ ମିଳିବ ଓ ଆପଣ ନିଜର ପଦ ଓ ଅଧିକାରରେ ବୃଦ୍ଧି ପାଇବେ ସମୟ ଆସିଲେ । ପରିବର୍ତ୍ତନ ର ଆବଶ୍ୟକତା ଅଛି ଏହା ଦ୍ଵାରା ବିକାଶ ଅଧିକ ଜଲ୍ଦି ହେବ। ନିଜର ବ୍ୟକ୍ତିତ୍ବ ସହ ଆପଣ ନିଜର କୁଶଳତାର ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ । ଆପଣ ଯଦି ନିଜକୁ ବଦ ଲାଇବେ ତେବେ ଆପଣ ନିଶ୍ଚୟ ଭାବେ ଜଣେ ଭଲ ବ୍ୟବସାୟି ରୂପେ ନିଜକୁ ଦୁନିଆରେ ପରିଚିତ କରାଇବେ ।
ତୁଳା ରାଶି –
ଏହି ରାଶିର ଲୋକ ମାନେ ଘରେ ନିଜର ସମୟ ଅଧିକ ଦେବେ ଓ ନିଜ କର୍ମରୁ ବିମୁଖ ହେବେ । ଯାହା ପାଇଁ ଭବିଷ୍ୟତରେ ଏହା ତାଙ୍କ ପାଇଁ ଏକ କଠିନ ଶାସ୍ତି ପାଲଟି ଜୀବ । ବର୍ତ୍ତମାନ ଆପଣ ନଷ୍ଟ କରୁଥିବା ସମୟ ଆଉ ଫେରି ଆସିବନି ତେଣୁ ଆପଣ ପରିଶ୍ରମ କରନ୍ତୁ । ଆପଣଙ୍କର ଚିତ ଅସ୍ଥିର ରହି ପାରେ କିଛି କାରଣରୁ ତାହାକୁ ନିଜ ଜୀବନରେ ଆସିବାକୁ ଦିଅନ୍ତୁନି ।
ବିଛା ରାଶି –
ଆପଣଙ୍କର କାମ ଆପଣ ଚାହୁଁ ଥିବା ହିସାବରେ ହେବ । ଯାହା ପାଇଁ ଆପଣ ଅଧିକ ଖୁସି ଓ ମାନସିକ ଶାନ୍ତିରେ ରହିବେ । ମନେ ରଖନ୍ତୁ ନିଜର କାମ ହେଲା ମାତ୍ରେ ହିଁ ଆପଣ ନିଜର ଘର କାମ ପାଇଁ ରଖିଥିବା ଲୋକ କିମ୍ବା ଦୋକାନରେ ଥିବା ପିଲାଙ୍କୁ ତୁରନ୍ତ ପଇସା ଦେଇ ଦିଅନ୍ତୁ ।
ଧନୁ ରାଶି –
ଆପଣ ନିଜର ଆଗାମୀ ପାଠ ପଢାକୁ ଯାରି ରଖି ପାରିବେ । ଲୋକ ମାନେ ଆଗ ଅପେକ୍ଷା ଆପଣଙ୍କୁ ଆଧିକ ସମାନ୍ନ ଓ ଭଲ ପାଇବା ଦେବେ । ଆପଣ ଅତୀତରେ ହୋଇଥିବା କିଛି ଘଟଣା କୁ ନେଇକି ନିଜ ମନକୁ ଖରାପ ରଖିବେ । ନିଜର ପରିବାର ର କିଛି ଘଟଣା ଯାହା ଆପଣଙ୍କୁ ଅଧିକ ମାତ୍ରା ରେ କଷ୍ଟ ଦେଉଛି ତାକୁ ଭୁଲି ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ନ ହେଲେ ଆପଣ ପଛରେ ରହି ଯିବେ। ନିଜ ଚେଷ୍ଟା ଦ୍ଵାରା ଆପଣ କିଛି ବି କରି ପାରିବେ ।
ମକର ରାଶି –
ସମାଜରେ ଆପଣଙ୍କର ମାନ ସମାନ୍ନ ବଢିବ । ଆପଣ ଅତୀତରେ ଯଦି କିଛି ଆସା କିମ୍ବା କିଛି ଇଚ୍ଛା ଅଧୁରା ଅଛି ତାହା ଖୁବ ଶୀଘ୍ର ପୂର୍ଣ ହୋଇ ଜୀବ । ଆପଣଙ୍କ ପଇସା ର ଏକ ବଡ ଭାଗ ଆପଣ ନିଜ ପରିବାର ପାଇଁ ଖର୍ଚ୍ଚ କରିବେ । ଆପଣଙ୍କୁ କିଛି ଏଭଳି ଅନୁଭତ ମଧ୍ୟ ହୋଇ ପାରେ କି ଆପଣ କିଛି ଭୁଲ କାମ କରୁଛନ୍ତି । ଯଦି ଆପଣ ଏଭଳି କିଛି ଅନୁଭବ କରନ୍ତି ତେବେ ନିଜର ଏକ ଶୁଭ ଚିନ୍ତକ ପାଖରୁ ଆପଣ ମତ ନେଇ ତା ପରେ ନିଜର କାମ ଆରମ୍ଭ କରନ୍ତୁ ।
କୁମ୍ଭ ରାଶି –
ଆପଣ ନିଜକୁ ଏହି ସମୟରେ ଅଧିକ ଏକା ଅନୁଭବ କରିବେ। ଏହି ସମୟରେ ଅଧିକ ରୁ ଅଧିକ ଧନ ଆମଦାନୀ ହେବ ମାତ୍ର ଆପଣ ନିଜକୁ ପରିବାର ଠାରୁ ଦୂରେଇ କେବଳ ନିଜ ଅଫିସ କାମରେ ବ୍ୟସ୍ତ ରଖିବେ ଯାହା ପାଇଁ ଆପଣଙ୍କୁ ପରିବାର ତରଫରୁ ଖୁସି ମିଳିବାର ଯୋଗ କମ ଦେଖାଉଛି । ନିଜ ପରିବାର ସହ କିଛି ସମୟ ବିତାନ୍ତୁ ଓ ନିଜର ଏକା ପଣ କୁ ଦୂରେଇ ଦିଅନ୍ତୁ ।
ମିନ ରାଶି –
ଆପଣ ନିଜର ସହ କାମ କରୁଥିବା ଲୋକଙ୍କ ସହ ଭ୍ଲାରେ କଥା ହୁଅନ୍ତୁ । ନିଜ କାମ ଯାହାକୁ ଦେଲେ ମଧ୍ୟ ପ୍ରତେକ କାଗଜ ପତ୍ରକୁ ଆଗେ ନିଜେ ଭଲ ଭାବରେ ଦେଖି ନିଅନ୍ତୁ ତା ପରେ ସେଥିରେ ଦସ୍ତଖତ କରନ୍ତୁ । ଆପଣ ନିଜର ଉପରେ କାମ କରୁଥିବା ଅଧିକାରୀ ମାନଙ୍କ ସହ ସୁସମ୍ପର୍କ ସ୍ଥାପନା କରିବେ । ଆପଣ ଯଦି କାହାକୁ କିଛି ଭଲ କଥା କହୁଛନ୍ତି ତେବେ ଟିକେ ହସିକି କୁହନ୍ତୁ । ଅନ୍ୟକୁ କଷ୍ଟ ଦେବା ଭଳି କିଛି ବି କାମ ପାଇଁ ଆପଣ ହଇରାଣ ହୋଇ ପାରନ୍ତି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।