ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି-
ଏହି ରାଶିର ଲୋକମାନେ ନିଜର ଆଖ ପାଖରେ ଥିବା ଲୋକ ମାନଙ୍କୁ କିମ୍ବା ନିଜ ପଦର ଉପର ଅଧିକାରୀଙ୍କୁ ପ୍ରସନ୍ନ କରିବା ପାଇଁ ନିଜର କଥାର ସଂଯମ ରକ୍ଷା କରନ୍ତୁ । ଆପଣଙ୍କର ସାଥି ମାନେ ଏବେ ଆପଣ ଙ୍କର ଗୁଣକୁ ଜାଣିବେ ଓ ଆପଣଙ୍କ ପାଖକୁ ଆସିବେ ମତ ନେବା ପାଇଁ । ଆପଣ ପାରିବାରିକ ଲୋକଙ୍କ ସହ ସମ୍ପର୍କ ଭଲ ରହିବ । ଏହି ସମୟ ଆପଣଙ୍କର କ୍ଯାରିୟର ପାଇଁ ଉପଯୁକ୍ତ ସମୟ ଅଟେ । ଆପଣଙ୍କୁ ନିଜର କାମ ପାଇଁ ନିଜ ଉପରେ ନିର୍ଭର ହେବାକୁ ପଡିବ । ଯଦି କିଛି କାମ କରିବାକୁ ଚାହିଁବେ ଆପଣ ନିଜର ମନ ସାନ୍ତ କରି ଆରମ୍ଭ କରନ୍ତୁ ।
ବୃଷ ରାଶି –
ଆପଣ ଙ୍କର କର୍ମ କ୍ଷେତ୍ରରେ ଆପଣ ନିଜର ସହ କର୍ମୀଙ୍କର ସାହାଜ୍ଯ ପାଇ ପାରିବେ । କିଛି ଧନ ଆପଣଙ୍କୁ ଅପେକ୍ଷାରେ ଅଛି ଯାହା ଆପଣ ନିଜର ସଦ୍ଗୁଣ ପାଇଁ ଅର୍ଜନ କରିଛନ୍ତି । ନିଜର ପଇସା କୁ ଭଲ ବାଟରେ ଲଗାନ୍ତୁ ଯେଉଁ ଥିରୁ ଆପଣଙ୍କୁ ଅଧିକ ରୁ ଅଧିକ ସମୟ ଓ ପଇସା ମିଳିବ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନେ ନିଜର ସରକାରୀ ଘର କିମ୍ବା ବାହାନ ପାଇବେ । ଆପଣ ଆୟ ଅଧିକ କରିବେ ଓ ବ୍ୟୟ କମ ହେବ । ନିଜର ଖର୍ଚ୍ଚ ଏହି ସମୟ ମଧ୍ୟରେ କମ ହେବ । ନିଜର ବନ୍ଧୁ କିମ୍ବା ପରିଜନ ମାନଙ୍କୁ ସାନ୍ତ୍ଵନା ଦିଅନ୍ତୁ ।
ମିଥୁନ ରାଶି –
ନିଜର ସାଙ୍ଗ ମାନଙ୍କ ସହ କେଉଁ ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ନିଜର ଜ୍ଞାନ ଓ ବିଚାର ବାଣ୍ଟି କିଛି ଲୋକଙ୍କର ଭଲ କରି ପରିବେ । ନିଜର ପ୍ରିୟ ଲୋକଙ୍କ ସାହାଯ୍ୟରେ ଆପଣ ନିଜର ଅଧାରେ ଥିବା କାମ ସମ୍ପୂର୍ଣ କରିବେ । ନିଜର ଖାଇବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ନିଜର କିଛି ସମୟ ନିଜ୍ଜର ଶରୀରକୁ ଦିଅନ୍ତୁ । କିଛି ସମୟ ପାଇଁ ଏକ୍ସରସାଇଜ କରିବେ । ନିଜର ଚିନ୍ତା ଧାରାକୁ ନିୟନ୍ତ୍ରଣ କରିବା ଶିଖନ୍ତୁ ନଚେତ କିଛି ଏଭଳି ପରିସ୍ଥିତି ଆସିବ ଯାହା ଆପଣ ସମାଧାନ କରି ପାରିବେ ନାହିଁ ।
କର୍କଟ ରାଶି –
ଆପଣଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ନିଜର ଲୋକ ମାନଙ୍କ ସହ କିଛି ଭଲ ମୁହୂର୍ତ ବିତାଇବେ । ଆପଣ ଅନ୍ୟକୁ ଭଲ କଥା ଶିଖେଇ ପାରିବେ କି କିଭଳି ଶାନ୍ତି ପୂର୍ଣ ଭାବରେ ଆପଣ ରହି ପାରିବେ । ଆପଣ ନିଜର କିଛି ଆସା ପୂରଣ କରିବେ । ନୂଆ ବାହାନ କିଣିବେ ଅଥବା ନିଜର ମନ ପସନ୍ଦଦାର କିଛି କିଣି ପାରିବେ। ଆପଣ କେଉଁ ଜାଗାକୁ ଯିବାର ନିଜର ଯୋଜନା ରଦ୍ଧ କରିବାକୁ ପଡିବ ଯାହା ପାଇଁ ଆପଣ ଟିକେ ଚିନ୍ତା ରେ ରହିବେ ।
ସିଂହ ରାଶି –
ନିଜର ବ୍ୟାପାରରେ ଜାଦି ନିବେଶ କେରିବାକୁ ଚାହୁଁ ଛନ୍ତି ତେବେ କିଛି ଏଭଳି ଲୋକଙ୍କ ପରାମର୍ଶ ନିଅନ୍ତୁ ଯେଉଁ ମାନେ ଆଗରୁ ନିଜ ଜୀବନରେ ଏଭଳି କିଛି କରିଥିବେ। ନିଜର ଭଲ ଚିନ୍ତା ଦ୍ଵାରା ଆପଣ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କରିବେ । ମାନେ ରଖନ୍ତୁ ଏକା ଜିତ୍ୟ ପାରେ ମାତ୍ର ସହ କର୍ମୀ ସହ ଥିଲେ ଆମେ ସାରା ଦୁନିଆ ଜିତ୍ୟ ପାରିବା ତେଣୁ ନିଜର ସହ କର୍ମୀ ମାନଙ୍କ ପାଇଁ କିଛି କରନ୍ତୁ ।
କନ୍ୟା ରାଶି –
ଆପଣ ନିଜର ଏକ ପୁରୁଣା ମିତ୍ରା ସହ ଦେଖା ହୋଇ ପାରନ୍ତି । ଏହି ମିତ୍ରା ସହ ଆପଣ ନିଜର ଭବିଷ୍ୟତ ବିଷୟରେ କଥା ହୋଇ ପାରନ୍ତି । ଯଦି ଆପଣ କିଛି ଏଭଳି କାମ କରୁଛନ୍ତି ଯେଉଁ ଥିରେ ଆପଣଙ୍କୁ କିଛି କମିଶନ ମିଳୁଥିବା ତେବେ ଏହି କ୍ଷେତ୍ରରୁ ଆପଣଙ୍କୁ ଅଧିକ ରୁ ଅଧିକ ଧନ ଲାଭ ହେବ । ବିଦେଶରୁ ମଧ୍ୟ ଆପଣ ନିଜର ଧନ କମେଇ ପାରିବେ । ନିଜ କାମ ଭିତରେ ଘର ପ୍ରତି ଧ୍ୟାନ ରଖନ୍ତୁ । ଯାହା ଆପଣଙ୍କ ପାଖେ ଅଛି ସେଥିରେ ଆପଣ ଖୁସି ହୁଅନ୍ତୁ ଯାହା ଆପଣଙ୍କ ପାଖରେ ନାହିଁ ତା ପାଇଁ ମନ ଖରାପ କରନ୍ତୁନି ।
ତୁଳା ରାଶି –
ଆପଣଙ୍କ ପାଇଁ ସମୟ ଭଲ ଅଟେ ନିଜର କାମରେ ଆପଣ ଅଧିକ ଦକ୍ଷତା ଦେଖାଇ ପାରିବେ । ଆପଣଙ୍କ କର୍ମ କ୍ଷେତ୍ରରେ ଆପଣ ଅଧିକ ଲାଭ ବାନ ହେବେ।ନିଜକୁ ସାରା ଦୁନିଆରେ ଆପଣ ପ୍ରମାଣିତ କରି ପାରିବେ । ନିଜର ଉପରେ ଭରସା ରଖନ୍ତୁ ଓ ଏଭଳି ଲୋକ ଙ୍କ ସହ ସମ୍ପର୍କ କାଟି ଦେବା ଏହି ସମୟ ପାଇଁ ଉଚିତ ଯେଉଁ ମାନେ କେବଳ ଆପଣଙ୍କ ଖରାପ ସମୟ ଦେଖିଲେ ଖୁସି ହୁଅନ୍ତି । ନିଜର ବନ୍ଧୁ କିମ୍ବା ପରିଜନଙ୍କୁ ନିଜର ବ୍ୟବସାୟର ଦାୟାରା ଠାରୁ ଦୂରେଇ ରଖନ୍ତୁ କାରଣ ବ୍ୟାପାର ମଧ୍ୟରେ ଯଦି ସମ୍ପର୍କ ଆସିବ ତେବେ ଏହା ଆପଣଙ୍କ ପାଇଁ ଖରାପ ସମୟ ନେଇ ଆସିବ ।
ବିଛା ରାଶି –
ଏହି ରାଶିର ବ୍ୟକ୍ତି ମାନେ କିଛି ଶାନ୍ତି ପୂର୍ଣ କାମରେ ନିଜକୁ ନିବେଶ କରି ଆତ୍ମା କୁ ଶାନ୍ତି ଦେବେ । ନିଜର ଘର ପରିବାର ଠାରୁ ଦୂରେଇ ଆପଣ ଏହି ଦୁନିଆ ପାଇଁ କିଛି କରିବେ ଯାହାର ଶୁଭ ଫଳ ଆପଣଙ୍କ ଆଗାମୀ ପିଢୀକୁ ମିଳିବ । ନିଜର ଭାବନା ଉପରେ ନିୟନ୍ତ୍ରଣ ଆଣନ୍ତୁ କାରଣ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ ଆପଣଙ୍କ ର ଭଲ ଓ ସରଳତା ର ଫାଇଦା ଉଠାଇବେ ।
ଧନୁ ରାଶି –
ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ସୃଦୃଢ ହେବ । ଆପଣ ଆସା କରୁଥିବା ଜିନିଷ କିମ୍ବା ଲୋକଙ୍କୁ ନିଜ ପାଖରେ ପାଇବେ । କେବଳ କାମ କରି ଚାଳନ୍ତୁ ଫଳ କୁ ଆସା କରନ୍ତୁନି । ନିଜର ବୁଦ୍ଧି ଲଗାଇ ଆପଣ ଅସୁବିଧାରେ ଥିବା ଲୋକଙ୍କୁ ସାହାଜ୍ଯ କରିବେ । ଯାହା ପରବର୍ତୀ ସମୟରେ ଆପଣଙ୍କୁ ଅଧିକ ମାତ୍ରା ରେ ଶୁଭ ଫଳ ପ୍ରଦାନ କରିବେ । କିଛି ଜୀବ ଜନ୍ତୁଙ୍କ ପାଇଁ ଆପଣ ଭଲ କାମ କରିବେ । ଯାହା ପାଇଁ ମା ଲକ୍ଷ୍ମୀ ଆପଣଙ୍କୁ କୃପା କରିବେ ।
ମକର ରାଶି –
ଏହି ରାଶିର ବ୍ୟକ୍ତି ମାନେ ବିଶେଷ କରି ଛାତ୍ର ବୟସରେ ଥିବା ଉଭୟ ପୁଅ ଝିଅଙ୍କୁ କହି ରଖିବାକୁ ଚାହିଁବୁକି ଆପଣ ନିଜର ଅଧିକ ସମୟ ପାଠ ପଢାକୁ ଦିଅନ୍ତୁ । ଏହି ସମୟ ଆପଣଙ୍କୁ ଶୁଭ ଫଳ ଦାଇ ହେଲେ ମଧ୍ୟ ଯଦି ଆପଣ ଏହି ସମୟରେ ନିଜର କାମ ସଠିକ ଭାବେ ନ କରିବେ ତାହେଲେ ଭବିଷ୍ୟତରେ ଆପଣ ଅଧିକ ଘାତକ ଅପମାନର ସାମ୍ନା କରିବେ । ଆପଣ ଙ୍କ ସହ କାମ କରୁଥିବା ଲୋକଙ୍କୁ ଯଦି ଆପଙ୍କ ର ସାହାଜ୍ଯ ଦରକାର ଅଛି ତେବେ ସାହାଜ୍ଯ କରନ୍ତୁ । ନିଜର ସାହାସ ଓ ଧାର୍ଯ୍ୟ ର ସହ ଆପଣ ଆସୁଥିବା ଅସୁବିଧାକୁ ସାମ୍ନା କରନ୍ତୁ ଏହା ମାତ୍ର କିଛି ସମୟ ପାଇଁ । ଏହା ପରେ ପୁଣି ଆପଣ ନିଜକୁ ଭଲ ଅନୁଭବ କରିବେ ।
କୁମ୍ଭ ରାଶି –
ଆପଣ କିଛି ମନୋରଞ୍ଜନ କାମରେ ନିଜକୁ ସାମିଲ କରି ପାରିବେ । ବ୍ୟବସାୟ କରୁଥିବା ଲୋକ ମାନେ କିଛି ବିଚାର କିମ୍ବା ନୂଆ ଯୋଜନା ର ସହ ଆଗକୁ ଯାନ୍ତୁ । ଆପଣ ନିଜ ପ୍ରେମିକ କିମ୍ବା ପ୍ରେମିକା ଙ୍କ ସହ ଏକ ସ୍ମୃତି ପୂର୍ଣ ସମୟ ଅତିବାହିତ କରିବେ । ଯାହା ଆପଣାଙ୍କୁ ଭବିଷ୍ୟତରେ ଖୁସି ଓ ଆନନ୍ଦ ଦେବ । ଆପଣ କିଛି ମହତ୍ଵ ପୂର୍ଣ ନିର୍ନୟ ନେଇ ପାରନ୍ତି ନିଜ ପରିବାର ବିଷୟରେ । ଏହି ସମୟରେ ଆପଣ ଅହଂକାର ଛାଡି ନିଜର ଦରକାରୀ ଲୋକଙ୍କ ସହ ଠିଆ ହୁଅନ୍ତୁ ।
ମିନ ରାଶି –
ଅଫିସ ରେ କିଛି ନୂଆ କାମ ଆସି ପାରେ । ନିଜର ଧର୍ଯ୍ୟ ହରାନ୍ତୁନି କାମରେ ମନ ଦିଅନ୍ତୁ ଦେଖିବେ ସଫଳ ହେବେ । ନିଜର କିଛି ଜିନିଷ ଯାହା ଆପଣ ଅଧିକ ପାଇସା ଦେଇ କିଣିବାକୁ ଯାଉଛନ୍ତି ତା ଆଗରୁ ନିଜର ପାର୍ଟନର କିମ୍ବା ନିଜ ପାଖ ଲୋକକୁ ପଚାରିକି କିଣନ୍ତୁ । ଯଦି ଆପଣ କେଉଁ ମଲ୍ଟି ନେସନାଲ କମ୍ପାନୀରେ କାମ କରୁଛନ୍ତି ତେବେ ଆପଣ ଲାଭରେ ରହିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।